ସମ୍ପାଦକୀୟ

ଅମାବାସ୍ୟାର ଚନ୍ଦ୍ର

ଡ଼ଃ.ଅରୁନ୍ଧତୀ ଦେବୀ, ମିଡିଆ ସପୋର୍ଟ୍- ଶୁଭ୍ ଭାରତ ଟାଇମ୍ସ, ୩୦ ଜୁନ୍ ୨୦୧୯- ବାରିଷ୍ଟର ଗୋବିନ୍ଦ ଦାସ, ସୁପ୍ରିମକୋର୍ଟରେ ଓକିଲାତି କରିଥିବା ପ୍ରଥମ ଓଡ଼ିଆ ଆଇନଜୀବୀ। ଜୀବନ କାଳରେ ସେ ଆଇନ ଜଗତରେ ଯେତିକି ପ୍ରସିଦ୍ଧ, ସାହିତ୍ୟ ଦୁନିଆରେ ମଧ୍ୟ ସେତିକି ପରିଚିତ ଥିଲେ। ‘ଅମାବାସ୍ୟାର ଚନ୍ଦ୍ର’ ତାଙ୍କର ସାହିତ୍ୟିକ ପ୍ରତିଭାର ସାର୍ଥକ ଅଭିବ୍ୟକ୍ତି। ୧୯୬୪ରେ ଏହାର ପ୍ରଥମ ସଂସ୍କରଣ ପ୍ରକାଶ ପାଇଥିଲା। ୨୦୦୮ରେ ତାଙ୍କର ପରଲୋକ ବେଳକୁ ଏହାର ୨୫ତମ ସଂସ୍କରଣ ବଜାରରେ ମିଳୁଥିଲା। ଆଲୋଚକ Read more

ସମ୍ପାଦକୀୟ

ପ୍ରକୃତିର ଆହ୍ୱାନ

ଶୁଭ୍ ଭାରତ ଟାଇମ୍ସ, ୪ ଜୁନ୍ ୧୯(ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର)- ପରିବେଶ ସୁରକ୍ଷା ଆମର ପ୍ରଥମ କର୍ତ୍ତବ୍ୟ। ସୁସ୍ଥ ପରିବେଶ ହିଁ ଆମ ଜୀବନଶୈଳୀ ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ। ଆଧୁନିକତାର ବଶବର୍ତ୍ତୀ ମଣିଷ ପାଇଁ ପରିବେଶ ଦିନକୁ ଦିନ କଳୁଷିତ ହୋଇଚାଲିଛି ଓ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। ଏଥିରୁ ମୁକୁଳିବା ପାଇଁ ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ପ୍ରତି ବର୍ଷ ଜୁନ୍ ୫ Read more

ସମ୍ପାଦକୀୟ

ଚର୍ଚ୍ଚାର ଶୀର୍ଷରେ ସେଣ୍ଟ୍ରାଲ- ଭୁବନେଶ୍ୱର ଆସନ

ମନୋରଞ୍ଜନ ପଟ୍ଟନାୟକ- ସରକାର ଗଢିବା ପୂର୍ବରୁ ଦଳର ମୁଖିଆ କେତେକ ସମଭାବାପନ୍ନ ଉଦଯୋଗୀ ବ୍ୟକ୍ତିଙ୍କୁ ନିଜ ଟିମ୍’ରେ ନେବା ଲାଗି ମାନସିକ ସ୍ତରରେ ପ୍ରସ୍ତୁତ ହୋଇଥାନ୍ତି। ଲକ୍ଷଥାଏ ରାଜ୍ୟବାସୀଙ୍କ ବିଶ୍ୱାସକୁ କାଏମ୍ ରଖିବା। ହେଲେ ସାଂମ୍ପ୍ରତିକ ରାଜନୀତି ବିଜୁ ଜନତା ଦଳକୁ ରାଜଧାନୀବାସୀଙ୍କ ସାମ୍ନାରେ ନିଚ୍ଚା ଦେଖାଇବା ଭଳି ସୁଯୋଗ ସୃଷ୍ଟି କରିଛି। ଯଦିଓ ନିର୍ବାଚନ ଶେଷ ହୋଇନି କିମ୍ବା କୌଣସି ନିଣ୍ଣାୟକ ଫଳାଫଳ ସାମ୍ନାକୁ ଆସିନି, ମାତ୍ର ବିଜୁ ଜନତା ଦଳ ସୁପ୍ରିମୋ ୫ମ ଥର Read more

ସମ୍ପାଦକୀୟ

ନଳଘାସ ଉଜାଡି ଦେଇଛି ମତ୍ସ୍ୟଜୀବୀର ସଂସାର

ମନୋରଞ୍ଜନ ପଟ୍ଟନାୟକ- ଲାସ୍ୟମୟୀ ଚିଲିକାର ଉତ୍ତର-ପୂର୍ବ ଉପକୂଳ ଅତୀତରେ ନିଜ ଅବବାହିକାର ମତ୍ସ୍ୟଜୀବୀଙ୍କ ପାଇଁ ଭାଗ୍ୟଦେବୀ ସାଜିଥିଲା। ଏବେ ଉପକୂଳର ପ୍ରାୟ ୨ଶହ ବର୍ଗ କିଲୋମିଟର ଜଳଭାଗ ନଳଘାସ ଜଙ୍ଗଲରେ ପରିପୂର୍ଣ୍ଣ। ଏହାର ମୂଳୋତ୍ପାଟନ ପାଇଁ ଚିଲିକା ଡେଭଲପମେଣ୍ଟ ଅଥରିଟି (ସି.ଡି.ଏ) ୨୦୦୮ ମସିହାରେ ଏକ ରସାୟନିକ ଦ୍ରବ୍ୟ ପ୍ରୟୋଗ କରି ପରିକ୍ଷାମୂଳକ ପଦକ୍ଷେପ ନେଇଥିଲା। ହେଲେ ରସାୟନିକ ଦ୍ରବ୍ୟ ପ୍ରୟୋଗରେ ତୃଟି ରହିବାରୁ ନଳଘାସ କଟାରେ ନିୟୋଜିତ ଶ୍ରମିକ ଦେହରେ ପୋଡ଼ାଜଳା ଅନୁଭବ କରି ଅଧାରୁ Read more

ସମ୍ପାଦକୀୟ

ବିଶ୍ୱାସଘାତ

ମନୋରଞ୍ଜନ ପଟ୍ଟନାୟକ / ୧ ଫେବୃୟାରୀ, ୨୦୧୮- ଅତି ଅମାନୁଷିକ ନିଷ୍ପତ୍ତିର ଶିକାର ହୋଇଆସୁଛନ୍ତି ବିଜୁ ଜନତା ଦଳର ବହୁ ତୁଙ୍ଗ ନେତା। ବିଜେଡି ଏଭଳି ଏକ ଦଳ ଯାହାର ସୁପ୍ରିମୋ ନିଜେ କିଛି ନିଷ୍ପତ୍ତି ନିଅନ୍ତି ନାହିଁ। ତାଙ୍କର ଅନ୍ତରଙ୍ଗ ଚାଟୁକାରମାନେ ଏବେ ପ୍ରତି ପ୍ରଶ୍ନରେ ଏଭଳି ଉତ୍ତର ଦେଉଛନ୍ତି। ସେମାନଙ୍କ ମନସ୍ତାପର କାରଣ ତ ଅନେକ ଅଛି, ହେଲେ ବର୍ତ୍ତମାନ ସମୟର ମୁଖ୍ୟ କାରଣ ହେଲା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ପାଇଁ ବିଜେଡିର ନିର୍ଦ୍ଧିଷ୍ଟ କେତେକ Read more

ସମ୍ପାଦକୀୟ

ମୁଖ୍ୟମନ୍ତ୍ରୀଙ୍କ ଓଏସଡି ମୁଠାରେ ଚିଲିକା ବିଜେଡି ଟିକେଟ

ମନୋରଞ୍ଜନ ପଟ୍ଟନାୟକ, ୨୯/୦୩- ରାଜ୍ୟରେ କୋଟେରୀ ଶାସନକୁ ପ୍ରୋତ୍ସାହିତ କରି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଚର୍ଚ୍ଚିତ ନେତା ତାଙ୍କ ପିତା ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ସମ୍ନାନ ଦିଅନ୍ତି ନାହିଁ ବୋଲି ଆଉ ଥରେ ପ୍ରମାଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ଏଭଳି ଆଲୋଚନା ପଛରେ ଟିକେଟ ବଣ୍ଟନର ବାସ୍ନା ରହିଛି। ଚର୍ଚ୍ଚାରୁ ସୁରାକ ମିଳିଛି କି ପୁରୀ ଲୋକସଭା ନିର୍ବାଚନମଣ୍ଡଳୀ ଅଧିନ ଚିଲିକା ବିଧାନସଭା ଆସନରେ କାହାକୁ ମିଳିବ ବିଜେଡି ଟିକେଟ, ତାହା ନିର୍ଣ୍ଣୟ କରିବେ Read more

ସମ୍ପାଦକୀୟ

ପୁତୁରା ଅରୁଣଙ୍କ ପାଇଁ ସୁରକ୍ଷିତ ଆସନ ସଂରକ୍ଷଣ କରିଛନ୍ତି ନବୀନ

ମନୋରଞ୍ଜନ ପଟ୍ଟନାୟକ, ୧୮/୩- ବିଜେପୁରରୁ ବିଜୟୀ ହୋଇ ବରପାଲି ବ୍ଳକ କୁମ୍ଭାରୀ ସଭାମଂଚ ଘଟଣାର ବଦଲା ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘଟଣାଟି ବିଜେପୁର ଉପ-ନିର୍ବାଚନ ସହ ଜଡିତ। ବିଜେପୁର ଆସନରୁ ଲଢୁଥିବା ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ନିର୍ବାଚନ ପ୍ରଚାରରେ ଯାଇଥିଲେ ମୁଖ୍ୟମନ୍ତ୍ରୀ। ଯେଉଁଠି ତାଙ୍କ ଉପରକୁ ଯୋତା ଫୋପଡା ଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଦେହରେ ଯୋତା ବାଜିବା ପୂର୍ବରୁ ତାଙ୍କ ସୁରକ୍ଷା କର୍ମୀ ଯୋତାକୁ ଆୟତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦେହରେ ବାଜିନଥିଲା ଯୋତା। ବଡଗଡ Read more

ସମ୍ପାଦକୀୟ

ଗୁଣ୍ଡାଗର୍ଦ୍ଦି ଚଳାଇଛି ପୋଲିସ

ମନୋରଞ୍ଜନ ପଟ୍ଟନାୟକ- କେବେ ଓକିଲଙ୍କୁ ପିଟିଲେଣି ତ କେବେ ସାମ୍ବାଦିକଙ୍କୁ। ରାଜ୍ୟରେ ଗୁଣ୍ଡାଗର୍ଦ୍ଦି ଚଳାଇଛି ପୋଲିସ୍। ସେପ୍ଟେମ୍ବର ୨୮ରେ ପୁରୀର ଏକ ପେଟ୍ରୋଲ୍ ପମ୍ପରେ ଚାଲିଥିବା ଅପମିଶ୍ରିତ ପେଟ୍ରୋଲ କାରବାରର ପର୍ଦ୍ଦାଫାସ୍ କରିଥିବା ସାମ୍ବାଦିକଙ୍କୁ ପୋଲିସ ନିର୍ଦ୍ଧୁମ୍ ଛେଚିଲା। ପେଟ୍ରୋଲ ପମ୍ପକୁ ସୁରକ୍ଷା ଦେବା ଆଳରେ ପହଂଚିଥିବା ପୋଲିସ୍ ପେଟ୍ରୋଲ ପମ୍ପ୍ ମାଲିକର ଭଡାଟିଆ ଗୁଣ୍ଡା ଭଳି ଆଚରଣ ଦେଖାଇଲା। ଘଟଣାସ୍ଥଳରେ ୧୨ ଜଣ ସାମ୍ବାଦିକ ଗୁରୁତର ପ୍ରହାର ଖାଇଛନ୍ତି। ସେତେବେଳେ ଉପସ୍ଥିତ ଜଣେ ଓକିଲ ମଧ୍ୟ Read more

ସମ୍ପାଦକୀୟ

କେତେ ଫରକ / କେତେ ସାମଞ୍ଜସ୍ୟ

ମନୋରଞ୍ଜନ ପଟ୍ଟନାୟକ- ‘ଛାତ୍ରୀଙ୍କୁ ଅସଦାଚରଣ ପ୍ରତିବାଦ, ଗ୍ରାମସଭା ନିଷ୍ପତିରେ ସର୍ବସମ୍ମୁଖରେ ଅଭିଯୁକ୍ତ ଶିକ୍ଷକଙ୍କୁ ପିଟିଲେ ନିଜ ପତ୍ନୀ’, ‘ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜେଲ୍ ଗଲେ ପ୍ରଧାନ ଶିକ୍ଷକ’, ‘ବନ୍ଦ କୋଠରୀରୁ ଗର୍ଭବତୀ ଛାତ୍ରୀ ଉଦ୍ଧାର’ ଇତ୍ୟାଦି ଅନେକ ମୁଣ୍ଡବିନ୍ଧା ଖବର ଗଣମାଧ୍ୟମର ଶିରୋନାମା ପାଲଟିଛି। ଆଜି କେତେକ ଶିକ୍ଷାନୁଷ୍ଠାନରେ ଏମିତି କେତୋଟି ଚରିତ୍ରହୀନ ଶିକ୍ଷକ ଅଛନ୍ତି, ଯେଉଁମାନେ କାମ ବାସ୍ନାକୁ ଚରିତାର୍ଥ କରିବା ପାଇଁ ବାରମ୍ବାର ନିରୀହ ଛାତ୍ରଛାତ୍ରୀଙ୍କ ଇଜ୍ଜତ ଲୁଟି ରାଜ୍ୟରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। Read more

ସମ୍ପାଦକୀୟ

କୋଲକାତାରେ ଦିଦି ଉଷ୍ମତା

ମନୋରଞ୍ଜନ ପଟ୍ଟନାୟକ- ରାଜ୍ୟର ଜଣେ ଅସାଧୂ ପୋଲିସ ଅଧିକାରୀଙ୍କୁ ସୁରକ୍ଷା ଦେବାରେ ସଫଳ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଫେବୃୟାରୀ ୩ ତାରିଖ ରାତି ପ୍ରାୟ ୯ଟାରେ କୋଲକାତା ମେଟ୍ରୋ ଚାନାଲ୍ ଗେଟ୍ ପାଖରେ ମମତା ଜୀ ଧାରଣାରେ ବସିଗଲେ। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପହଁଚି ବୁଝାଇବା ପରେ ଧାରଣାରୁ କ୍ଷାନ୍ତ ହେଲେ। ଯାହା ମଙ୍ଗଳବାର ସଂଧ୍ୟା ସାଢେ ୬ରେ ଦୀର୍ଘ ୪୬ ଘଣ୍ଟା ପରେ ସମାପ୍ତ ହେଲା। ତେବେ ଆସନ୍ତା ସପ୍ତାହରେ Read more