ମହାନଗର

ବିଜେଡିର ଇସ୍ତାହାର ଥିମ୍ > ‘ନବୀନ ଓଡ଼ିଶା, ସଶକ୍ତ ଓଡ଼ିଶା’

ଭୁବନେଶ୍ୱର, ଶୁଭ୍ ଭାରତ ଟାଇମ୍ସ, ୯/୦୪- ଇସ୍ତାହାର ଜାରି କଲା ବିଜେଡ଼ି। କ୍ଷମତାକୁ ଆସିବାର ପ୍ରଥମ ଦିନରେ ୨୫ ଲକ୍ଷ ଚାଷୀଙ୍କୁ ମିଳିବ କାଳିଆ ଯୋଜନାର ଦୁଇଟି କିସ୍ତି ଟଙ୍କା, ଚାଷୀ ସମେତ ମହିଳା ଓ ଯୁବଗୋଷ୍ଠୀଙ୍କ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଆଜି ରାଜ୍ୟ ବିଜେଡ଼ି କାର୍ଯ୍ୟାଳୟରେ ଇସ୍ତାହାର ଜାରି କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ କଂଗ୍ରେସ ଓ ଭାଜପା ଇସ୍ତାହାର ପ୍ରକାଶ କରିସାରିଥିଲେ। ବିଜେଡ଼ିର ଇସ୍ତାହାର ଥିମ୍ ‘ନବୀନ ଓଡ଼ିଶା, ସଶକ୍ତ ଓଡ଼ିଶା। ଇସ୍ତାହାର ଜାରି କରି ନବୀନ କହିଛନ୍ତି,ଆମେ ପ୍ରତିଶ୍ରୁତି ପାଳନ କରିଛୁ। ଅନ୍ୟ ଦଳ ପରି ଫାଙ୍କା ପ୍ରତିଶ୍ରୁତି ଦେଉନାହିଁ। ଏଥର ନଜର ପକାଇବା କ’ଣ ରହିଛି ୨୦୧୯କୁ ହାତେଇବାର ମ୍ୟାଜିକ୍।

– ଚାଷୀଙ୍କ ଉପରେ ଫୋକସ୍ କରିଛି ବିଜେଡ଼ି। କ୍ଷମତାକୁ ଆସିଲେ କାଳିଆ ଯୋଜନା ସବୁ ଦିନ ପାଇଁ ଚାଲିବ।

– ସରକାର ଗଠନର ପ୍ରଥମ ଦିନରେ ବାକି ଥିବା ୨୫ ଲକ୍ଷ ଚାଷୀଙ୍କ ଦୁଇଟି କିସ୍ତିର ୧୦,୦୦୦ ଟଙ୍କା ଏକା ଥରକେ ପ୍ରଦାନ କରାଯିବ।

– ଶଷ୍ୟ ଋଣ ୫୦ ହଜାରରୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ।

– କାଳିଆ ଯୋଜନା ସହ କାଳିଆ ସ୍କୋଲାରସିପ୍ ମଧ୍ୟ ଜାରିରହିବ।

– ୫୦ ହଜାର କୋଟି ଟଙ୍କା ଜଳସେଚନ ପାଇଁ ବ୍ୟୟ କରାଯିବ।

– ପଂଚାୟତ ସ୍ତରରେ ଅଧିକ ଗୋଦାମ ଗୃହ ତିଆରି କରାଯିବ। ଧାନ ସଂଗ୍ରହ ପାଇଁ ଅଧିକ ବ୍ୟବସ୍ଥା କରାଯିବ।

– ଶୂନ୍ୟ ପ୍ରତିଶତ ସୁଧରେ ଶିକ୍ଷା ଋଣ ପ୍ରଦାନ କରାଯିବ।

– ମହିଳାମାନଙ୍କର ସଶକ୍ତିକରଣ, ଚାଷୀଙ୍କ ସଶକ୍ତିକରଣ ଓ ପଛୁଆବର୍ଗ ଲୋକଙ୍କ ସଶକ୍ତିକରଣ ଉପରେ ବିଜେଡ଼ି ଇସ୍ତାହାରରେ ଗୁରୁତ୍ୱ ଦିଆଯାଇଛି। – ଇସ୍ତାହାରରେ ଯୁବଗୋଷ୍ଠୀଙ୍କ ଉପରେ ଗୁରୁତ୍ୱ ଦେଇ ସମସ୍ତ କଲେଜ, ୟୁନିଭର୍ସିଟିରେ ମାଗଣାରେ ୱାଇଫାଇ ଉପଲବ୍ଧ କରାଯିବ ବୋଲି ନବୀନ ପ୍ରତିଶ୍ରୁତି ଦେଇଛନ୍ତି।

ବିଜୁ ଜନତା ଦଳ ଭୋଟରଙ୍କୁ ପୁଣି ଥରେ ଆକୃଷ୍ଟ କରିବା ପାଇଁ ଇସ୍ତାହାର ପତ୍ର ଘୋଷଣା କରିଛି। ଇସ୍ତାହାର ଉନ୍ମୋଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପ୍ରସନ୍ନ ପାଟ୍ଟଶାଣୀ, ସସ୍ମିତ ପାତ୍ର, ଅମର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଲଗାତାର ୧୯ ବର୍ଷ ଧରି କ୍ଷମତାରେ ରହିବା ପରେ ପୁନର୍ବାର ଶାସନକୁ ଫେରିବାକୁ ଦଳ ପ୍ରୟାସ କରୁଛି। ଦଳର ଭିଜନକୁ ଜନତାଙ୍କ ସାମ୍ନାରେ ରଖି ପ୍ରତିଶ୍ରୁତି ଦେଇଛନ୍ତି ସୁପ୍ରିମୋ। ଇସ୍ତାହାର ପ୍ରକାଶ କରିବା ସହ ଜନତାଙ୍କ ସାମ୍ନାରେ ରିପୋର୍ଟ କାର୍ଡ଼ ମଧ୍ୟ ରଖିଛି ବିଜେଡ଼ି। କାଳିଆ ଯୋଜନାକୁ ସାରା ଦେଶରେ ପ୍ରଶଂସା ମିଳିଛି। ଦଳ ପକ୍ଷରୁ  ଦାବି ହେଉଛି କି ୨୦୧୪ରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି।

Leave a Reply

Your email address will not be published. Required fields are marked *