ଆନ୍ତର୍ଜାତୀୟ

ବଲଗେରିଆ ବ୍ରାଇଡାଲ୍ ବଜାର

ଶୁଭ୍ ଭାରତ ଟାଇମ୍ସ,୧୨/୧୦- ବଲଗେରିଆରେ ଦୁଲ୍‌ହନ ଖୋଜିବାକୁ ହେଲେ ବଜାରରୁ କିଣିବାକୁ ପଡେ। ଏହାକୁ ସହଜରେ ଗ୍ରହଣ କରିବା ହୁଏତ ଭାରତୀୟଙ୍କ ପାଇଁ ଅସମ୍ଭବ। କିନ୍ତୁ, ଗତ ୮୦ ବର୍ଷ ଧରି ବଲଗେରିଆରେ ଏହି ପରମ୍ପରା ଲାଗିରହିଛି।୧୬ ବର୍ଷ ଝିଅ ଠାରୁ ୪୦ ବର୍ଷ ବୟସର ମହିଳାମାନେ ଏହି ବଜାରରେ ବିକ୍ରି ହେବାକୁ ଏକଜୁଟ୍ ହୁଅନ୍ତି। କାରବାର ସମୟରେ ତାଙ୍କ ସହ ଘରଲୋକ କିମ୍ବା ସମ୍ପର୍କୀୟ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରନ୍ତି। www.suvbharattimes.in // twitter.com/@suvbharat_times // www.linkedin.com/in/editor.suvbharattimes

ପରମ୍ପରା ଓ ସାମାଜିକ ବ୍ୟବସ୍ଥାକୁ ବାଦ୍ ଦେଲେ ବଲଗେରିଆ ସରକାର ଗରିବ ପରିବାରର ସମସ୍ୟା ପ୍ରତି ସଚେତନ ଅଛନ୍ତି। ଯେଉଁ ପରିବାର ନିଜ ଝିଅ ବିବାହ କରିବାକୁ ଅସମର୍ଥ ସେମାନଙ୍କ ପାଇଁ ବ୍ରାଇଡାଲ୍ ମ୍ୟାରେଜ୍ ମାର୍କେଟରେ ଦୁଲ୍‌ହା ଖୋଜିବାକୁ ସୁପାରିଶ ମିଳିଛି। ବର୍ଷରେ ଗୋଟିଏ ଦିନ ପାଇଁ ବ୍ରାଇଡାଲ୍ ବଜାର ଖୋଲାଯାଏ। ଏହି ଚମତ୍କାର ବ୍ୟବସ୍ଥାରେ ଉଭୟ ଦୁଲ୍‌ହା ଓ ଦୁଲହନ୍ ପରିବାର ସଦସ୍ୟ ଖୁସି। ଏକାବେଳେ ହଜାର ହଜାର ଯୁବତୀଙ୍କ ମଧ୍ୟରୁ ନିଜ ପୁତ୍ର ପାଇଁ ବୋହୁ ବାଛି କିଣି ନେବାରେ ସେମାନେ ବିଶେଷ ଆଗ୍ରହ ଦେଖାନ୍ତି। ଗୋଟିଏ ବିସ୍ତିର୍ଣ୍ଣ ପଡିଆରେ ସୁରକ୍ଷା କର୍ମୀଙ୍କ ଉପସ୍ଥିତିରେ ଏହି ବ୍ରାଇଡାଲ୍ ମ୍ୟାରେଜ ମାର୍କେଟ ଖୋଲାଯାଏ। www.suvbharattimes.in // twitter.com/@suvbharat_times // www.linkedin.com/in/editor.suvbharattimes

ଭାରତରେ ଦୁଲହନ୍ ପରିବାର ପକ୍ଷରୁ ଦୁଲ୍‌ହା ପରିବାରକୁ ଯୌତୁକ ଦିଆଯାଏ। କିନ୍ତୁ, ବଲଗେରିଆରେ ଝିଅ ଘରର ଚାହିଦା ମୁତାବକ ଅର୍ଥ ଦେବାକୁ ପଡେ। ଦୁଲ୍‌ହା ତା’ପାଇଁ ଦୁଲହନ୍ ବାଛି ସାରିବା ପରେ ଦୁଲହନ୍ ସହ ୨ମିନିଟ କଥା ହେବାକୁ ସୁଯୋଗ ଦିଆଯାଏ। ଦୁଲହନ୍ ପସନ୍ଦ ହେଲେ ତାଙ୍କ ମାତାପିତାଙ୍କ ସହ ମିଶି ନିର୍ଣ୍ଣାୟକ ନିଷ୍ପତି ନିଆଯାଏ। www.suvbharattimes.in // twitter.com/@suvbharat_times // www.linkedin.com/in/editor.suvbharattimes

ଦୁଲ୍‌ହା, ଦୁଲହନ୍ ପରିବାରକୁ କେତେ ଅର୍ଥ ଦେଇପାରିବ ଜଣାଇଦିଏ। ଏଥିରେ ଦୁଲହନ୍ ପରିବାର ରାଜି ହେଲେ ଦୁଲ୍‌ହା ପରିବାର ବାହାଘରର ସମସ୍ତ ଖର୍ଚ୍ଚ ବହନ କରିବା ସହ ଦୁଲହନ୍ ମୂଲ୍ୟ ପୈଠ କରି ବୋହୁକୁ ଘରକୁ ଆଣିବେ। ଲଭ୍‌, ସେକ୍ସ, ଧୋକାରେ ଭବିଷ୍ୟତ ନଷ୍ଟ କରିବା ଅପେକ୍ଷା କୌଣସି ଯୁବକ ବଲଗେରିଆ ଯାଇ ବ୍ରାଇଡାଲ୍ ମ୍ୟାରେଜ୍ ମାର୍କେଟରୁ ନିଜ ପସନ୍ଦରେ ଝିଅ କିଣି ବାହା ହେବା କେତେଦୂର ସହାୟକ ହେବ କେବଳ ଅନୁଭବୀ କହିପାରିବେ > www.suvbharattimes.in // twitter.com/@suvbharat_times // www.linkedin.com/in/editor.suvbharattimes

Leave a Reply

Your email address will not be published. Required fields are marked *