ଜାତୀୟ

ଟିଏମସି ନେତାଙ୍କ ଅଡିଓ କ୍ଲିପ ଯାଞ୍ଚ ଦାବି କରିଛି ଭାଜପା

ନୂଆଦିଲ୍ଲୀ, ଶୁଭ୍ ଭାରତ ଟାଇମ୍ସ, ୧୨/୦୪- ଭୋଟ ହାତେଇବାର ଉପାୟ ବାହାର କରୁକରୁ ଫସିଗଲେ ତୃଣମୂଳ କଂଗ୍ରେସ ନେତା ଖୋକନ ମିଆଁ। ତାଙ୍କର ଏକ ଅଡିଓ କ୍ଲିପ ଭାଇରାଲ ହେବାପରେ ଭାଜପା ହାତରେ ଲାଗିଛି। ଭାଜପା ଏହି ଅଡିଓ କ୍ଲିପକୁ ନିର୍ବାଚନ ଆୟୋଗଙ୍କୁ ହସ୍ତାନ୍ତର କରି ଉଚିତ୍ କାର୍ଯ୍ୟନୁଷ୍ଠାନ ଦାବି କରିଛି। ଏଥିରେ ସ୍ପଷ୍ଟଭାବେ କୁହାଯାଉଛି କି, “ଟିଏମସି ପାଇଁ ୧୦୦ ପ୍ରତିଶତ ଭୋଟ କରାଅ।” ଟିଏମସି ନେତା ଖୋକନ ମିଆଁ ପାର୍ଟିର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଏଭଳି ନିର୍ଦ୍ଦେଶ ଦେଉଛନ୍ତି।

ଏହି ମାମଲାରେ ବିଜେପି ନେତା ଉତ୍ପଳ ଦେବ ବିସ୍ମୟ ପ୍ରକାଶ କରି କହିଛନ୍ତି କି, ଖୋକନ ମିଆଁ ଏଭଳି ନିର୍ଦ୍ଦେଶ ଦେବା ପଛର ଉଦ୍ଦେଶ୍ୟ କଣ ହୋଇପାରେ ! ଖୋକନ ନିର୍ବାଚନ ଆଚରଣକୁ ଉଲ୍ଲଘ୍ନ କରିବା ସହ ଭୋଟରଙ୍କ ମତିଗତି ବଦଳାଇବାକୁ ଲକ୍ଷ ରଖିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟକର ଘଟଣା ହେଲା ଏହି ଟିଏମସି ନେତା ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଚେତାବନୀ ଦେଇଛନ୍ତି ଯେ, ଯଦି କେହି ଅନ୍ୟ କୌଣସି ଦଳକୁ ଭୋଟ ଦେବ ତେବେ ତାକୁ ଚିହ୍ନଟ କରାଯିବ; ଏହା ପାର୍ଟିର ନିର୍ଦ୍ଦେଶ। ତା’ସହ ଖୋକନ ସୁଚାଇ ଦେଇଛନ୍ତି କି ସୁରକ୍ଷା ବାହିନୀ କେବଳ ୪୦ଟି ବୁଥରେ ନିୟୋଜିତ ହେବେ। ସମସ୍ତ ସରକାରୀ କର୍ମଚାରୀ ସେମାନଙ୍କ ନିୟନ୍ତ୍ରଣରେ ଅଛନ୍ତି। ପୁଲିସ ଠାରୁ ନେଇ ବିଡିଓ ପର୍ଯ୍ୟନ୍ତ ସମସ୍ତେ ଆଜ୍ଞାଧୀନ ଅଛନ୍ତି।

କୂଚବିହାର ନିର୍ବାଚନ ମଣ୍ଡଳୀରେ ଜୋରଦାର ଲଢେଇ ହେବା କାରଣରୁ ଖୋକନ ବୁଥ କାର୍ଯ୍ୟକର୍ତ୍ତାଙ୍କ ସହ ଅଲଗା ସେଟିଙ୍ଗ୍ କରିବା ବିଷୟରେ କହିଥିଲେ। କାର୍ଯ୍ୟକର୍ତ୍ତାମାନଙ୍କୁ ଭୋଟ ହେରଫେର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସେପାଖେ ନିର୍ବାଚନ ପାଇଁ ତାରିଖ ନିର୍ଦ୍ଧାରଣ ହେବା ପରଠୁଁ ପଶ୍ଚିମବଙ୍ଗରେ ହିଂସାକାଣ୍ଡ ଦେଖିବାକୁ ମିଳୁଛି। ଟିଏମସି ଗୁଣ୍ଡାଙ୍କୁ ଡରି ଲୋକମାନେ ମତଦାନ କରିବାକୁ ଭୟ କରୁଛନ୍ତି। ସେଠାରେ ମତଦାନ କେନ୍ଦ୍ରରେ ଉପସ୍ଥିତ ଥିବା ବିଜେପି ଏଜେଣ୍ଟମାନଙ୍କୁ ମଧ୍ୟ ଧମକ ଦିଆଯାଇଛି।

Leave a Reply

Your email address will not be published. Required fields are marked *