ବିଜ୍ଞାନ

ରହସ୍ୟମୟ ସ୍ମାରକ

ଆଦିତ୍ୟ ବିକ୍ରମ ପଟ୍ଟନାୟକ, ୧୯ ଜୁନ୍, ୨୦୧୯- ବିଶାଳକାୟ ପ୍ରସ୍ତର ସ୍ତମ୍ଭ, ଯାହାଦ୍ୱାରା ନିର୍ମାଣ ହୋଇଥିଲା  ସ୍ୱର୍ଗକୁ ଯିବା ରାସ୍ତା। ଏହି ସ୍ଥାନରେ ମନୁଷ୍ୟ ଈଶ୍ୱରଙ୍କ ସହ ମିଶିବା ଭଳି ଅନୁଭବ କରୁଥିଲା। ମନୁଷ୍ୟକୁ ଏହି ସ୍ଥାନଟି ଅଦ୍ଭୂତ ଲାଗୁଥିଲା। ବିଚିତ୍ର କଳାକୃତି, ଯେଉଁଗୁଡ଼ିକୁ ମାଟିର ଗଭୀର ଗର୍ତ୍ତ ଗୁଡ଼ିକରେ ପୋତା ଯାଇଥିଲା। ପ୍ରସ୍ତର ସ୍ମାରକର ଶୀର୍ଷ ଭାଗରେ ପ୍ରାଚୀନ ମନୁଷ୍ୟ ମୁଖାକୃତି ଲମ୍ବା ପତଳା ନାକ, ପତଳା ଓଠ ଓ ଆଖି ସାଦୃଶ୍ୟ ଖୋଦେଇ ଆଦି ଦେଖିବାକୁ ମିଳୁଥିଲା। ଏହା ଏପରି ଦୃଶ୍ୟମାନ ହେଉଥିଲା ଯେପରିକି ଗୋଟିଏ ଗୋଟିଏ ରୋବର୍ଟ। ପୃଥିବୀ ସହ ଯୋଡ଼ି ହୋଇଥିବା କେତେକ ସ୍ପିୟର୍ସ, ଯେଉଁଥିରୁ ଉତ୍ପନ୍ନ ହେଉଥିଲା ଏଭଳି ଉର୍ଜା, ଯାହା ଯାଉଥିଲା ଅନ୍ୟ କୌଣସି ଏକ ଦୁନିଆକୁ। ହୋଇପାରେ ଏହି ପଥରକୁ ଯୋଡ଼ି ଆମେ ଏକ ଏମିତି ବ୍ରିଜ୍ ନିର୍ମାଣ କରିବା ଯାହା ଆମକୁ ନେଇଯିବ ଅଲଗା ପରିମେୟ ପରିସର ବା କୌଣସି ଡାଇମେନସନ’କୁ। ଏହି ପ୍ରାଚୀନ ପ୍ରସ୍ତର ବା ମୋନୋଲିଥ୍ସ କ’ଣ ପ୍ରାଚୀନ ମନୁଷ୍ୟର ପରିଶ୍ରମର ଫଳ ଅଥବା କୌଣସି ଜବରଦସ୍ତ ଶକ୍ତିର ଉର୍ଜାପିଣ୍ଡ! ସେହି ଯୁଗରେ ଏହି ପ୍ରକାର ଜ୍ଞାନକୌଶଳ ପ୍ରୟୋଗକାରୀ ଆଉ କେହି ନୁହଁନ୍ତି, ବରଂ ଏଲିଏନ୍ ଥିଲେ। ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ବିଶ୍ୱାସ କରନ୍ତି ଆମ ଗ୍ରହକୁ ଏଲିଏନ୍ ଆସୁଥିଲେ। କ’ଣ ହେବ ଯଦି ଏହା ସତ୍ୟ ହୋଇଥିବ! କ’ଣ ଏହି ଏଲିଏନ୍ ଆମ ଇତିହାସକୁ ଉନ୍ନତିର ଉର୍ଜା ଦେଇଥିଲେ! ଯଦି ଏଭଳି ହୋଇଥିଲା ତେବେ କ’ଣ ସେମାନେ କିଛି ପ୍ରମାଣ ଛାଡ଼ିଯାଇଛନ୍ତି, ଯାହା ଆଜିର ଯୁଗରେ ଏଭଳି ରହସ୍ୟମୟ ପ୍ରସ୍ତର ଆକାରରେ ଛିଡ଼ା ହୋଇଛି! ସେମାନେ କିଏ ଥିଲେ? କାହିଁକି ଆସିଥିଲେ, କ’ଣ ପ୍ରମାଣ ରଖିଛନ୍ତି? କେଉଁ ଆଡ଼େ ଚାଲିଗଲେ, ସେମାନେ କ’ଣ ଆଉ ଫେରିବେ? ଏଭଳି ପ୍ରଚୀନ ସଭ୍ୟତାର ଅଲୌକିକ ପ୍ରାଚୀନ ସ୍ମାରକକୁ ନେଇ ଏଥରର ସ୍ୱତନ୍ତ୍ର ଆଲେଖ୍ୟ ‘ରହସ୍ୟମୟ ସ୍ମାରକ’

ୱାସିଂଟନ୍ ମନୁମେଣ୍ଟସ୍, ଏହାକୁ ଉନବିଂଶ ଶତାବ୍ଦୀରେ ଆମେରିକାରେ ପ୍ରଥମ ରାଷ୍ଟ୍ରପତିଙ୍କ ସ୍ମୃତିରେ ନିର୍ମାଣ କରାଯାଇଥିଲା। ଏହି ୫୫୫ ଫୁଟ ଉଚ୍ଚର ଟାୱ।ର ଆମେରିକା ରାଜଧାନୀରେ ନିର୍ମାଣ ହୋଇଥିଲା। ଏହାର ଶୀର୍ଷ ଭାଗ ନିର୍ମାଣ ଶୈଳୀ ଥିଲା ସ୍ୱତନ୍ତ୍ର, ଠିକ୍ ପିରାମିଡ୍ ଭଳି। ଏଇଟି ଦୁନିଆର ସର୍ବୋଚ୍ଚ ଷ୍ଟୋନ୍ ଓବେଲିସ୍କ୍ ଭାବେ ପରିଗଣିତ। ସେତେବେଳେ ରେକ୍ଟାଙ୍ଗୁଲାର୍ ପିଲାର ନିମନ୍ତେ ଓବେଲିସ୍କ୍ ଶବ୍ଦ ବ୍ୟବହାର କରାଯାଏ। ଯାହା ସୁଉଚ୍ଚ ତୀକ୍ଷ୍ନ ପ୍ରସ୍ତର ସ୍ତମ୍ଭ। ଯେମିତିକି ପ୍ରାଚୀନ ଇଜିପ୍ଟ ଓ ରୋମରେ ଥିଲା। ସେଥିରେ ଏମିତି କିଛି ଲେଖା ଥିଲା ଯାହା ଯୁଦ୍ଧର କୀର୍ତ୍ତି ଏବଂ ସ୍ୱତନ୍ତ୍ର ଘଟଣା ବହନ କରୁଥିଲା। ଏ ସକ୍ରାଂନ୍ତରେ ‘ଟେକ୍ନୋଲୋଜି ଅଫ୍ ଗଡସ୍’ର ଲେଖକ ଡାଭିଡ୍ ଚିଲ୍ଡ୍ରେସ୍ କହିଛନ୍ତି, ‘ୟୁନାଇଟେଡ୍ ଷ୍ଟେଟସରେ ଏଭଳି କିଛି କରାଯାଇଥିଲା। ଓାସିଂଟନ୍ ମନୁମେଣ୍ଟସ୍ ୟୁନାଇଟେଡ୍ ଷ୍ଟେଟସର ଏକ ପ୍ରାଚୀନ ପ୍ରତିକ।

ଏହା ଦେଶର ଦକ୍ଷତାକୁ ଦର୍ଶାଉଛି। ଓାସିଂଟନ୍ ମନୁମେଣ୍ଟସ୍ ହୁଏତ ପଥରର ବ୍ଲକ୍ ମାଧ୍ୟମରେ ନିର୍ମିତ, ହେଲେ ଏହା ଇଜିପ୍ଟିସିଆନ୍ ଏକ ଓବେଲିସ୍କ୍ ଭଳି ଦୃଶ୍ୟମାନ ହୁଏ। କିନ୍ତୁ ଏହି ଓବେଲିସ୍କ୍ ଏକ ଭିନ୍ନ ପଥରରେ ନିର୍ମିତ।’ ଜମି ଉପରେ ସିଧା ଛିଡ଼ା ହୋଇଥିବା ପଥରକୁ ମନୋଲିଥ୍ କୁହନ୍ତି। ଏଭଳି ଲକ୍ଷ ଲକ୍ଷ ପଥରରେ ପ୍ରଚୀନ ସଭ୍ୟତାରେ ଅନେକ ସୁଉଚ୍ଚ ପ୍ରସ୍ତର ସ୍ତମ୍ଭ ଥିଲା, ଯେଉଁଥିରୁ କେତେକ ତୁର୍କି, ପେରୁ ଏବଂ ଇଥୋପିୟାରେ ମହଜୁଦ୍ ଅଛି। ହେଲେ ପ୍ରାଚୀନ ମନୁଷ୍ୟ ମନରେ ଏଭଳି ବିଶାଳକାୟ ସ୍ମାରକ ନିର୍ମାଣର ଅନୁଭବ କାହିଁକି ଆସିଲା! କଣ ଏହି ପଥରରେ କିଛି ସ୍ୱତନ୍ତ୍ର ଉର୍ଜା ଥିଲା, ଯେଉଁଥିପାଇଁ ଏଗୁଡ଼ିକୁ ଏକତ୍ର କରି ସୁଦୀର୍ଘ ସ୍ମାରକ ନିର୍ମାଣର ଯୋଜନା କରାଯାଇଥିଲା! ଏହାର ଜବାବ ହୁଏତ ଲଣ୍ଡନରୁ ପ୍ରାୟ ଦେଢଶହ କି.ମି ଦୂର କୋଷ୍ଟାରିକା ଜଙ୍ଗଲର କଣ୍ଟ୍ରିସାଇଡରେ ମିଳିପାରେ।

ଷ୍ଟୋନ୍ ହେଞ୍ଜ୍, ଇଂଲଣ୍ଡ। ଏଠାରେ ଦେଖିବାକୁ ମିଳିବ ଦୁନିଆର ସବୁଠାରୁ ପ୍ରାଚୀନ କଠିନ ପ୍ରଥରରେ ନିର୍ମିତ ସ୍ମାରକ। ଦକ୍ଷିଣ ଆମେରିକାର କୋଷ୍ଟାରିକା କଣ୍ଟ୍ରିସାଇଡରେ ପ୍ରାୟ ୪ ହଜାର ବର୍ଷ ପୂର୍ବରୁ ଏହାର ନିର୍ମାଣ କରାଯାଇଥିଲା। ଶହେରୁ ଉଦ୍ଧ୍ୱର୍ ପଥରର ବ୍ଲକରେ ନିର୍ମିତ ଏହି ମୋନୋଲିଥ୍ ସବୁଠାରୁ ବଡ଼ ସ୍ମାରକ। ଏସଂକ୍ରାନ୍ତରେ ‘ଦ ଲଷ୍ଟ୍ ସିଭିଲାଇଜେସନ୍ ଏନିଗ୍ମା’ର ଲେଖକ ଫିଲିପ୍ କୋପେନ୍ସ କହିଛନ୍ତି, ‘କିଛି ହଜାର ବର୍ଷ ପୂର୍ବେ ଅଥବା ମାଗାଲିଥିକ୍ ସମୟରେ ଏମିତି ଥିଲା କି, ଯେଉଁ ସଭ୍ୟତାର ଲୋକ ବଡ଼ ବଡ଼ ସ୍ମାରକ ନିର୍ମାଣ ଆରମ୍ଭ କରିଦେଇଥିଲେ। ଏହି ସଭ୍ୟତା ଯାହାକୁ ଆମେ ମାଗାଲିଥିକ୍ ସଭ୍ୟତା ବି କହୁଛେ, ଏହା ପଛରେ କିଛି ବି ତ ରହସ୍ୟ ଥିବ! ’ ଏ ସମ୍ପର୍କରେ ‘ହାଉ ଟୁ ରିଡ୍ ପ୍ରିହିଷ୍ଟୋରିକ୍ ମନୁମେଣ୍ଟସ’ର ଲେଖକ ଆଲାନ୍ ବଟଲର୍ କହିଛନ୍ତି ଯେ, ‘ଏଥିରେ ପ୍ରଶ୍ନ ଉଠୁଛି କି ବାସ୍ତବରେ ଏମିତି କ’ଣ ଘଟିଲା ଯେ ପୁରା ୟୁରୋପ୍ ଓ ଏସିଆର ଅଧିକାଂଶ ଲୋକ ବଡ଼ ବଡ଼ ପଥରକୁ ଏକାଠି କରିବା ଆରମ୍ଭ କଲେ ଏବଂ ସେସବୁ ଗୁଡ଼ିକୁ ଏକ ଖୋଲା ପଡ଼ିଆକୁ ଘୋଷାରି ଆଣିଥିଲେ! ପୁଣି ସେହି ପଥରଖଣ୍ଡ ଗୁଡ଼ିକୁ ଏକ ବିଚିତ୍ର ଢଙ୍ଗରେ ସଜାଇ ରଖିଥିଲେ!’ ଷ୍ଟୋନ୍ ହେଞ୍ଜ୍, ଦୁନିଆର ସବୁଠାରୁ କୌତୁହଳ ମେଗାଲିଥିକ୍ ଷ୍ଟ୍ରକଚର୍।

ଏହାର ଅବସ୍ଥିତି ସମ୍ପର୍କରେ ଆମେରିକାନ୍ ୟୁନିଭରସିଟି, ବୋସନିଆର  ଆନ୍ଥ୍ରୋପଲୋଜି ବିଭାଗର ଫ୍ରଫେସର୍ ସାମ୍ ଓସମାନାଗିକ୍ କହିଛନ୍ତି କି, ‘ ବର୍ତ୍ତମାନ ଏହି ସ୍ମାରକର ୨୫ ପ୍ରତିଶତ ମହଜୁଦ୍ ଅଛି, ଅନ୍ୟାନ୍ୟ ୭୫ ପ୍ରତିଶତ ଧ୍ୱଂସ ପାଇଯାଇଛି। ଆରମ୍ଭରୁ ଏହା ୬୦ଟି ବଡ଼ ବ୍ଲକରେ ନିର୍ମାଣ ହୋଇଥିଲା। ନିର୍ମାଣକାରୀ ଏଗୁଡ଼ିକୁ ସଜାଇ ଏକ ପରଫେକ୍ଟ ସର୍କଲ ନିର୍ମାଣ କରିଥିଲେ। ତେବେ ପ୍ରଶ୍ନ ଉଠୁଛି ସେମାନେ କିଏ,  ଯେଉଁମାନେ ଏତେ ବଡ଼ କଠିନ କାମ କରିଥିଲେ ଏବଂ ଏହାର ନିର୍ମାଣ ପଛରେ କ’ଣ କାରଣ ଥିଲା।’ ହୁଏତ ଏହାର ଅନୁସନ୍ଧାନକାରୀ ଦଳ ଏହି ପ୍ରାଚୀନ ସ୍ମାରକ ନିର୍ମାଣର ଉପଯୁକ୍ତ ସମୟ ନିର୍ଣ୍ଣୟ କରିପାରିନାହାଁନ୍ତି। କିନ୍ତୁ ଏକଥା ସଭିଏଁ ସ୍ୱୀକାର କରନ୍ତି ଯେ, ଷ୍ଟୋନ୍ ହେଞ୍ଜ’ର ନିର୍ମାଣ କିଛି ହଜାର ବର୍ଷ ପରେ ପୃଥକ ପୃଥକ ସମୟରେ କରାଯାଇଛି। ଏହାକୁ ନେଇ ଚାଲିଥିବା ବିତର୍କରେ ଭାଗ ନେଇ ‘ଆର୍ଥ ଗ୍ରୀଡସ୍’ର ଲେଖକ ହଗ୍ ନ୍ୟୁମାନ୍ କହିଛନ୍ତି ଯେ, ପ୍ରାଥମିକ ପର୍ଯାୟରେ ୩ଟି ବଡ଼ ବଡ଼ ପ୍ରସ୍ତର ସ୍ତମ୍ଭକୁ ନେଇ ଷ୍ଟୋନ୍ ହେଞ୍ଜ ପ୍ରସ୍ତୁତ କରାଯାଇଥିଲା। ଏହା ପ୍ରାୟ ୧୦ ହଜାର ବର୍ଷର ପୁରାତନ ସ୍ମାରକ ବୋଲି ବିଶ୍ୱାସ କରାଯାଏ। ଷ୍ଟୋନ୍ ହେଞ୍ଜ’ର ପରବର୍ତ୍ତୀ କାମ ଖ୍ରୀଷ୍ଟପୂର୍ବ ୩୨୦୦ କିମ୍ବା ୩୪୦୦ ସୁଦ୍ଧା କରାଯାଇଥିଲା। ଯେତେବେଳେ ଏକ ସର୍କଲର ପ୍ରସ୍ତୁତି ପାଇଁ ଜମିର ଚାରିପାଖରେ ଚିହ୍ନ ଦିଆଯାଇଥିଲା, ସେତେବେଳେ ସେଠାରେ ଅଳ୍ପ କିଛି ପଥର ଥିଲା। ଏହାର କିଛି ବର୍ଷ ପରେ ଏଠାକୁ କିଛି ବ୍ଲୁ ଷ୍ଟୋନ୍ ଆଣାଯାଇଥିଲା। ସେହି ପଥରଗୁଡ଼ିକ ମଧ୍ୟରୁ କେତୋଟିର ଓଜନ ୫୦ ଟନ୍ ଥିଲା।’

ହଜାର ହଜାର ଟନ୍ ଓଜନର ପଥରକୁ ମାଟିରୁ କାଟି ଶହ ଶହ କିଲୋମିଟର ଟାଣି ଅଣାଯାଇଥିଲା। କ’ଣ ପ୍ରାଚୀନ ସଭ୍ୟତାର ଲୋକ ଏତେ ବିଶାଳକାୟ ପଥରକୁ ଆଣି ଷ୍ଟୋନ୍ ହେଞ୍ଜ ନିର୍ମାଣର ପରିକଳ୍ପନା କରିଥିଲେ! ପ୍ରଶ୍ନ ଆସୁଛି କି ପ୍ରାଚୀନ ସଭ୍ୟତାର ଲୋକମାନେ ଆମେରିକାର ଓଏଲ୍ସରୁ ଷ୍ଟୋନ୍ ହେଞ୍ଜ୍ ପର୍ଯ୍ୟନ୍ତ ଏହି ବିଶାଳକାୟ ପଥରଗୁଡ଼ିକୁ କିପରି ପହଁଚାଇଲେ! ସେମାନେ ନଦୀ, ପାହାଡ଼ ଓ ଜଙ୍ଗଲ ପାର କରାଇ ପଥର ଗୁଡ଼ିକୁ କିଭଳି ଆଣିଥିଲେ! ଷ୍ଟୋନ୍ ହେଞ୍ଜ୍ ରହସ୍ୟର ଜବାବ ‘ଲିଜେଣ୍ଡ ଅଫ୍ ଆର୍ଥର’ରେ ମିଳିଥିଲା। ଲିଜେଣ୍ଡରୁ ମିଳିଥିବା ତଥ୍ୟ ମୁତାବକ, ଷ୍ଟୋନ୍ ହେଞ୍ଜ୍ ପଥରକୁ ମରଲିନ୍ ଆୟାରଲ୍ୟାଣ୍ଡରୁ ଆଣି ଆସିଥିଲେ। ମରଲିନ୍ ଥିଲେ କିଙ୍ଗ୍ ଆର୍ଥରର ଜଣେ ମ୍ୟାଜିକ୍ସିଆନ୍। ଯେଉଁଥିରେ ଉଲ୍ଲେଖ ଅଛି କି, ‘ମରଲିନ୍ ଏହି ସବୁ ପଥରକୁ ପବନରେ ଉଡ଼ାଇ ଠେଲି ଠେଲି ନିଜ ହାତରେ ଆଣିଥିଲେ। ଏଥିପାଇଁ ସେ ଓଏଲ୍ସରୁ ଷ୍ଟୋନ୍ ହେଞ୍ଜ୍ ପର୍ଯ୍ୟନ୍ତ ଲମ୍ବା ରାସ୍ତା ଚୟନ କରିଥିଲେ।’ ଏହି ବିଶାଳ ଶକ୍ତିଶାଳୀ ମରଲିନଙ୍କ ସଂକ୍ରାନ୍ତରେ ‘ଦ ସୋର୍ସ ଅଫ୍ ମିରାକଲ୍ସ’ର ଲେଖକ କ୍ୟାଥେଲିନ୍ ମ୍ୟାକଗାଉନ୍ କହିଛନ୍ତି ଯେ, ‘ବିଂଶ ଶତାବ୍ଦୀର ଗ୍ରେଟ୍ ଫ୍ରେଞ୍ଚ୍ ଫିଲୋସଫର୍ ଏବଂ ହିଷ୍ଟୋରିଆନ୍ ଜନ୍ ମାର୍କେଲଙ୍କ ମତରେ ମରଲିନ୍ ଏବଂ ତାଙ୍କର ମ୍ୟାଜିକ୍ ସଂକ୍ରାନ୍ତରେ ୪୦ରୁ ଉର୍ଦ୍ଧ ପୁସ୍ତକ ଲେଖିଛନ୍ତି। ମାର୍କେଲ୍ ଦୃଢତାର ସହ କହିଛନ୍ତି କି ବାସ୍ତବରେ ମରଲିନ ଅସ୍ତିତ୍ୱ ଥିଲା।

ସେ ଏକଥା ମଧ୍ୟ କହିଛନ୍ତି କି ମରଲିନ୍ ଥିଲେ ବିଶାଳ ଶକ୍ତିଶାଳୀ ଏବଂ ଅଲଗା ଦୁନିଆର ପ୍ରାଣୀ ଥିଲେ। ଯିଏ ପୃଥିବୀର ଲୋକଙ୍କୁ ଆହୁରି ମଜବୁତ୍ ଓ ଶକ୍ତିଶାଳୀ କରିବା ସହ ଜୀବନକୁ ଆହୁରି ସୁଖମୟ କରିବାର ଶିକ୍ଷା ଦେବାକୁ ଆସିଥିଲେ।’ ତେବେ ଆମେ କଣ ମରଲିନ୍ ସମ୍ପର୍କିତ କାହାଣୀରୁ ପ୍ରାଚୀନ ଇତିହାସରେ ମନୁଷ୍ୟ ଏବଂ ଏଲିଏନ୍ସ ମଧ୍ୟରେ ସମ୍ପର୍କର ଏକ ପ୍ରାମାଣିକ ତଥ୍ୟ ବୋଲି ମାନିପାରିବା! ଏହି ବ୍ଲୁ ଷ୍ଟୋନସ୍, ଯେଉଁଥିରେ ଷ୍ଟୋନ୍ ହେଞ୍ଜ’ର ଭିତର ଏବଂ ବାହାରର ସର୍କଲ ନିର୍ମିତ, ଏଥିରେ କ୍ୱାର୍ଟଜ୍ ପ୍ରୋସେସ୍ ପ୍ରୟୋଗ କରାଯାଇଥିଲା। ଏହି ପଥରର ବିଶେଷତ୍ୱ ଥିଲା କି ଏହା ମନୁଷ୍ୟ ଶରୀରରେ ତା’ର ପ୍ରତିକ୍ରିୟା ଦେଖାଉଥିଲା। ଏଥିରେ ଏକ ଅଦ୍ଭୂତ ଶକ୍ତି ଥିଲା, ଏହା ଏଭଳି ଭାଇବ୍ରେସନ୍ ହେଉଥିଲା କି ଯାହାକୁ ଧରିଲେ ମନୁଷ୍ୟ ଉପରେ ତା’ର ଦିବ୍ୟ ପ୍ରଭାବ ପଡ଼ୁଥିଲା। ଏନେଇ ‘ଟେକ୍ନୋଲୋଜି ଅଫ୍ ଗଡ୍ସ’ର ଲେଖକ ଡାଭିଡ୍ ଚିଲ୍ଡ୍ରେସ୍ କହିଛନ୍ତି କି, ‘ଷ୍ଟୋନ୍ ହେଞ୍ଜ୍ ଏକ ପ୍ରକାର ହିଲିଂ ପାୱ।ର୍ ବା ଆରୋଗ୍ୟ ଲାଭକାରୀ ଶକ୍ତି ଥିଲା। ଏଠାକୁ ପ୍ରାଚୀନ ଲୋକଙ୍କର ଯାତାୟତ ଲାଗିରହିଥିଲା ଏବଂ ସେମାନେ ରୋଗରୁ ମୁକ୍ତି ପାଉଥିଲେ।’

କେତେକ ବିଶ୍ଲେଷକ ଷ୍ଟୋନ୍ ହେଞ୍ଜ୍’ର ଏଲିଏନ୍ ସହ ସମ୍ପର୍କର ପ୍ରମାଣ ଦେଇଛନ୍ତି । ପଥର ଠାରୁ ପଥରର ନିର୍ଦ୍ଧିଷ୍ଟ ଦୁରତା ଏବଂ ତା’ର ସଠିକ୍ ପରିମାପ ଏହି ମେଗାଲିଥ୍ ଆଡ଼କୁ ଇଶାରା କରୁଛି। ଯଦି ଏହାକୁ ଉପରୁ ଦେଖିବା ତେବେ ଏହା ଆମକୁ ସୋଲାର ସିଷ୍ଟମର ଆକୃତି ଭଳି ଅନୁଭବ ହେବ। ଏସବୁ ଦୃଷ୍ଟି କେନ୍ଦ୍ରୀଭୂତ ମଣ୍ଡଳ  ଆମ ସୋଲାର ସିଷ୍ଟମର ଗୋଟିଏ ଗୋଟିଏ ଗ୍ରହ। ଷ୍ଟୋନ୍ ହେଞ୍ଜ୍ ଇଲାକା ଏକ ମଣ୍ଡଳର ଘେରି ମଧ୍ୟରେ ଥିଲା । ଏହି ସ୍ଥାନକୁ ପ୍ରାଚୀନ ମନୁଷ୍ୟ ଈଶ୍ୱରଙ୍କ ବାସସ୍ଥଳ ଭାବେ ବିଶ୍ୱାସ କରୁଥିଲା। ଏଠାକୁ କେବଳ କେତେକ ଖାସ୍ ଲୋକଙ୍କ ଯାତାୟତ ଥିଲା। କାରଣ ଏହି ପଥରର କେଉଁଠି ନା କେଉଁଠି ଈଶ୍ୱର ବାସ କରୁଥିଲେ ବୋଲି ସଭିଏଁ ମାନୁଥିଲେ। ସେମାନେ ଧରିନେଇଥିଲେ କି ଏହି ମନୋଲିଥିକ୍ ଷ୍ଟୋନ୍ ମାଧ୍ୟମରେ ସେମାନେ ସିଷ୍ଟମ୍ ଅପରେଟ୍ କରିପାରିବେ! ହେଲେ ପ୍ରାଚୀନ ମନୁଷ୍ୟ ଏ ବିଷୟରେ କେମିତି ଜାଣିଲେ! ପ୍ରାଚୀନ ତଥ୍ୟ ଏବଂ ପରମ୍ପରାରେ ଏହା କୁହାଯାଇଛି କି ଆମର ପୂର୍ବଜଙ୍କୁ ଏହି ଜ୍ଞାନ ଏଲିଏନ୍ ବା ଈଶ୍ୱରଙ୍କ ଠାରୁ ମିଳିଥିଲା। ଏହି ସଭ୍ୟତା ଏକଥା ସ୍ପଷ୍ଟ କରିଛି କି ପୃଥିବୀରେ ଈଶ୍ୱର ପ୍ରତ୍ୟେକ୍ଷରେ ମହଜୁଦ୍ ଥିଲେ ବୋଲି କହିଛନ୍ତି, ‘ଦ ଲଷ୍ଟ୍ ସିଭିଲାଇଜେସନ ଏନିଗମା’ର ଲେଖକ ଫିଲିପ୍ କୋପେନ୍ସ।

କିଛି ଲୋକ ମାନୁଛନ୍ତି କି ଏହି ଷ୍ଟୋନ୍ ହେଞ୍ଜ୍ କ୍ୟାଲେଣ୍ଡର୍ ମାର୍କର ଥିଲା। ଯେଉଁଥିରୁ ପ୍ରାଚୀନ ଲୋକଙ୍କୁ ଏକଥା ଜଣାପଡ଼ୁଥିଲା କି ଆକାଶରୁ ଖତରନାକ ଉଲ୍କା ବର୍ଷା କେବେ ହେବ! ଏକଥା ସମସ୍ତଙ୍କୁ ଜଣାଅଛି ଯେ ପୃଥକ ପୃଥକ ମନୋଲିଥରୁ  ପ୍ରାଚୀନ ମନୁଷ୍ୟ ଗ୍ରୀଷ୍ମ ଓ ଶୀତର ଆଗମନ ଜାଣିପାରୁଥିଲା। ସେମାନଙ୍କୁ ଗ୍ରହ ଗୁଡ଼ିକର ଚଳନ ସଂକ୍ରାନ୍ତରେ ସଙ୍କେତ ମିଳୁଥିଲା। ସେତେବେଳେ କିଏ ଥିଲେ ଯାହାଙ୍କୁ ଆଷ୍ଟ୍ରୋନମିକାଲ୍ କାଲକୁଲେସନର ଆବଶ୍ୟକତା ଥିଲା! ସେମାନେ ଅଲଗା ଦୁନିଆର ପ୍ରାଣୀ କିମ୍ବା ଏଲିଏନ୍ ନଥିଲେ ତ! ହୁଏତ ହୋଇପାରେ ସେତେବେଳେ କିଛି ବୁଦ୍ଧିଜୀବୀ ଥିଲେ ଯାହାଙ୍କୁ ଏଲିଏନ୍ ପୃଥିବୀରେ ପ୍ରସ୍ତୁତ କରୁଥିଲେ, ସେମାନଙ୍କ ପ୍ରଶିକ୍ଷଣ ଚଳାଇଥିଲେ! ଯାହାଦ୍ୱାରା ମନୁଷ୍ୟ ତାରା ଗୁଡ଼ିକ ସମ୍ପର୍କରେ ଜାଣିପାରିବ, ଚନ୍ଦ୍ରର ଗତିକୁ ନିରୀକ୍ଷଣ କରିବ ଏବଂ ଗ୍ରହଣ ସମ୍ପର୍କରେ ସୂଚନା ପାଇପାରିବ। ତେବେ କଣ ଏଲିଏନ୍ ପୃଥିବୀର ପ୍ରାଚୀନ ମନୁଷ୍ୟଙ୍କୁ ଏହି ଶିକ୍ଷା ପ୍ରଦାନ ପାଇଁ ଆସୁଥଲେ, ଯାହାଦ୍ୱାରା ସେମାନେ ବ୍ରହ୍ମାଣ୍ଡ ସମ୍ପର୍କରେ ତଥ୍ୟ ରଖିପାରିବେ!

ଏଭଳି ଶିକ୍ଷା ଦେବା ପଛରେ ସେମାନଙ୍କର କି ଉଦ୍ଦେଶ୍ୟ ଥିଲା! ପ୍ରାଚୀନ ଆଷ୍ଟ୍ରୋନଟ୍ ଥିଓରିଷ୍ଟ୍ ମାନୁଛନ୍ତି କି ଏହାର ଜବାବ ଆମକୁ ଉତ୍ତର ଆମେରିକାର କଣ୍ଟ୍ରିସାଇଡରେ ମିଳିପାରିବ। ଯେଉଁଠି ମହଜୁଦ୍ ଅଛି ଆହୁରି ଏକ ମନୋଲିଥିକ୍ ସାଇଟ୍। ଯାହା ପୂର୍ବ ବର୍ଣ୍ଣିତ ଷ୍ଟୋନ୍ ହେଞ୍ଜ୍ ଠାରୁ ୧୬ଗୁଣା ଅଧିକ ବଡ଼ ଆକୃତିର, ଏବଂ ଏହାଠାରୁ ଅଧିକ ରହସ୍ୟମୟ। ଏହା ଦୁନିଆର ସବୁଠାରୁ ବିଶାଳ ମେଗାଲିଥିକ୍ ଷ୍ଟୋନ୍ ସର୍କଲ। କେତେକ ବିଶେଷଜ୍ଞ ମାନୁଛନ୍ତି କି ଏହି ମନୋଲିଥିକ୍ ଷ୍ଟୋନ୍ ସର୍କଲ ପ୍ରାଚୀନ ଦୁନିଆରେ ଗ୍ରେଟ୍ ବ୍ରିଟେନର ସବୁଠାରୁ ବିଶ୍ୱସନୀୟ ସ୍ଥାନ ଥିଲା। ସେହିପରି ଦୁନିଆର ଅନେକ ଦେଶରେ ଏହିଭଳି ରହସ୍ୟମୟ ସ୍ମାରକ ଆଜି ବି ମହଜୁଦ୍ ଅଛି। ଇଷ୍ଟର୍ ଆଇଲ୍ୟାଣ୍ଡ୍, ପ୍ରଶାନ୍ତ ମହାସାଗରେ ଥିବା ଏକ ଅଞ୍ଚଳ ଯାହା ଚିଲି ଠାରୁ ୩୨୦୦କି.ମି ପଶ୍ଚିମରେ। ଏହି ଛୋଟ ଆଇଲ୍ୟାଣ୍ଡରେ ପ୍ରାୟ ୯ଶହ ସ୍ତମ୍ଭାକାର ପ୍ରସ୍ତର ସ୍ମାରକ ମହଜୁଦ୍ ଅଛି। ଏଠାରେ ଏମିତି କିଛି ସ୍ମାରକ ଦେଖିବାକୁ ମିଳିଛି ଯାହା ବୈଜ୍ଞାନିକ ପଦ୍ଧତିରେ ନିର୍ମିତ। ଏହାକୁ ମୱ।ଇ କହୁଛନ୍ତି। ଏଥିରୁ କେତେକ ୩୦ ଫୁଟ ବା ଏହାଠାରୁ ବି ଉଚ୍ଚତା ବିଶିଷ୍ଟ, ଯାହାର ଓଜନ ପ୍ରାୟ ୭୫ ଟନ୍ ହେବ।

ଏହି ସ୍ମାରକ ଦେଖିବାକୁ ଯେତିକି ଉଚ୍ଚ ତାହାର ୩ ଗୁଣା ଅଂଶ ମାଟି ତଳେ ପୋତାହୋଇ ରହିଛି। କେତେକ ସ୍ମାରକ ତଳମୁହାଁ ହୋଇ ରହିଥିବା ବେଳେ ଆଉ କେତେକ ସ୍ମାରକ ଆକାଶକୁ ମୁହଁ କରି ରହିଛି। ବିଶ୍ଲେଷକ ଏହାର ଗଠନଶୈଳୀକୁ ନେଇ କହିଛନ୍ତି ଯେ ଏହା ହୁଏତ ଏହି ସ୍ମାରକଗୁଡ଼ିକ ମାଧ୍ୟମରେ ପ୍ରାଚୀନ ଲୋକମାନେ ଆକାଶରେ ଘଟୁଥିବା ଘଟଣା ସମ୍ପର୍କରେ ଦୃଷ୍ଟି ରଖୁଥିବାର ପ୍ରମାଣ ଏହି ପ୍ରାଚୀନ ସ୍ମାରକରୁ ଜାଣିବାକୁ ମିଳୁଛି। ସାରା ବିଶ୍ୱରେ ମହଜୁଦ୍ ଥିବା ଏଭଳି ସ୍ମାରକକୁ ନେଇ କୁହାଯାଉଛି ଯେ ଏହା ଆଧୁନିକ ଯୁଗର ଟେଲିଭିଜନ ଆଣ୍ଟେନା ଭଳି ଈଶ୍ୱର ଏବଂ ମନୁଷ୍ୟ ମଧ୍ୟରେ ସମ୍ପର୍କ ଯୋଡୁଥିବା ଏକ ପ୍ରାଚୀନ ତଥା ଉନ୍ନତ ଜ୍ଞାନକୌଶଳରେ ନିର୍ମିତ ଗୋଟିଏ ଗୋଟିଏ ଉପାଦେୟ ପ୍ରସ୍ତର। ଯାହା ବ୍ରଡକାଷ୍ଟ୍ କରୁଥିଲା ଏବଂ ସ୍ୱର୍ଗଲୋକକୁ ବ୍ରଡକାଷ୍ଟ୍ ପଠାଉଥିଲା। ଏହି ପ୍ରାଚୀନ ଓବେଲିସ୍କ୍ ବିଶ୍ୱର ହଜାର ହଜାର ସ୍ଥାନରେ ନିର୍ମାଣ କରାଯାଇଥିଲା। ଯାହା ପ୍ରମାଣିତ କରୁଛି ଏହି ପଦ୍ଧତି ସାରା ଦୁନିଆରେ ବ୍ୟାପକ ଭାବେ ଖେଳାଇ ଯାଇଥିଲା। ଯାହା ଆଜିର ବ୍ରଡକାଷ୍ଟିଙ୍ଗ ସିଷ୍ଟମ୍ ଭାବେ ଥିଲା। ଏହା ଆଜି ଭଳି ପ୍ରାଚୀନ ଦୁନିଆର ରେଡିଓ, ଟେଲିଭିଜନ ଓ କମ୍ପ୍ୟୁଟର ବା ସାଟେଲାଇଟ୍ ଫୋନ୍ ଭଳି ଥିଲା । ଯାହାକୁ ଏଲିଏନ୍ ହଜାର ହଜାର ବର୍ଷ ତଳେ ଏଇ ପୃଥିବୀରେ ସେଟ୍ କରିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ ଲାଗୁଛି କି ଏହା କେବଳ ପୃଥିବୀରେ ନୁହେଁ ବରଂ ଏଭଳି ସିଷ୍ଟମ୍ ମଙ୍ଗଳ ଗ୍ରହରେ ବି ଦେଖିବାକୁ ମିଳିପାରେ ବୋଲି ବହୁ ବିଶେଷଜ୍ଞ ଆଶା ରଖିଛନ୍ତି। ସୌଜନ୍ୟ- ସପ୍ତରଙ୍ଗ, ସର୍ବସାଧାରଣ

Leave a Reply

Your email address will not be published. Required fields are marked *