
Suvbharat Times/ Bhubaneswar http://www.suvbharattimes.in/ 10012021- ବଲିଉଡର ନାମୀଦାମୀ ଅଭିନେତ୍ରୀମାନେ ସମଲିଙ୍ଗୀଙ୍କ ସମ୍ପର୍କରେ ଅଛନ୍ତି। ଘଟଣାକୁ ନେଇ ଚର୍ଚ୍ଚା ହେବାରେ ସିନେ ବଜାର ହୁଲସ୍ତୁଲ୍। ସମଲିଙ୍ଗୀ ଜଣକ ପେଶାରେ ଫ୍ୟାସନ୍ ଡିଜାଇନର୍। ଅଭିନେତ୍ରୀ ମାଧୁରୀ ଦୀକ୍ଷିତ, କରିନା କପୁର୍, ଦୀପିକା ପଦୁକୋନ୍, ଅନୁଷ୍କା ଶର୍ମାଙ୍କ ଭଳି ବଲିଉଡ୍ ଅଭିନେତ୍ରୀମାନେ ତାଙ୍କ ସହ ନିବିଡ ସମ୍ପର୍କରେ ଅଛନ୍ତି। ଚର୍ଚ୍ଚା ଉପରୁ ପର୍ଦା ହଟିବା ପରେ ଘଟଣା ସହ ଆଉ ଏକ ଟୁଇଷ୍ଟ୍ ସିନେ ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଛି।
Twitter/ https://twitter.com/suvbharat_times Linkedin/www.linkedin.com/in/editor.suvbharattimes

http://www.suvbharattimes.in/ ସ୍ୱପ୍ନିଲ୍ ସିନ୍ଦେ, ବଲିଉଡ୍ ସିନେ ଦୁନିଆର ଚର୍ଚ୍ଚିତ ଫ୍ୟାସନ୍ ଡିଜାଇନର୍। ବର୍ଷ ବର୍ଷ ଧରି ସ୍ୱପ୍ନିଲ୍ ନିଜକୁ ସମଲିଙ୍ଗୀ ପୁରୁଷ ବୋଲି ଭାବିଥିଲେ। କିନ୍ତୁ ୬ ବର୍ଷ ପୂର୍ବେ ସେ ନିଜ ଭିତରେ ନାରୀର ସ୍ୱଭାବ ଅନୁଭବ କରିବା ପରେ ଭଲ ଭାବେ ଜାଣିନେଲେ ଯେ ସେ ଜଣେ ମହିଳା ଟ୍ରାନ୍ସଜେଣ୍ଡର। କିନ୍ତୁ ମାନସିକ ଚାପରୁ ମୁକ୍ତି ପାଇବାକୁ ନିଷ୍ପତ୍ତି, ତାଙ୍କୁ ସତ ଓଗାଳିବାକୁ ବାଧ୍ୟ କରିଛି। ଶେଷରେ ସ୍ପଷ୍ଟ କରିଛନ୍ତି ଯେ ସ୍ୱପ୍ନିଲ୍ ନୁହଁନ୍ତି ସେ ସାୟଶା ସିନ୍ଦେ।
Twitter/ https://twitter.com/suvbharat_times Linkedin/www.linkedin.com/in/editor.suvbharattimes

http://www.suvbharattimes.in/ ଅନ୍ୟ ପୁଅମାନଙ୍କ ଠାରୁ ଅଲଗା ହେବା କାରଣରୁ ପିଲାଦିନରୁ ସ୍ୱପ୍ନିଲଙ୍କୁ ନାନା ନିର୍ଯାତନା ସହିବାକୁ ପଡୁଥିଲା। ଏଥିପାଇଁ ଯନ୍ତ୍ରଣା ଅନୁଭବ କରୁଥିଲେ, ଚାପ ଓ ଦ୍ୱନ୍ଦ୍ୱ ଭିତରେ ସମାଜରେ ଏକାକୀ ବଞ୍ଚିବା ଛଡା କୌଣସି ବିକଳ୍ପ ନଥିଲା। ଶେଷରେ ବଲିଉଡ୍’ର ଟପ୍ ଗ୍ରେଡ୍ ହିରୋଇନଙ୍କ ସହ ସମ୍ପର୍କରେ ଥିବା ସ୍ୱପ୍ନିଲ୍ ଏଣିକି ସାୟଶା ନାମରେ ନୁଆ ଚେହେରା ସହ ବଞ୍ଚିବାକୁ ଇନଷ୍ଟାଗ୍ରାମରେ ଲେଖି ଜଣାଇଦେଲେ।
Twitter/ https://twitter.com/suvbharat_times Linkedin/www.linkedin.com/in/editor.suvbharattimes

http://www.suvbharattimes.in/ ସାୟଶା କହିଛନ୍ତି, ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜିରେ ପ୍ରବେଶ ବେଳେ ସେଠାରେ ସତ୍ୟକୁ ଗ୍ରହଣ କରିବାକୁ ସାହସ ପାଇଥିଲେ। ଅବଶ୍ୟ ଛଅ ବର୍ଷ ପୂର୍ବେ ତାଙ୍କର ଦ୍ୱନ୍ଦ୍ୱ ଦୂର ହୋଲା। ସେ ନିଜକୁ ବହୁ ବର୍ଷ ଧରି ସମଲିଙ୍ଗୀ ପୁରୁଷ ଭାବରେ ବିବେଚନା କରିଥିଲେ, ଯେତେବେଳେ ସେ ପ୍ରକୃତରେ ଜଣେ ଟ୍ରାନ୍ସଜେଣ୍ଡର ମହିଳା ଥିଲେ।
Twitter/ https://twitter.com/suvbharat_times Linkedin/www.linkedin.com/in/editor.suvbharattimes

http://www.suvbharattimes.in/ ସମାଜର ଆଶା ପୂରଣ ପାଇଁ, ସାୟଶା ଏକ ନକଲି ଜୀବନ ବିତାଉଥିଲେ। ଏହା ତାଙ୍କୁ ଶ୍ୱାସରୁଦ୍ଧ କରିଦେଇଥିଲା। ଜଣେ ଟ୍ରାନ୍ସଜେଣ୍ଡର ମହିଳା ହୋଇ ବି ପୁରୁଷ ଫ୍ୟାଶନ୍ ଡିଜାଇନର ଭାବେ ବଲିଉଡ୍ ଆକ୍ଟ୍ରେସଙ୍କ ସହ ସମ୍ପର୍କରେ ଥିଲେ। ଯଦିଓ ଏସବୁ ତାଙ୍କ ପାଇଁ କଷ୍ଟସାଧ୍ୟ ଥିଲା, ମାତ୍ର ପରିବାର ସଦସ୍ୟ ଏବଂ ସାଙ୍ଗମାନେ ତାଙ୍କୁ ଏଥିପାଇଁ ଉତ୍ସାହିତ କରିଥିଲେ, ଯାହାକି ଏହି ସଂଗ୍ରାମର ଉତ୍ସ ଥିଲା।
Twitter/ https://twitter.com/suvbharat_times Linkedin/www.linkedin.com/in/editor.suvbharattimes

http://www.suvbharattimes.in/ ସାୟଶାଙ୍କ ଏହି ପଦକ୍ଷେପ ପାଇଁ ବିଭିନ୍ନ ବ୍ୟକ୍ତିବିଶେଷ ତାଙ୍କୁ ସ୍ୱାଗତ କରିଛନ୍ତି ଏବଂ ଅଭିନନ୍ଦନ ଜଣାଇଛନ୍ତି। ଅଭିନେତ୍ରୀ ହୀନା ଖାନଙ୍କ ସମେତ ବଲିଉଡର ବହୁ ଦିଗ୍ଗଜ ସାୟଶାଙ୍କ ପ୍ରଶଂସା କରିଛନ୍ତି। ଭାରତରେ ଟ୍ରାନ୍ସଜେଣ୍ଡରଙ୍କ ଜୀବନରେ ଅନେକ ସଂଘର୍ଷ ଜାରି ରହିଛି। ସମାଜରେ ଏହା ବିଷୟରେ ସୂଚନାର ମଧ୍ୟ ଅଭାବ ଅଛି। ସାୟଶା ଲୋକମାନଙ୍କୁ ନିବେଦନ କରିଛନ୍ତି ଯେ, ଏଭଳି ସଂଘର୍ଷ ଦେଇ ଗତି କରୁଥିବା ଲୋକଙ୍କୁ ଚିକିତ୍ସା କରନ୍ତୁ ଏବଂ ସହଯୋଗ କରନ୍ତୁ।
Twitter/ https://twitter.com/suvbharat_times Linkedin/www.linkedin.com/in/editor.suvbharattimes

