ମହାନଗର

ଚିଲିକା ତହସିଲ: ଲାଞ୍ଚ ନଦେଲେ କାମ ଠପ୍

ଖୋର୍ଦ୍ଧା(ହରିହର ରଣା), ଶୁଭ୍ ଭାରତ ଟାଇମ୍ସ, ୨୦.୧୧- ବାଣପୁର ମୁଖ୍ୟ ତହସିଲରୁ ପୃଥକ ହୋଇ ତା.୨୪.୦୪.୨୦୦୭ରେ ସ୍ୱତନ୍ତ୍ର ପରିଚୟ ପାଇଥିବା ଚିଲିକା ତହସିଲ୍ ଏବେ ଦୁର୍ନୀତିର ଗନ୍ତାଘର ପାଲଟିଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜରିପଡ଼ା ଠାରେସ୍ଥିତ ଏହି କାର୍ଯ୍ୟାଳୟର କର୍ମଚାରୀମାନେ ପାଉଣା ନମିଳିବା ଯାଏଁ କୌଣସି କାମ କରନ୍ତିନାହିଁ। ଏଥିପାଇଁ ତହସିଲ ଅଧିନରେ ଥିବା ପ୍ରତ୍ୟେକ ପଞ୍ଚାୟତରେ ୩ ରୁ ୪ଜଣ ଲେଖାଏଁ ଟହଲିଆଙ୍କୁ ଚିଲିକା ତହସିଲ କାର୍ଯ୍ୟାଳୟର କେତେକ କର୍ମଚାରୀ ନିଯୁକ୍ତ କରିଛନ୍ତି।

ଏହି ଟହଲିଆମାନେ ଲାଞ୍ଚ କାରବାରର ଗୋଟିଏ ଲେଖାଏଁ ଆସେଟ୍। ଏମାନଙ୍କ ମାଧ୍ୟମରେ ଗାଁର ଜମିଜମା ମାମଲା ସିଧାସଳଖ ଆସି ତହସିଲ୍ ଅଧିକାରୀଙ୍କ ନିକଟରେ ପହଁଚିଯାଏ। ତା’ପରେ ମୂଲଚାଲ ଚାଲେ। ମାମଲାର ସମାଧାନ ପାଇଁ ସରକାରୀ ଖର୍ଚ୍ଚ ବାଦ୍ ସରକାରୀ ବାବୁଙ୍କ ଚାହିଦା ଓ ଟହଲିଆର ପାଉଣା ମିଶାଇ ମୋଟାମୋଟି ଯେତିକି ରାଶି ନିର୍ଦ୍ଧାରଣ କରାଯାଏ, ସେତିକି ରାଶି ନପହଁଚିବା ଯାଏଁ ଏମାନଙ୍କ ପଞ୍ଝାରେ ଛନ୍ଦି ହୋଇଥିବା ବ୍ୟକ୍ତି ଜଣକ ତ୍ରାହିତ୍ରାହି ଡ଼ାକୁଥାଏ। ରାଜଧାନୀ ସହ ଯୋଡ଼ି ହୋଇଥିବା ଖୋର୍ଦ୍ଧା ଜିଲ୍ଲା ଅଧିନରେ ଆଜିସୁଦ୍ଧା ଏଭଳି ଦୁର୍ନୀତି କାରବାର ଚାଲିଥିଲେ ମଧ୍ୟ ଲାଞ୍ଚଖୋର ଅଧିକାରୀଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆଯାଉନାହିଁ > ଡିଷ୍ଟ୍ରିକ୍ଟ କୋର୍ଡିନେଟର, ଖୋର୍ଦ୍ଧା, ଶୁଭ୍ ଭାରତ ଟାଇମ୍ସ

Leave a Reply

Your email address will not be published. Required fields are marked *