
୫-ଟି ଫାର୍ସ: ମୁଖ୍ୟମନ୍ତ୍ରୀଙ୍କ “ଭିଜନ” ନା “ଭେଳିକି” > ଭୁବନେଶ୍ୱର(ବ୍ୟୁରୋ), ଶୁଭ୍ ଭାରତ ଟାଇମ୍ସ, ୧୮/୨- ରାଜ୍ୟବାସୀଙ୍କ ସମ୍ମୁଖରେ ସୁପ୍ରିମୋଙ୍କୁ ୧୦୦% ସ୍ୱଚ୍ଛ ବୋଲି ଦେଖାଇବାରେ ବିଜେଡି ରାତିଦିନ ଏକାଠି କରିଦେଇଛି। ଭଣ୍ଡେଇବା ଫର୍ମୁଲା ସବୁ ଘେଷରା ହେବାରେ ଆରମ୍ଭ ହୋଇଛି ୫-ଟି’ ଫାର୍ସ। ଆଗରୁ ଖବରକାଗଜ ଖୋଲିଲେ ନେତା, ମନ୍ତ୍ରୀ, ବିଧାୟକ, ଏମ.ପିଙ୍କୁ ଦେଖିବାକୁ ମିଳୁଥିଲା, ଏବେ ଭି.କାର୍ଥୀକେୟନ ପାଣ୍ଡିଆନଙ୍କ ଛବି ଦେଖିବାକୁ ମିଳୁଛି। ପାଣ୍ଡିଆନ୍ ରୋଗିଙ୍କ ଶଯ୍ୟା ତ୍ୟାଗ ପୂର୍ବରୁ ସରକାରୀ ମେଡିକାଲରେ ପହଁଚି ଯାଉଛନ୍ତି ଏବଂ ବୋଲକରା ମିଡିଆ ତାଙ୍କ ଫଟୋ ଉଠାଇବାରେ ତିଳେମାତ୍ର ଫାଙ୍କ ଛାଡୁନାହାଁନ୍ତି। ମାତ୍ର ଅତ୍ୟନ୍ତ ହାସ୍ୟାସ୍ପଦ ଘଟଣା, ଭିତ୍ତିଭୂମି ନଥିବା, ଆବଶ୍ୟକ ଶିକ୍ଷକ ନଥିବା ଏବଂ ଲାବୋରେଟୋରୀ ଓ ଫାର୍ମାସି ଉପକରଣ ନଥିବା ଫାର୍ମାସି କଲେଜକୁ ୧୦ଲକ୍ଷ ଟଙ୍କା ବିନିମୟରେ ଏନଓସି ଦେଇଚାଲିଛି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ। ୫ଲକ୍ଷ ଲାଞ୍ଚ ଦେଲେ ମିଳିଯାଉଛି ଫାର୍ମାସି କଲେଜକୁ ଅନୁମତି। ଖୋର୍ଦ୍ଧା ଜିଲ୍ଲାରେ ଜିଆଇଏସ ମ୍ୟାପିଂ କରାନଯାଇ ଛତୁ ଫୁଟିବା ଭଳି ଖୋଲିଛି ନର୍ସିଂ କଲେଜ। ରାଜ୍ୟବାସୀ ଏଭଳି ଢିଲା ବ୍ୟବସ୍ଥାକୁ ଦେଖି ଆଉଥରେ ଚିନ୍ତା କରନ୍ତୁ ୫-ଟି’ ନବୀନଙ୍କ “ଭିଜନ” ନା ରାଜ୍ୟବାସୀଙ୍କୁ “ଭେଳିକି” ଦେଖାଇବାର ଏକ ମାଧ୍ୟମ !! FollowUs: twitter.com/@suvbharat_times
