ମହାନଗର

ସ୍ୱାଧୀନତାକୁ ଛୁଇଁଲା ୭୩: ଉତ୍ସବରେ ମସଗୁଲ୍ ବିଦ୍ୟାର୍ଥୀ

ଚିଲିକା, ଶୁଭ୍ ଭାରତ ଟାଇମ୍ସ, ୧୫ ଅଗଷ୍ଟ, ୨୦୧୯- ଆଜି ୭୩ତମ ସ୍ୱାଧୀନତା ଦିବସ। ଏହି ପବିତ୍ର ଦିବସକୁ ଧୁମଧାମରେ ପାଳନ କରିଛନ୍ତି ସରକାରୀ ପ୍ରାଥମିକ ବିଦ୍ୟାଳୟ, ଚଣ୍ଡେଶ୍ୱର ଛାତ୍ରଛାତ୍ରୀ। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅନ୍ତର୍ଗତ ଚଣ୍ଡେଶ୍ୱର ପଞ୍ଚାୟତ ତଥା ଚଣ୍ଡେଶ୍ୱର ବସଷ୍ଟପ୍ ପାର୍ଶ୍ଵରେ ଥିବା ଏହି ବିଦ୍ୟାଳୟରେ ତ୍ରିରଙ୍ଗା ଉଡାଇଥିଲେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗଙ୍ଗାଧର ରଣା। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସ୍ୱାତୀ ଚୌଧୁରୀଙ୍କ ତତ୍ୱାବଧାନରେ ପରିଚାଳିତ ଏହି ଉତ୍ସବରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ଜାତୀୟ ପତାକା ଉତ୍ତୋଳନରେ ଭାଗ ନେଇଥିଲେ।

ଏହି ପରିପ୍ରେକ୍ଷିରେ ଦେଶର ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତିଚାରଣ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ପରିଚାଳନା କମିଟି ଦ୍ୱାରା ଆୟୋଜିତ ଏକ ଭୋଜି ସଭାରେ ସମସ୍ତେ ଏକତ୍ରିତ ହୋଇଥିଲେ।

ଏଥିରେ ବିଦ୍ୟାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀଙ୍କ ସମେତ ଲିପ୍ସାପ୍ରିୟଦର୍ଶିନୀ ଭୋଳ, ଉଷାରାଣୀ ପାଇକରାୟ, ରଶ୍ମିତା ସ୍ୱାଇଁ ଓ ଲକ୍ଷ୍ମୀପ୍ରିୟା ମହାପାତ୍ର ପ୍ରମୁଖ ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ। ରିପୋର୍ଟ- ହରିହର ରଣା, ସ୍ୱତନ୍ତ୍ର ପ୍ରତିନିଧି

One Reply to “ସ୍ୱାଧୀନତାକୁ ଛୁଇଁଲା ୭୩: ଉତ୍ସବରେ ମସଗୁଲ୍ ବିଦ୍ୟାର୍ଥୀ

Leave a Reply

Your email address will not be published. Required fields are marked *