ଏଣ୍ଟରଟେନମେଣ୍ଟ

ବିଗ୍ ବସ୍-୧୩: ଫାଷ୍ଟ ଏଲିମିନେସନ ରାଉଣ୍ଡରେ ବିଦାୟ ନେବେ ୨ କଣ୍ଟେଷ୍ଟାଣ୍ଟ

ନୂଆଦିଲ୍ଲୀ, ଶୁଭ୍ ଭାରତ ଟାଇମ୍ସ, ୧୨.୧o- ସଲମାନ ଖାନଙ୍କ ସୋ’ ବିଗ୍ ବସ୍ -୧୩ ଆରମ୍ଭରୁ ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ ଥିଲା। ସୋ’ରେ କଣ୍ଟେଷ୍ଟାଣ୍ଟଙ୍କ ମଧ୍ୟରେ ଚାଲିଥିବା ଲଢାଇ ଝଗଡ଼ା ଏବଂ ରୋମାନ୍ସ ଦର୍ଶକଙ୍କୁ ଏଣ୍ଟରଟେନିଙ୍ଗ ଲାଗୁଥିଲା। ତେବେ ଏଲିମିନେସନ ପ୍ରସଙ୍ଗରେ ଶୁକ୍ରବାର ଖୋଦ୍ ବିଗ୍ ବସ୍ ହୋଷ୍ଟ ସଲମାନ ଖାନ୍ ଅଡିୟାନ୍ସଙ୍କୁ ସୂଚନା ଦେଇସାରିଛନ୍ତି ଯେ ସୋ’ର ଫାଷ୍ଟ ଏଲିମିନେସନ ରାଉଣ୍ଡରେ ୨ ଜଣଙ୍କୁ ବିଗ୍ ବସ୍  ଘରୁ ବିଦାୟ ଦିଆଯିବ। ଯେହେତୁ ସେମାନଙ୍କ ସପକ୍ଷରେ ଅଡିୟାନ୍ସଙ୍କ ଭୋଟ ସଂଖ୍ୟା କମ୍ ରହିଛି।

ଫାଷ୍ଟ ଏଲିମିନେସନ ରାଉଣ୍ଡରେ ବିଗ୍ ବସ୍ ଘରୁ ବିଦାୟ ନେବା ପାଇଁ ୪ଜଣ ସେଲିବ୍ରିଟି ନମିନେଟ୍ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରଶ୍ମୀ ଦେଶାଇ, କୋୟେନା ମିତ୍ରା, ଶେହନାଜ୍ ଗିଲ୍ ଓ ଦଲଜୀତ୍ କୌର ସାମିଲ ଅଛନ୍ତି। କିନ୍ତୁ ପ୍ରଶଂସକମାନେ ଜାଣିବାକୁ ଉତ୍କଣ୍ଠା ରଖିଛନ୍ତି ଯେ ସର୍ବପ୍ରଥମେ ବିଗ୍ ବସ୍ ଘରୁ କିଏ ବାହାରିବ।

ବିଭିନ୍ନ ସୂତ୍ର ମୁତାବକ, ବିଗ୍ ବସ୍ ସିଜିନ୍-୧୩ର ସର୍ବପ୍ରଥମ ଏଲିମିନେସନ ରାଉଣ୍ଡରେ ଦଲଜୀତ୍ କୌର ଏଲିମିନେଟ୍ ହେବେ। ରିପୋର୍ଟକୁ ଦୃଷ୍ଟିଦେବା ତ ଦଲଜୀତଙ୍କୁ ସବୁଠାରୁ କମ୍ ଅଡିୟାନ୍ସ ଭୋଟ ମିଳିଛି, ଯେଉଁଥିପାଇଁ ତାଙ୍କୁ ଘରୁ ବେଘର କରାଯାଇଛି। ତା’ସହ ଦ୍ୱିତୀୟ କଣ୍ଟେଷ୍ଟାଣ୍ଟ ଯାହାଙ୍କ ନାମ ଏଲିମିନେସନ ଲିଷ୍ଟରେ ଅଛି ସେ ହେଲେ କୋୟେନା ମିତ୍ରା।

ଦଲଜୀତ ଏବଂ କୋୟେନାଙ୍କ ଜର୍ଣ୍ଣିଂରେ ଦର୍ଶକ ଖୁସି ଥିଲେ। ଗୋଟିଏ ପାଖରେ ଦଲଜୀତଙ୍କର ସଫ୍ଟ ଏଣ୍ଡ କୁଲ୍ ବ୍ୟବହାର ଦର୍ଶକଙ୍କୁ ଭଲ ଲାଗିଛି। ଅନ୍ୟପକ୍ଷରେ କୋୟେନା ମିତ୍ରାଙ୍କ ଷ୍ଟ୍ରେଟ ଫରଓାର୍ଡ ନେଚର ପ୍ରଶଂସକଙ୍କୁ ନୂଆ ଟୁଇଷ୍ଟ ଦେଇଛି। କିନ୍ତୁ ରଶ୍ମୀ ଏବଂ ଶେହନାଜଙ୍କ ତୁଳନାରେ ଦଲଜୀତ ଓ କୋୟେନାଙ୍କ ଭୋଟ ହାର କମିଯିବା କାରଣରୁ ସେମାନେ ବିଗ୍ ବସ୍ ଘରେ ରହିବା ପରିବର୍ତ୍ତେ ସୋ’ ରୁ ବିଦାୟ ହେବେ।

ଫାଷ୍ଟ ଏଲିମିନେସନ ରାଉଣ୍ଡରେ ୨ ଜଣଙ୍କୁ ବିଦାୟ କରାଯିବାର କାରଣ ହେଲା ସୋ’ର ପ୍ରଥମ ସପ୍ତାହରେ କେହି ଏଲିମିନେଟ୍ ହୋଇନଥିଲେ। ପ୍ରତି କଣ୍ଟଷ୍ଟାଣ୍ଟଙ୍କୁ ଅଡିୟାନ୍ସଙ୍କ ସମ୍ମୁଖରେ ନିଜ ନିଜ ବ୍ୟକ୍ତିତ୍ୱକୁ ସାମ୍ନାକୁ ଆଣିବା ପାଇଁ ସୁଯୋଗ ଦିଆଯାଇଥିଲା। ଏଥିପାଇଁ ଦ୍ୱିତୀୟ ସପ୍ତାହରେ ହେବାକୁ ଯାଉଥିବା ପ୍ରଥମ ଏଲିମିନେସନ ରାଉଣ୍ଡରେ ୨ ଜଣଙ୍କୁ ବାହାର କରାଯିବା ସ୍ଥିର ହୋଇସାରିଛି।

Leave a Reply

Your email address will not be published. Required fields are marked *