ବିଜ୍ଞାନ

ଆଲବର୍ଟ ଆଇନଷ୍ଟାଇନ୍ ଓ ନକଲି ଗେଷ୍ଟ୍

ଶ୍ରୀଜାଶ୍ରୀ ତ୍ରିପାଠୀ, ମିଡିଆ ସପୋର୍ଟ୍- ଶୁଭ୍ ଭାରତ ଟାଇମ୍ସ, ୧/୨/୨୦୧୮- ଏମିତି ଏହି ପୃଥିବୀରେ ବହୁ ବିଖ୍ୟାତ ବୈଜ୍ଞାନିକ ଅଛନ୍ତି ସେମାନଙ୍କ ଜୀବନକାଳ ମଧ୍ୟରେ ବେଳେ ବେଳେ ହାସ୍ୟରସାତ୍ମକ ମୁହୁର୍ତ୍ତ ଆସିଯାଇଥାଏ। ଯାହା ଆମ୍ଭମାନଙ୍କୁ ବହୁ ଆନନ୍ଦ ଦିଏ। ସେହିଭଳି ଏକ ଘଟଣା ଘଟିଥିଲା ବିଶ୍ୱବିଖ୍ୟାତ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କ ଜୀବନରେ। ଏକଦା ଆଇନଷ୍ଟାଇନଙ୍କୁ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରୁ ନିମନ୍ତ୍ରଣ କରାଗଲା। ସମସ୍ତ ପଦାର୍ଥ ବିଜ୍ଞାନର ପ୍ରଫେସରମାନେ ଅତି ଉତ୍କଣ୍ଠାର ସହ ଅପେକ୍ଷାରତ ଥିଲେ। ସେମାନେ କେବେ ଆଇନଷ୍ଟାଇନଙ୍କୁ ଦେଖିନଥାନ୍ତି। କିନ୍ତୁ ତାଙ୍କ ବିଷୟରେ ବହୁତ କଥା ଜାଣିଥିଲେ। ସେହି ସମୟରେ ଆଇନଷ୍ଟାଇନଙ୍କର ‘ଥିଓରିଅଫ୍ ରିଲେଟିଭିଟି’ ତଥ୍ୟଟି ନୂଆ କରି ବିଭିନ୍ନ ସାଇନ୍ସ ମାଗାଜିନରେ ପ୍ରକାଶ ପାଇଥାଏ। ଆଇନଷ୍ଟାଇନ୍ ତାଙ୍କ ଡ୍ରାଇଭର ସହ କାରରେ ଯାତ୍ରା କରୁଥାନ୍ତି ୟୁନିଭରସିଟି ଅଭିମୁଖେ। ଯିବା ରାସ୍ତାରେ ଆଇନଷ୍ଟାଇନ୍ ତାଙ୍କ ବନ୍ଧୁ ଡ୍ରାଇଭରକୁ କହିଥିଲେ, ‘ବନ୍ଧୁ ମୁଁ ଆଜି ବହୁତ ଥକି ଯାଇଛି। ଏମିତି କେତେଦିନ ହେଲା ଟ୍ରାଭେଲ କରି କରି ମୁଁ ଅତ୍ୟନ୍ତ ଦୁର୍ବଳ ମନେକରୁଛି ‘।

ଡ୍ରାଇଭର ଆଇନଷ୍ଟାଇନଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ହଠାତ୍ କହିପକାଇଲେ, ‘ସାର୍ କ୍ୟାନ୍ ଆଇ ହେଲ୍ପ ୟୁ’ ? ଆଇନଷ୍ଟାଇନ୍ କହିଲେ,’ତମେ କଣ ଏହି ଥିଓରିଅଫ୍ ରିଲେଟିଭିଟି ଉପରେ ପ୍ରଫେସରମାନଙ୍କୁ ବୁଝାଇ ପାରିବ’। ଡ୍ରାଇଭର କହିଲେ ‘ସାର୍, ମୁଁ ଆପଣଙ୍କ ସାଥିରେ ଏତେ ବର୍ଷ ବୁଲିବା ଭିତରେ ବହୁତ କଥା ଶିଖିଛି, ମୁଁ ନିଶ୍ଚିତ ଭାବରେ ଭାଷଣ ଦେଇପାରିବି। ଏକଥାରେ ଆଇନଷ୍ଟାଇନ୍ ରାଜି ହୋଇଗଲେ। ଠିକ୍ ୟୁନିଭର୍ସିଟି ଆସିବା ଆଗରୁ ଡ୍ରାଇଭର ସ୍ଥାନରେ ଆଇନଷ୍ଟାଇନ୍ ବସି ଗାଡି ଚାଳନା କଲେ ଓ ଡ୍ରାଇଭର୍ ଜଣକ ଗେଷ୍ଟ୍ ହୋଇ ଆଇନଷ୍ଟାଇନଙ୍କ ଯାଗାରେ ବସିଲେ।

ଯେମିତି ୟୁନିଭର୍ସିଟି ପହଂଚିଛି ଅପେକ୍ଷାରତ ସମସ୍ତ ପ୍ରଫେସର୍ ନକଲି ଗେଷ୍ଟଙ୍କୁ ଫୁଲମାଳ ଦେଇ ଆସନ ଅଳଙ୍କୃତ କରାଇଲେ ଏବଂ ଭାଷଣ ଆରମ୍ଭ ହୋଇଗଲା। ଶେଷରେ ଆରମ୍ଭ ହେଲା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ। ପ୍ରଫେସରମାନେ ପ୍ରଶ୍ନ ପଚାରିଲେ। ଡ୍ରାଇଭର ସେତେବେଳେ ନିଜକୁ ଅସମର୍ଥ ପ୍ରକାଶ କଲେ ଓ କହିଲେ ଏଭଳି ସହଜ ପ୍ରଶ୍ନର ଉତ୍ତର ମୋ’ ଡ୍ରାଇଭର ଦେଇଦେବେ କହି ଆଇନଷ୍ଟାଇନଙ୍କୁ ଇଙ୍ଗିତ କରିଦେଲେ ଓ ମାଇକ୍ରୋଫୋନଟି ତାଙ୍କୁ ଦେଇଦେଲେ। ସେତେବେଳେ ପଦାର୍ଥ ବିଜ୍ଞାନରେ ନିଜକୁ ବଡ ମନେ କରୁଥିବା ସମସ୍ତ ପ୍ରଫେସରମାନେ ଲଜ୍ଜାରେ ମୁଣ୍ଡ ତଳକୁ କରିଦେଲେ ଏବଂ ସମସ୍ତ ପ୍ରଶ୍ନର ଉତ୍ତର ସେହି ନକଲି ଡ୍ରାଇଭର (ଆଇନଷ୍ଟାଇନ) ଗୋଟଏ ପରେ ଗୋଟିଏ ଅତି ସୁନ୍ଦର ଭାବେ ବୁଝାଇ ଚାଲିଲେ।
ଷ୍ଟାଣ୍ଡାର୍ଡ-୧୦, ବି.ଜେ.ଇ.ଏମ୍ ସ୍କୁଲ୍-୨, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *