ଆନ୍ତର୍ଜାତୀୟ

ପାକିସ୍ତାନ : ୪ ଦିନରେ ଫାଶୀ ଦଣ୍ଡାଦେଶ

ଶୁଭ୍ ଭାରତ ଟାଇମ୍ସ (ସୋର୍ସ୍)– ପାକିସ୍ତାନ ଇତିହାସରେ ପ୍ରଥମ ଘଟଣା। ୬ ବର୍ଷର ନାବାଳିକା ଦୁଷ୍କର୍ମ ମାମଲାରେ ପାକିସ୍ତାନ ଅଦାଲତ ଅଭିଯୁକ୍ତକୁ ମାତ୍ର ୪ ଦିନରେ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି।

ସୂତ୍ର ଅନୁସାରେ, ଗତ ଜାନୁଆରି ୫ରେ ଲାହୋର ନିକଟରେ ୬ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ସମଗ୍ର ପାକିସ୍ତାନକୁ ସ୍ତବ୍ଧ କରିଦେଇଥିଲା। ଘଟଣାକୁ ନେଇ ବିଦେଶରେ ମଧ୍ୟ ଖୁବ୍ ଚର୍ଚା ହୋଇଥିଲା। ଦୁଷ୍କର୍ମକାରୀ ନାବାଳିକାକୁ ପ୍ରଥମେ ଅପହରଣ କରିବା ପରେ ଦୁଷ୍କର୍ମ କରି ଶେଷରେ ହତ୍ୟା କରିଥିଲା।

ଏହି ଘଟଣା ୬ ବର୍ଷ ତଳେ ଭାରତରେ ଘଟିଥିବା ନିର୍ଭୟା ଗଣଦୁଷ୍କର୍ମ ମାମଲା ସହ ତୁଳନୀଯ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି। ସୂଚନାଯୋଗ୍ୟ, ନାବାଳିକାର ପିତା-ମାତା ସାଉଦୀ ଆରବ ଯାଇଥିବାରୁ ଝିଅଟି ଜଣେ ସମ୍ପର୍କୀୟଙ୍କ ସହିତ ରହୁଥିଲା।

ମାତ୍ର ଜାନୁଆରି ୫ରେ ଦୁଷ୍କର୍ମ ଅଭିଯୁକ୍ତ ଇମରାନ ଅଲି ଝିଅକୁ ବଳପୁର୍ବକ ଉଠାଇ ନେଇ ଦୁଷ୍କର୍ମ ପରେ ହତ୍ୟା କରିଥିଲା। ଜାନୁଆରି ୯ରେ ଶାହାବାଜ ଖାନ୍ ରୋଡ ନିକଟରେ ଅଳିଆ ଗଦା ଭିତରୁ ନାବାଳିକାର ମୃତଦେହ ଜବତ କରାଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟରେ ଦୁଷ୍କର୍ମ ହୋଇଥିବା ସ୍ପଷ୍ଟ ହୋଇଥିଲା।

Leave a Reply

Your email address will not be published. Required fields are marked *