ଆନ୍ତର୍ଜାତୀୟ

କଶ୍ମିରୀଙ୍କ ପାଇଁ ମିଛ ଦରଦ ଦେଖାଉଛି ପାକିସ୍ତାନ

ନୂଆଦିଲ୍ଲୀ, ଶୁଭ୍ ଭାରତ ଟାଇମ୍ସ, ୨୨.୧o- ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ ପରେ ଭାରତ ଏହାର ଦୃଢ଼ ଜବାବ ଦେଇଆସୁଛି। ଏଥିପାଇଁ ପାକିସ୍ତାନର ଇମ୍ରାନ ଖାନ ସରକାର ନିଜ ଦେଶବାସୀଙ୍କ ସମାଲୋଚନାର ଶିକାର ହେଉଥିବାରୁ ବାରମ୍ବାର ଭାରତ ବିରୋଧରେ କଠୋର ପଦକ୍ଷେପ ନେବାକୁ ହୀନ ପ୍ରୟାସ କରୁଛି। କିନ୍ତୁ ୩୭୦ ଉଛେଦ ପରେ କଶ୍ମିରୀଙ୍କ ପାଇଁ ମିଛ ଦରଦ ଦେଖାଇ ପାକିସ୍ତାନ ପୂର୍ବ ଭଳି ଏଲ୍‌ଓସି ନିକଟବର୍ତ୍ତୀ ଗାଁ ଓ ଭାରତୀୟ ସେନା ପୋଷ୍ଟକୁ ଲକ୍ଷ୍ୟ କରି Read more

ଆନ୍ତର୍ଜାତୀୟ

ଜିନପିଙ୍ଗ୍ ଓ ପେଙ୍ଗ୍ ଲ୍ୟୁୟାନ୍ ୪୦ ମିନିଟରେ ବିବାହ ନିଷ୍ପତ୍ତି ନେଇଥିଲେ

ନୂଆଦିଲ୍ଲୀ, ଶୁଭ୍ ଭାରତ ଟାଇମ୍ସ, ୧୧.୧୦- ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କ ପତ୍ନୀ ପେଙ୍ଗ୍ ଲ୍ୟୁୟାନ୍ ଚୀନର ଜଣେ ପ୍ରଖ୍ୟାତ ଲୋକଗୀତ ଗାୟିକା। କୁହାଯାଉଛି କି ଚୀନ୍ ରାଷ୍ଟ୍ରପତିଙ୍କ ବିଦେଶ ଗସ୍ତ ସମୟରେ ଜାଣିଶୁଣି ପତ୍ନୀ ଲ୍ୟୁୟାନଙ୍କୁ ଦୂରରେ ରଖାଯାଉଛି। କିନ୍ତୁ ୨୦୧୪ରେ ଲ୍ୟୁୟାନ୍ ଭାରତ ଆସି ସେହି ପରମ୍ପରା ଭାଙ୍ଗି ଦେଇଥିଲେ ଏବଂ ଚଳିତ ୨ ଦିନିଆ ଭାରତ ଗସ୍ତରେ ଶ୍ରୀ ଜିନପିଙ୍ଗ ପତ୍ନୀଙ୍କ ବିନା ଭାରତ ଆସିଛନ୍ତି। ପେଙ୍ଗ୍ ଲ୍ୟୁୟାନ୍ ଚୀନର ଜଣେ ପ୍ରସିଦ୍ଧ ଲୋକଗୀତ Read more

ଆନ୍ତର୍ଜାତୀୟ

ପାକିସ୍ତାନ ଅଧିକୃତ କଶ୍ମୀରରେ ଭୂକମ୍ପ, ୨୬ମୃତ ୩ ଶହ ଆହତ

ଶୁଭ୍ ଭାରତ ଟାଇମ୍ସ(ବ୍ୟୁରୋ), ୨୪.o୯- ମଙ୍ଗଳବାର ଅପରାହ୍ଣ ୪.୩୨ ମିନିଟ। ଏକ ଶକ୍ତିଶାଳୀ ଭୂମିକମ୍ପ ଝଟକାରେ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ର ନୁଆ ମୀରପୁର୍ ସହର ଛାରଖାର ହୋଇଯାଇଛି। ରିକ୍ଟର୍‌ ସ୍କେଲ୍‌ରେ ଭୂକମ୍ପର ତୀବ୍ରତା ପ୍ରଥମେ ୬.୩ ଥିବା କୁହାଜିଵ ପରେ ପ୍ରକୃତରେ ଏହା ୫.୮ ବୋଲି ଜଣାପଡ଼ିଛି। ମୀରପୁର ଡିଆଇଜିଙ୍କ ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ୨୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଶହ ରୁ ଅଧିକ ଆହତ ଏବଂ ସେମାନଙ୍କ ମଧ୍ୟରୁ ଶହେ ଜଣଙ୍କ Read more

ଆନ୍ତର୍ଜାତୀୟ

ସଂଗ୍ରାମୀ ଆନିବେସାନ୍ତ

ଡ଼ଃ.ଅରୁନ୍ଧତୀ ଦେବୀ, ମିଡିଆ ସପୋର୍ଟ୍- ଶୁଭ୍ ଭାରତ ଟାଇମ୍ସ, ୨o.o୯- ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ଦୃଢ଼ ସମର୍ଥକ ଭାବେ ଆନିବେସାନ୍ତ ସୁପରିଚିତ। ମହିଳାଙ୍କ ସ୍ୱାର୍ଥରକ୍ଷା ପାଇଁ ସେ ସର୍ବଦା ଚେଷ୍ଟିତ ଥିଲେ। ବ୍ରିଟେନରେ ଜନ୍ମିତା ଆନିବେସାନ୍ତ ଏକାଧାରରେ ଥିଲେ ଜଣେ ବ୍ରହ୍ମବିଦ୍ୟା ବିଶେଷଜ୍ଞ, ଜାତୀୟତାବାଦୀ, ଲେଖିକା ତଥା ସମାଜ ସୁଧାରିକା। ଭାରତ ସମତେ ଆୟାର୍ଲ୍ୟାଣ୍ଡ ସ୍ୱାଧୀନତା ସଂଗ୍ରାମର ମଧ୍ୟ ସେ ସମର୍ଥକ ଥିଲେ। ୮୪୭ ଅକ୍ଟୋବର ୧ ତାରିଖରେ ଲଣ୍ଡନର କ୍ଲାପହାମ୍ ଠାରେ ତାଙ୍କର ଜନ୍ମ। Read more

ଆନ୍ତର୍ଜାତୀୟ

ଇରାକ ଆଇଏସଆଇଏସ କ୍ୟାମ୍ପରେ ଆମେରିକାର ଏୟାର ଷ୍ଟ୍ରାଇକ

ଇରାକ,୧୨.୧୨- ଇରାକ ଆଇଏସଆଇଏସ କ୍ୟାମ୍ପ ଉପରେ ଆମେରିକା ପୁଣିଥରେ ଏୟାରଷ୍ଟ୍ରାଇକ କରିଛି । ଏହି ଷ୍ଟ୍ରାଇକରେ ୩୬ହଜାର କେଜିର ବମ୍ ପକାଯାଇଛି ଆମେରିକା। ଆମେରିକାର ଆଧୁନିକ ଲଢୁଆ ବିମାନ ଏଫ-୩୫ ଓ ଏଫ-୧୫ ଏହି ସମସ୍ତ ବମ୍ ପକାଇଛି । ବମ୍ ଗୁଡିକ ଦିଗଡି ନଦୀ ମଧ୍ୟରେ ଥିବା ଏକ ଦ୍ୱୀପରେ ପଡିଛି। ଆଇଏସଆଇଏସ୍ ବିରୋଧରେ ଆମେରିକା ଚଳାଇଥିବା ଏହି ଅପରେସନରେ ଆମେରିକାକୁ ଇରାକ ସେନା ସହଯୋଗ କରୁଛନ୍ତି। ଗଣମାଧ୍ୟମ ତଥ୍ୟ ଅନୁସାରେ, ଏହି ଅପରେସନର ଲକ୍ଷ Read more

ଆନ୍ତର୍ଜାତୀୟ

ପାକିସ୍ତାନ ଅର୍ଥନୀତି ସଜାଡିବେ ବେଲି ଡ୍ୟାନ୍ସର !

ଇସ୍‌ଲାମାବାଦ, o୮.o୯- ମହିଳାଙ୍କ ବେଲି ଡ୍ୟାନ୍ସ ଦେଖାଇ ଇମ୍ରାନ୍‌ ଖାନ୍‌ ସରକାର ନିଜ ଦେଶର ଅର୍ଥନୀତିକୁ ସଜାଡିବାକୁ ଲକ୍ଷ୍ୟ ରଖିଛନ୍ତି। ପାକିସ୍ତାନ ଶରଦ ଚ୍ୟାମ୍ବର ଅଫ୍ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରୀ ପକ୍ଷରୁ ପେଶୱାରରେ ପୁଞ୍ଜିନିବେଶ ପାଇଁ ଏକ କନଫରେନ୍ସ ଆୟୋଜନ କରାଯାଇଥିଲା। ଏଥିରେ ବହୁ ଶିଳ୍ପପତି ଯୋଗଦେଇଥିଲେ। ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ପାକିସ୍ତାନ ଏଥିରୁ ମୁକୁଳିବା ପାଇଁ ନିବେଶକଙ୍କୁ ଆକୃଷ୍ଟ କରିବାକୁ ଭିନ୍ନ ଉପାୟ ଗ୍ରହଣ କରିଥିଲା। ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ଅଧିକାଂଶ Read more

ଆନ୍ତର୍ଜାତୀୟ

ଲିଓନାର୍ଡ଼ୋ ଡି ସର୍ ଡା ଭିନସି : ମୋନାଲିସାର ସ୍ରଷ୍ଟା

ଶୁଭ୍ ଭାରତ ଟାଇମ୍ସ, ୦୭ ଜୁନ ୧୯- ଇଟାଲୀୟ ଚିତ୍ରଶିଳ୍ପୀ ଲିଓନାର୍ଡ଼ୋ ଡି ସର୍ ଡା ଭିନସି, ୧୫୦୩-୦୬ ମଧ୍ୟରେ ବିଶ୍ୱର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ଛବି ଭାବେ ପରିଗଣିତ ମୋନାଲିସା’ର ସ୍ରଷ୍ଟା। ମୋନାଲିସାକୁ ଫ୍ଲୋରେନ୍ସର ବ୍ୟବସାୟୀ ଫ୍ରାନସିସକୋ ଡେଲ୍ ଜିଓକୋଣ୍ଡୋଙ୍କ ତୃତୀୟ ପତ୍ନୀ ଲିସା ଡି ନୋଲଡୋ ଘେରାରଡିନିଙ୍କ ପ୍ରତିକୃତି ଭାବେ ଗ୍ରହଣ କରାଯାଇଛି। ମୋନାଲିସା ଛବିର ଭୂରୁ ନାହିଁ। ସେହି ସଭ୍ୟତାରେ ସଂଭ୍ରାନ୍ତ ଇଟାଲୀୟ ମହିଳାମାନେ ଭୂରୁକୁ କ୍ଷୌର କରି ପକାଉଥିଲେ। ଡା ଭିନସି Read more

ଆନ୍ତର୍ଜାତୀୟ

ଭାରତ- ନେପାଳ ସମ୍ପର୍କ ଛିନ୍ନ କରିବାକୁ ଚେଷ୍ଟା କରୁଛି ପାକିସ୍ତାନ

ନୂଆଦିଲ୍ଲୀ, ଶୁଭ୍ ଭାରତ ଟାଇମ୍ସ, ୨/୦୩- ସୀମାରେ ଏୟାର ଷ୍ଟ୍ରାଇକରେ କ୍ଷତାକ୍ତ ପାକିସ୍ତାନ ତା’ର ଖୁଫିଆ ଏଜେନ୍ସି ଆଇଏସଆଇ ମାଧ୍ୟମରେ ଭାରତ ବିରୋଧରେ ନୂଆ ଚାଲ୍ ଚଳାଇଛି। ଗଣମାଧ୍ୟମକୁ ମିଳିଥିବା ଖୁଫିଆ ରିପୋର୍ଟ ମୁତାବକ ପାକିସ୍ତାନ ଖୁଫିଆ ଏଜେନ୍ସି ଆଇଏସଆଇ ନେପାଳରେ ରହି ଭାରତ ବିରୋଧରେ ଆତଙ୍କୀଙ୍କୁ ପ୍ରସ୍ତୁତ କରୁଛି, ଏବଂ କୌଶଳ ପୂର୍ବକ ନେପାଳ ସେନାରେ ଭର୍ତ୍ତି ହୋଇ ଭାରତରେ ପ୍ରବେଶ ଲାଗି ପ୍ରୟାସ ଚଳାଇଛି। ଏଥିପାଇଁ ଆଇଏସଆଇ ଏବଂ ସେଠାକାର ସେନା ନେପାଳ ରାଜଧାନୀ Read more