ବିଜ୍ଞାନ

ଆର୍କ ଅଫ୍‍ କୋଭେନାଣ୍ଟ୍‍

ଆଦିତ୍ୟ ବିକ୍ରମ ପଟ୍ଟନାୟକ, ୮ ଜୁନ, ୧୯- ପ୍ରାଚୀନ ଧାର୍ତ୍ମକ ଉପଲବ୍‍ଧିର ଏକ କୌତୁହଳପ୍ରଦ ବସ୍ତୁ ‘ଆର୍କ ଅଫ୍‍ କୋଭେନାଣ୍ଟ’ ବା ସୁବର୍ଣ୍ଣ ମଞ୍ଜୁଷା। ଯାହା ସର୍ବପ୍ରାଚୀନ ଏବଂ ଦୀର୍ଘ ବିଶ୍ୱାସର ଉତ୍ସ ବୋଲି ପବିତ୍ର ବାଇବେଲ୍‍ ଦର୍ଶାଇଛି। ଏହି କାଷ୍ଠ ନିର୍ମିତ ରହସ୍ୟମୟ ମଞ୍ଜୁଷା ଅତିଭୌତିକ ଶକ୍ତିପୁଞ୍ଜକୁ ନିୟନ୍ତ୍ରଣ କରିବାର କ୍ଷମତା ହାସଲ କଲା ପରେ ଏହାକୁ ସୁବର୍ଣ୍ଣ ଛାଉଣୀ କରାଯାଇଥିଲା। ସେହି ଶକ୍ତିପୁଞ୍ଜ, ଯାହାକୁ ୧୦ଟି ଅଲୌକିକ ଦୈବ ଆଜ୍ଞା ବୋଲି ବାଇବେଲ୍‍ ବର୍ଣ୍ଣନା କରିଛି। ଏହାର ଅଦ୍ଭୁତ ପ୍ରଭାବରେ ଆପେ ଆପେ ଆକାଶରୁ ଖାଦ୍ୟ ଦ୍ରବ୍ୟର ବର୍ଷା ହେଉଥିଲା, ଆଖି ପିଛୁଳାକେ ପ୍ରଶସ୍ତ ପଥର ପ୍ରାଚୀରକୁ ଚୂର୍ଣ୍ଣ କରି ପାରୁଥିଲା। ତା’ର ନିର୍ଦ୍ଦେଶ ବିନା ଯିଏ ତାକୁ ସ୍ପର୍ଶ କରୁଥିଲା କ୍ଷଣିକ ମଧ୍ୟରେ ମୃତ୍ୟୁଦଣ୍ଡ ଦେଉଥିଲା। ସେହି ଶକ୍ତିପୁଞ୍ଜ ସିଧା ଇଶ୍ୱରଙ୍କ ସହ ବାର୍ତ୍ତାଳାପ କରାଇ ପାରୁଥିଲା। ଏହି କାହାଣୀ ବାସ୍ତବରେ ସତ୍ୟ ନା କାଳ୍ପନିକ ! ‘ଆର୍କ ଆଫ୍‍ କୋଭେନାଣ୍ଟ’ ସତରେ କ’ଣ ଅବିଶ୍ୱସନୀୟ ଶକ୍ତିରେ ଭରପୁର ଥିଲା ! କେଉଁଆଡେ ଛୁପିଗଲା ଏହି ରହସ୍ୟମୟୀ ସୁବର୍ଣ୍ଣ ମଞ୍ଜୁଷା ! ଆମେ କ’ଣ ଏହି କ୍ଷମତାଶାଳୀ ସୁବର୍ଣ୍ଣ ମଞ୍ଜୁଷାର ସନ୍ଧାନ ପାଇବା, ଏହାକୁ ସକ୍ରିୟ କରିପାରିବା ! ଯଦି ଏହା ସମ୍ଭବ, ତେବେ ପ୍ରମାଣିତ ହେବ ପ୍ରାଚୀନ ବିଲୁପ୍ତପ୍ରାପ୍ତ ଧର୍ମସଂସ୍କୃତି ସହ ଯୋଡି ହୋଇଥିଲେ ପର୍‍ଗ୍ରହୀ ବା ଏଲିଅନ୍।

ବାଇବେଲ୍‍ରେ ବର୍ଣ୍ଣିତ ‘ଆର୍କ ଅଫ୍‍ କୋଭେନାଣ୍ଟ’ ବା ସୁବର୍ଣ୍ଣ ମଞ୍ଜୁଷା (ସ୍ୱର୍ଣ୍ଣ ସିନ୍ଦୁକ) ସମ୍ପର୍କିତ କାହାଣୀ ଶୁଣିଲେ ଲୋମଟାଙ୍କୁରି ଉଠିବ। ସେହି ଅଦ୍ଭୁତ ପେଡିରେ ଭରପୁର ଥିଲା ଅବିଶ୍ୱସନୀୟ ଚମତ୍କାରୀ ଶକ୍ତିପୁଞ୍ଜ। ଏହି ପ୍ରଭାବଶାଳୀ ଶକ୍ତିପୁଞ୍ଜ ଦ୍ୱାରା ନିୟନ୍ତ୍ରିତ କ୍ଷୟକ୍ଷତି ଘଟାଇବାର ଶକ୍ତି, କାହାରିକୁ ମୃତ୍ୟୁ ମୁଖରେ ପହଁଚାଇବାର ଶକ୍ତି ଓ ଦେବତାଙ୍କ ସହ କଥାବାର୍ତ୍ତା କରାଇପାରିବା ଶକ୍ତି ସମୁହର ବାସ୍ତବ ଦୃଶ୍ୟକୁ ତତ୍କାଳୀନ ମାନବ ସମାଜ ସ୍ୱଚକ୍ଷୁରେ ଦେଖୁଥିଲା। ‘ଆର୍କ ଅଫ୍‍ କୋଭେନାଣ୍ଟ’ ପ୍ରାଚୀନ ଜ୍ଞାନ କୌଶଳରେ ନିର୍ମିତ ଏକ ଅଦ୍ଭୂତପୂର୍ବ ଯନ୍ତ୍ର ଥିଲା। ସମସାମୟିକ ମନୁଷ୍ୟ ଏହି ଚମତ୍କାର ବେମିସାଲ୍ ଆର୍କ କୁ ଡରୁଥିଲେ।

ଏହି ଯନ୍ତ୍ର ଯେଉଁଠି ପହଁଚୁଥିଲା ସେଠାରେ ଅଚାନକ ଲୋକଙ୍କ ମୃତ୍ୟୁ ଘଟିବାରେ ଲାଗିଲା। କିନ୍ତୁ ଆଧୁନିକ ମନୁଷ୍ୟ ଆଜି ଏନେଇ ସଂଶୟରେ ରହିଛି। କେତେକ ବିକଶିତ ରାଷ୍ଟ୍ରର ପ୍ରସିଦ୍ଧ ଜ୍ଞାନ କୌଶଳ ନିର୍ମାତାମାନେ ‘ଆର୍କ ଅଫ୍‍ କୋଭେନାଣ୍ଟ’ ର ଅଲୌକିକ ଶକ୍ତି ବିଷୟରେ ଅନୁଧ୍ୟାନ କରିବା ପରେ ଦ୍ୱନ୍ଦରେ ପଡିଛନ୍ତି। ସେମାନଙ୍କ ମନରେ ପ୍ରଶ୍ନ ଆସୁଛି, କ’ଣ ଏହି ସୁବର୍ଣ୍ଣ ମଞ୍ଜୁଷା ସତରେ କୌଣସି ଦେବାଦେବୀ ନା ଈଶ୍ୱରଙ୍କ ଅଂଶବିଷେଶ ଥିଲା, ନା ଏହା ବାହାର ଦୁନିଆର କୌଣସି ଅଦୃଶ୍ୟ ଶକ୍ତି ପ୍ରଭାବରେ କାର୍ଯ୍ୟ କରୁଥିଲା ! କେତେକ ଆନସିଏଣ୍ଟ୍ ଅଷ୍ଟ୍ରୋନଟ୍ ଥିଓରିଷ୍ଟଙ୍କ ମତରେ ‘ଆର୍କ ଅଫ୍‍ କୋଭେନାଣ୍ଟ’ ଏକ ବହୁତ ବଡ ଖତରନାକ୍ ହତିଆର୍, ଯାହାକୁ ପର୍‍ଗ୍ରହୀ ଶକ୍ତି ପରିଚାଳନା କରୁଥିଲେ ଏବଂ ନିୟନ୍ତ୍ରିତ କରୁଥିଲେ। ଦୁନିଆର କୋଟି କୋଟି ଲୋକ ମାନୁଛନ୍ତି କି ଅତୀତରେ ପର୍‍ଗ୍ରହୀ ପୃଥିବୀକୁ ଆସୁଥିଲେ। ଏକଥା କ’ଣ ସତ୍ୟ, କ’ଣ ସେହି ପ୍ରାଚୀନ ପର୍‍ଗ୍ରହୀମାନେ ଆମର ଇତିହାସ ନିର୍ମାଣରେ ଆମକୁ ସହଯୋଗ କରିଥିଲେ ! ତେବେ କ’ଣ ଆମକୁ ତାହାର ପ୍ରମାଣ ‘ଆର୍କ ଅଫ୍‍ କୋଭେନାଣ୍ଟ’ରୁ ମିଳିପାରିବ ! ଏଭଳି ଅନେକ ଅସମାହିତ ପ୍ରଶ୍ନ ମନରେ ଉଙ୍କି ମାରୁଛି।

ଓଏଷ୍ଟ୍ ବ୍ୟାଙ୍କ, ଜୁଲାଇ ୨୦୧୩ ଇଜ୍ରାଏଲ୍ ବସ୍ତି ବୈଟଲ ର ପ୍ରାୟ ୧୫ କି.ମି ଦୂର ମାଟିତଳୁ କିଛି ମାଟିପାତ୍ର, ମୁଦି, ପୁରାତନ ପ୍ରାଚୀରର କେତେକ ଭଗ୍ନାଂଶ ଦେଖିବାକୁ ମିଳିଥିଲା, ଯାହା ଖ୍ରୀଷ୍ଟପୂର୍ବ ୧୩୦୦ ଶତାବ୍ଦୀର ବୋଲି ଅନୁମାନ କରାଯାଇଥିଲା। କିନ୍ତୁ ବିଶେଷଜ୍ଞ ଦଳକୁ ଏକ ଅସାଧାରଣ କୀର୍ତ୍ତି ମିଳିଥିଲା ଯାହା ଖୁବ୍ ଅଦ୍ଭୁତ ଲାଗୁଥିଲା। ସେଇଟି ଥିଲା ପଥର ଭଳି କଠିନ ବସ୍ତୁରେ ନିର୍ମିତ ଗର୍ତ୍ତ। ସେହି ସ୍ଥାନର ସ୍ଥିତି ଓ ତାରିଖ ସଂକ୍ରାନ୍ତରେ ଅନ୍ଦାଜ୍‍ କରିବାରେ ଜଣାଗଲା କି ସେହି ଗର୍ତ୍ତରେ ଦିନେ କାଷ୍ଠରେ ନିର୍ମିତ ଏକ ମଞ୍ଜୁଷା ମହଜୁଦ୍ ଥିଲା। ଯଦି ଏହା ସତ୍ୟ ତେବେ ସେ ହୁଏତ ସେହି ପ୍ରାଚୀନ ଗର୍ଭଗୃହ, ଯେଉଁଠି ଦୁନିଆର ଚମତ୍କାର ଧାର୍ମିକ ବୈଭବ ‘ଆର୍କ ଅଫ୍‍ କୋଭେନାଣ୍ଟ’ ରଖାଯାଇଥିଲା। ‘ଆର୍କ ଅଫ୍‍ କୋଭେନାଣ୍ଟ’ ର ନକଲ ସାରା ଦୁନିଆର ଗୀର୍ଜା ଘର ଇହୁଦୀ ସଭାଗୃହ ଅର୍ଥାତ୍ ସେନେଗାଲ୍ ମାସୋନିକ୍ ଦେବାଳୟରେ ମିଳିଯିବ। ଏସବୁ ଲୋକପ୍ରୀୟ ସଂସ୍କୃତିର ଏକ ବଡ ଭାଗିଦାର ବନିଯାଇଛି। ଏହାର କଥାବସ୍ତୁକୁ ନେଇ ‘ଇଣ୍ଡିଆନା ଯୋନ୍ସ ଆଣ୍ଡ ଦ ରାଇଡର୍ସ ଅଫ୍ ଦ ଲଷ୍ଟ ଆର୍କ’ ନାମରେ ଏକ ହଲିଉଡ୍ ସିନେମା ନିର୍ମାଣ ହୋଇଛି। କିନ୍ତୁ କ’ଣ ଏହି ‘ଆର୍କ ଅଫ୍‍ କୋଭେନାଣ୍ଟ’!

ଖ୍ରୀଷ୍ଟପୂର୍ବ ୧୫୦୦ ଶତାବ୍ଦୀର ଘଟଣା। ବାଇବେଲ୍‍ର ଏକ୍ସୋଡସ୍ ପୁସ୍ତକ ଅନୁସାରେ ଇଜ୍ରାଏଲ୍ ଲୋକମାନେ ଯେବେ ମିଶରରୁ ସ୍ୱାଧୀନ ହେଲେ ‘ବିଧାତା’ ହଜରତ ମୋଷାଙ୍କୁ ପବିତ୍ର ପର୍ବତ ଶିଖରକୁ ଡାକିଥିଲେ। ସେଠାରେ ତାଙ୍କୁ ପଥରର ଦୁଇଟି ସ୍ମାରକ ଦେଇଥିଲେ। ସେହି ସ୍ମାରକ ଉପରେ ଲେଖା ଯାଇଥିଲା ୧୦ ଟି ଦୈବବାଣୀ। ସେହି ସମୟରେ ‘ଆର୍କ ଅଫ୍‍ କୋଭେନାଣ୍ଟ’ ପ୍ରସ୍ତୁତ କରିବା ପାଇଁ ‘ବିଧାତା’ ହଜରତ ମୋଷାଙ୍କୁ କହିଥିଲେ। ଏ ସମ୍ପର୍କରେ ବିଶିଷ୍ଟ ସ୍ତମ୍ଭକାର ଗ୍ରାହାମ ହାଂକକ୍ ମଧ୍ୟ ଏହି ଉକ୍ତିରେ ଏକମତ। ଗ୍ରାହାମ ହାଂକକ୍ ମଧ୍ୟ ସ୍ୱୀକାର କରିଛନ୍ତି ‘ଆର୍କ ଅଫ୍‍ କୋଭେନାଣ୍ଟ’ରୁ ଏକ ଦିବ୍ୟ ଜ୍ୟୋତି ବାହାରୁ ଥିଲା। କାରଣ ଈଶ୍ୱରଙ୍କ ତାହା ସ୍ପର୍ଶ ପାଇଥିଲା। ‘ଦ ବାଇବେଲ୍ ଆଣ୍ଡ ଦ ଫ୍ଲାଇଂ ସୋର୍ସ’ ର ରଚୟିତା ରେଭ୍ ୟ୍ୟାରୀ ଏଚ୍‍ ଡାଉନିଂଙ୍କ ମତରେ ‘ଆର୍କ ଅଫ୍‍ କୋଭେନାଣ୍ଟ’ ର ହେଉଛି ଇଜ୍ରାଏଲ୍ ଏବଂ ଈଶ୍ୱରଙ୍କ ମଧ୍ୟରେ ଏକ କରାର୍।

ଯେଉଁଥିରେ ଉଲ୍ଲେଖଥିଲା କି, ‘ତୁମେ ଯଦି ମୋ’ ନିର୍ଦ୍ଦେଶ ମାନି କାମ କରିବ ମୁଁ ତୁମର ବିଧାତା ହୋଇ ରହିବି।’ ଇଜ୍ରାଏଲ ଏବଂ ଈଶ୍ୱରଙ୍କ ମଧ୍ୟରେ ବୁଝାବଣା ହୋଇଥିଲା। ଈଶ୍ୱରଙ୍କର ଏଭଳି କିଛି ଦିବ୍ୟବାଣୀ ଯେଉଁ ସିନ୍ଦୁକରେ ରଖାଗଲା ତାହା ହେଉଛି ‘ଆର୍କ ଅଫ୍‍ କୋଭେନାଣ୍ଟ’ ବୋଲି ବିଶ୍ୱାସ ରହିଛି। ‘ଆର୍କ ଅଫ୍‍ କୋଭେନାଣ୍ଟ’ ମଧ୍ୟରେ କେବଳ ୧୦ ଟି ଦୈବଆଜ୍ଞା ନଥିଲା ବରଂ ତାହା ଈଶ୍ୱରଙ୍କ ସିଂହାସନ ବୋଲି କେତେକ ବିଶ୍ୱାସ କରନ୍ତି। ଏ ସଂକ୍ରାନ୍ତରେ ରାବି ଏଡ୍ ଫାଇନଷ୍ଟାଇନ୍ କହିଛନ୍ତି, ଏକ୍ସୋଡସ୍ ର ୨୫ ତମ ଅଧ୍ୟାୟରେ ଏକଥା ସ୍ପଷ୍ଟ କରାଯାଇଛି ଯେ ଈଶ୍ୱର ହଜରତ୍ ମୋଷାଙ୍କୁ କହିଲେ କି “ତୁମେ ମୋ ପାଇଁ ଏକ ସ୍ଥାନ ନିରୁପଣ କର। ମୁଁ ସର୍ବଦା ସେହିଠାରେ ରହିବି।’ ଏସଂକ୍ରାନ୍ତରେ କୋସେର ତୋରା ସ୍କୁଲର ପ୍ରତିଷ୍ଠାତା ରାବି ଏରିଲ୍ଲେ ବାର୍ ଜାଡକ୍ କହିଛନ୍ତି, ଆର୍କ କୁ ଏକ ଦିବ୍ୟ ସିନ୍ଦୁକ ଆକାରରେ ପ୍ରସ୍ତୁତ କରାଯାଇଥିଲା। ଯାହାକି ୫ ଫୁଟ ଲମ୍ବ ଓ ୩ ଫୁଟ ଚଉଡାର ଏକ କାଠ ବାକ୍ସ ଥିଲା। ପ୍ରସ୍ତୁତି ଶେଷରେ ଏହାକୁ ସୁବର୍ଣ୍ଣ ଛାଉଣୀ କରାଯାଇଥିଲା।

ଖ୍ରୀଷ୍ଟପୂର୍ବ ୧୫୦୦ ଶତାବ୍ଦୀର ଘଟଣା। ବାଇବେଲ୍‍ର ଏକ୍ସୋଡସ୍ ପୁସ୍ତକ ଅନୁସାରେ ଇଜ୍ରାଏଲ୍ ଲୋକମାନେ ଯେବେ ମିଶରରୁ ସ୍ୱାଧୀନ ହେଲେ ‘ବିଧାତା’ ହଜରତ ମୋଷାଙ୍କୁ ପବିତ୍ର ପର୍ବତ ଶିଖରକୁ ଡାକିଥିଲେ। ସେଠାରେ ତାଙ୍କୁ ପଥରର ଦୁଇଟି ସ୍ମାରକ ଦେଇଥିଲେ। ସେହି ସ୍ମାରକ ଉପରେ ଲେଖା ଯାଇଥିଲା ୧୦ ଟି ଦୈବବାଣୀ। ସେହି ସମୟରେ ‘ଆର୍କ ଅଫ୍‍ କୋଭେନାଣ୍ଟ’ ପ୍ରସ୍ତୁତ କରିବା ପାଇଁ ‘ବିଧାତା’ ହଜରତ ମୋଷାଙ୍କୁ କହିଥିଲେ। ଏ ସମ୍ପର୍କରେ ବିଶିଷ୍ଟ ସ୍ତମ୍ଭକାର ଗ୍ରାହାମ ହାଂକକ୍ ମଧ୍ୟ ଏହି ଉକ୍ତିରେ ଏକମତ। ଗ୍ରାହାମ ହାଂକକ୍ ମଧ୍ୟ ସ୍ୱୀକାର କରିଛନ୍ତି ‘ଆର୍କ ଅଫ୍‍ କୋଭେନାଣ୍ଟ’ରୁ ଏକ ଦିବ୍ୟ ଜ୍ୟୋତି ବାହାରୁ ଥିଲା। କାରଣ ଈଶ୍ୱରଙ୍କ ତାହା ସ୍ପର୍ଶ ପାଇଥିଲା। ‘ଦ ବାଇବେଲ୍ ଆଣ୍ଡ ଦ ଫ୍ଲାଇଂ ସୋର୍ସ’ ର ରଚୟିତା ରେଭ୍ ୟ୍ୟାରୀ ଏଚ୍‍ ଡାଉନିଂଙ୍କ ମତରେ ‘ଆର୍କ ଅଫ୍‍ କୋଭେନାଣ୍ଟ’ ର ହେଉଛି ଇଜ୍ରାଏଲ୍ ଏବଂ ଈଶ୍ୱରଙ୍କ ମଧ୍ୟରେ ଏକ କରାର୍। ଯେଉଁଥିରେ ଉଲ୍ଲେଖଥିଲା କି, ‘ତୁମେ ଯଦି ମୋ’ ନିର୍ଦ୍ଦେଶ ମାନି କାମ କରିବ ମୁଁ ତୁମର ବିଧାତା ହୋଇ ରହିବି।

ଇଜ୍ରାଏଲ ଏବଂ ଈଶ୍ୱରଙ୍କ ମଧ୍ୟରେ ବୁଝାବଣା ହୋଇଥିଲା। ଈଶ୍ୱରଙ୍କର ଏଭଳି କିଛି ଦିବ୍ୟବାଣୀ ଯେଉଁ ସିନ୍ଦୁକରେ ରଖାଗଲା ତାହା ହେଉଛି ‘ଆର୍କ ଅଫ୍‍ କୋଭେନାଣ୍ଟ’ ବୋଲି ବିଶ୍ୱାସ ରହିଛି। ‘ଆର୍କ ଅଫ୍‍ କୋଭେନାଣ୍ଟ’ ମଧ୍ୟରେ କେବଳ ୧୦ ଟି ଦୈବଆଜ୍ଞା ନଥିଲା ବରଂ ତାହା ଈଶ୍ୱରଙ୍କ ସିଂହାସନ ବୋଲି କେତେକ ବିଶ୍ୱାସ କରନ୍ତି। ଏ ସଂକ୍ରାନ୍ତରେ ରାବି ଏଡ୍ ଫାଇନଷ୍ଟାଇନ୍ କହିଛନ୍ତି, ଏକ୍ସୋଡସ୍ ର ୨୫ ତମ ଅଧ୍ୟାୟରେ ଏକଥା ସ୍ପଷ୍ଟ କରାଯାଇଛି ଯେ ଈଶ୍ୱର ହଜରତ୍ ମୋଷାଙ୍କୁ କହିଲେ କି “ତୁମେ ମୋ ପାଇଁ ଏକ ସ୍ଥାନ ନିରୁପଣ କର। ମୁଁ ସର୍ବଦା ସେହିଠାରେ ରହିବି।’ ଏସଂକ୍ରାନ୍ତରେ କୋସେର ତୋରା ସ୍କୁଲର ପ୍ରତିଷ୍ଠାତା ରାବି ଏରିଲ୍ଲେ ବାର୍ ଜାଡକ୍ କହିଛନ୍ତି, ଆର୍କ କୁ ଏକ ଦିବ୍ୟ ସିନ୍ଦୁକ ଆକାରରେ ପ୍ରସ୍ତୁତ କରାଯାଇଥିଲା। ଯାହାକି ୫ ଫୁଟ ଲମ୍ବ ଓ ୩ ଫୁଟ ଚଉଡାର ଏକ କାଠ ବାକ୍ସ ଥିଲା। ପ୍ରସ୍ତୁତି ଶେଷରେ ଏହାକୁ ସୁବର୍ଣ୍ଣ ଛାଉଣୀ କରାଯାଇଥିଲା।

ଆର୍କ ଅଫ୍‍ କୋଭେନାଣ୍ଟ’ର ନିର୍ମାଣ ଶୈଳୀ ଖୁବ୍‍ ସୁନ୍ଦର। ବାକ୍ସର ୪ କୋଣରେ ୪ ଟି କଡ଼ା ରହିଥିଲା। ଯାହା ସାହାଯ୍ୟରେ ଆର୍କକୁ ସ୍ତାନାନ୍ତର ସହଜ ହେଉଥିଲା। ସେଥିପାଇଁ ନିୟମ ରହିଥିଲା କି କୌଣସି ପରିସ୍ଥିତିରେ ସେହି ୪ ଟି କଡ଼ା ଯେପରି ବାଡିରୁ କଢାନଯାଏ। ଆର୍କର ବାହ୍ୟ ଅଂଶ ସୁବର୍ଣ୍ଣ ଆଚ୍ଛାଦିତ। ଶୀର୍ଷ ଭାଗରେ ଡେଣା ଥିବା ୨ଟି ସ୍ୱର୍ଣ୍ଣ ମୂର୍ତ୍ତି ଥିଲା ଯାହାଙ୍କୁ ୨ ଦେବଦୂତ ବା ଫରିସ୍ତେ ବୋଲି ବିଶ୍ୱାସ କରାଯାଉଥିଲା। କିନ୍ତୁ କ’ଣ ଥିଲା ସେହି ଆର୍କ ମଧ୍ୟରେ, ଯାହାର ନିର୍ମାଣ ଶୈଳୀ ପ୍ରତି ସବୁ ଦିଗରୁ ଧ୍ୟାନ ଦିଆଯାଇଥିଲା। ଈଶ୍ୱରଙ୍କ ଭଳି ଦିବ୍ୟଶକ୍ତିଙ୍କୁ ପୃଥିବୀରେ ଏକ ଭୌତିକ ସିଂହାସନର କାହିଁକି ଆବଶ୍ୟକ ପଡିଲା, ହୁଏତ ଏହାର ଯବାବ କେବଳ ବାଇବେଲ୍‍ରେ ହିଁ ମିଳିବ। ହଜରତ୍‍ ମୋଷା ମାଉଣ୍ଟ୍ ସିନାଇରୁ ଫେରୁଥିବା ସମୟର ଘଟଣା ସହ ନିଶ୍ଚୟ ତାହାର ଉତ୍ତର ସଂଶ୍ଳିଷ୍ଟ ବୋଲି ବିଶ୍ୱାସ କରାଯାଉଛି। ଏସଂକ୍ରାନ୍ତରେ କୋସେର ତୋରା ସ୍କୁଲର ପ୍ରତିଷ୍ଠାତା ରାଭି ଏରିଲ୍ଲେ ବାର୍ ଜାଡକ୍ କହିଥିଲେ, ବାଇବେଲରେ ଉଲ୍ଲେଖ ଅଛି କି, ହଜରତ ମୋଷା ମାଉଣ୍ଟ ସାଇନାରୁ ଫେରିବା ପରେ ମୁହଁ ଘୋଡାଇ ରଖିଥିଲେ। ଲିଜେଣ୍ଡାରୀ ଟାଇମ୍ସ ମାଗାଜିନ୍‍ ପ୍ରକାଶକ ଜିଓର୍ଜିଓ.ଏ.ସୌକାଲୋସ୍ ମଧ୍ୟ କହିଲେ, ‘ମୋତେ ଏକଥା ହଇରାଣ କରୁଛି ଯେ ଅଚାନକ କାହିଁକି ହଜରତ ମୋଷାଙ୍କର ରୂପ ବଦଳିଗଲା ! ଯଦି ହଜରତ ମୋଷା ଅଚାନକ ଏଭଳି ବଦଳିଗଲେ ତେବେ ଏହା ପଛରେ କି କଣ କାରଣ ଥିଲା’! ଆର୍କ ଭିତରେ କେବଳ ୧୦ଟି ଦୈବଆଜ୍ଞା ନଥିଲା ବରଂ ତାହା ମଧ୍ୟରେ ହଜରତ୍‍ ମୋଷାଙ୍କ ଭାଇ ଆରେନ୍‍ଙ୍କର ଏକ ବାଡି ରଖାଯାଇଥିଲା। ଯାହାକୁ ମାଟିରେ ପିଟିବା ମାତ୍ରେ ବାଡିଟି ଏକ ସର୍ପରେ  ପରିଣତ ହେଉଥିଲା। ତାହା ମଧ୍ୟରେ ଏକ ପ୍ରକାର ଖାଦ୍ୟ ଦ୍ରବ୍ୟ ରଖାଯାଇଥିଲା। କୁହାଯାଏ ସେ ଖାଦ୍ୟଦ୍ରବ୍ୟ ସ୍ୱର୍ଗରୁ ପ୍ରେରିତ।

ହିବୃ ବାଇବେଲ୍ ଅନୁସାରେ ଈଶ୍ୱର ଆରେନଙ୍କୁ ହିଁ ପ୍ରଥମ ପାଦ୍ରି ଭାବେ ଚୟନ କରିଥିଲେ। ପାଦ୍ରିମାନେ ଯେଉଁ ପୋଷାକ ପରିଧାନ କରୁଥିଲେ ତାହା ସହ ଏକ ତାଜ୍ ପିନ୍ଧୁଥିଲେ, ଛାତିରେ କବଚ ପକାଉଥିଲେ ଏବଂ ତାଙ୍କ ପୋଷାକ ମାଟିରେ ସ୍ପର୍ଶ କରିବା ଭଳି ଲମ୍ବା ଥିଲା। ସେ ତାଙ୍କ ଶରୀରର କେତେକ ପ୍ରମୁଖ ଅଙ୍ଗକୁ ସବୁବେଳେ ସୁରକ୍ଷିତ ରଖୁଥିଲେ। ଲିଜେଣ୍ଡାରୀ ଟାଇମ୍ସ ମାଗାଜିନ୍‍ ପ୍ରକାଶକ ଜିଓର୍ଜିଓ.ଏ.ସୌକାଲୋସ୍ କହିଛନ୍ତି, ‘ଆର୍କ ଅଫ୍‍ କୋଭେନାଣ୍ଟ’ ର କାହାଣୀ ବାଇବେଲ୍‍ ର ରହସ୍ୟମୟ କାହାଣୀଗୁଡିକ ମଧ୍ୟରୁ ଗୋଟିଏ। ‘ଆର୍କ ଅଫ୍‍ କୋଭେନାଣ୍ଟ’ ର ମଧ୍ୟରେ ବଡ ରହସ୍ୟମୟୀ ଶକ୍ତି ଥିଲା। କୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ପାଦ୍ରି ପୁରା ପ୍ରସ୍ତୁତି ମଧ୍ୟରେ ରହୁଥିଲେ। ମସ୍ତକ, ଛାତିକୁ ବି ସୁରକ୍ଷା ଦେଉଥିଲେ। ମୁଖ୍ୟ ପାଦ୍ରୀଙ୍କୁ ଆର୍କଙ୍କ ନିକଟକୁ ଯିବା ପୂର୍ବରୁ ଏହି ବେଶଭୂଷାରେ ଯିବାକୁ ପଡୁଥିଲା।

‘ଆର୍କ ଅଫ୍‍ କୋଭେନାଣ୍ଟ’  ଇତିହାସ ସହ ସଂଶ୍ଳିଷ୍ଟ ଏକ କାହାଣୀରେ ଉଲ୍ଲେଖଅଛି କି, ଆର୍କ ଦେହରୁ ସ୍ପାର୍କସ୍‍ ବା ଅଗ୍ନିକଣିକା ବାହାରୁଥିଲା। ଯଦି କେହି ତାକୁ ଛୁଇଁ ଦେଉଥିଲା, ତା’ର ମୃତ୍ୟୁ ଘଟୁଥିଲା। ଏହି ଆର୍କ ଅନେକ ସହରକୁ ଧ୍ୱଂସସ୍ତୁପରେ ପରିଣତ କରିଛି। ଅନେକ ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ, ତାହା ଏକ ଏନର୍ଜି କାପାସିଟର୍ ଥିଲା। ଏହି ଉକ୍ତିକୁ ସମର୍ଥନ ଜଣାଇଛନ୍ତି ପ୍ରଫେସର ଅଫ୍ ଫିଜିକ୍ସ ଆଣ୍ଡ୍ ଆଷ୍ଟ୍ରୋନୋମି ମାଇକେଲ୍ ଡେନିନ୍। ତାଙ୍କ ମତରେ ଏହାକୁ ଏନର୍ଜି କାପାସିଟର୍ କହିବା ହିଁ ଠିକ୍ ହେବ। ଏଥିପାଇଁ ୨ଟି କଣ୍ଡକ୍ଟର୍ ଓ ଗୋଟିଏ ଇନ୍ସୁଲେଟରର୍ସ ଆବଶ୍ୟକ। ଆର୍କ ଭିତରେ ଓ ବାହାରେ ସୁବର୍ଣ୍ଣ ଛାଉଣୀ ହୋଇଥିବାରୁ କଣ୍ଡକ୍ଟର୍ ଓ କାଠରେ ନିର୍ମିତ ମଞ୍ଜୁଷା ଇନ୍ସୁଲେଟର୍ ଭଳି କାର୍ଯ୍ୟ କରୁଥିଲା। ଏସଂକ୍ରାନ୍ତରେ କୁହାଯାଉଛି କି, କୌଣସି ପର୍‍ଗ୍ରହୀ ‘ଆର୍କ ଅଫ୍‍ କୋଭେନାଣ୍ଟ’ ମାଧ୍ୟମରେ ଇଲେକ୍ଟ୍ରିକ୍ ସିଗନାଲ୍ ବ୍ୟବହାର କରି ଇଜ୍ରାଏଲ ଲୋକମାନଙ୍କ ସହ କଥାବାର୍ତ୍ତା କରୁଥିଲା।

ପ୍ରାଚୀନ ଅନ୍ତରୀକ୍ଷ ବିଚାରକମାନେ ମଧ୍ୟ ମାନିଛନ୍ତି ଯେ ଏହା ସତ୍ୟ। କାରଣ ବାଇବେଲରେ ଦର୍ଶିତ ଯନ୍ତ୍ର ‘ବ୍ରେଷ୍ଟ୍ ପ୍ଳେଟ୍ ଅଫ୍ ଜଜ୍ମେଣ୍ଟ’ ଦ୍ୱାରା ଏହା କରିପାରିବା ସମ୍ଭବ ଥିଲା। ଏକ୍ସୋଡସ୍ ପୁସ୍ତକ ଅନୁସାରେ ପାଦ୍ରି ଆର୍କ ଭିତରକୁ ଯିବା ପୂର୍ବରୁ ଏହା ପିନ୍ଧୁଥିଲେ। ସେଥିରେ ୧୨ଟି ପବିତ୍ର ରତ୍ନ ଲଗାଯାଇଥିଲା। ଯାହାକୁ ଅଗ୍ନିର ରତ୍ନ କୁହାଯାଉଥିଲା। ଏହା ବ୍ୟତୀତ ଟାଲବଟ୍ ନାମକ ଏକ ପବିତ୍ର ଲେଖାରେ କୁହାଯାଇଛି ଯେ, ସେହି ରତ୍ନ ଅଗ୍ନି ଜରିଆରେ ଈଶ୍ୱରଙ୍କ ସହ ବାର୍ତ୍ତାଳାପ ସମ୍ଭବ ହେଉଥିଲା। ୧୯୮୧ ମସିହାରେ କେତେକ ଇଜ୍ରାଇଲି ଶ୍ରମିକ ଏକ ଇଦଗାହାର ନିମ୍ନ ଭାଗରେ ଆର୍କ ଥିବା ଜାଣିବାକୁ ପାଇଥିଲେ। ତା’ପରେ ଆର୍କ ସନ୍ଧାନରେ ସେମାନେ ଇଦଗାହାର ସୁଡଙ୍ଗ ଖୋଳିବାରେ ଲାଗିଗଲେ। ଏତିକିବେଳେ ମାଟି ଭିତରେ କିଛି ଭାଇବ୍ରେସନ୍ ହେଉଥିବା ଜାଣିପାରି ସେମାନେ ସୁଡଙ୍ଗ ବାହାରକୁ ଚାଲିଆସିଲେ।

ପରେ ଏହି ଘଟଣାକୁ ନେଇ ସମ୍ପ୍ରଦାୟର ଅନ୍ୟମାନଙ୍କ ସହ ସେମାନଙ୍କର ଝଗଡା ହୋଇଥିଲା। ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଁଚି ଶ୍ରମିକମାନଙ୍କୁ କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସେମାନେ କହୁଥିଲେ କି ଆଉ ମାତ୍ର ୧୫ ଫୁଟ ଖୋଳିଥିଲେ ସେମାନେ ହୁଏତ ‘ଆର୍କ ଅଫ୍‍ କୋଭେନାଣ୍ଟ’ ନିକଟବର୍ତ୍ତୀ ହୋଇପାରିଥାନ୍ତେ। ଆଜି ଆଧୂନିକ ବିଜ୍ଞାନ ମଧ୍ୟ ‘ଆର୍କ ଅଫ୍‍ କୋଭେନାଣ୍ଟ’ ପ୍ରଭାବକୁ ବିଶ୍ୱାସ କରୁଛି। ଏଥିରେ ପ୍ରାଚୀନ ଜ୍ଞାନକୌଶଳର ଭରପୁର ପ୍ରୟୋଗ ହୋଇଥିବା ସ୍ପଷ୍ଟ ହୋଇଛି। ଏକଥା ପ୍ରମାଣିତ ହୋଇଛି ୨୦୧୧ରେ ଇଜ୍ରାଏଲ୍ ଜେରୁଜେଲମ୍ ସହର ଉପରେ ଏକ ୟୁଏଫ୍‍ଓ ପଇଁତରା ମାରୁଥିବା ଭିଡିଓ ଫୁଟେଜରୁ। ଯାହା ପରୋକ୍ଷରେ ସିଦ୍ଧ କରୁଛି କି ‘ଆର୍କ ଅଫ୍‍ କୋଭେନାଣ୍ଟ’ ର ପ୍ରସ୍ତୁତକର୍ତ୍ତା ଥିଲେ ପର୍‍ଗ୍ରହୀ ବା ଏଲିଏନ୍ସ। ଜାକ୍ରାୟାର ଏକ ପୁସ୍ତକରେ ଏକ ବିଚିତ୍ର ଭବିଷ୍ୟବାଣୀ ଲେଖାଯାଇଥିଲା। ଏଥିରେ କୁହାଯାଇଛି ଯେ, ଜେରୁଜେଲମରେ ଏକ ଭୟଙ୍କର ଭୂକମ୍ପ ଆସିବ ଯଦ୍ୱାରା ମାଉଣ୍ଟ୍ ଅଫ୍ ଅଲିଭ୍ସ ଫାଟିଯିବ। ଏହି ଭୂକମ୍ପ ଶବ୍ଦରୁ ଉତ୍ପନ୍ନ ହେବ, ଯେଉଁ ଶବ୍ଦ ପ୍ରଭାବରେ ମାଟି ଭିତରୁ ଅଗ୍ନି ଜରିଆରେ ଏକ ଦିବ୍ୟ ଶକ୍ତି ଉପରକୁ ଉଠିବ। ଏଥିରୁ ୨ଟି କଥା ସ୍ପଷ୍ଟ ହେଉଛି କି ‘ଆର୍କ ଅଫ୍‍ କୋଭେନାଣ୍ଟ’ ଇହୁଦିଙ୍କ ପବିତ୍ର ମନ୍ଦିର ନିମ୍ନ ଭାଗରେ ଆଜି ବି ମହଜୁଦ୍ ଅଛି। ପ୍ରାଚୀନ ଅନ୍ତରୀକ୍ଷ ବିଚାରକ ମଧ୍ୟ ଏଥିରେ ସହମତି ଜଣାଇଛନ୍ତି।

୨୦୧୧ରେ ଇହୁଦିଙ୍କ ମନ୍ଦିର ଉପରେ ୟୁଏଫ୍ଓ ଉଡିବା ଘଟଣାକୁ ସେମାନେ ପ୍ରମାଣ ଆକାରେ ଗ୍ରହଣ କରିଛନ୍ତି। କାରଣ ସେହି ୟୁଏଫ୍ଓ ମନ୍ଦିର ଉପରେ କିଛ ସମୟ ଧରି ସ୍ଥିର ଭାବେ ବିଚରଣ କରିବା ପରେ କିଛି କ୍ଷଣ ମଧ୍ୟରେ ଦ୍ରୁତ ବେଗରେ ଉଭାନ୍ ହୋଇଗଲା ଏବଂ ଆକାଶରେ ଲୀନ ହେଇଗଲା। ଇଜ୍ରାଏଲ୍ ଏନସିଏଣ୍ଟ ଆଷ୍ଟ୍ରୋନଟ୍ ଥିଓରିଷ୍ଟଙ୍କ ମତରେ ସେହି ୟୁଏଫ୍ଓ ‘ଆର୍କ ଅଫ୍‍ କୋଭେନାଣ୍ଟ’କୁ ରିଚାର୍ଜ କରିବାକୁ ପହଁଚିଥିଲା। ସେମାନେ ଏହାକୁ ଦୃଢ ଭାବେ ଗ୍ରହଣ କରିଛନ୍ତି କି ଆଜି ବି ଜେରୁଜେଲମରେ ‘ଆର୍କ ଅଫ୍‍ କୋଭେନାଣ୍ଟ’ ମହଜୁଦ୍ ଅଛି। ଏଠାକୁ ୟୁଏଫ୍ଓ ଆସିବା କଣ ଚମତ୍କାର ଥିଲା ! ଏଥିପାଇଁ ଇଜ୍ରାଏଲ୍ ଏନସିଏଣ୍ଟ ଆଷ୍ଟ୍ରୋନଟ୍ ଥିଓରିଷ୍ଟ୍ ଆଶଙ୍କାରେ ଅଛନ୍ତ କି ଏଭଳି ଘଟଣା କାଳେ ସେହି ଶବ୍ଦ ପ୍ରଭାବରେ ମାଟି ଭିତରୁ ଅଗ୍ନି ଜରିଆରେ ଏକ ଦିବ୍ୟଶକ୍ତି ଉପରକୁ ଉଠିବାର ପୂର୍ବାଭାସ ନୁହେଁତ ! ଏହାଦିନେ ସେହି ଭବିଷ୍ୟବାଣୀକୁ ସତ୍ୟ ସାବ୍ୟସ୍ତ କରିବ। ଏହି ବିନାଶକାରୀ ଶକ୍ତି ଦିନେ ନିକଟତର ହେବ। ସେତେବେଳେ ପୂଥିବୀରେ ଈଶ୍ୱରଙ୍କ ଆବିର୍ଭାବ ଘଟିବ। ‘ଆର୍କ ଅଫ୍‍ କୋଭେନାଣ୍ଟ’ ଶୀର୍ଷଭାଗରେ ସ୍ଥାପିତ ୨ ଫରିସ୍ତେ ହିଁ ଈଶ୍ୱରଙ୍କୁ ପୃଥିବୀରେ ଅବତରଣ କରାଇବେ। ଜେରୁଜେଲମରେ ୟୁଏଫ୍ଓ ପହଁଚିବା ଏହାର ସଙ୍କେତ ଦେଇସାରିଛି। ସମୟ ଆସିବ ସେହି ରହସ୍ୟମୟ ସୁବର୍ଣ୍ଣ ମଞ୍ଜୁଷା ଦେଖିବାର ଅବକାଶ ମିଳିବ। ତାହାର ବିନାଶକାରୀ ଶକ୍ତି ସବୁକିଛି ଭସ୍ମ କରିଦେବ। ସୌଜନ୍ୟ- ସପ୍ତରଙ୍ଗ, ସର୍ବସାଧାରଣ

Leave a Reply

Your email address will not be published. Required fields are marked *