ମହାନଗର

ଚର୍ଚ୍ଚାରେ ଚିଲିକା ବିଜେଡି ସଙ୍ଗଠନ

ବାଣପୁର, ଶୁଭ୍ ଭାରତ ଟାଇମ୍ସ- ୧୯ ରେ ଦମ୍ ଦେଖାଇବାକୁ ପ୍ରୟାସ ଚଳାଇଛନ୍ତି ଚିଲିକାର ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁ। ମାତ୍ର ତିନି ଅଙ୍କର ସ୍ୱଳ୍ପ ବ୍ୟବଧାନରେ ତାଙ୍କ ହାତରୁ ଖସିଯାଇଥିଲା ୨୦୧୪। ସମଗ୍ର ନିର୍ବାଚନ ମଣ୍ଡଳୀରୁ ଖଚାଖଚ୍ ଭୋଟ ଭିଡିବା ସତ୍ୱେ ରଘୁଙ୍କୁ ହରାଇଲା ତାଙ୍କ କର୍ମଭୂମି ବାଲୁଗାଁ। ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ରଘୁ ବାବୁ ଭାରି ମିଜାଜୀ। ଖର୍ଚ୍ଚ କରୁଥିଲେ ଖର୍ଚ୍ଚ କରୁଥିବେ, ଅର୍ଥର ପ୍ରାବଲ୍ୟ ତାଙ୍କୁ ଏକ ଲେସନ୍ ଶିଖାଇବା ପରେ ସାମାନ୍ୟ ପରିବର୍ତ୍ତନ ଆସିଛି। ସେ ପୂର୍ବାପେକ୍ଷା ବହୁମାତ୍ରାରେ ବଦଳି ଗଲେଣି। ନା ଏବେ ଖୋସାମତକାରୀ ତେଲ ମାଲିସକାରୀଙ୍କୁ ଟଙ୍କାଟିଏ ମିଳୁଛି ନା ସ୍ଥାନୀୟ ପଣ୍ଡିତ ଚାଟୁକାରମାନଙ୍କୁ। ରଘୁବାବୁ ରୁ ବର୍ତ୍ତମାନ ରଘୁରାମ୍ ପାଲଟି ଯାଇଛନ୍ତି ଚମତ୍କାରୀ ନେତା ରଘୁନାଥ ସାହୁ।

ଏହି ନିର୍ବାଚନ ମଣ୍ଡଳୀର ସାମ୍ପ୍ରତିକ ଘଟଣାବଳୀ ଗୁଡିକୁ ଅନୁଧ୍ୟାନ କଲେ ଲାଗୁଛି ଗଡପତିଙ୍କୁ କ୍ଷମତାକୁ ଫେରିବା ଦିଗରେ କଣ୍ଟା ହୋଇ ଛିଡା ହେଉଛନ୍ତି ତାଙ୍କ ପାଳିତ ପିଲାମାନେ। ଯେଉଁମାନେ ଦିନେ ତାଙ୍କ ଇଶାରାରେ ଉଠ୍ ବସ ହେଉଥିଲେ। ଏସବୁ ରାଜନୈତିକ କ୍ଷେତ୍ରରେ ସାମାନ୍ୟ କଥା। ଶତୃ ଆଉ ଜଣେ ଶତୃର ରକ୍ତରେ ହୋଲି ଖେଳେ। କ୍ଷତ୍ରିୟ ସାମ୍ନାରୁ ଆକ୍ରମଣ କରେ। କିନ୍ତୁ କ୍ଷମତା ଲିପସୁ ଚେଲା ପେଟ ଜଳିଲେ ବିରୋଧ ଆରମ୍ଭ କରେ।

ଖୋର୍ଦ୍ଧା ଜିଲ୍ଲାର କେତେକ ନିର୍ବାଚନ ମଣ୍ଡଳୀରେ ଗୁରୁଙ୍କୁ ପଛରୁ ଛୁରି ଭୂଷିବା ଘଟଣା କିଛି ନୂଆ ନୁହେଁ। କଥାରେ ଅଛି, ବାପ୍ ସେ ଯ୍ୟାଦା ବେଟା। ତେବେ ଚେଲା ତାର କୌଶଳ ଦେଖାଇବା ସ୍ୱାଭାବିକ। ଯେମିତିକି ଜିତୁ ମିତ୍ର ଓ ଅଟଳ ସାମନ୍ତଙ୍କ ସମ୍ପର୍କ, ଜିତୁ ମିତ୍ର ଓ ରାଜ ସାହୁଙ୍କ ମଧ୍ୟରେ ସମ୍ପର୍କ। ପୂର୍ବର ଏହି ସମସ୍ୟା ଜିଲ୍ଲାର ରାଜନୈତିକ ସମୀକ୍ଷକଙ୍କୁ ଆଲୋଚନାର ଖୋରାକ ଯୋଗାଇଥିଲା। ଏବେ ସେସବୁ ଅଭିପ୍ରେତ ହୋଇ ବିଭିନ୍ନ ସ୍ଥାନରେ ଉଭା ହୋଇଛି କହିଲେ ଚଳେ।

ରଘୁ ସାହୁଙ୍କ ରାଜନୀତି କ୍ୟାରିୟର୍ ସର୍ବଦା ଉଜ୍ଜଳ ବୋଲି ସେଠାକାର କେତେକ ସାମ୍ବାଦିକ ରାତି ପାହିଲେ ଲେଖୁଥିଲେ। ଯେଉଁମାନେ ହୁଏତ ଅଭିମାନରେ ଆଜି କଲମକୁ ଲଗାମ ଦେଇଛନ୍ତି। ସେସବୁ ଲେଖା ଗୁଡିକୁ ପଢି ଭୋଟର ନଶ୍ଚିତ ପ୍ରଭାବିତ ହେଉଥିଲେ, ପ୍ରକାରାନ୍ତରେ ଭୋଟରଙ୍କୁ ବାଲାଟ ପେପରରେ କେବଳ ଶଙ୍ଖ ଦୃଶ୍ୟ ହେଉଥିଲା।

୨୦୦୯ର ଏହି ଅନୁଭବ ଚିଲିକାର ମହାରଥିଙ୍କୁ ମଧ୍ୟ ଘାଇଲା କରିଥିଲା । କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏକ ଭିଡିଓ କ୍ଳିପ୍ ବୁଦ୍ଧିଜୀବୀଙ୍କୁ ଚିନ୍ତାରେ ପକାଇଛି। ଉକ୍ତ ଭିଡିଓ ସୂଚାଇ ଦେଉଛି କି ଚିଲିକାରେ ଏଠାକାର ଦୁଇ ଚାରି ଜଣ ସାମ୍ବାଦିକ ରଘୁଙ୍କୁ ବିରୋଧ କରୁଛନ୍ତି। ପ୍ରତିବଦଳରେ ରଘୁବାବୁଙ୍କ ସମର୍ଥକମାନେ ଏକ ସାଧାରଣ ସଭାରେ ମାଇକ ଲଗାଇ ପ୍ରତିବାଦ କରୁଛନ୍ତି।

ଯେଉଁ ନିର୍ବାଚନ ମଣ୍ଡଳୀ ଭାରତର ଶ୍ରେଷ୍ଠ ପୁତ୍ରଙ୍କୁ ଲାଳନ ପାଳନ କରି ଦେଶର ପ୍ରଭାବଶାଳୀ ପଦ ପଦବୀରେ ବସାଇଛି, ସେଠାରେ ସ୍ଥାନୀୟ ସାମ୍ବାଦିକର ବାପାଙ୍କ ଦାୟିତ୍ୱ କ’ଣ ହେବା ଉଚିତ୍ ବୋଲି ଶାସକ ଦଳର କର୍ମୀ ସଭାରେ ମାଇକ୍ରୋଫୋନ ଧରି ପ୍ରଶ୍ନ ଉଖାଡୁଛି। ଏଥିରେ କାହାକୁ ଧିକ୍କାର କରିବା ଏକଥା ଦ୍ୱନ୍ଦରେ ପକାଉଛି। ତେବେ ଭୋଟରଙ୍କ ଉପରେ ଆସ୍ଥା ରଖିଛନ୍ତି ନେତା।

ବିଜେଡିରେ ଘଡି କେ ଘୋଡା ଛୁଟୁଛି। ତାହାଛଡା ରଘୁଙ୍କ ଛଡା ବିଜେଡି ଟିକେଟରେ ଚିଲିକାରେ ଭାଜପା ବିରୋଧରେ ସଂଘର୍ଷ କରିବା ଭଳି ବିକଳ୍ପ ନେତା ଏଯାଏଁ ନଜରକୁ ଆସିନାହାଁନ୍ତି। ତେଣୁ ରଘୁଙ୍କୁ ଟିକେଟ ମିଳିବା ସମ୍ଭାବନା ଅଛି ବୋଲି ବିଜେଡି ରାଜ୍ୟ କାର୍ଯ୍ୟାଳୟରୁ ସୂଚନା ମିଳୁଛି।
ରଘୁବାବୁ ଭାଜପାର ଦାଦା- ପୁତୁରା ସଂଘର୍ଷରୁ ଆଗାମୀ ନିର୍ବାଚନରେ ଯେଭଳି ଫାଇଦା ଉଠାଇବା ସ୍ୱପ୍ନ ଦେଖୁଥିଲେ ତା’ର ସମ୍ଭାବନା କ୍ଷୀଣ। ମାନ୍ୟବର ଚିଲିକା ବିଧାୟକ ଡାକ୍ତର ବିଭୂତିଭୂଷଣ ହରିଚନ୍ଦନ ଦଳୀୟ ନିଷ୍ପତ୍ତିକୁ ସମ୍ନାନ ଜଣାଇ ପୃଥିରାଜଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଜଣାଇଛନ୍ତି। ଦେଖିବାକୁ ମିଳୁଛି ଉଭୟ ନେତା ଏକତ୍ର ବିଭିନ୍ନ ପଂଚାୟତରେ କର୍ମୀଙ୍କୁ ଭେଟି ଭାବ ଆଦାନ ପ୍ରଦାନ ଆରମ୍ଭ କଲେଣି।

ସେପାଖେ ପୁତ୍ର ପୃଥିରାଜଙ୍କ ରାଜନୈତିକ ଭବିଷ୍ୟତ ନେଇ ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଖୁବ୍ ଚିନ୍ତିତ। ପୃଥିରାଜ ୨୦୧୪ରେ ଭାଜପାରୁ ଭୁବନେଶ୍ୱର ଲୋକସଭା ଆସନରେ ଲଢି ପରାଜିତ ହୋଇଥିଲେ। ତାହାସହ ଭୁବନେଶ୍ୱରର କୋଣସି କ୍ଷେତ୍ରରେ ସେ ପାରଦର୍ଶିତା ଦେଖାଇ ପାରିନାହାଁନ୍ତି। ଫଳରେ ଚିଲିକାରେ ତାଙ୍କ ପାଇଁ କର ବା ମର ପରିସ୍ଥିତି। ରାଜ୍ୟ ରାଜନୀତିରେ ସକ୍ରିୟ ସମ୍ପୃକ୍ତି ରଖିଥିବା ପୃଥିରାଜ ନିଜର ଅଭିଜ୍ଞତା ଦୃଷ୍ଟିରୁ ଚିଲିକାକୁ ନେଇ ଉତ୍ସାହିତ ଅଛନ୍ତି ବୋଲି ଶୁଣିବାକୁ ମିଳୁଛି ।

2 Replies to “ଚର୍ଚ୍ଚାରେ ଚିଲିକା ବିଜେଡି ସଙ୍ଗଠନ

  1. Howdy,

    Must say your website looks quite ok. Good job.
    However, if you want your website to be really successful, then make sure you use the best tools to optimize your online content.
    Otherwise it won’t be on the top of Google search results and no-one will know about it. I’m sure you didn’t create this website to just be online, but to attract new people/customers.

    Few months ago my friend convinced me to use tools from below article and I have to say it helped me soo much:
    https://janzac.com/resources/

    I hope it will help you as well.
    Keep up the good work and you will eventually build a big online business.
    //Lucy

  2. I seriously love your blog.. Excellent colors & theme. Did you build this amazing site yourself? Please reply back as I’m planning to create my very own blog and would like to know where you got this from or just what the theme is named. Kudos!

Leave a Reply

Your email address will not be published. Required fields are marked *