ବିଜ୍ଞାନ

କଶିନି

ଆଦିତ୍ୟ ବିକ୍ରମ ପଟ୍ଟନାୟକ, ମିଡିଆ ସପୋର୍ଟ୍- ଶୁଭ୍ ଭାରତ ଟାଇମ୍ସ,୧୬/୧୨/୨୦୧୭- ନାସା ଦ୍ୱାରା ଛଡାଯାଇଥିବା କଶିନି ସଫଳତା ଦେଇଛି। ଅକ୍ଟୋବର ୧୫, ୧୯୯୭ ରେ ନାସା ତରଫରୁ ଛଡାଯାଇଥିଲା। ଏହା ଯେତେବେଳେ ଶନି ଗ୍ରହକୁ ଅତିକ୍ରମ କରିବା ଆରମ୍ଭ କରିଥିଲା, ସେତେବେଳେ ଏହାର ରିପୋର୍ଟ ହାସଲ କରି ନାସାର ବୈଜ୍ଞାନିକମାନେ ଖୁବ୍ ଆନନ୍ଦର ସହିତ ପାଳନ କରିଥିଲେ। କଶିନି ପ୍ରତ୍ୟେକ ଗ୍ରହର ଫଟୋ ଉଠାଇଥିଲା। ଏହା ଯେତେବେଳେ ଆଷ୍ଟ୍ରଏଡ୍ ବେଲ୍ଟ୍ ଅତିକ୍ରମ କରୁଥିଲା ସେତେବେଳେ ନାସାର ବୈଜ୍ଞାନିକମାନେ ବହୁତ ଚିନ୍ତିତ ଥିଲେ କି ଦୃତ ବେଗରେ ଅତିକ୍ରମ କରୁଥିବା କଶିନି ଦେହରେ ଯଦି ଗୋଟିଏ କ୍ଷୁଦ୍ର ଅଣୁ ବାଜିଗଲେ ବି ଏହା ଧ୍ୱଂସ ହୋଇପାରିବ।

କଶିନି ଶନି ଗ୍ରହ ନିକଟକୁ ଯାଉଥିବା ସମୟରେ ଶନି ଗ୍ରହ ନିକଟରେ ଥିବା କେତୋଟି ଚନ୍ଦ୍ରଙ୍କର ମଧ୍ୟ ଫଟୋ ଉଠାଇଥିଲା। ଶନିଙ୍କର କେତୋଟି ଚନ୍ଦ୍ର ଗୋଲାକାର, ଆଉ କେତୋଟି ଆଳୁ ଆକାର ପରି ଦେଖାଯାଉଥିଲେ। ଶନି ଗ୍ରହର ଏକ ଚନ୍ଦ୍ର ଏନସାଲାଡ଼ସ୍ ଚାରିପଟେ ଅତିକ୍ରମ କରି ଫଟୋ ଗ୍ରହଣ କରିବା ପାଇଁ ନାସା ତରଫରୁ ଆଦେଶ ଦିଆଯାଇଥିଲା। କଶିନି ଏନସାଲାଡ଼ସ୍ କେତୋଟି ଗୁରୁତ୍ୱପୂର୍ଣ୍ଣ ଫଟୋ ଉଠାଇଥିଲା। ଏହି ଫଟୋଗୁଡିକରୁ ଜଣାପଡିଥିଲା ଯେ ଏନସାଲାଡ଼ସ୍’ରେ ଜୀବନ ସମ୍ବବ। କାରଣ ଏନସାଲାଡ଼ସ୍ ପୃଷ୍ଠରେ ବରଫ ଥିଲା।

ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବା ପାଇଁ ଶନି ଗ୍ରହର ସବୁଠାରୁ ବଡ଼ ଚନ୍ଦ୍ର ଟାଇଟାନ୍ ଆଡକୁ ଅତିକ୍ରମ କରିଥିଲା, ଏବଂ ତାହାର ମଧ୍ୟ କେତୋଟି ଗୁରୁତ୍ୱପୂର୍ଣ୍ଣ ଫଟୋ ଉଠାଇଥିଲା। କଶିନିରେ ଲଗା ଯାଇଥିବା ହାଇଜେନ୍ସ’କୁ ଟାଇଟାନର ପୃଷ୍ଠରେ ଅବତରଣ କରିବାକୁ ନାସା ପକ୍ଷରୁ ଆଦେଶ ଦିଆଗଲା। ସେହି ହାଇଜେନ୍ସ ଟାଇଟାନ ପୃଷ୍ଠରେ ପହଚିଂବା ପର୍ଯ୍ୟନ୍ତ ଭିଡିଓ ଚିତ୍ର ଉତ୍ତୋଳନ କରିଚାଲିଥିଲା। ତାହା ପରେ କଶିନିକୁ ଶନି ଗ୍ରହର ଖୁବ ନିକତର ହୋଇ ତାହାର ରିଂ ଗୁଡିକର ଚିତ୍ର ଉତୋଳନ ପାଇଁ ନାସା ତରଫରୁ ନିର୍ଦ୍ଦେଶ ମିଳିଥିଲା।

ନାସାର କଶିନି ପ୍ରତି ପରବର୍ତ୍ତୀ ନିର୍ଦ୍ଦେଶ ଥିଲା ଯେ, ପୃଥିବୀ ଆଡକୁ ତାର ଆଂଟେନା ବୁଲାଇ ଫଟୋ ଛାଡିବା ପାଇଁ। ତା’ପରେ ନାସାର ଶେଷ ନିର୍ଦ୍ଦେଶ ଥିଲା ଯେ, ଶନି ଗ୍ରହ ଆଡକୁ ଦୃତ ଗତିରେ ଅତିକ୍ରମ କରି ନିଜକୁ ଧ୍ୱଂସ କରିଦେବା। ମାତ୍ର ନିର୍ଦ୍ଦେଶ ପାଳିତ ହେବା ପୂର୍ବରୁ କାଶିନି ନିଜର ଦୃତ ଅତିକ୍ରମ ପାଇଁ ୧୫ ସେପ୍ଟେମ୍ବର ୨୦୧୭ ରେ ଆପେ ଆପେ ଧ୍ୱଂସ ହୋଇଗଲା। ନାସା ଦ୍ୱାରା ପରିକ୍ଷୀତ ଏପରି ଏକ ବିରଳ ଉଦ୍ୟମକୁ ବିଶ୍ୱବାସୀ ନିରନ୍ତର ମନେ ରଖିବେ।
ଷ୍ଟାଣ୍ଡାର୍ଡ- ୭, ବି.ଜେ.ଇ.ଏମ୍ ସ୍କୁଲ୍-୨, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *