ଏଣ୍ଟରଟେନମେଣ୍ଟ

ସଙ୍କଟରେ ବଲିଉଡ୍ ସିନେମା ଶିଳ୍ପ

ଶୁଭ୍ ଭାରତ ଟାଇମ୍ସ http://www.suvbharattimes.in/ ୧୯୯୩ ମୁମ୍ବାଇ ବ୍ଲାଷ୍ଟ ପରେ ସଞ୍ଜୟ ଦତ୍ତଙ୍କ ସିନେମା କ୍ୟାରିୟର ଘୋର ପ୍ରଭାବିତ ହେଲା। ସଞ୍ଜୟଙ୍କ ଘରୁ ଏକେ-୪୭ ଜବତ ପରେ ତାଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ୍। ୧୯୯୩ରେ ସୁବାଷ ଘାଇ ପ୍ରଯୋଜିତ ବ୍ଲକ୍ ବଷ୍ଟର ସିନେମା ଖଳନାୟକର ରିଲ୍ ଖଳନାୟକ ସଞ୍ଜୟ ଦତ୍ତ। ମୁମ୍ବାଇ ବ୍ଲାଷ୍ଟ ଘଟଣାରେ ରିଅଲ୍ ଖଳନାୟକ ଭାବେ ଧରାପଡି ଜେଲ୍ ହାଜତକୁ ଗଲେ। ଜେଲ୍ ଫେରନ୍ତା ସଞ୍ଜୟଙ୍କ ପ୍ରଥମ ସିନେମା ଥିଲା ୧୯୯୭ରେ ରିଲିଜ୍ ହୋଇଥିବା “ଦୌଡ”। ଯାହାକୁ ଆଶାନୁଯାୟୀ ସଫଳତା ମିଳିନଥିଲା https://twitter.com/suvbharat_times

୯୯ର ସୁପର ଡୁପର ଚଳଚିତ୍ର “ଭାସ୍ତଭ” ଜରିଆରେ ସଞ୍ଜୟ ପୁନର୍ବାର ମେନଷ୍ଟ୍ରିମ୍ ସିନେମାରେ ଦର୍ଶକ ସମର୍ଥନ ହାସଲ କଲେ। ୯୩ ମୁମ୍ବାଇ ବ୍ଲାଷ୍ଟ ଘଟଣାର ଭୟାବହ ପରିସ୍ଥିତିରେ ୨୫୭ ଜଣଙ୍କ ମୃତ୍ୟୁ ଏବଂ ବୋମା ବିସ୍ଫୋରଣରେ ଆହତ ୭୧୩ ଜଣଙ୍କ ଭୟଙ୍କର ଅନୁଭବ ସଞ୍ଜୟଙ୍କ କ୍ୟାରିୟର ବିଗାଡି ଦେଲା। କିନ୍ତୁ ଘଟଣାର ୬ ବର୍ଷ ପରେ ଭାସ୍ତଭ ଚଳଚିତ୍ରରେ ଜଣେ ଗ୍ୟାଙ୍ଗଷ୍ଟାର ଭୂମିକାରେ ଆସିଥିବା ସଞ୍ଜୟଙ୍କୁ ଦର୍ଶକ ଆରାମରେ ଗ୍ରହଣ କଲେ। ସଞ୍ଜୟଙ୍କ ଆଗାମୀ ଚଳଚିତ୍ର ସଡକ-୨କୁ ଆଜି ସୁଦ୍ଧା ୨୦ ମିଲିୟନ୍ ଡିସ୍‌ଲାଇକ୍ ମିଳିଛି https://twitter.com/suvbharat_times

ଆଜିର ଦର୍ଶକ ବଲିଉଡ ସିନେମାରେ ଅଭିନୟ କରୁଥିବା ସଲମାନ ଖାଁ ଗୋଷ୍ଠୀର କେତେକ ଅଭିନେତା, ଅଭିନେତ୍ରୀ ଏବଂ ପ୍ରଯୋଜକ, ନିର୍ଦ୍ଦେଶକମାନଙ୍କୁ ନେପୋଟିଜିମ୍ ପ୍ରଡକ୍ଟ ଭାବେ ଗ୍ରହଣ କରିଛନ୍ତି। ଜୁନ୍ ୧୩ ତାରିଖ ବିଳମ୍ବିତ ରାତିରେ ଟ୍ୟାଲେଂଟେଡ୍ ଆକ୍ଟର ସୁଶାନ୍ତ ସିଂ ରାଜପୁତଙ୍କୁ ହତ୍ୟା କରାଗଲା। ମାମଲାର ସନ୍ଦିଗ୍ଧ ଅଭିଯୁକ୍ତଙ୍କ ମଧ୍ୟରେ ସଲମାନ୍ ଖାନ୍, କରନ୍ ଜୋହର ସମେତ ଅନେକଙ୍କ ନାମ ସାମ୍ନାକୁ ଆସୁଥିବାରୁ ଦର୍ଶକ ବଲିଉଡ୍ ସିନେମାକୁ ବର୍ଜନ କରୁଛନ୍ତି। ନିକଟରେ, କରନ ଜୋହର ବ୍ୟାନର ଧର୍ମା ପ୍ରଡକ୍ସନ ପ୍ରାୟୋଜିତ ଗୁଞ୍ଜନ ସକ୍ସେନା ସୁପରଫ୍ଲପ୍ ତାଲିକାରେ ସାମିଲ ହୋଇଛି https://twitter.com/suvbharat_times

ନିର୍ଦ୍ଦେଶକ ମହେଶ ଭଟ୍ଟ ସିନେମା ବୋଲି ଜାଣିବା ମାତ୍ରେ ଦର୍ଶକ ଡିସଲାଇକ୍ କରୁଛନ୍ତି। କମେଂଟ୍ ବକ୍ସରେ ମହେଶ ଭଟ୍ଟର ବୁନିଆଦି ଓଗାଳୁଛନ୍ତି। ବିଂଶ ଶତାବ୍ଦୀର ସଚେତନ ଦର୍ଶକ ସିନେମା ଦେଖିବା ପୂର୍ବରୁ ସିନେମାର ବ୍ୟାନର, ପ୍ରଡକ୍ସନ ହାଉସ୍‌, ଏହାର ଅଭିନେତା, ଅଭିନେତ୍ରୀ ଏବଂ ପ୍ରଯୋଜକ, ନିର୍ଦ୍ଦେଶକଙ୍କ ପରିଚୟ ଖୋଜି ନିଷ୍ପତ୍ତି ନେଉଛନ୍ତି, ଯାହା ଅରବ୍‌ପତି ଅଭିନେତା, ଅଭିନେତ୍ରୀଙ୍କ ରିଅଲ କ୍ୟାରେକ୍ଟର ପ୍ରସଙ୍ଗରେ ଚର୍ଚ୍ଚା ପାଇଁ ସୁଯୋଗ ଆଣିଛି। ଦର୍ଶକ ସିନେମା ଦେଖିବା ଅପେକ୍ଷା ଆଲୋଚନା ଓ ସମାଲୋଚନାକୁ ଏବେ ଅଧିକ ପ୍ରାଧାନ୍ୟ ଦେଉଛନ୍ତି https://twitter.com/suvbharat_times

ବଲିଉଡ୍ ସିନେମା ଦୁନିଆକୁ ମାଡି ବସିଥିବା ଦରିନ୍ଦା ଗୋଷ୍ଠୀର ଅନେକ କଲାକାର ସେକ୍ସ କାରବାର, ମି-ଠୁ ଅଭିଯୋଗ, ଡ୍ରଗ୍ସ କାରବାର ଏବଂ ଡି କମ୍ପନୀ ଲିଙ୍କରେ ଥିବା ଘଟଣା ଦେଶବାସୀଙ୍କ ନଜରକୁ ଆସିବା ପରେ ବଲିଉଡ ସିନେମା ଶିଳ୍ପ ଛାରଖାର। ବଲିଉଡ୍ ସିନେମା ଉପରେ ଦର୍ଶକ ଖପ୍ପା। ସିନେକ୍ରିଟିକ୍ସ ଅନୁମାନ କରୁଛନ୍ତି ବଲିଉଡ୍ ଆକ୍ଟର, ଆକ୍ଟ୍ରେସଙ୍କୁ ନେଇ କରାଯାଇଥିବା ବିଜ୍ଞାପନ ଯୋଗୁ ସମ୍ପୃକ୍ତ କମ୍ପାନୀ ସମୁହର ପ୍ରଡକ୍ଟ କାରବାର ନହୋଇ ଦୋକାନରେ ପଡି ରହୁଛି । ସୁଶାନ୍ତ ସିଂ ରାଜପୁତଙ୍କ ନିର୍ମମ ହତ୍ୟା ଘଟଣା ପରେ ସେମାନେ ବରବାଦ ହେଉଛନ୍ତି ବୋଲି ଅନୁଭବ କରୁଛନ୍ତି https://twitter.com/suvbharat_times

Leave a Reply

Your email address will not be published. Required fields are marked *