ଜାତୀୟ

ପଶ୍ଚିମବଙ୍ଗରେ ଅନୁକମ୍ପା ସାଉଁଟୁଛି ବିଜେପି

Suvbharat Times http://www.suvbharattimes.in/ #Bhubaneswar  12122020- ପଶ୍ଚିମବଙ୍ଗରେ ଇମରଜେନ୍ସି ଜାରି ପାଇଁ ମସୁଧା କରୁଛି କେନ୍ଦ୍ର ସରକାର। ବିଜେପି ଅଧକ୍ଷ ଜେପି ନଡ୍ଡାଙ୍କ ଗାଡିକୁ ପଥର ଫିଙ୍ଗିବା ଘଟଣା ପରେ ରାଜ୍ୟର ଆଇଏଏସ ଏବଂ ଆଇପିଏସ ଅଧିକାରୀଙ୍କୁ ଭୟଭୀତ କରାଯାଉଛି। ତୃଣମୂଳ କଂଗ୍ରେସ ଦଳ ଅଭିଯୋଗ କରିଛି ବିଜେପି ନେତୃତ୍ୱ ପଶ୍ଚିମବଙ୍ଗ ଦଖଲ ନିଶାରେ ଆକ୍ରୋଶମୂଳକ ପଦକ୍ଷେପ ନେବାକୁ ତତ୍ପର ହୋଇଛନ୍ତି। ପ୍ରକାରାନ୍ତରେ ପଶ୍ଚିମବଙ୍ଗ ପୋଲିସ୍ ଓ ପ୍ରଶାସନିକ ସେବାରେ ନିୟୋଜିତ ୩ ଜଣ ଅଧିକାରୀମାନଙ୍କୁ ଡେପୁଟେସନରେ ନେଇ ଚାପ ପକାଇବାକୁ ଚାହୁଁଛି କେନ୍ଦ୍ର ବିଜେପି। କିନ୍ତୁ ବିଜେପିର ହୀନ ଚକ୍ରାନ୍ତରେ ପଛଘୁଞ୍ଚା ଦେବନି ତୃଣମୂଳ କଂଗ୍ରେସ। https://twitter.com/Suvbharat_Times

http://www.suvbharattimes.in/ ଜେପି ନଡ୍ଡାଙ୍କ ଗାଡିକୁ ପଥର ମାଡ ଘଟଣା ପରେ ତୃଣମୂଳ କଂଗ୍ରେସ ସାଂସଦ କଲ୍ୟାଣ ବାନାର୍ଜୀ ଉତ୍ତର ରଖିଛନ୍ତି। ସାଂସଦ ବାନାର୍ଜୀ ବିଜେପି ପ୍ରତିକ୍ରିୟାକୁ ବିରୋଧ କରି କହିଛନ୍ତି, ବିଜେପି କେନ୍ଦ୍ର ନେତୃତ୍ୱ ବଙ୍ଗଳାରେ ଭାରତୀୟ ପୋଲିସ ସେବାରେ ନିୟୋଜିତ ୩ ଜଣ ଅଧିକାରୀଙ୍କୁ ମୁକ୍ତ କରୁ। ସଂପୃକ୍ତ ଅଧିକାରୀମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଡେପୁଟେସନରେ ନେଉଛି ବିଜେପି। ଶନିବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ଆହୁରି ସ୍ପଷ୍ଟ କରିଛି ଯେ, ପଶ୍ଚିମବଙ୍ଗରେ ଇମରଜେନ୍ସି ଜାରି କରିବାକୁ ଚେଷ୍ଟା କରୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ପଶ୍ଚିମବଙ୍ଗରେ ରାଜ୍ କରିବା ନିଶାରେ ବିଜେପି ନେତା ତୃଣମୂଳ କଂଗ୍ରେସ ଉପରେ ଦୋଷ ଲଦି ଅନୁକମ୍ପା ପାଇବାକୁ ଚେଷ୍ଟା କରୁଛନ୍ତି। https://twitter.com/Suvbharat_Times

http://www.suvbharattimes.in/ ୨୦୧୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ୨୯୪ ଆସନ ବିଶିଷ୍ଟ ବିଧାନସଭା ଆସନରୁ ତୃଣମୂଳ କଂଗ୍ରେସ ୨୧୧ଟି ଆସନ ଦଖଲ କରି ଦ୍ଵିତୀୟ ଥର ପାଇଁ ରାଜ୍ୟରେ କ୍ଷମତାକୁ ଫେରିଥିଲା। ୨୦୧୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ଆସନ ସଂଖ୍ୟା ୧୮୪ ଥିଲା। କିନ୍ତୁ ୧୬’ ନିର୍ବାଚନରେ ଦଳ ପୂର୍ବାପେକ୍ଷା ଅଧିକ ୨୭ ଆସନରେ ଜିତି ସ୍ପଷ୍ଟ ଲୋକପ୍ରିୟତା ଜାହିର୍ କରିଥିଲା, ଯାହା ବିଜେପି ପାଇଁ କଣ୍ଟା। ବିଜେପି ଅଧକ୍ଷ ଜେପି ନଡ୍ଡାଙ୍କ ଗାଡିକୁ ପଥର ମାଡ ଘଟଣା ପରେ ବିଜେପିର ପଶ୍ଚିମବଙ୍ଗ ଦଖଲ ସ୍ୱପ୍ନ ମଉଳିବାରେ ଲାଗିଛି। କ୍ଷମତା ଦଖଲ ପାଇଁ ବିଜେପି ଯେକୌଣସି ପଦକ୍ଷେପ ନେଇପାରେ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। https://twitter.com/Suvbharat_Times

http://www.suvbharattimes.in/ ଡିସେମ୍ବର ୧୦ ଗୁରୁବାର ଦିନ ଜେପି ନଡ୍ଡାଙ୍କ ଗସ୍ତକାଳରେ ୨୪ ପ୍ରଗଣାରେ କେହି ଦୁର୍ବୃତ୍ତ ତାଙ୍କ ଗାଡି ଉପରକୁ ଇଟା ମାଡ କରିଥିଲା। ଏହି ରାଲିରେ ପ୍ରାୟ ୫୦/୬୦ଟି ମୋଟର ସାଇକେଲ ଓ ୩୦ଟି କାର ବିଜେପି ପତାକା ଧରି ସାମିଲ୍ ହୋଇଥିଲେ। କିନ୍ତୁ ଜେପି ନଡ୍ଡାଙ୍କ ଗାଡି ଉପରକୁ ଆକ୍ରମଣ ପରେ ବିଜେପି, ଟିଏମସିକୁ ଲଗାତାର ଟାର୍ଗେଟ କରୁଛି। ତୃଣମୂଳ କଂଗ୍ରେସ ଅଭିଯୋଗ କରିଛି, ରାଜନୈତିକ ଅଭିସନ୍ଧି ରଖି କେନ୍ଦ୍ର ବିଜେପି ପଶ୍ଚିମବଙ୍ଗର ବରିଷ୍ଠ ବ୍ୟୁରୋକ୍ରାଟ ଏବଂ ଡିଜିପିଙ୍କୁ ଡେପୁଟେସନକୁ ଡାକି ଚାପ ପକାଇବାକୁ ଚକ୍ରାନ୍ତ କରୁଛି। https://twitter.com/Suvbharat_Times

Leave a Reply

Your email address will not be published. Required fields are marked *