ସ୍ୱାସ୍ଥ୍ୟ

ସଚେତନ ରୁହନ୍ତୁ : କର୍କଟ ଓ ଯକୃତ ରୋଗରୁ ମିଳିବ ମୁକ୍ତି

ସଚେତନ ରୁହନ୍ତୁ : କର୍କଟ ଓ ଯକୃତ ରୋଗରୁ ମିଳିବ ମୁକ୍ତି > ଶୁଭ୍ ଭାରତ ଟାଇମ୍ସ, ୨୦/୨- ବିଶ୍ୱରେ ୮୦ଲକ୍ଷରୁ ଅଧିକ ଲୋକ ପ୍ରତିବର୍ଷ କର୍କଟ ରୋଗରେ ଜୀବନ ହରାଉଛନ୍ତି। ସମସ୍ତଙ୍କର ଧାରଣା ଯେ, ଏହା ଏକ ଦୁରାରୋଗ୍ୟ ବ୍ୟାଧି, ଏହି ରୋଗ ଭଲ ହୁଏନା। କିନ୍ତୁ ଏ ଧାରଣା ଭୁଲ୍। ପ୍ରାଥମିକ ଅବସ୍ଥାରେ ଏହି ରୋଗ ଭଲ ହୋଇପାରେ। ସେହିଭଳି ହେପାଟାଇଟିସ୍ ‘ବି’ ମଧ୍ୟ ଏକ ସଂକ୍ରାମକ ରୋଗ। ହେପାଟାଇଟିସ ‘ବି’ ଭୂତାଣୁ ଦ୍ୱାରା ସୃଷ୍ଟି ହେଉଥିବା ଏହି ରୋଗଟି ମଣିଷର ଯକୃତକୁ ଆକ୍ରାନ୍ତ କରି ଯନ୍ତ୍ରଣା ଦେଇଥାଏ। ଯାହାକୁ ଯକୃତ ପ୍ରଦାହ କୁହାଯାଏ। ସଚେତନତା ଅଭାବରୁ ଲୋକେ ଏହି ରୋଗ ୨ଟିକୁ ଚିହ୍ନିବାରେ ବିଳମ୍ବ କରନ୍ତି। ଯାହାଫଳରେ ଦେହରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇବା ସହ ରୋଗୀ ଦୁର୍ବଳ ହୋଇଯାଏ। ଖାଇବା ପିଇବା କମିଯାଏ ଏବଂ ମୃତ୍ୟୁକୁ ଡାକି ଆଣେ। ପରାମର୍ଶ- ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର LogIn: www.suvbharattimes.in / twitter.com@suvbharat_times

ଯକୃତ ପ୍ରଦାହରେ ଆକ୍ରାନ୍ତ ରୋଗୀଙ୍କର ଆଖି ହଳଦିଆ ଦିଶେ, ଏହା ସହ ଯକୃତ ଫୁଲିଯାଇଥାଏ, ଜ୍ୱର ଅନୁଭୂତ ହେବା ସହ ବାନ୍ତି ମଧ୍ୟ ହୋଇଥାଏ। ଯଦି ଦୀର୍ଘ ଚିକିତ୍ସା ଦ୍ୱାରା ଶରୀରରୁ ଏହି ଭୂତାଣୁର ବିଲୋପ ନହୁଏ ତେବେ ଏହା ଲିଭର ସିରୋସିସ୍ ବା ଜଳଉଦୁରୀ ଏବଂ ଯକୃତ କର୍କଟ ରୋଗ ମଧ୍ୟ ସୃଷ୍ଟି ହୋଇପାରେ। ହେପାଟାଇଟିସ୍ ‘ବି’ ଓ ‘ସି’ ସାଧାରଣତଃ ଦୂଷିତ ରକ୍ତ, ଦୂଷିତ ସିରିଞ୍ଜ ଓ ଛୁଞ୍ଚି ମାଧ୍ୟମରେ କିମ୍ବା ଅସୁରକ୍ଷିତ ଯୌନ ସମ୍ପର୍କ ମାଧ୍ୟମରେ ଜଣଙ୍କର ଶରୀରରୁ ଅନ୍ୟ ଜଣଙ୍କର ଶରୀରକୁ ପ୍ରବେଶ କରିଥାଏ। ଯେଉଁମାନେ ଅତ୍ୟଧିକ ମଦ୍ୟପାନ କରନ୍ତି ସେମାନେ ଲିଭର ସିରୋସିସ୍ ଓ କ୍ୟାନସର ରୋଗରେ ମଧ୍ୟ ପୀଡ଼ିତ ହୁଅନ୍ତି। ଲିଭରରେ ଅତ୍ୟଧିକ ଚର୍ବି ଜମିବା, ଧୂମ୍ରପାନ, ଡାଇବେଟିସ୍ ଓ ଆଫ୍‌ଲା ଟକ୍ସିନ୍ ସେବନ ମାଧ୍ୟମରେ ଲିଭର କ୍ୟାନସର ମଧ୍ୟ ହୋଇଥାଏ। ହିମୋକ୍ରୋମାଟୋସିସ୍ (ଲିଭରରେ ଅତ୍ୟଧିକ ଲୌହ କଣା ଜମିବା, ଟାଇରୋସିନୋସିସ୍‌, ଆଲ୍‌ଫା-୧ ଏଣ୍ଟିଟ୍ରିପ୍‌ସିନ୍ ଅଭାବ ବ୍ୟକ୍ତିଙ୍କୁ ମଧ୍ୟ ଏହି କ୍ୟାନସର ରୋଗ ହୁଏ। ଏସବୁ କାରଣ ଗୁଡ଼ିକ ମଧ୍ୟରୁ ହେପାଟାଇଟିସ୍ ‘ବି’, ‘ସି’, ମଦ୍ୟପାନ, ଧୂମପାନ, ଚର୍ବି ଜନିତ ରୋଗ ଓ ଡାଏବେଟିସ୍ ହେଉଛି ପ୍ରଧାନ ରୋଗ ଯେଉଁଥିରେ କି ପରବର୍ତ୍ତୀ ଅବସ୍ଥାରେ ରୋଗୀ ଲିଭର କ୍ୟାନସରରେ ଆକ୍ରାନ୍ତ ହୁଏ। ଫୁସ୍‌ଫୁସ୍ କ୍ୟାନସର ଓ ପେଟ କ୍ୟାନସର ପରେ ଲିଭର କ୍ୟାନସରରୁ ହିଁ ବେଶୀ ବ୍ୟକ୍ତି ମୃତ୍ୟୁମୁଖରେ ପଡ଼ନ୍ତି ।

Liver with Hepatitis B infection highlighted inside human body and close-up view of Hepatitis B Viruses, medical concept, 3D illustration

ଶିକ୍ଷା ସଚେତନ ମଣିଷ ମଧ୍ୟ ଅବହେଳା ବା ଖାମଖିଆଲିରୁ ଏହି ରୋଗ ଭୋଗେ। କେବଳ ମଦ୍ୟପାନ ବା ଅନ୍ୟ କୌଣସି ନିଶାଦ୍ରବ୍ୟ ନୁହେଁ ଅତ୍ୟଧିକ ଗୁଟ୍‌କା, ସିଗାରେଟ୍‌, ପାନ, ଗୁଡ଼ାଖୁ ସେବନ କରୁଥିବା ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଗୁଟ୍‌ଖା, ସିଗାରେଟ୍ ଖୋଳରେ ଲେଖା ହୋଇଥିବା ସଚେତନତା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ଲେଖା ହୋଇଥିଲେ ମଧ୍ୟ ସାମୟିକ ଖୁସି ପାଇଁ ମନକୁ ଲଗାମ ଦେଇପାରେନି ମଣିଷ ଏବଂ ଭୋଗେ କ୍ୟାନସର। ଓଡ଼ିଶାରେ କ୍ୟାନସର ରୋଗୀମାନଙ୍କୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସରକାରୀ ଡାକ୍ତରଖାନାରେ ଅତ୍ୟନ୍ତ ଉତ୍ତମ ମାନର ସେବା ପ୍ରଦାନ କରିବା ସହ ବିଭିନ୍ନ ଆଧ୍ୟାତ୍ମିକ ସମାଜସେବାଭିମୁଖୀ ଟ୍ରଷ୍ଟ ସହିତ ମିଳିତ ରାଜିନାମା ସ୍ୱାକ୍ଷର କରି କ୍ୟାନସର ହସ୍ପିଟାଲରେ ଉଚ୍ଚ ଚିକିତ୍ସା ଗରିବ ରୋଗୀମାନଙ୍କୁ ବିନା ମୂଲ୍ୟରେ ପ୍ରଦାନ କରାଯାଉଛି। ସେହିପରି ସମାଜରେ ଏକ ପ୍ରକାର ଭୟ ସୃଷ୍ଟି କରୁଥିବା ଏହି ରୋଗୀ ପ୍ରତି ବ୍ୟାପକ ଭାବେ ସଚେତନତା ବୃଦ୍ଧି ପାଇବା ମଧ୍ୟ ଜରୁରୀ। ଯୁବବର୍ଗ ଏହାର ନିରାକରଣ ଓ ସଚେତନ ଚେତନା ଜାଗରଣ ପାଇଁ କାର୍ଯ୍ୟକ୍ରମରେ ସାମିଲ ହେବା ମଧ୍ୟ ପ୍ରୟୋଜନୀୟ > ବିଭାଗୀୟ ମୁଖ୍ୟ, ହେପାଟାଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ LogIn: www.suvbharattimes.in / twitter.com@suvbharat_times

Leave a Reply

Your email address will not be published. Required fields are marked *