ମହାନଗର

ବ୍ରହ୍ମଗିରି: ‘ଜୀବନ ବିନ୍ଦୁ’ ରକ୍ତଦାନ ଅଭିଯାନ ସଫଳ କଲେ ବିଜେଡି କର୍ମୀ

ବ୍ରହ୍ମଗିରି : ‘ଜୀବନ ବିନ୍ଦୁ’ ରକ୍ତଦାନ ଅଭିଯାନ ସଫଳ କଲେ ବିଜେଡି କର୍ମୀ
www.suvbharattimes.in > Suvbharat Times, 23 April- କୌଣସି ବ୍ୟକ୍ତି ରକ୍ତାଭାବରୁ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ନହୁଅନ୍ତୁ। ଏହା ନିଶ୍ଚିତ କରିବା ଆମର କର୍ତ୍ତବ୍ୟ ଓ ଦାୟିତ୍ୱ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ବିଜେଡି କର୍ମୀ ଓ ଶୁଭେଚ୍ଛୁ ବୃନ୍ଦ ‘ଜୀବନ ବିନ୍ଦୁ’ ମାଧ୍ୟମରେ ରକ୍ତଦାନ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରନ୍ତୁ। ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଓ ବିଜେଡି ସାଧାରଣ ସମ୍ପାଦକ (ହେଡକ୍ୱାଟର) ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ଅଧିନ ମତ୍‌ମତ୍‌ପୁର ଠାରେ ଆୟୋଜିତ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମରେ ଯୋଗଦେଇ ଶିବିର ମଧ୍ୟରେ କର୍ମୀଙ୍କ ଉଦ୍ଦେଶ୍ୟରେ ଏହା ସୂଚାଇ ଦେଇଥିଲେ। ବ୍ରହ୍ମଗିରି ବିଜେଡି ସଭାପତି ବିଦ୍ୟାଧର ସ୍ୱାଇଁଙ୍କ ନେତୃତ୍ୱରେ ଆୟୋଜିତ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମରେ ଦଳର ବହୁ କର୍ମକର୍ତ୍ତା ଯୋଗଦେଇ ଅଭିଯାନକୁ ସଫଳ କରିଥିଲେ > #twitter.com/@suvbharat_times #linkedin.com/in/suvbharat-times #facebook.com/suvbharattimes.web

କରୋନା ଭାଇରସ୍ ସାରା ବିଶ୍ୱକୁ କବଳିତ କରିଛି। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ରକ୍ତର ଅଭାବ ଦୂର କରିବାକୁ ଆଗେଇ ଆସିଥିଲେ ପୁରୀ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀର ଶତାଧିକ ବିଜୁ ଜନତା ଦଳ କର୍ମୀ। ଜିଲ୍ଲା ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ସଂଯୋଜକ ଶୁଭାଶିଷ ଖୁଣ୍ଟିଆ, ପୁରୀ ଜିଲ୍ଲା ବିଜେଡି ଉପସଭାପତି ଅରୁଣ ମିଶ୍ର, ଜିଲ୍ଲା ବିଜୁ ଯୁବ ଜନତା ଦଳ ଉପସଭାପତି ବିଜୟ ଦଳାଇ, ଯୁବନେତା କୃଷ୍ଣଚନ୍ଦ୍ର ରାଉତ, ରଞ୍ଜୟ ପଟ୍ଟନାୟକ, ଜିଲ୍ଲା ବିଜୁ ଯୁବ ଜନତା ଦଳ ସମ୍ପାଦକ ଅମୂଲ୍ୟ ଜେନା, ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ନାରଣପ୍ରସାଦ ସିଂହ, ବ୍ରହ୍ମଗିରି ପଞ୍ଚାୟତର ସମିତିସଭ୍ୟ ଯୁଧିଷ୍ଠିର ନାୟକଙ୍କ ସମେତ ସ୍ଥାନୀୟ ନିଆଜପୁର ସରପଞ୍ଚ ସୁନା ନାୟକ ଓ ସମିତିସଭ୍ୟା ସନ୍ତୋଷିନୀ ଦଳାଇ ପ୍ରମୁଖ ଉପସ୍ଥିତ ଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *