ଆନ୍ତର୍ଜାତୀୟ

ଆଝାରକୁ ଗ୍ଳୋବାଲ୍ ଆତଙ୍କୀ ଘୋଷଣା ପ୍ରସ୍ତାବକୁ ଚୀନ୍’ର ପ୍ରତ୍ୟାଖାନ

ଶୁଭ୍ ଭାରତ ଟାଇମ୍ସ, ୧୪/୩- ଜୈସ ସର୍ଦ୍ଦାର ମସୁଦ୍ ଆଝାରକୁ ଗ୍ଳୋବାଲ୍ ଆତଙ୍କୀ ଘୋଷଣାରେ ଚୀନ୍ ୪ର୍ଥ ଥର ପାଇଁ ରୋକ୍ ଲଗାଇଲା। ଫଳରେ ମସୁଦ୍ ଆଝାର ଗ୍ଳୋବାଲ୍ ଆତଙ୍କୀ ଘୋଷଣା ପ୍ରସ୍ତାବ ରଦ୍ଧ ହେଲା।

ଜୈସ ସର୍ଦ୍ଦାର ମସୁଦ୍ ଆଝାରକୁ ଗ୍ଳୋବାଲ୍ ଆତଙ୍କୀ ଘୋଷଣାରେ ଚୀନ୍ ୪ର୍ଥ ଥର ପାଇଁ ଭିଟୋ ଲଗାଇଲା। ତାହାସହ ଏହି ପ୍ରସ୍ତାବ ରଦ୍ଧ କରାଗଲା। ବୈଦେଶିକ ମନ୍ତ୍ରାଳୟ କହିଛି କି ଚୀନର ହରକତ୍ ଆତଙ୍କବାଦ ବିରୋଧି ରାଷ୍ଟ୍ର ସମୁହକୁ ନିରାଶ କରିଛି। ମାତ୍ର ଆତଙ୍କୀଙ୍କ ବିରୋଧରେ ପ୍ରୟାସ ଜାରି ରହିବ। ଭାରତ ପକ୍ଷରୁ ପ୍ରସ୍ତାବ ଉଠାଯିବା ସହ ସମର୍ଥନ ଜଣାଇଥିବା ଦେଶଗୁଡିକୁ ଧନ୍ୟବାଦ ଦିଆଯାଇଛି। ଏଭଳି ପରିସ୍ଥିତିରେ କଂଗ୍ରେସ କହୁଛି କି ଏହା ମୋଦୀ ସରକାରର କୁଟନୈତିକ ପରାଜୟ।

ସୂଚନା ମୁତାବକ ଚୀନ୍ ଏହି କଥାରେ ଅଟକିଛି କି ‘ଜୈସ-ଏ-ମୋହମ୍ମଦ’ ସହ ମସୁଦ ଆଝାରର କୌଣସି ଲିଙ୍କ୍ ନାହିଁ। ଚୀନ୍ ଦାବି ଉଠାଇଛି ଯେ ଆରମ୍ଭରୁ ମସୁଦ୍ ବିପକ୍ଷରେ କୌଣସି ପ୍ରମାଣ ନାହିଁ। ମାତ୍ର କୁହାଯାଉଛି କି ଭାରତ ପକ୍ଷରୁ ମସୁଦ୍ ସଂମ୍ପୃକ୍ତିକୁ ନେଇ ଦୁଇଟି ଟେପ୍ ଦିଆ ଯାଇଥିଲା। ଯାହା ମସୁଦ୍’ର ଜୈସ ଲିଙ୍କକୁ ପ୍ରମାଣ କରୁଛି। ସଂଯୁକ୍ତ ରାଷ୍ଟ୍ରର ସୁରକ୍ଷା ପରିଷଦରେ ଦାଖଲ ହୋଇଥିବା ଦସ୍ତାବିଜରେ ମସୁଦ୍ ବିପକ୍ଷରେ ପ୍ରମାଣ ଦିଆଯାଇଛି। ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ମସୁଦ ଆଝାରକୁ ଗ୍ଳୋବାଲ୍ ଆତଙ୍କୀ ଘୋଷଣାରେ ଚୀନ୍ ୪ର୍ଥ ଥର ପାଇଁ ରୋକ୍ ଲଗାଇବାରୁ ପ୍ରସ୍ତାବ ରଦ୍ଧ ହେଲା। ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଚୀନ୍ ପକ୍ଷରୁ ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍ ମାଧ୍ୟମରେ ଆସିଥିବା ପ୍ରସ୍ତାବ ତଥ୍ୟକୁ ପ୍ରତ୍ୟାଖ୍ୟାନ କରାଗଲା। ସେପାଖେ ଭାରତ ପକ୍ଷରୁ ଆମେରିକା ଓ ଫ୍ରାନ୍ସ ମଧ୍ୟରେ ପୁଲଓାମା ଆତଙ୍କୀ ହମଲାର କେତେକ ଦସ୍ତାବିଜ ସେୟାର କରାଯାଇଛି। ଯାହାଦ୍ୱାରା ମସୁଦ୍ ବିରୋଧରେ ପର୍ଯ୍ୟାପ୍ତ ତଥ୍ୟ ପ୍ରମାଣ ସଂଯୁକ୍ତ ରାଷ୍ଟ୍ର ପ୍ରତିନିଧିଙ୍କୁ ପ୍ରମାଣ ସ୍ଭରୂପ ଦିଆଯିବ। ଭାରତକୁ ଆମେରିକା ତରଫରୁ ଖୁବ୍ ସମର୍ଥନ ମିଳିଥିଲା।

ଚୀନ୍ ମସୁଦ ଆଝାରକୁ ଗ୍ଳୋବାଲ୍ ଆତଙ୍କୀ ଘୋଷଣାରେ ପୁଣି କୌଣସି ଚାଲ୍ ଚଳାଇପାରେ। ପ୍ରସ୍ତାବ ଉପରେ ଆଲୋଚନା ପୂର୍ବରୁ ଏଭଳି ଆଶଙ୍କା ସୃଷ୍ଟି ହୋଇଥିଲା। ଏକଥା ମଧ୍ୟ କୁହାଯାଉଛି କି ଚିନ୍ ପକ୍ଷରୁ ମସୁଦ୍ ସଂପୃକ୍ତିକୁ ନେଇ ଆହୁରି ପ୍ରମାଣ ମଗାଯାଇଛି। ପଠାନକୋଟ୍ ଆତଙ୍କ ପରେ ଆଝାର ବିପକ୍ଷରେ ଉଠିଥିବା ଅଭିଯୋଗର ୧୦ ବର୍ଷ ପରେ ୪ର୍ଥ ଥର ପାଇଁ ଏହି ପ୍ରସ୍ତାବ ଅଣାଯାଇଥିଲା। ପୂର୍ବରୁ ଉଠିଥିବା ପ୍ରତ୍ୟେକ ପ୍ରସ୍ତାବରେ ଚୀନ୍ ପକ୍ଷରୁ ରୋକ୍ ଲଗାଯାଇଛି। ଏଥର ବିସ୍ତୃତ ତଥ୍ୟ ପ୍ରମାଣ ସହ ଭାରତ ଆଝାରକୁ ଗ୍ଳୋବାଲ୍ ଆତଙ୍କୀ ଘୋଷଣା କରାଇବାର ମସୁଧା କରିଥିଲା। ହେଲେ ଚୀନ୍ କହୁଛି କି ପ୍ରଥମେ ଭାରତ ପକ୍ଷରୁ ଅଣାଯାଇଥିବା ଅଭିଯୋଗକୁ ଯାଞ୍ଚ କରାଯିବା ଆବଶ୍ୟକ।

Visual of a site where militants target CRPF vehicles with an IED on Jammu-Srinagar National Highway at Letpora in Awantipora. —Excelsior/Younis Khaliq

ଯେଉଁ ମସୁଦ୍ ଆଝାରକୁ ଆତଙ୍କବାଦୀ ଘୋଷଣା କରାଯିବାକୁ ନେଇ ୟୁଏନଓ’ରେ ଏଭଳି ମୁଣ୍ଡବ୍ୟଥା ଲାଗିରହିଛି, ସେହି ମସୁଦ୍ ଆଝାରର ସଂଗଠନ ‘ଜୈସ-ଏ-ମୋହମ୍ମଦ’କୁ ୧୫ ଦେଶକୁ ନେଇ ଗଠିତ ସଂଯୁକ୍ତ ସୁରକ୍ଷା ପରିଷଦ ପୂର୍ବରୁ ଆତଙ୍କବାଦୀ ସଙ୍ଗଠନ ଭାବେ ଆକ୍ଷ୍ୟାୟିତ କରିସାରିଛି। କିନ୍ତୁ ପ୍ରଶ୍ନ ଉଠୁଛି, କାହିଁକି ଚୀନ୍ ମସୁଦକୁ ନେଇ ଭେଳିକି ସୃଷ୍ଟି କରିଚାଲିଛି! ପାର୍ଲ୍ୟାମେଣ୍ଟ ଆକ୍ରମଣ ଠାରୁ ପଠାନକୋଟ୍ ଏବଂ ଉରୀ ଠାରୁ ପୁଲଓାମା ପର୍ଯ୍ୟନ୍ତ ଆକ୍ରମଣ କରିଥିବା ଜୈସ ସର୍ଦ୍ଦାର ମୌଲାନା ମସୁଦ୍ ଆଝାରକୁ ଗତ ୧୮ ବର୍ଷ ଧରି ଭାରତର କାନୁନ ବ୍ୟବସ୍ଥା ତଲାସ କରୁଛି। କିନ୍ତୁ ଚୀନ୍ ବାରମ୍ବାର ଭାରତର ‘ମିଶନ୍ ମସୁଦ’ରେ ପ୍ରତିବନ୍ଧକ ହୋଇ ଠିଆ ହୋଇଛି।

Leave a Reply

Your email address will not be published. Required fields are marked *