ମହାନଗର

ଭାଜପାରେ ଯୋଗ ଦେଲେ ବିଜେଡି ନେତ୍ରୀ

ଭୁବନେଶ୍ୱର, ଶୁଭ୍ ଭାରତ ଟାଇମ୍ସ, ୫/୦୪- ବିଜେଡି ଷ୍ଟେଟ୍ କାଉନସିଲ୍ ମେମ୍ବର ସ୍ମିତା ସିଂଙ୍କୁ ନେଇ ଭାଜପା ଶିବିରରେ ଚର୍ଚ୍ଚା। ଏପ୍ରିଲ ୪ ତାରିଖରେ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଢଙ୍ଗୀଙ୍କ ପ୍ରାର୍ଥୀପତ୍ର ଦାଖଲ ରାଲିରେ ସ୍ମିତା ସିଂଙ୍କ ଉପସ୍ଥିତି ଭାଜପାର କେତେକ କର୍ମୀଙ୍କୁ ହତାଶ କରିଛି। ଏଭଳି ପରିସ୍ଥିତିରେ ସ୍ମିତା ସିଂ କାହିଁକି ଭାଜପା ନେତ୍ରୀ ଅପରାଜିତା ଷଢଙ୍ଗୀଙ୍କ ରାଲିରେ ଯୋଗ ଦେଲେ ତାହାକୁ ନେଇ ସନ୍ଦେହ ବୃଦ୍ଧି ପାଇଛି। ଘଟଣାକୁ କେନ୍ଦ୍ରକରି ଦଳର କେତେକ ପୁରୁଖା କର୍ମୀ କହୁଛନ୍ତି କି, ଗୁପ୍ତ ଖବର ହାତେଇବା ଲାଗି ବିଜେଡି ତାଙ୍କୁ ପଠାଇଛି।
ଏଭଳି ଚର୍ଚ୍ଚାକୁ ନେଇ ସ୍ମିତା ସିଂଙ୍କ ସହ ଆଲୋଚନା କରିଥିଲୁ। ଆସନ୍ତୁ ଦେଖିବା କ’ଣ ରହିଛି ସ୍ମିତାଙ୍କ ପ୍ରତିକ୍ରିୟା।

ଶୁଭ୍ ଭାରତ ଟାଇମ୍ସ- ମାଡାମ୍ ଆପଣ ବିଜେଡିରେ ଥିଲେ ?
ସ୍ମିତା ସିଂ- ଆଜ୍ଞା।
ଶୁଭ୍ ଭାରତ ଟାଇମ୍ସ- ଏବେ ଅଛନ୍ତି ?
ସ୍ମିତା ସିଂ- ନା ଆଜ୍ଞା, ମୁଁ ଦଳ ପରିବର୍ତ୍ତନ କଲି। କରିବି ଆଜି।
ଶୁଭ୍ ଭାରତ ଟାଇମ୍ସ- ଛାଡିଲେଣି ନା ଛାଡିନାହାଁନ୍ତି ?
ସ୍ମିତା ସିଂ- ଆନୁସଙ୍ଗିକ ଭାବେ ତ ଛାଡିନି, କାଲି ଆକଚ୍ୱାଲି ମୁଁ ମାଡାମଙ୍କ ସାଙ୍ଗେ ତାଙ୍କ ନୋମିନେସନରେ ଯାଇଥିଲି।
ଶୁଭ୍ ଭାରତ ଟାଇମ୍ସ- ମାଡାମ ଆପଣ ତ ଷ୍ଟେଟ୍ କାଉନସିଲ୍ ମେମ୍ବର ଥିଲେ, ବିଜେଡିରେ।
ସ୍ମିତା ସିଂ- ଆଜ୍ଞା, ଶୁଣନ୍ତୁ ଦଳ ମୋ ପାଇଁ ବହୁତ ଅନ୍ୟାୟ କଲା, ମୁଁ ୧୭ ବର୍ଷ କାମ କଲି ରଣପୁରରେ। କିନ୍ତୁ ଅନ୍ୟ ଦଳରୁ ସେଠି ଲେଡିଜ୍ ପ୍ରାର୍ଥୀ ହେଉଥିବା ବେଳେ ମୋତେ ଅଣଦେଖା କରାଗଲା। କିନ୍ତୁ ଦଳ କହୁଛି ନାରୀକୁ ଅଗ୍ରାଧିକାର ଦିଆଯାଉଛି ସବୁଥିରେ। ହେଲେ ମୁଁ ବୁଝିପାରୁନି ମୋ’ କ୍ଷେତ୍ରରେ କୋଉଠି ଭୂଲ୍ ରହିଗଲା।
ଶୁଭ୍ ଭାରତ ଟାଇମ୍ସ- ଆପଣ ରଣପୁର ପାଇଁ ଆଶାୟୀ ଥିଲେ।
ସ୍ମିତା ସିଂ- ହଁ, ଫାଷ୍ଟ୍ ଟର୍ମରେ ଆପ୍ଳିକାଣ୍ଟ ଥିଲି ମୁଁ। ଟିକେଟ ଲାଗି ଆଶା କରିଥିଲି। ଦଳରେ ୧୬/୧୭ ବର୍ଷ କାମ କଲା ପରେ ମୋତେ ଟିକେଟ ମିଳିଲାନି, ଆଉ ଆଗକୁ ମୁଁ କ’ଣ ଆଶା କରିବି।

ଶୁଭ୍ ଭାରତ ଟାଇମ୍ସ- ୧୯ ନିର୍ବାଚନରେ ପ୍ରାୟ ସବୁ ଦଳରେ ଏହି ସମସ୍ୟା। ମୋ’ର ପ୍ରଶ୍ନ କରିବାର କାରଣ, ଆପଣ ବିଜେଡି ଛାଡିଛନ୍ତି ବୋଲି କୌଣସି ସୂଚନା ନାହିଁ। କିନ୍ତୁ କାଲି ଆପଣଙ୍କୁ ଭାଜପା ରାଲିରେ ଦେଖିଲୁ।
ସ୍ମିତା ସିଂ- ଆକଚ୍ୱାଲି ଅଫିସିଆଲି ଛାଡିନି, ମାଡାମଙ୍କ ନୋମିନେସନ ରାଲିରେ ପ୍ରାୟ ୨୦ ହଜାର କର୍ମୀ ଯୋଗ ଦେଇଥିଲେ। ମୋର ଆଗ୍ରହ ଥିଲା ଭାଜପାରେ ଯୋଗଦେବା ଲାଗି, ତେଣୁ ଅପରାଜିତା ମାଡାମଙ୍କ ନୋମିନେସନରେ ଯାଇଥିଲି ଏବଂ ମାଡାମଙ୍କ ଉପସ୍ଥିତିରେ ଭାଜପାରେ ଯୋଗଦେଲି। ସେଥିପାଇଁ ଆପଣଙ୍କ ମାଧ୍ୟମରେ ମାଡାମଙ୍କୁ ଧନ୍ୟବାଦ ଜଣାଉଛି। ଆପଣ ନିଜେ ବିଚାର କରନ୍ତୁ, ବିଜେଡି କେତେଦୂର ମୋ’ ପାଇଁ ଠିକ୍ କରିଛି।
ଶୁଭ୍ ଭାରତ ଟାଇମ୍ସ- ମାଡାମ, ଆପଣ ଏତେ ପାଖାପାଖି ଥିଲେ, ପିନାକୀ ମିଶ୍ର, ରବି ଭାଇନା, ଅରୁଣ ସାହୁଙ୍କ ସହ ଆପଣଙ୍କୁ ଦେଖିଛୁ। ଅଥଚ ଏତେ ସବୁ ନିଷ୍ପତ୍ତି କେମିତି ନେଲେ ଯେ ବିଜେଡି ଛାଡିବେ।
ସ୍ମିତା ସିଂ- ଏଥର ମୁଁ ୨ୟ ଥର ପାଇଁ ଟିକେଟ ଆପ୍ଳାଇ କରି ଫେଲ୍ ମାରିଲି। ଦଳ ଯେତେବେଳେ କହୁଛି କି ମହିଳାଙ୍କ ଲାଗି ୩୩% ସଂରକ୍ଷଣ କରିବ। ତେଣୁ ପୁରୁଣା କର୍ମୀ ଭାବରେ ମୁଁ ଖୁବ୍ ଆଶା କରିଥିଲି ଏଥରକ ଟିକେଟ ନିଶ୍ଚିତ ମିଳିବ। ଯେହେତୁ ସେଠି କଂଗ୍ରେସର ମିଲି ପଣ୍ଡା ଥିଲେ, ଭାଜପାର ସୁରମା ପାଢୀ ଥିଲେ; ମୁଁ ବି ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ ୧୭ ବର୍ଷ କାମ କରିଛି। ମୁଁ ରଣପୁରରେ ଦଳର କୌଣସି ବି କାର୍ଯ୍ୟକ୍ରମରେ ଯୋଗଦିଏ। ସବୁ କାର୍ଯ୍ୟକ୍ରମରେ ମୋତେ ସମସ୍ତେ ଦେଖିଥିବେ। ଏବେ ମୋତେ ବି ଲାଗୁଛି, ଆପଣ ଆଗକୁ ଦେଖିବେ ମୁଁ ସାଇଲେଣ୍ଟ ରହିବା ପରେ ସେଠି ବିଜେଡିରେ ନିଶ୍ଚୟ ତା’ର ପ୍ରଭାବ ପଡିବ।
ଶୁଭ୍ ଭାରତ ଟାଇମ୍ସ- ମାଡାମ, ଦଳ ଯେତେବେଳେ ଟିକେଟ ନଦେଲା ତା’ ପରେ ଆପଣ ନିଷ୍ପତ୍ତି ନେଲେ ଯେ ଦଳ ଛାଡିବେ !
ସ୍ମିତା ସିଂ- ଶୁଣନ୍ତୁ, ମୁଁ ବର୍ତ୍ତମାନ ଫାଷ୍ଟ୍ ମୋର କ୍ୟାରିୟର୍ ଦେଖିବି। ମୋତେ କାହିଁ ଲାଗିଲା ଦଳରେ ମୋର କ୍ୟାରିୟର୍ ନାହିଁ। ସେଥିପାଇଁ ମୁଁ ନିଷ୍ପତ୍ତି ନେଲି, ବର୍ତ୍ତମାନ ବେଷ୍ଟ ଟାଇମ୍ ମୋ’ ପାଇଁ।
ଶୁଭ୍ ଭାରତ ଟାଇମ୍ସ- ମାଡାମ, ଆପଣ କୌଣସି ଆନୁଷ୍ଠାନିକ ପ୍ରକ୍ରିୟାରେ ନା ବିଜେଡି ଛାଡିଛନ୍ତି, ନା ଭାଜପାରେ ଯୋଗ ଦେଇଛନ୍ତି। ବାହାରେ ଆଲୋଚନା ହେଉଛି କି ଆପଣ ବୋଧେ ବିଜେଡିରୁ କିଛି ବାର୍ତ୍ତା ନେଇ ଆସିଛନ୍ତି ଦଳକୁ ସହାୟତା ଯୋଗାଇବା ପାଇଁ।
ସ୍ମିତା ସିଂ- ଦେଖନ୍ତୁ, ଆପଣଙ୍କର ଏକ୍ସପେରିଏନ୍ସ ରହିଛି; ଆପଣ କୁହନ୍ତୁ ମୁଁ ଯାହା କରିଛି ଠିକ୍ କରିଛି କି ଭୂଲ୍ କରିଛି !
ଶୁଭ୍ ଭାରତ ଟାଇମ୍ସ- ମାଡାମ, ଦଳ ଛାଡିବା ଦଳରେ ରହିବା ଆପଣଙ୍କ ଉପରେ ଡିପେଣ୍ଡ କରେ। ସେଥିପାଇଁ ନିଷ୍ପତ୍ତି ନେବାର ପୂର୍ଣ୍ଣ କ୍ଷମତା ଆପଣଙ୍କର ଅଛି। ଆମେ ଆପଣଙ୍କୁ ବାଧ୍ୟ କରିବାନି କି ଆପଣ ବିଜେଡିରେ ରୁହନ୍ତୁ କିମ୍ବା ଭାଜପାକୁ ଯାଆନ୍ତୁ, ସେଇଟା ଆପଣଙ୍କ ନିଷ୍ପତ୍ତି, ଆପଣଙ୍କ ଉପରେ ଡିପେଣ୍ଡ କରେ। କିନ୍ତୁ ବିଜେଡି ତା’ର କିଛି ଫାଇଦା ପାଇଁ ଆପଣଙ୍କୁ ବ୍ୟବହାର କରୁଛି ବୋଲି ଅଭିଯୋଗ ହୋଇଛି। ଆମେ ଭାବିଲୁ ମାଡାମ ଯଦି ଭିତିରିଆ କେବେ ଛାଡି ଦେଇଥିବେ ଦଳ କିମ୍ବା ଭିତିରିଆ ଆପ୍ଳିକେସନ ଦେଇଥିବେ !
ସ୍ମିତା ସିଂ- ନା ନା ଶୁଣନ୍ତୁ, ମୁଁ ଭିତିରିଆ ବିଲକୁଲ ବି ଛାଡିନି, କାହିଁକି ଭିତିରିଆ ଛାଡିବି ! ସେମିତି କିଛିନାହିଁ ଯେ ମୁଁ ଲୁଚିକି କରିବି। ମୋତେ ଦଳ ସେମିତି କିଛି ଦାୟିତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ରଖିନଥିଲା ଯେ ମୁଁ ଲୁଚିକି ଛାଡିବି। ମୁଁ ଯେହେତୁ କର୍ମୀ ଭାବରେ ଥିଲି ଏବଂ ରାଜନୀତିରେ କ୍ୟାରିୟର କରୁଥିଲି ତେଣୁ ପ୍ରାର୍ଥୀ ହେବା ଆଶା କରିବା ସ୍ୱାଭାବିକ।

ଶୁଭ୍ ଭାରତ ଟାଇମ୍ସ- ମାଡାମ, ଆପଣ ଷ୍ଟେଟ୍ କାଉନସିଲ୍ ମେମ୍ବର ଥିଲେ, ଦଳ ଛାଡିବା ପରେ ଆପଣଙ୍କୁ ପାର୍ଟି ଅଫିସରେ ଜଣାଇବାକୁ ପଡିପାରେ !
ସ୍ମିତା ସିଂ- ମୁଁ ୨୦୦୯ ରୁ ୨୦୧୪ ଯାଏଁ ଷ୍ଟେଟ୍ କାଉନସିଲ୍ ମେମ୍ବର ଥିଲି, କିନ୍ତୁ କଣ୍ଟିନିୟୁ କରୁନି ଆଜ୍ଞା। ଏବେ ମୁଁ କୌଣସି ଦଳୀୟ ପୋର୍ଟଫୋଲିଓରେ ନାହିଁ।
ଶୁଭ୍ ଭାରତ ଟାଇମ୍ସ- ଭାଜପା ମଧ୍ୟ ଘୋଷଣା କରିବା କଥା ଯେ ଆପଣ ବିଜେଡିରୁ ଆସି ଭାଜପାରେ ଯୋଗଦେଲେ। ତାହା ଭାଜପା ପକ୍ଷରୁ ମଧ୍ୟ କରାଯାଇନି।
ସ୍ମିତା ସିଂ- କାଲି ହଠାତ ସବୁ ଘଟିଗଲା, ଆଜି ମୋତେ ପାର୍ଟି ଅଫିସରେ ଗ୍ରହଣ କଲାପରେ ଘୋଷଣା କରିବେ।
ଶୁଭ୍ ଭାରତ ଟାଇମ୍ସ- ମାଡାମ, ଆମ ପାଖରେ ଯାହା ସୂଚନା ଅଛି, ସେଥିରୁ ସ୍ଫଷ୍ଟ ହେଉଛି କି ଆପଣଙ୍କ ଭାଜପାରେ ଯୋଗଦେବା ପଛରେ କିଛି ରହସ୍ୟ ରହିଛି ବୋଧେ ! ଆମେ ଏସବୁ ଦେଖି ଚିନ୍ତା କଲୁ ଯେ ସୂଚନାରେ କିଛି ଟୁଇଷ୍ଟ୍ ଅଛି।
ସ୍ମିତା ସିଂ- (ହସିଥିଲେ)
ଶୁଭ୍ ଭାରତ ଟାଇମ୍ସ- ଆମେ ଦେଖିଲୁ ମଧ୍ୟ-ଭୁବନେଶ୍ୱର ଆସନ ମେୟରଙ୍କ ପାଇଁ ସମ୍ନାନର ପ୍ରଶ୍ନ।
ସ୍ମିତା ସିଂ- ଦେଖନ୍ତୁ ମୁଁ ଆପଣଙ୍କ ଠୁଁ ଗୋଟେ ସଜେସନ୍ ଚାହୁଁଛି, ମୋର ପଲିଟିକ୍ସରେ କିଛି ମତଲବ ନାହିଁ। ବିଜେଡିରେ ଥିଲି, ଦଳ ଅବହେଳା କରିବାରୁ ଦଳ ଛାଡିଛି। ମୁଁ ପଲିଟିକ୍ସ କରି ଘର ଚଳାଉନି। ମୋ ନିଜର ସୌକ ପାଇଁ ମୁଁ ପଲିଟିକ୍ସ କରୁଛି। ମୋତେ ଲାଗିଲା ବିଜେଡି ହତାଶ କରିଛି, ଦଳ ପାଇଁ ମୁଁ କରିଛି, ମୋ ପାଇଁ କିଛି ରିଓାର୍ଡ ନାହିଁ। ମୋତେ ବିଧାୟକ ଟିକେଟ ମିଳିଲାନି। ମୋତେ ବିଧାୟକ ଟିକେଟ ଦରକାର ନାହିଁ। କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟେ ଦଳରେ ଜଣେ ମହଳା ଭୁବନେଶ୍ୱରରେ ରହିକି, ପ୍ରତି ୪/୫ ଦିନରେ ରଣପୁର ଯାଇ ସାଙ୍ଗଠନିକ କାର୍ଯ୍ୟ କରିବା କେତେ କଷ୍ଟ; ଆପଣ ମୋ ଯାଗାରେ ଆସିଲେ ଭାବି ପାରିବେ। କିନ୍ତୁ ଆଜି ମୁଁ ଭାବୁଛି ଅରୁଣ ଭାଇ ନୟାଗଡରେ ଲିଡର ଥିବା ପର୍ଯ୍ୟନ୍ତ ନୟାଗଡ ଡିଷ୍ଟ୍ରିକ୍ଟରେ କେହି ଲିଡର ହେଇପାରିବେନି।
ଶୁଭ୍ ଭାରତ ଟାଇମ୍ସ- କିନ୍ତୁ ଅରୁଣ ସାହୁଙ୍କ ସହ ଆପଣଙ୍କ ଫଟୋ ରହିଛି ମାଡାମ।
ସ୍ମିତା ସିଂ- ହଁ, ଆମେ ଗୋଟେ ଦଳରେ ଥିଲୁ। ମୁଁ ଯେହେତୁ ଦଳରେ ଥିଲି, ତାଙ୍କ ବାର୍ଥଡେ’ରେ ତାଙ୍କୁ ଗିଫ୍ଟ ଦେବାବେଳେ ଫଟୋ ଉଠିଛି। କିନ୍ତୁ କହିବି ଆମେ ଯେତେବେଳେ ଦଳକୁ ଯାଇଥିଲୁ, ସେହି ସମୟର ନୀତି ନିୟମ ଆଜି ଦଳରେ ନାହିଁ। ମୁଁ ଶୃଙ୍ଖଳିତ କର୍ମୀ ଭାବେ ରହିବାକୁ ଭଲପାଏ। ଯେଉଁମାନେ ମୋର ଭାଜପାରେ ଯୋଗଦାନ ନେଇ ସନ୍ଦେହରେ ଅଛନ୍ତି; ସେମାନେ ଉତ୍ତର ପାଇଯିବେ।
ଏଭଳି ନିଜର ମତାମତ ରଖିଥିଲେ ସ୍ମିତା ସିଂ। ବରିଷ୍ଠ ପ୍ରଶାସକ ଅପରାଜିତା ଷଢଙ୍ଗୀଙ୍କ ଲୋକପ୍ରିୟତା ଅନେକ ମହିଳାଙ୍କୁ ଦଳ ପ୍ରତି ପ୍ରଭାବିତ କରିଛି ବୋଲି ସେ ଟିପ୍ପଣୀ ରଖିଥିଲେ। ବିଜେଡିରୁ ଆସି ଭାଜପାରେ ତାଙ୍କର ଯୋଗଦାନକୁ ନେଇ କୌଣସି ସଂଶୟ ରହିବା କୌଣସି ପ୍ରାସଙ୍ଗିଗତା ରଖୁନି ବୋଲି ସେ ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *