
Suvbharat Times http://www.suvbharattimes.in/ #Berhampur 29112020 ଓଡ଼ିଶା ମେଡିକାଲ କର୍ମଚାରୀ ସଂଘର ଦାବି ସ୍ୱାସ୍ଥ୍ୟସେବା ଭଳି ଜରୁରୀ ଏବଂ ଗୁରୁତ୍ୱପୂର୍ଣ୍ଣ ବିଭାଗରୁ ଆଉଟସୋର୍ସିଂ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଉ। ଗଞ୍ଜାମ ଜିଲ୍ଲା ମେଡିକାଲ କର୍ମଚାରୀ ସଂଘ ପକ୍ଷରୁ ଏମକେସିଜି ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଆୟୋଜିତ ଏକ ସମ୍ମିଳନୀରେ ସଂଘର ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ର ଏନେଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକ ଏବଂ ଚାଷୀ ବିରୋଧୀ ବିଲ ଆଗତ କରିଛନ୍ତି। ରାଜ୍ୟର ବିଭିନ୍ନ ଶ୍ରମିକ ସଙ୍ଗଠନ, କର୍ମଚାରୀ ଓ ଚାଷୀ ମିଳିତ ଭାବେ ବିଲ୍ ବିରୋଧରେ ଆନ୍ଦୋଳନ କରିବାକୁ ଶ୍ରୀ ପାତ୍ର ଆହ୍ୱାନ ଦେଇଥିଲେ। ଡ଼ାକ୍ତରଙ୍କ ଭଳି ମେଡିକାଲ କର୍ମଚାରୀଙ୍କ ଅବସର ବୟସ ୬୫କୁ ବୃଦ୍ଧି କରାଯାଉ। ଅସ୍ଥାୟୀ କର୍ମଚାରୀଙ୍କ ନିଯୁକ୍ତିକୁ ସ୍ଥାୟୀ କରାଯିବା ସହ ସମାନ କାମକୁ ସମାନ ଦରମା ପ୍ରଦାନ କରାଯିବା ତଥା ବାସଗୃହ ଓ ସ୍ୱାସ୍ଥ୍ୟବୀମା ବ୍ୟବସ୍ଥା ଉପରେ ସରକାର ତୁରନ୍ତ ନିଷ୍ପତ୍ତି ନେବାକୁ ସମ୍ମିଳନୀରେ ଆଲୋଚନା ହୋଇଥିଲା। https://twitter.com/Suvbharat_Times

http://www.suvbharattimes.in/ ବରିଷ୍ଠ ସାମ୍ବାଦିକ ତଥା ସଂଗଠନର ଉପଦେଷ୍ଟା ରବି ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ଉପସଭାପତି ଶାକିର ଖାନ୍, ଉପସମ୍ପାଦକ ଶିବପ୍ରସାଦ ମହାନ୍ତି, ରାଜ୍ୟ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ରାଉତ, ଅନ୍ୟତମ ଉପସଭାପତି ସୁକାନ୍ତ ମୁଖୀ, ଉପଦେଷ୍ଟା ଲାଲୁମୋହନ ବେହେରା, ଜିଲ୍ଲା ମେଡିକାଲ କର୍ମଚାରୀ ସଂଘ ସମ୍ପାଦକ ଜି.ନରସିଂହ ରାଓ, ମେଡିକାଲ କଲେଜ ଶାଖା ସମ୍ପାଦକ ରାଜୁ ଚିନ୍ନା, ରବିନାରାୟଣ ବେହେରା, ରେଣୁପ୍ରିୟା ପାଢ଼ୀ, ବିପିନବିହାରୀ ନାୟକ, ଟୁନା ଜେନା, ପ୍ରକାଶଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। https://twitter.com/Suvbharat_Times

