ମହାନଗର

୧୦ ଲୋକସଭା ସହ ୧୦୦ ବିଧାନସଭାର ପ୍ରାର୍ଥୀ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ, ଶୁଭ୍ ଭାରତ ଟାଇମ୍ସ,୨୧/୩- ପ୍ରତିକ୍ଷାର ଅନ୍ତ ଘଟାଇ ଭାଜପା କେନ୍ଦ୍ରୀୟ ନିର୍ବାଚନ କମିଟି ଆଜି ଓଡିଶାର ୧୦ ଲୋକସଭା ଓ ୧୦୦ ବିଧାନସଭା ଲାଗି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଖୁବ୍ ଶୀଘ୍ର ଅନ୍ୟାନ୍ୟ ୧୧ ଲୋକସଭା ସହ ୪୭ ବିଧାନସଭା ଆସନ ପାଇଁ ଆଶାୟୀଙ୍କ ତାଲିକା ପ୍ରକାଶ ପାଇବ। ଏନେଇ ଦଳ ପକ୍ଷରୁ ସୁଚନା ଦିଆଯାଇଛି।

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଅବସର ପ୍ରାପ୍ତ ବରିଷ୍ଠ ପ୍ରଶାସକ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ବିଜେଡି ଛାଡି ଭାଜପାରେ ଯୋଗଦେଇଥିବା ବୈଜୟନ୍ତ ପଣ୍ଡା, ବଳଭଦ୍ର ମାଝୀ, ଡାକ୍ତର ଦାମୋଦର ରାଉତ, ପ୍ରକାଶ ବେହେରା, କୁସୁମ ଟେଟେ, କେ. ନାରାୟଣ ରାଓ ଏବଂ ବାବୁ ସିଂ ପ୍ରମୁଖ ସ୍ଥାନ ପାଇଛନ୍ତି।

ଅପରାଜିତା ଷଡ଼ଙ୍ଗୀଙ୍କୁ ଭୁବନେଶ୍ୱର ଲୋକସଭା ଟିକେଟ୍ ମିଳିଥିବା ବେଳେ କେନ୍ଦ୍ରାପଡାରୁ ଲଢିବେ ବୈଜୟନ୍ତ ପଣ୍ଡା, ନବରଙ୍ଗପୁର ଲୋକସଭା ଟିକେଟରେ ବଳଭଦ୍ର ମାଝୀ। ଅନ୍ୟାନ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରୁ ବାଲିକୁଦା-ଏରସମା ବିଧାନସଭା ନିର୍ବାଚନମଣ୍ଡଳୀରେ ଡାକ୍ତର ଦାମୋଦର ରାଉତ, ସାଲେପୁରରେ ପ୍ରକାଶ ବେହେରା ଏବଂ ଏକାମ୍ର ନିର୍ବାଚନମଣ୍ଡଳୀରୁ ବାବୁ ସିଂ ମୈଦାନକୁ ଓଲ୍ହାଇବେ।

ରାଜଧାନୀରେ ଟିକେଟ୍ ବଣ୍ଟନକୁ ନେଇ ତୀବ୍ର ଅସଂତୋଷ ଲାଗିରହିଥିବା ବେଳେ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ମିଳିତ ପ୍ରାକ୍-ନିର୍ବାଚନୀ ପ୍ରଚାର ଉଭୟଙ୍କ ପାଇଁ ସହାୟକ ହେବ ବୋଲି ଚର୍ଚ୍ଚା ହେଉଛି।

ଏବେ ଥରେ ନଜର ପକେଇବା ଭାଜାପାର ପ୍ରାର୍ଥୀ ତାଲିକା ଉପରେ >
ଲୋକସଭା ପ୍ରାର୍ଥୀ >
ଭୁବନେଶ୍ୱର- ଅପରାଜିତା ଷଡ଼ଙ୍ଗୀ, ସୁନ୍ଦରଗଡ଼- ଜୁଏଲ ଓରାମ, କେନ୍ଦୁଝର- ଅନନ୍ତ ନାୟକ, ବାଲେଶ୍ୱର- ପ୍ରତାପ ଷଡ଼ଙ୍ଗୀ, ଢେଙ୍କାନାଳ- ରୁଦ୍ରନାରାୟଣ ପାଣି, ନବରଙ୍ଗପୁର- ବଳଭଦ୍ର ମାଝୀ, କେନ୍ଦ୍ରାପଡ଼ା- ବୈଜୟନ୍ତ ପଣ୍ଡା, ଆସ୍କା- ଅନୀତା ପ୍ରିୟଦର୍ଶିନୀ, ବ୍ରହ୍ମପୁର- ଭୃଗୁ ବକ୍ସିପାତ୍ର ଓ ବଲାଙ୍ଗିର- ସଙ୍ଗୀତା କୁମାରୀ ସିଂହଦେଓ।

ବିଧାନସଭା ପ୍ରାର୍ଥୀ > ଭୁବନେଶ୍ୱର (ମଧ୍ୟ)- ଜଗନ୍ନାଥ ପ୍ରଧାନ, ଏକାମ୍ର ଭୁବନେଶ୍ୱର- ବାବୁ ସିଂ, ପଦ୍ମପୁର-ପ୍ରଦୀପ ପୁରୋହିତ, ବରଗଡ଼- ଅଶ୍ୱିନୀ ଷଢ଼ଙ୍ଗୀ, ଅତାବିରା- ମିଲନ ସେଠ, ବ୍ରଜରାଜନଗର- ରାଧାରାଣୀ ପଣ୍ଡା, ତଳସରା- ଭବାନୀ ଭୋଇ, ସୁନ୍ଦରଗଡ଼- କୁସୁମ ଟେଟେ, ବିରମିତ୍ରପୁର- ଶଙ୍କର ଓରାମ, ରଘୁନାଥପଲ୍ଲୀ- ଜଗବନ୍ଧୁ ବେହେରା, ରାଉରକେଲା- ନିହାର ରୟ, ରାଜଗାଙ୍ଗପୁର- ନରସିଂହ ମିଞ୍ଜି, ବଣାଇ- ଅନୀଲ ବର୍ଲ୍ଲା, କୁଚିଣ୍ଡା- ରବି ନାରାୟଣ ନାୟକ, ରେଙ୍ଗାଲି- ନଉରୀ ନାୟକ, ସମ୍ୱଲପୁର- ଜୟନାରାୟଣ ମିଶ୍ର, ତେଲକୋଇ- ଧନୁର୍ଜୟ ସିଧୁ, ଘଷିପୁରା- ପୃଥ୍ୱୀରାଜ କୁଅଁର, ଆନନ୍ଦପୁର- ଭାଗିରଥୀ ସେଠୀ, ପାଟଣା- ଭବାନୀ ଶଙ୍କର ନାୟକ, କେନ୍ଦୁଝର- ମୋହନ ମାଝୀ, ଯଶୀପୁର- ଗଣେଶରାମ ଖୁଣ୍ଟିଆ, ସାରସକଣା- ବୁଦ୍ଧନ ମୂର୍ମୁ, ବାଙ୍ଗିରିପୋଷି- ସୁକୁଡା ମୂର୍ମୁ, କରଞ୍ଜିଆ- ପଦ୍ମଚରଣ ହୋଇବ୍ରୁ, ଉଦଳା- ଭାସ୍କର ମାଢେଇ, ବଡ଼ସାହି- ସନାତନ ବିଜୁଳି, ବାରିପଦା- ପ୍ରକାଶ ସୋରେନ, ଜଳେଶ୍ୱର- ଜୟନାରାୟଣ ମହାନ୍ତି, ବାଲେଶ୍ୱର- ମନମୋହନ ଦତ୍ତ, ରେମୁଣା- ଗୋବିନ୍ଦ ଚନ୍ଦ୍ର ଦାସ, ସୋର- ରାକେଶ ମଲ୍ଲିକ, ସିମୁଳିଆ- ପଦ୍ମଲୋଟନ ପଣ୍ଡା, ବାସୁଦେବପୁର- ମାଧବାନନ୍ଦ ମଲ୍ଲିକ, ଧର୍ମ ନଗର- ବିଷ୍ଣୁ ସେଠୀ, ଚାନ୍ଦବାଲି- ମନମୋହନ ସାମଲ, ବିଞ୍ଝାରପୁର- ବବିତା ମଲ୍ଲିକ, ବରି- ବିଶ୍ୱରଞ୍ଜନ ମଲ୍ଲିକ, ବଡ଼ଚଣା- ଅମର ନାୟକ, ଧର୍ମଶାଳା- ତୁଷାପ ପରିଡ଼ା, ଯାଜପୁର- ଗୌତମ ରାୟ, କୋରେଇ- ବିଶ୍ୱଜିତ ନାୟକ, ସୁକିନ୍ଦା- ପ୍ରଦୀପ ବଳସାମନ୍ତ, ଢେଙ୍କାନାଳ- କୃଷ୍ଣଚନ୍ଦ୍ର ପାତ୍ର, ହିନ୍ଦୋଳ- ଅଶୋକ ନାୟକ, କାମାକ୍ଷା ନଗର- ଶତୃଘ୍ନ ଜେନା, ପରଜଙ୍ଗ- ବିଭୂତି ପ୍ରଧାନ, ପାଲଲହରା- ଅଶୋକ ମହାନ୍ତି, ତାଳଚେର- କାଳିନ୍ଦୀ ସାମଲ, ଅନୁଗୁଳ- ପ୍ରତାପ ପ୍ରଧାନ, ଛେଣ୍ଡିପଦା- ଅଗସ୍ତି ବେହେରା, ଲୋଇସିଂହା- ମୁକେଶ ମହାଲିଙ୍ଗ, ପାଟଣାଗଡ଼- କେ.ଭି ସିଂହଦେଓ, ଟିଟିଲାଗଡ଼- ଅଶୋକ ଦୋରା, କଣ୍ଟାବାଞ୍ଜି- ଲକ୍ଷ୍ମଣ ବାଗ୍, ଖଡିଆଳ- ରୀତାରାଣୀ ବଗର୍ତ୍ତୀ, ଉମରକୋଟ- ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର- ଗୌରୀ ମାଝୀ, ଲାଞ୍ଜିଗଡ଼- ରମେଶ ମାଝୀ, ଜୁନାଗଡ଼- ମନୋଜ ମେହେର, ଧର୍ମଗଡ଼- ଅନନ୍ତ ପ୍ରତାପ ଦେଓ, ନର୍ଲା- ଅନିରୁଦ୍ଧ ପ୍ରଧାନ, ବାଲିଗୁଡ଼ା- କରେନ୍ଦ୍ର ମାଝୀ, ଜି.ଉଦୟଗିରି- ଅର୍ଚ୍ଚନା ପ୍ରଧାନ, କଣ୍ଟାମାଳ- କହ୍ନେଇ ଡାଙ୍ଗ, ବୌଦ୍ଧ- ସୁଶାନ୍ତ ପ୍ରଧାନ, ବଡ଼ମ୍ବା- ବିଜୟ ଦଳବେହେରା, ବାରବାଟୀ କଟକ- ସମୀର ଦେ, ଚୌଦ୍ବାର କଟକ- ନୟନ କିଶୋର ମହାନ୍ତି, କଟକ ସଦର- ଦିଲ୍ଲିପ ମଲ୍ଲିକ, ସାଲେପୁର- ପ୍ରକାଶ ବେହେରା, ମାହାଙ୍ଗା- ସାରଦା ପ୍ରଧାନ, ଆଳି- ଦୋଳ ଗୋବିନ୍ଦ ନାୟକ, ରାଜନଗର- ଅଲେଖ ଜେନା, ତିର୍ତ୍ତୋଲ- ରମାକାନ୍ତ ଭୋଇ, ବାଲିକୁଦା ଏରସମା- ଦାମ ରାଉତ, ଜଗତସିଂହପୁର- ସତ୍ୟବ୍ରତ ମହାପାତ୍ର, କାକଟପୁର- ତୁଷାରକାନ୍ତି ବେହେରା, ନିମାପଡ଼ା- ପ୍ରଭାତି ପରିଡ଼ା, ବ୍ରହ୍ମଗିରି- ଲଳିତେନ୍ଦୁ ମହାପାତ୍ର, ସତ୍ୟବାଦୀ- ଓମପ୍ରକାଶ ମିଶ୍ର, ପିପିଲି- ଆଶ୍ରିତ ପଟ୍ଟନାୟକ, ଖୋର୍ଦ୍ଧା- କାଳୁ ଖଣ୍ଡାୟତ ରାୟ, ଚିଲିକା- ପୃଥ୍ୱୀରାଜ ହରିଚନ୍ଦନ, ରଣପୁର- ସୁରମା ପାଢ଼ୀ, ଖଣ୍ଡପଡ଼ା- ସିଦ୍ଧାର୍ଥ ସିଂ ମର୍ଦ୍ଦରାଜ, ନୟାଗଡ଼- ଈରାନୀ ରୟ, ଭଞ୍ଜନଗର- ପ୍ରଦ୍ୟୁମ୍ନ ନାୟକ, ପୋଲସରା- ଗୋକୁଳାନନ୍ଦ ମଲ୍ଲିକ, ଖଲ୍ଲିକୋଟ- ଭାରତୀ ବେହେରା, ଆସ୍କା- ସରୋଜ ପାଢ଼ୀ, ସାନଖେମୁଣ୍ଡି- ବିଜୟ ସ୍ବାଇଁ, ଗୋପାଳପୁର- ବିଭୂତି ଜେନା, ଚିକିଟି- ମନୋରଞ୍ଜନ ଧ୍ୟାନସାମନ୍ତରାୟ, ପାରଳାଖେମୁଣ୍ଡି- କେ. ନାରାୟଣ ରାଓ, ବିଷମକଟକ- ଶିବଶଙ୍କର ଉଲ୍କା, ଲକ୍ଷ୍ମୀପୁର- କୁମୁଦ ସାଉନ୍ତ, କୋଟପାଡ଼- ଖଗେଶ୍ବର ପୂଜାରୀ, ପଟାଙ୍ଗୀ- ରାମଚନ୍ଦ୍ର ପାଙ୍ଗି, ମାଲକାନଗିରି- ଆଦିତ୍ୟ ମାଢ଼ୀ।

One Reply to “୧୦ ଲୋକସଭା ସହ ୧୦୦ ବିଧାନସଭାର ପ୍ରାର୍ଥୀ ଘୋଷଣା କଲା ଭାଜପା

Leave a Reply

Your email address will not be published. Required fields are marked *