ଜାତୀୟ

ରାଫେଲ୍: ଉପା ଅପେକ୍ଷା ଶସ୍ତା ଭାଜପା ଡିଲ୍

ନୂଆଦିଲ୍ଲୀ, ଶୁଭ୍ ଭାରତ ଟାଇମ୍ସ (ବ୍ୟୁରୋ),୧୩/୨/୧୯- ରାଫେଲ୍ ଡିଲ୍ ବିବାଦ ଏବେ ଚରମ ସୀମାରେ ପହଁଚିଛି। ବୁଧବାର ରାଜ୍ୟସଭାରେ ପ୍ରଦର୍ଶିତ ସିଏଜି ରିପୋର୍ଟ ସ୍ପଷ୍ଟ କରିଛି କି ମୋଦୀ ସରକାର ଦ୍ୱାରା ହୋଇଥିବା ଡିଲ୍ ଉପା ସରକାର ତୁଳନାରେ ୨.୮୬ ପ୍ରତିଶତ କମ୍।

ରାଫେଲ୍ ବିମାନ ଡିଲ୍ ନେଇ ଚାଲିଥିବା ହୋହଲ୍ଲା ମଧ୍ୟରେ ବୁଧବାର ରାଜ୍ୟସଭାରେ ପ୍ରଦର୍ଶିତ ସିଏଜି ରିପୋର୍ଟ ବିରୋଧୀଙ୍କୁ କଡା ଯବାବ ଦେଇଛି। ଏହି ରିପୋର୍ଟ ଦାବି କରୁଛି କି ଏନଡିଏ ସରକାରର ରାଫେଲ୍ ଡିଲ୍ ଉପା ସରକାର ଅମଳରେ ହୋଇଥିବା ଡିଲ୍ ତୁଳନାରେ ଶସ୍ତା ଥିଲା। ପରନ୍ତୁ ଏହି ରିପୋର୍ଟରେ ମୋଦୀ ସରକାର ପକ୍ଷରୁ ହେଉଥିବା ଦାବିକୁ ଖାରଜ କରାଯାଇଛି। ଯେଉଁଥିରେ କୁହାଯାଇଥିଲା ଯେ ରାଫେଲ୍ ଡିଲ୍ ପୂର୍ବ ଡିଲ୍ ଠାରୁ ୯ ପ୍ରତିଶତ ଶସ୍ତା ଅଛି।

ଜାଣିବା ରାଜ୍ୟସଭାରେ ପ୍ରଦର୍ଶିତ ସିଏଜି ରିପୋର୍ଟ କ’ଣ ଦର୍ଶାଇଛି।
୧.ଏନଡିଏ ସରକାରର ରାଫେଲ ଡିଲ୍ ପୂର୍ବ ସରକାର ଠାରୁ ୨.୮୬ ପ୍ରତିଶତ ଶସ୍ତା।
୨.ବିମାନ ପ୍ରସ୍ତୁତିର ମୂଲ୍ୟ ଉପା ସରକାର ମୂଲଚାଲର ବରାବର।
୩.ମୋଦୀ ସରକାର ଯେଉଁ ୯ ପ୍ରତିଶତ ଶସ୍ତା ବୋଲି ଦାବି କରୁଥିଲେ, ସିଏଜି ରିପୋର୍ଟରେ ଏହାକୁ ଖାରଜ କରାଯାଇଛି।
୪.ସିଏଜି ରିପୋର୍ଟରେ ରାଫେଲ୍ ବିମାନର ମୂଲ୍ୟକୁ ବାଦ ଦିଆଯାଇଛି।
୫.ରିପୋର୍ଟ ଦାବି କରିଛି କି ଏହି ୩୬ ବିମାନ ଡିଲ୍ ପୂର୍ବର ୧୨୬ ବିମାନ ଡିଲ୍ ତୁଳନାରେ ପ୍ରାୟ ୧୭.୦୮ ପ୍ରତିଶତ ଅର୍ଥ ସଂଚୟ ହୋଇଛି।
୬.ଏହି କାରବାରରେ ପ୍ରତିରକ୍ଷା ମନ୍ତ୍ରାଳୟକୁ ଖୁବ୍ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି।
୭.ପୂର୍ବ ଡିଲ୍ ମୁତାବକ ରାଫେଲ୍ ବିମାନ ହସ୍ତାନ୍ତର ୭୨ ମାସରେ ଶେଷ ହେବାକୁ ଥିବା ବେଳେ ଏହି ଡିଲ୍’ରେ ୭୧ ମାସରେ ହସ୍ତାନ୍ତର ହେଉଛି।
୮. ସିସିଏସ୍ ସାମ୍ନାରେ ସେପ୍ଟେମ୍ବର ୨୦୧୬ରେ ସୋବରନ୍ ଗ୍ୟାରେଣ୍ଟି ଏବଂ ଲେଟର ଅଫ୍ କମ୍ଫର୍ଟ ପ୍ରଦର୍ଶନ କରାଯାଇଥିଲା।
୯.ପ୍ରାଥମିକ ପର୍ଯ୍ୟାୟରେ ୧୮ଟି ରାଫେଲ୍ ବିମାନ ପୂର୍ବ ଡିଲ୍ ମୁତାବକ ୫ ମାସ ପୂର୍ବରୁ ଭାରତରେ ପହଁଚିଯିବ।
୧୦.ପ୍ରତିରକ୍ଷା ମନ୍ତ୍ରାଳୟ ତରଫରୁ ଜାନୁୟାରୀ ୨୦୧୯ରେ କୁହାଯାଇଥିଲା କି ନୂଆ ଡିଲ୍’ରେ ବେସିକ ପ୍ରାଇସ୍ ୯ ପ୍ରତିଶତ ଶସ୍ତା ଅଛି। ହେଲେ ଏହା ୨୦୦୭ରେ ୧୨୬ ବିମାନ ପାଇଁ ପ୍ରଦର୍ଶିତ ଅଫର୍ ତୁଳନାରେ ଶସ୍ତା ଥିଲା।

Leave a Reply

Your email address will not be published. Required fields are marked *