ଜାତୀୟ

ଦାନ୍ତେୱାଡା : ନକ୍ସଲ ଆକ୍ରମଣରେ ୩ ନିହତ

ଶୁଭ୍ ଭାରତ ଟାଇମ୍ସ ବ୍ୟୁରୋ- ଛତିଶଗଡ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟିଂ ପୂର୍ବରୁ ଦୁଇଟି ନକ୍ସଲ ଆକ୍ରମଣ ଘଟଣା ରାଜ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ନକ୍ସଲମାନେ ତିନି ଦିନ ମଧ୍ୟରେ ଦୁଇଥର ଆକ୍ରମଣ କରିଛନ୍ତି। ପ୍ରଥମେ ବିଜାପୁରରେ ଏବଂ ୩୦ ଅକ୍ଟୋବରରେ ଦାନ୍ତେୱାଡା ଜିଲ୍ଲା ଅରନପୁର ଇଲାକାରେ। ଦ୍ୱିତୀୟ ଥର ଆକ୍ରମଣ ବେଳେ ନକ୍ସଲମାନେ ଦୁରଦର୍ଶନ କ୍ରିୟୁ ମେମ୍ବରମାନଙ୍କୁ ଟାର୍ଗେଟ କରିଥିଲେ ବୋଲି କେତେକ ନିୟୁଜ୍ ଚ୍ୟାନାଲରେ ପ୍ରସାରଣ ଚାଲିଥିବା ବେଳେ କ୍ରସ୍ ଫାୟାରିଂରୁ ଏଭଳି ଘଟିଛି। ଘଟଣାର ଛାନଭିନ୍ ପରେ ସମସ୍ତ ତଥ୍ୟ ଜଣାପଡିବ।

ପ୍ରାକ୍ ସୂଚନା ମୁତାବକ ନଭେମ୍ବର ୧୨ରେ ଛତିଶଗଡର ୧୮ ଟି ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ହେବାକୁ ଯାଉଛି। ଏଗୁଡିକ ସେହିସବୁ ଆସନ ଯେଉଁଠି ନକ୍ସଲ ପ୍ରଭାବ ଚଳାଇଛନ୍ତି। ଏହି କାରଣ କି ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏହାସତ୍ୱେ ନକ୍ସଲ ନିଜ କର୍ତ୍ତୃତ୍ୱ ଜାହିର କରିବାରେ କୁଣ୍ଠାବୋଧ କରୁନାହାଁନ୍ତି। ନକ୍ସଲ ସବୁବେଳେ ନିର୍ବାଚନ ପ୍ରକ୍ରିୟା ରଦ୍ଧ କରିବାକୁ ପ୍ରୟାସ କରୁଛନ୍ତି। ସେମାନେ ଲୋକମାନଙ୍କ ମତଦାନକୁ ବାରଣ କରିବାକୁ ଯାଇ ଏହି ପ୍ରକାର କାଣ୍ଡ କରୁଛନ୍ତି। ମଙ୍ଗଳବାର ଦୁରଦର୍ଶନର ଯେଉଁ ଟିମ୍ ମେମ୍ବରମାନଙ୍କୁ ଟାର୍ଗେଟ କରାଗଲା ସେମାନେ ଛତିଶଗଡରେ ନିର୍ବାଚନ କଭରେଜ୍ ପାଇଁ ଯାଇଥିଲେ।

ଦାନ୍ତେୱାଡା ଜିଲ୍ଲାର ଏ ଥିଲା ଅରନପୁର ଅଞ୍ଚଳ ଯାହା ନକ୍ସଲ ଇଲାକା ଭାବେ ପରିଚିତ, ସେଠାରେ ନକଲ୍ସଙ୍କ ପ୍ରଭାବ ସତ୍ୱେ ଭୋଟ ଗ୍ରହଣ କରାଯାଉଥିଲା। ଏଠାରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ କ୍ରସ୍ ପାୟାରିଂ ବେଳେ ଜଣେ ଫଟୋ ସାମ୍ବାଦିକ ଓ ୨ ଜଣ ସିଆରପିଏଫ୍ ଯବାନ ଟଳି ପଡିଛନ୍ତି। ଏହାସହିତ ୨ ଜଣ ପୋଲିସ ଆକ୍ରମଣର ଶିକାର ହୋଇଛନ୍ତି। ମୃତ କ୍ୟାମେରାମ୍ୟାନ ହେଲେ ଓଡିଶା ବଲାଙ୍ଗିର ଜିଲ୍ଲା ଲୁଇସିଙ୍ଗା ନିକଟବର୍ତ୍ତୀ ଘୁସୁରା ମୁଣ୍ଡା ନିବାସୀ ଅଚ୍ୟୁତାନନ୍ଦ ସାହୁ। ଖବର ପ୍ରସ୍ତୁତି ସୁଦ୍ଧା ମୃତ ପୋଲିସ କର୍ମଚାରୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନଥିଲା।

ମୃତ ଫଟୋ ସାମ୍ବାଦିକ ଅଚ୍ୟୁତାନନ୍ଦ ସାହୁ ୨୦୧୩ରେ ସେନାବାହିନୀରୁ ଅବସର ନେବା ପରେ ଭିଡିଓ ଜର୍ନାଲିସ୍ଟ୍ ଭାବେ ଉତ୍ତୀର୍ଣ୍ଣ ହୋଇ ଦୁରଦର୍ଶନରେ ନିଯୁକ୍ତି ପାଇଥିଲେ। ଏହି ଘଟଣା ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଜ୍ୟ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଥୋଡ ଏଏନଆଇ ଜରିଆରେ ଦୁଃଖ ପ୍ରକାଶ କରିଛନ୍ତି। ରାଥୋଡ କହିଛନ୍ତି, କ୍ୟାମେରାମ୍ୟାନଙ୍କ ମୃତ୍ୟୁରେ ସେ ଖୁବ୍ ମର୍ମାହତ। ଏଭଳି ଦୁଃଖଦ ଘଟଣାରେ ସେ ମୃତାହତଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ତାହାସହ ଦାନ୍ତେଓାଡ ଯାଇଥିବା ସମସ୍ତ ମିଡିଆ ପ୍ରତିନିଧିଙ୍କୁ ସଲାମ କରିବା ସହ ସେମାନଙ୍କ ଦୁଃସାହାସିକ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ମନ୍ତ୍ରୀ ରାଥୋଡ ଘୋଷଣା କରିଛନ୍ତି କି ମୃତ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କ ପରିବାର ଦାୟିତ୍ୱ ଏବେ ସରକାର ତୁଲାଇବେ।

Leave a Reply

Your email address will not be published. Required fields are marked *