ଏଣ୍ଟରଟେନମେଣ୍ଟ

ସମୟ ମିଳିଲେ ଓଡ଼ିଆ ଖାଦ୍ୟର ଟେଷ୍ଟ୍ ନେବେ ଜରୀନ୍‌ ଖାନ୍

ଭୁବନେଶ୍ୱର(ବ୍ୟୁରୋ), ଶୁଭ୍ ଭାରତ ଟାଇମ୍ସ, ୧୦.୧୧- ‘ଓଡ଼ିଶା କୁଇନ୍‌-୨୦୧୯’ ବିୟୁଟି ପ୍ୟାଜେଣ୍ଟର ଗ୍ରାଣ୍ଡ ଫିନାଲେରେ ଜଜ୍‌ ଭାବେ ଯୋଗ ଦେବାକୁ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଜରୀନ୍‌ ଖାନ୍‌। ଏହା ହେଉଛି ତାଙ୍କର ଦ୍ୱିତୀୟ ଓଡ଼ିଶା ଗସ୍ତ। ଏଥର ତାଙ୍କୁ ସମୟ ମିଳିଲେ ସେ ଓଡ଼ିଶା ଖାଦ୍ୟର ଟେଷ୍ଟ୍ ନେବେ ବୋଲି କହିଛନ୍ତି।

ଓଡ଼ିଶା କୁଇନ୍‌-୨୦୧୯’ର ଫାଇନାଲ୍‌ ରାଉଣ୍ଡ ପୂର୍ବରୁ ପ୍ରତିଯୋଗୀମାନଙ୍କୁ ନେଇ ଚାରୋଟି ପର୍ଯ୍ୟାୟରେ ଅଡିସନ୍‌ ହୋଇଥିଲା। ଏଥିରେ ମୋଟ୍‌ ୨୧ ଜଣ ସୁନ୍ଦରୀ ମଡେଲ୍ ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନନ୍ୟା ଆଚାର୍ଯ୍ୟ, ସୌମ୍ୟା ସାହୁ, ଶୁଭଶ୍ରୀ ଜେନା, ଭକ୍ତି ଭବାନୀ ପଟ୍ଟନାୟକ, ପାୟଲ ଧଳ, ଆର୍ଯ୍ୟବାଳା ଜେନା, ମେହକ ଦାସ, ସୁପ୍ରଭା ମଲିକ, ନିକିତା ସିଂ, ଅନ୍ୱେଷା ଆଦିତି, ରୁନ୍ଦ୍ରାଙ୍ଗୀ ସୁନ୍ଦରରାୟ, ମଞ୍ଜୁଳି ନାୟକ, ମନାଲୀ ସାହୁ, ଦୀପ୍ତି ଥାପ୍ପା, ମେଲିସା ନାୟକ, ପ୍ରଦ୍ୟାଶା ପାତ୍ର, ଦୀପ୍ତିରେଖା ଦାସ, ସୋମା ସିଂ, ଇଭା ଜେମ୍ସ, ପୂଜା ସିଂ ଓ ନିକିତା ରାଉତ ପ୍ରମୁଖ ପ୍ରତିଯୋଗୀ ଫାଇନାଲ୍‌ ରାଉଣ୍ଡରେ ପହଞ୍ଚିଛନ୍ତି।

ଯେଉଁ ପ୍ରତିଯୋଗୀ ଏହି ପ୍ରତିଯୋଗିତା ଜିତିବେ ତାଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି ସହ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ସୁଯୋଗ ମିଳିବ। ଶାନ୍ତନୁ କୁମାର ସିଆ ଏହି ପ୍ରତିଯୋଗିତାର ନିର୍ଦ୍ଦେଶକ ଅଛନ୍ତି।

Leave a Reply

Your email address will not be published. Required fields are marked *