ପେଜ୍-ଥ୍ରୀ

କ୍ରସ୍ କନେକ୍ସନ୍

ଶୁଭ୍ ଭାରତ ଟାଇମ୍ସ ବ୍ୟୁରୋ, ୨୯ ମେ,୧୮- ତୁଟିଯିବ ୨୦ ବର୍ଷର ବୈବାହିକ ସମ୍ପର୍କ। ସୁଶେନ୍ ଖାନ୍ ମୋହରେ ଘାଇଲା ହୋଇ ଏଭଳି ନିଷ୍ପତ୍ତି ନେଇଛନ୍ତି ଅଭିନେତା ଅର୍ଜୁନ ରାମପାଲ। ଅର୍ଜୁନଙ୍କ ପ୍ରେମ ଲାଗି ପତ୍ନୀ ମେହେର ଜେସିଆ ଜୀବନର ଅପରାହ୍ଣରେ ଦୁଇଟି ଝିଅଙ୍କ ସହ ବଂଚିବାକୁ ପ୍ରସ୍ତୁତ ହୋଇଛନ୍ତି।

ଅର୍ଜୁନଙ୍କ ଜୀବନରେ ଅନେକ ସୁନ୍ଦରୀ ଦସ୍ତଖତ ଦେଇଛନ୍ତି। ଗାବ୍ରିଏଲାଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ବଲିଉଡରେ ଖୁବ୍ ଚର୍ଚ୍ଚା ହୋଇଛି। ୟୁରୋପରେ ଗାବ୍ରୀଏଲା ଡେମେଟ୍ରିଏଡସ ଓ ଅର୍ଜୁନଙ୍କ ମଧ୍ୟରେ ଖୁବ୍ ଜମିଥିଲା।

ପରବର୍ତ୍ତୀ ସମୟରେ ଫ୍ୟାନ୍ ମାନଙ୍କ ଉତ୍ସାହ ଲାଗି ସେସବୁ ମୁହୂର୍ତ୍ତ ଗୁଡିକୁ ଉଭୟଙ୍କ ଫ୍ରେଣ୍ଡସିପ୍ ଭାବେ ମିଡିଆ ଚିତ୍ରଣ କଲା।

ଗାବ୍ରୀଏଲା ଡେମେଟ୍ରିଏଡସ ଜଣେ ବିଦେଶୀ ମଡେଲ୍। ଭାରତରେ ରହି ମଡେଲିଂ ଏବଂ ଆକ୍ଟିଂଗ୍ ଓ ରାମପାଲଙ୍କ ସହ ମସ୍ତିରେ ମାତିଥିଲେ।

ଡି-ଡ଼େ ସୁଟିଂ ସେଟରେ ସ୍ମୃତି ହାସନ ଓ ଅର୍ଜୁନଙ୍କ ଦୋସ୍ତୀ କାହାରିକୁ ଅଛପା ନାହିଁ। ଏହି ଫିଲ୍ମ ଅଣ୍ଡରଓର୍ଲଡ଼ ଡନ୍ ଦାଉଦ ଇବ୍ରାହିମର କାର୍ଯ୍ୟକଳାପର କିୟଦଂଶ ବହନ କରିଥିଲା। କିନ୍ତୁ ଉଭୟ କଳାକାରଙ୍କ ସେକ୍ସି ସିକ୍ୟୁଏନ୍ସ ଦର୍ଶକଙ୍କ ହୋସ୍ ଉଡାଇ ଦେଇଥିଲା।

ସେତିକିରେ ସୀମିତ ନଥିଲା ଅର୍ଜୁନଙ୍କ ନଖାରାମୀ। ପତ୍ନୀ ମେହେରଙ୍କ ଠାରୁ ବୈବାହିକ ସମ୍ପର୍କ ଚ୍ଛିନ୍ନ କରିବା ପରେ ଗୋଟିଏ ପରେ ଗୋଟିଏକୁ ନେଇ ଦେହ ଓ ମନକୁ ସତେଜ୍ ରଖିବାକୁ ଚେଷ୍ଟା କରୁଥିଲେ ରାମପାଲ୍।

ମଝିରେ ନତାଶା ଷ୍ଟାଂକୋଭିକ ଏବଂ ଅର୍ଜୁନ୍ ରାମପାଲଙ୍କ ଡ଼େଟିଂଗ୍ ଖବରର ଚର୍ଚ୍ଚା ନାମୀ ଖବର କାଗଜର ପୃଷ୍ଠା ମଣ୍ଡନ କରିଥିଲା। ପତ୍ନୀକୁ ଛାଡପତ୍ର ନୋଟିସ୍ ଦେଇ ଅର୍ଜୁନ୍ ଅନେକ ଆକଟ୍ରେସଙ୍କୁ ଶଯ୍ୟା ସଂଗିନ୍ କରିଛନ୍ତି।

ଏବେ ଅର୍ଜୁନଙ୍କ ଦାମ୍ପତ୍ୟ ଜୀବନ ଯାହା ଲାଗି ତୁଟି ଯିବାରେ ଲାଗିଛି, ଦୁଇଜଣଙ୍କ ସଂପର୍କରେ ତିକ୍ତତା ବଢିବାରେ ଲାଗିଛି ସେ ହେଲେ ହିଥ୍ରୀକ୍ ରୋଶନଙ୍କ ଏକ୍ସ-ୱାଇଫ୍‌ ସୁଜେନ ଖାନ୍।

ଖବର ମୁତାବକ୍ ଦୀର୍ଘ ଦିନଧରି ଅର୍ଜୁନ ଓ ମେହେର ‌ଅଲଗା ରହୁଛନ୍ତି। ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ ଅର୍ଜୁନ ଏବଂ ମେହେର ବୈବାହିକ ସମ୍ପର୍କ ଚ୍ଛିନ୍ନ କରିବାକୁ ନିଷ୍ପତ୍ତି ନେଇ ସାରିଛନ୍ତି। କୋଡିଏ ବର୍ଷର ସଂପର୍କକୁ ଶେଷ କରିବାର ସମୟ ଆସିଯାଇଛି।

ଅର୍ଜୁନ ଓ ମେହେର ଉଭୟ କହୁଛନ୍ତି, ‘ଆମ ଭିତରେ ବନ୍ଧୁତା ରହିବ। ଆବଶ୍ୟକ ପଡିଲେ ଉଭୟଙ୍କୁ ସହଯୋଗ କରିବୁ। ଏଭଳି କହିବା ସହ ବିବାହ ଭାଙ୍ଗିବାର ନିଷ୍ପତ୍ତି ଦୁହେଁ ଶୁଣାଇଛନ୍ତି।

ତେବେ ଅର୍ଜୁନ, ସୁଜେନ ଓ ମେହେର ପୂର୍ବରୁ ଭଲ ସାଙ୍ଗ ଥିଲେ। ପରବର୍ତ୍ତୀ ସମୟରେ ଅର୍ଜୁନ ଓ ସୁଜେନଙ୍କ ମଧ୍ୟରେ ସଂପର୍କ ବଢିଥିଲା, ଯେଉଁ କାରଣରୁ ଅର୍ଜୁନ ଓ ମେହେର ଏବଂ ହିଥ୍ରୀକ୍ ଓ ସୁଜେନଙ୍କ ମଧ୍ୟରେ ତିକ୍ତତା ଆସିଥିଲା।

Leave a Reply

Your email address will not be published. Required fields are marked *