
ଚଣ୍ଡେଶ୍ୱର ସରପଞ୍ଚଙ୍କ ମାର୍ଫତରେ ଚାଲିଛି ବେଆଇନ ପଥର ଖଣି > ଭୁବନେଶ୍ୱର, ଶୁଭ୍ ଭାରତ ଟାଇମ୍ସ, ୩୦/୦୧- ଚଣ୍ଡେଶ୍ୱର ସରପଞ୍ଚ କ’ଣ ପଥର ମାଫିଆ! ଏଭଳି ଅଭିଯୋଗ କରିଛନ୍ତି ଚଣ୍ଡେଶ୍ୱରବାସୀ। ସେମାନଙ୍କ ମତରେ, “ନିଆଁ ନଥାଇ ଧୂଆଁ ଅସମ୍ଭବ”। ଆଜିକାଲି ପଞ୍ଚାୟତସ୍ତରୀୟ ଖବରକୁ ରାଜ୍ୟର ବଡ଼ ଖବର କାଗଜ ଆଦୌ ଗୁରୁତ୍ୱ ଦେଉନାହାଁନ୍ତି। ଏହାର ଭରପୁର ଫାଇଦା ଉଠାଉଛନ୍ତି ଗାଁ ପ୍ରତିନିଧି। ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହି ଗୋଚର ଜମି, ଡିପିଏଫ୍ ଅଞ୍ଚଳ ଓ ବହୁମୂଲ୍ୟ ସରକାରୀ ଜମିକୁ ସେ ଦଖଲକୁ ନେଇଛନ୍ତି। ପଥର କଟାଯନ୍ତ୍ର ଜରିଆରେ ଦୈନିକ ଲକ୍ଷାଧିକ ମୂଲ୍ୟର ମାଙ୍କଡା ପଥର ବେଆଇନ ଭାବେ କାଟି ଚୋରାଚାଲାଣ କରୁଥିବା କୁହାଯାଉଛି > For details: www.suvbharattimes.in FollowUs: twitter.com/@suvbharat_times
ଏହି ପଥର କଟା ଯନ୍ତ୍ରଟିକୁ ଦେଖନ୍ତୁ। ଏହା କିଭଳି ଗାଁର ସବୁଜ ସୁନ୍ଦର ଗୋଚର ଭୂଇଁକୁ ନିମିଷକେ ଧ୍ୱଂସ କରିଚାଲିଛି। ଆପଣମାନେ ଏହି କ୍ଷମତାଶାଳୀ ଯନ୍ତ୍ରର କାର୍ଯ୍ୟଦକ୍ଷତା ବିଷୟରେ ଭଲଭାବେ ଜାଣିଛନ୍ତି। ଏହି ଯନ୍ତ୍ର ବିକଟାଳ ଶବ୍ଦ କରି କାନ ତାବ୍ଦା କରୁଥିବ, ହେଲେ ଯନ୍ତ୍ର ପ୍ରତି କେହି କେବେ ଦୃଷ୍ଟି ଦିଅନ୍ତିନାହିଁ। ପରୋକ୍ଷରେ ଏହା ଜରିଆରେ ଆପଣଙ୍କ ଅଞ୍ଚଳର ଗୋଚର ଜମି, ଡିପିଏଫ୍ ଇଲାକାରୁ ବହୁମୂଲ୍ୟ ପଥର ଖୋଳି ଗୋ’ ସମ୍ପଦର ଚରାଭୂମିକୁ ବିଦିର୍ଣ୍ଣ କରି ଦିଆଯାଇଛି। ଆପଣ ହୁଏତ ଭାବୁଥିବେ ଏହା କେବଳ ସ୍ଥାନୀୟ ତହସିଲଦାର ଏବଂ ସରକାରୀ ଅଧିକାରୀଙ୍କର କାର୍ଯ୍ୟ। ତାହାବି ଠିକ୍, ହେଲେ ସମ୍ପୃକ୍ତ ସରକାରୀ ଅଧିକାରୀ ଖଣି ମାଫିଆଙ୍କ ସହ ହାତ ମିଳାଇ ମାଲାମାଲ୍ ହେବା ପରିବର୍ତ୍ତେ କାହିଁକି ଭଲା ଆପଣଙ୍କ ଗାଈଗୋରୁଙ୍କ ଚରାଭୂଇଁର ରକ୍ଷଣାବେକ୍ଷଣ କଥା ଚିନ୍ତା କରିବେ ! ଗତ ୬ମାସ ତଳେ ଖୋର୍ଦ୍ଧା ସଦର ଥାନା ଅଧିନ ତାପଙ୍ଗ ଏବଂ ଏହାର ୩୦ କି.ମି ରାଡିୟସ୍ ମଧ୍ୟରେ ଚଢାଉ କରାଗଲା। ୫ଶହ ଷ୍ଟୋନ୍ କ୍ରସର ୟୁନିଟରେ ତାଲା ଝୁଲିଲା। ତାପଙ୍ଗ ଓ ଆଖପାଖରୁ ୩୦ରୁ ଉର୍ଦ୍ଧ୍ୱ ପଥର ମାଫିଆ ଗିରଫ ହୋଇ ହାଜତରେ ଭର୍ତ୍ତି ହେଲେ। କୋଟି କୋଟି ଟଙ୍କାର ବ୍ୟବସାୟ ଜିରୋ ଏବଂ ରୋଜଗାର ହରାଇଥିବା ୫୦ ହଜାର ଦିନ ମଜୁରିଆଙ୍କ ପରିବାର ଛାରଖାର ହେଲା। ତଥାପି ଜିଲ୍ଲା ପ୍ରଶାସନ ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡେଶ୍ୱର ଠାରେ ଚାଲିଥିବା ବେଆଇନ ପଥରକଟା ରୋକିବାରେ କାହିଁକି ଅସମର୍ଥ ଏହାର ଜବାବ ମାଗୁଛନ୍ତି ଚଣ୍ଡେଶ୍ୱର ଗ୍ରାମବାସୀ > FollowUs: twitter.com/@suvbharat_times
