
ଶୁଭ୍ ଭାରତ ଟାଇମ୍ସ, ୦୯/୦୧- ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ସାମ୍ବିଧାନିକ ଘୋଷଣା କରିବା ପାଇଁ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଏକ ଆବେଦନ ସଂପର୍କରେ ଦେଶର ୪୭ତମ ପ୍ରଧାନ ବିଚାରପତି ଜଷ୍ଟିସ୍ ଶରଦ୍ ଅରବିନ୍ଦ ବୋବଡେ ମୁହଁ ଖୋଲିଛନ୍ତି। ସିଜେଆଇ କହିଛନ୍ତି ଯେ, ଦେଶ ଏବେ କଷ୍ଟକର ସମୟ ଦେଇ ଗତି କରୁଛି। ସିଏଏକୁ ନେଇ ଦେଶରେ ଚାଲିଥିବା ହିଂସାକାଣ୍ଡ ବନ୍ଦ ହେବା ପରେ କୋର୍ଟ ଏ ସଂପର୍କୀତ ମାମଲାର ଶୁଣାଣି କରିବ ନେଇ ରୋକଠୋକ୍ ଶୁଣାଇ ଦେଇଛନ୍ତି > ଅଧିକ ଖବର ପାଇଁ ଲଗଅନ୍ କରନ୍ତୁ> www.suvbharattimes.in FollowUs: twitter.com/@Suvbharat_Times

ଗୁରୁବାର ସିଏଏ ବିରୋଧୀ ଆବେଦନ ଉପରେ ସୁପ୍ରିମକୋର୍ଟ କହିଛନ୍ତି, “ସିଏଏ ବିରୋଧରେ ଆଗତ ସମସ୍ତ ମାମଲାର ଶୁଣାଣି କରିବୁ। ହେଲେ ପ୍ରଥମେ ଏହାକୁ ନେଇ ଚାଲିଥିବା ହିଂସାକାଣ୍ଡ ଓ ବିକ୍ଷୋଭ ସଂପୂର୍ଣ୍ଣ ଭାବେ ବନ୍ଦ ହେବା ଦରକାର। ହିଂସା ବନ୍ଦ ହେଲେ ଶୁଣାଣି ଆରମ୍ଭ ହେବ।” ବରିଷ୍ଠ ଆଇନଜୀବୀ ବିନୀତ ଧଣ୍ଡା ସିଏଏକୁ ସାମ୍ବିଧାନିକ ଘୋଷଣା କରିବା ପାଇଁ ଏକ ଆବେଦନ ଦାଖଲ କରିଥିଲେ। ଏଥିସହ ଏହାକୁ ବିରୋଧ କରୁଥିବା ସ୍ୱେଚ୍ଛାସେବୀ, ସଂଗଠନ ଓ ରାଜ୍ୟ ସମେତ ସିଏଏକୁ ନେଇ ଭୁଲ ଖବର ପ୍ରସାରଣ କରୁଥିବା ଗଣମାଧ୍ୟମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି। ଏ ସଂପର୍କରେ ଜଷ୍ଟିସ୍ ବୋବଡେ କହିଛନ୍ତି ଯେ “ଦେଶ ଏବେ ଏକ କଠିନ ସମୟ ଦେଇ ଗତି କରୁଛି। ଏହି ସମୟରେ ସମସ୍ତଙ୍କ ଲକ୍ଷ୍ୟ କେମିତି ଶାନ୍ତି ସ୍ଥାପନ ହୋଇପାରିବ, ସେ ଉପରେ ରହିବା ଦରକାର। କେବଳ ଆବେଦନ ଦାଖଲ କଲେ କିଛି ବି ଫରକ ପଡ଼ିବ ନାହିଁ।” ସେହିପରି ଏହି ଆଇନକୁ ସାମ୍ବିଧାନିକ ମାନ୍ୟତା ଦେବା ପାଇଁ ହୋଇଥିବା ଦାବି ସଂପର୍କରେ ପ୍ରଧାନ ବିଚାରପତି କହିଛନ୍ତି ଯେ ସଂସଦରେ ପାସ୍ ହୋଇଥିବା ଆଇନ ସର୍ବଦା ସାମ୍ବିଧାନକ ବୋଲି ଅନୁମାନ କରାଯାଏ।” ଆଜିର ଶୁଣାଣି ବେଳେ ଜଷ୍ଟିସ ବୋବଡେଙ୍କ ସମେତ ଖଣ୍ଡପୀଠରେ ଜଷ୍ଟିସ୍ ବିଆର ଗାଭାଇ ଓ ଜଷ୍ଟିସ ସୂର୍ଯ୍ୟକାନ୍ତ ଉପସ୍ଥିତ ଥିଲେ। ଧର୍ମ ଆଧାରରେ ଏଭଳି ଆଇନ ପ୍ରଣୟନ ହୋଇଥିବା ଏହା ବିରୋଧରେ ଏକାଧିକ ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ତେବେ ସିଏଏ ବିରୋଧରେ ଆନ୍ଦୋଳନ ଚାଲିଥିବାରୁ ସୁପ୍ରିମକୋର୍ଟ କୌଣସି ବି ଆବେଦନର ଶୁଣାଣି କରି ନାହାନ୍ତି। ହିଂସା କମିଲେ ପରେ ହିଁ କୋର୍ଟ ଏହାର ଶୁଣାଣି କରିବେ ବୋଲି ସର୍ତ୍ତ ରଖିଛନ୍ତି। ସେପାଖେ କେନ୍ଦ୍ର ସରକାର ସିଏଏ ବଳରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧାର୍ମିକ ଉତ୍ପୀଡ଼ନର ଶିକାର ହେଉଥିବା ସଂଖ୍ୟାଲଘୁ ହିନ୍ଦୁ, ଶିଖ, ପାର୍ସୀ, ଜୈନ, ବୌଦ୍ଧ ଓ ଖ୍ରୀଷ୍ଟିଆନ ସଂପ୍ରଦାୟର ଲୋକଙ୍କୁ ଭାରତର ନାଗରିକତା ଦେବାକୁ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଦେଶବାସୀ ଏହାକୁ ସହଜରେ ଗ୍ରହଣ କରିନଥିବା ସାମ୍ପ୍ରତିକ ପରିସ୍ଥିତି ସ୍ପଷ୍ଟ କରୁଛି > FollowUs: twitter.com/@Suvbharat_Times
