ଜାତୀୟ

ରଙ୍ଗରେ ଭିଜିଲେ ବଲିଉଡ୍ ସେଲିବ୍ରିଟି

ମୁମ୍ବାଇ, ଶୁଭ୍ ଭାରତ ଟାଇମ୍ସ, ୨୨/୦୩- ବଲିଉଡ୍ ସେଲିବ୍ରିଟି ଧୁମଧାମରେ ମନାଇଛନ୍ତି ହୋଲି। ସୋସିଆଲ୍ ମିଡିଆରେ ସେଲିବ୍ରିଟିଙ୍କ ଫଟୋ ଭାଇରାଲ୍ ହେବାରେ ଲାଗିଛି। ଏବେ ନଜର ପକାଇବା ମୁମ୍ବାଇ ଫିଲ୍ମି ଇଣ୍ଡଷ୍ଟ୍ରୀରେ କେମିତି ଥିଲା ଉତ୍ସବର ମାହୋଲ।

ଦେଶ ସାରା ହୋଲିର ମାହୋଲ୍। ଗତ ତିନି ଦିନ ଧରି ଯାହା ଟିକେ ଟିକେ କୁହୁଳୁଥିଲା, ଆଜି ତା’ର ଅନ୍ତ ଘଟିବ। ଏଥିପାଇଁ ବଲିଉଡର ଦିଗ୍ଗଜ୍ ଅମିତାଭ୍ ବଚ୍ଚନ, କେଟ୍ରିନା କେଫ୍, ଗୌରୀ ଖାନ୍, ବିପାଶା ବସୁ, ଇଶା ଦେଓଲ୍, ସୋଫିୟା ହାୟତେ ସମସ୍ତେ ତୟାର।

ନୂଆ ବୋତଲରେ ପୁରୁଣା ମଦ। କେବଳ ଟେଷ୍ଟ କଲା ବେଳେ କାହାର କେମିତି ଅନୁଭବ। ପରମ୍ପରା ନାମକୁ ମାତ୍ର। ସେଲିବ୍ରିଟିଙ୍କ ହୋଲି ସେଲିବ୍ରେସନ ବେଳେ ବିନାଦ୍ୱିଧାରେ ଦୁଇଟି ଶରୀର କିଛିଟା ବାଡବତା ନଥିବା ମୁହୂର୍ତ୍ତକୁ ଉପଭୋଗ କରୁଛନ୍ତି, ଏସବୁ ଆଜି ଫ୍ୟାସନ୍ ପାଲଟିଲାଣି।

ପୁନମ୍ ପାଣ୍ଡେ,ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ଫରହାନ୍ ଅଖତର, ବରୁଣ ଧାବନ, ଆଲିଆ ଭଟ୍ଟ, ସିଦ୍ଧାର୍ଥ ମାଲହୋତ୍ରା, ମୌନୀ ରୟ, ସନି ଲେଓନି ଓଗେର ଅନେକ ସେଲିବ୍ରିଟି ପୁରା ଯୋଶ୍’ର ସହ ଭରପୁର ମଜା ନେଇଛନ୍ତି।

ପାର୍ଟିରେ ହାଲକା ଡ୍ରିଙ୍କସ୍’ର ମହକ, ଦେହର ମାଦକତାରେ ସୁଇସ୍ ଏସେନ୍ସ, ଦେହରେ ପ୍ରବାହିତ ହଟ୍ ଓଏଭ୍ ; ଦୋସ୍ତିରେ ଥିବା ଡିଷ୍ଟାନ୍ସକୁ ଜିରୋ ରୁ ମାଇନସ୍ ଆଡକୁ ଦୌଡାଇବା ଆରମ୍ଭ କରୁଥାଏ।

ସେଲିବ୍ରିଟିଙ୍କ ହୋଲି ଖେଳ ସମୟରେ ମତୁଆଲା ମୁହୁର୍ତ୍ତର ଏଥିଲା କେତେକ ଇମେଜ୍, ଯାହା କ୍ୟାମେରା ଫ୍ରେମରେ କଏଦ୍ ହୋଇଥିଲା।

ଦେଖିନିଅନ୍ତୁ ଏଠାକାର ଏକ ଅଦ୍ଭୁତ ଦୃଶ୍ୟ। ପାଣିର ଗତିବିଧି ଦେଖି ଲାଗୁଛି କି, ବାନ୍ଧବୀ ଦେହରେ ପାଣି ଢାଳିବା ବେଳେ ପୁରୁଷ ବନ୍ଧୁଙ୍କୁ କେବଳ ବାନ୍ଧବୀଙ୍କ ପ୍ରାଇଭେଟ୍ ପାର୍ଟ ବ୍ୟତିତ ସାରା ଦେହଟା ଢାଙ୍କୁଣି ଭିତରେ ରହିଥିବା ଅନୁଭବ ଆସିଛି। ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ। ଯେହେତୁ ଏମାନେ ସେଲିବ୍ରିଟି, ଠିକା ନେଇଛନ୍ତି ବିଶ୍ୱବାସୀଙ୍କୁ ଖୁସି ବାଣ୍ଟିବେ।

ଛୋଟ ପର୍ଦ୍ଦାର ସେଲିବ୍ରିଟିମାନେ ବି ଖୁବ୍ ମିଜାଜରେ ରଙ୍ଗରେ ବୁଡିଛନ୍ତି। ଅମିତାଭ ଜୀ ଇଣ୍ଡଷ୍ଟ୍ରୀର କେତେକ ଅନ୍ତରଙ୍ଗ କଳାକାର ବନ୍ଧୁଙ୍କ ସହ ହୋଲି ମନେଇଛନ୍ତି।

ବଲିଉଡ୍ ଆକ୍ଟ୍ରେସ୍ ସୁସ୍ମତା ସେନ୍, ହୀନା ଖାନ୍ ଓ ତାଙ୍କ ବୟଫ୍ରେଣ୍ଡ ରକି ଜୟସଓାଲ୍, ଦିପୀକା ପାଦୁକୋନ୍, ଐଶ୍ୱୟା ରୟ ବଚ୍ଚନ ନିଜ ନିଜ ଅତିଥିଙ୍କ ନିମନ୍ତ୍ରଣରେ ପହଁଞ୍ଚି ହୋଲି ଖେଳିଛନ୍ତି। ଏରିକା ଫର୍ଣ୍ଣାଡିଜ୍, ପାର୍ଥ ସାମନ୍ଥା, ପୂଜା ବାନାର୍ଜୀ, ଅନୁଷ୍କା ଶର୍ମା(କୋହଲୀ), ଟେଲିଭିଜନ୍ ଦୁନିଆର ସବୁଠାରୁ ଲୋକପ୍ରିୟ ଯୋଡି ଦିବ୍ୟାଙ୍କା ତ୍ରିପାଠୀ ଓ ବିବେକ ଦାହିୟା ମିଶି ହୋଲି ମନାଇଛନ୍ତି। ଆକ୍ଟର୍ କ୍ରିଷ୍ଟାଲ୍ ଡି ସୌଜା ପରିବାର ସହ ଉତ୍ସବ ମନାଇଛନ୍ତି। କେଉଁଠି କେଉଁଠି ଭାଙ୍ଗ ପଣାର ଆସର।

ବାସ୍ତବରେ ପୁରୁଷ ବନ୍ଧୁ ବିନା ହୋଲି ବେସୁରା। ଯେଉଁମାନେ ବଲିଉଡରେ ଅଳ୍ପ କିଛି ଦିନ ଧରି ଆସ୍ଥାନ ଜମାଇଛନ୍ତି ସେମାନଙ୍କୁ ପୁରୁଷ ବନ୍ଧୁ କିମ୍ବା ପାର୍ଶ୍ବ ଅଭିନେତାର ଆବଶ୍ୟକତା ପଡେନି।

Throwing splash of colorful water during Holi in India.

ସିରିଏଲ୍ ହେଉ ବା ସିନେମା ସେଥିରେ ଡିରେକ୍ଟ କରୁଥିବା ଲୋକଟିର ମନ ବୋଲି ତ କିଛି ଅଛି ନା। ଡିରେକ୍ଟର ସେ ଯେତେବେଳେ ସେଲିବ୍ରିଟିର ମାନ୍ୟତା ସାର୍ଟିଫିକେଟ ଦେବ, ବଦଳରେ କିଛି ତ ନିଶ୍ଚୟ ନେବ।

ଛାଡନ୍ତୁ, ସେଇଟା ସେମାନଙ୍କ ଦୁନିଆ। ଆଜି ଆପଣ ବି ପରିବାର ସହ ମିଶି ଖୁସି ମନାନ୍ତୁ। ପବିତ୍ର ଅବୀର ବର୍ଷ ତମାମ୍ ଆପଣଙ୍କ ଶିବ ସୁନ୍ଦର ସଂସାରରେ ଆନନ୍ଦ ଉତ୍ସବର ସ୍ୱପ୍ନ ଭରିଦେଉ।

Leave a Reply

Your email address will not be published. Required fields are marked *