
ପୁରୀ(ବ୍ୟୁରୋ), ଶୁଭ୍ ଭାରତ ଟାଇମ୍ସ, ୧୯.୧o- ଶନିବାର ଶ୍ରୀମନ୍ଦିରରେ ଦିବା ପହୁଡ଼ ନୀତି ପାଇଁ ୨ଘଣ୍ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିଥିଲା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚିତ କାର୍ଯ୍ୟ ନିର୍ଘଣ୍ଟ ଅନୁସାରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀଜିଉଙ୍କୁ ଦର୍ଶନ କରି ପାରିନଥିଲେ।


ଉକ୍ତ କାର୍ଯ୍ୟସୁଚୀରେ ଶ୍ରୀଜିଉଙ୍କ ନିକଟରେ ଦ୍ୱିତୀୟ ଭୋଗ ମଣ୍ଡପ ପୂଜା ପରେ ଦିବା ପହୁଡ଼ ନୀତି କରାଯିବ ବୋଲି ପୂର୍ବରୁ ସୁଚନା ଦିଆଯାଇଥିଲା। ଏଥିପାଇଁ ମନ୍ଦିରକୁ ବନ୍ଦ କରାଯିବା ସହ ଭକ୍ତମାନେ ପ୍ରଭୁଙ୍କ ଦର୍ଶନ କରିବା ନିମନ୍ତେ ନୀତି ଶେଷ ହେବାଯାଏଁ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା > ପୁରୀରୁ ବ୍ୟୁରୋ ହେଡ୍ ସଞ୍ଜୀବ ମହାପାତ୍ରଙ୍କ ରିପୋର୍ଟ, ଶୁଭ୍ ଭାରତ ଟାଇମ୍ସ

