ଜାତୀୟ

ସୀମାରେ ଗର୍ଜିଲା ୧୩୭ ଲଢୁଆ ବିମାନ

ଶୁଭ୍ ଭାରତ ଟାଇମ୍ସ,୧୬/୨(ବ୍ୟୁରୋ)- ପାକିସ୍ତାନ ସୀମା ପୋଖରାନ ରେଞ୍ଜ୍ ରେ ଗର୍ଜିଛି ଭାରତର ୧୩୭ ଲଢୁଆ ବିମାନ। ପାକିସ୍ତାନର ବେଇମାନ ହରକତ୍ ମଧ୍ୟରେ ଭାରତୀୟ ବାୟୁସେନା ଦମ୍ ଦେଖାଇଛନ୍ତି। ବାୟୁସେନାର ସବୁଠାରୁ ବଡ ଯୁଦ୍ଧାଭ୍ୟାସ ‘ବାୟୁ ଶକ୍ତି’ ପାକିସ୍ତାନ ସୀମା ନିକଟବର୍ତ୍ତୀ ପୋଖରାନ ରେଞ୍ଜ୍ ରେ ନିଜର ତାକତ ଦେଖାଇଛି। ଯୁଦ୍ଧାଭ୍ୟାସରେ ବାୟୁସେନାର ପାଇଲଟ୍ ମାନେ ଲଢୁଆ ବିମାନରେ ଶତୃର ଆଡ୍ଡାସ୍ଥଳୀ ଗୁଡିକୁ ଧ୍ୱଂସ କରୁଥିବା ପ୍ରଦର୍ଶନ କରିଛନ୍ତି। ଅନ୍ତଃରାଷ୍ଟୀୟ ସୀମା ନିକଟରେ ବାୟୁ ସେନାର ଏହି ପ୍ରଦର୍ଶନରେ ପାକିସ୍ତାନ ମାଟି ଥରି ଯାଇଥିବ।

ବାୟୁସେନାର ୧୩୭ ଲଢୁଆ ବିମାନ ଟାର୍ଗେଟକୁ ଧ୍ୱଂସ କରୁଥିବା ନଜରକୁ ଆସିଛି। ଯୁଦ୍ଧାଭ୍ୟାସ ରେ ଆକାଶ ଅସ୍ତ୍ର ମିଜାଇଲ୍ ସହିତ ଜିପିଏସ ଓ ଲେଜର ଗାଇଡେଡ୍ ବମ୍, ରକେଟ ଲଂଚର୍ ବ୍ୟବହାର କରାଯାଇଛି। ଯୁଦ୍ଧାଭ୍ୟାସ ରେ ମିଗ୍-୨୧ ଓାଇସନ୍, ମିଗ୍-୨୭, ମିଗ୍-୨୯ ମିରାଜ-୨୦୦୦, ସୁଖୋଇ-୩୦ ଏମକେଆଇ ଏବଂ ଜଗୁଆର୍ ଭଳି ବିମାନ ସାମିଲ ଥିଲେ। ଏହି ପରିପ୍ରେକ୍ଷୀରେ ଭାରତୀୟ ବାୟୁସେନା ପ୍ରମୁଖ ବିଏସ୍ ଧନୁଆ ଏବଂ ସଚିନ ତେନ୍ଦୁଲକର ଉପସ୍ଥିତ ଥିଲେ। ବିଏସ୍ ଧନୁଆ କହିଛନ୍ତି ଆମେ କୌଣସି ପ୍ରକାର ମୁକ୍କାବଲା ପାଇଁ ପ୍ରସ୍ତୁତ ଅଛୁ।

ରାଜସ୍ଥାନ ଜୈସାଲମେର୍ ଚାଂଘଣ ଫିଲ୍ଡ ଫାୟାରିଂ ରେଞ୍ଜ୍ ରେ ଭାରତୀୟ ବାୟୁସେନା ର ସବୁଠାରୁ ବଡ ଯୁଦ୍ଧାଭ୍ୟାସ ବାୟୁଶକ୍ତି-୨୦୧୯ ଶନିବାର ଆୟୋଜନ କରାଯାଇଥିଲା। ଯେଉଁଥିରେ ୨ ଘଣ୍ଟା ଧରି ବାୟୁସେନାର ୧୩୭ ଲଢୁଆ ବିମାନ ଏବଂ ହେଲିକ୍ୟାପ୍ଟର ରିୟଲ ଟାଇମ ଟାରଗେଟ୍ ଧ୍ୱଂସ କରୁଥିବା ଦେଖିବାକୁ ମିଳିଥିଲା। ପ୍ରଦର୍ଶନ ଅବସରରେ ଫ୍ରଣ୍ଟଲାଇନ୍ ଲଢୁଆ ବିମାନ, ପରିବହନ ବିମାନ, ହେଲିକ୍ୟାପ୍ଟର ଏବଂ ଆକାଶରେ ପ୍ରହାର କରୁଥିବା ମିସାଇଲ୍ ପ୍ରଣାଳୀ ତା’ର ତାକତ ଦେଖାଇଥିଲା।

ଏହା ପ୍ରଥମ ମୌକା ଯେତେବେଳେ କୌଣସି ଯୁଦ୍ଧାଭ୍ୟାସ ସମୟରେ ବାୟୁସେନାର କିଛି ଲଢୁଆ ବିମାନରୁ ଅସ୍ତ୍ରା ମିସାଇଲ୍ ଛଡାଯିବାର ଲାଇବ୍ ଦେଖାଇବାର ସୁଯୋଗ ଦିଆଯାଇଥିବ। ଅସ୍ତ୍ରା ଯେକୌଣସି ଉଚ୍ଚତା ଏବଂ ରେଞ୍ଜ ରୁ ଶତୃକୁ ଟାର୍ଗେଟ କରିପାରିବ। ୨୦ କିଲୋମିଟର କମ ଦୂରତାରୁ କିମ୍ବା ୮୦ କିଲୋମିଟର ଦୀର୍ଘ ଦୂରତାରୁ ମଧ୍ୟ ଅସ୍ତ୍ରା ହମଲା କରିବାର କ୍ଷମତା ରଖିଛି। ଯୁଦ୍ଧଶକ୍ତି ଦୃଷ୍ଟିରୁ ପୋଖରାନ ଫାୟାରିଂ ରେଞ୍ଜ୍ ରେ ଏହି ଯୁଦ୍ଧାଭ୍ୟାସରେ ବାୟୁସେନାର ୧୩ ପ୍ରକାରର ବିମାନ ଏବଂ ୭ ପ୍ରକାରର ହେଲିକ୍ୟାପ୍ଟର ବ୍ୟତିତ ପାଇଲଟ ବିହିନ ବିମାନ ତାର କୌଶଳ ପ୍ରଦର୍ଶନ କରିଛି। ଦେଶର ବିଭିନ୍ନ ଏୟାର ବେସ୍ ରୁ ଉଡାନ ଭରି ଲଢୁଆ ବିମାନ ଦିନ ରାତି ତାର ଲକ୍ଷ ପ୍ରତି ତୀକ୍ଷ୍ନ ଦୃଷ୍ଟି ରଖିଛି।

Leave a Reply

Your email address will not be published. Required fields are marked *