ମହାନଗର

ଶତାୟୁଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ

ଶତାୟୁଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ > ଚିଲିକା, ଶୁଭ୍ ଭାରତ ଟାଇମ୍ସ, ୧୫/୦୧- ଶ୍ରୀ ଚଣ୍ଡିହର ଦେବଙ୍କ ପ୍ରଧାନ ସେବକ ସମ୍ନାନସ୍ପଦ ଧୋବା ରଣା ଆଜି ଆମ ଗହଣରେ ନାହାଁନ୍ତି। ବିଗତ ୧ଶହ ୩ବର୍ଷ ୩ଦିନର ଆୟୁଷ ଶେଷ ହେବା ପରେ ଗତ ୪ ତାରିଖରେ ତାଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅଧିନ ଚଣ୍ଡେଶ୍ୱର ଠାରେ ନିଜ ଜନ୍ମମାଟିରେ ତାଙ୍କର ଶେଷକୃତ୍ୟ ସମ୍ପଣ୍ଣ କରାଯାଇଥିଲା। ଏହି କ୍ରମରେ ଚଳିତ ୧୫ତାରିଖ ମକର ସଂକ୍ରାନ୍ତିରେ ଏକ ଭାବମୟ ପରିବେଶରେ ସ୍ୱର୍ଗତ ରଣାଙ୍କ ଦ୍ୱାଦଶାହ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ, ପୂର୍ବତନ ବିଧାୟକ ରଘୁନାଥ ସାହୁ ଓ ଡାକ୍ତର ବିଭୂତିଭୂଷଣ ହରିଚନ୍ଦନଙ୍କ ସମେତ କୁହୁଡି ଛଅଗଡର ବିଶିଷ୍ଟ ବ୍ୟକ୍ତିବିଶେଷ ସ୍ୱର୍ଗତ ରଣାଙ୍କ ବାସଭବନ ଠାରେ ଅନୁଷ୍ଠିତ ଦ୍ୱାଦଶାହରେ ଯୋଗଦେଇ ସ୍ମୃତିଚାରଣ କରଥିଲେ। ଅଧିକ ଖବର ପାଇଁ ଲଗଅନ୍ କରନ୍ତୁ>  www.suvbharattimes.in FollowUs: twitter.com/@suvbharat_times

ସ୍ୱର୍ଗତ ଧୋବା ରଣା ଥିଲେ ଜଣେ ଯୋଗଜନ୍ମା। ୨୦୧୮ ସେପ୍ଟେମ୍ବର ୧୦ରେ ଏହି ଶତାୟୁଙ୍କ ଜନ୍ମ ଶତବାର୍ଷିକ ପାଳିତ ହୋଇଥିଲା। ୧୯୧୭ ଜାନୁୟାରୀ ୧ ତାରିଖରେ ପାବନ କେଶର କ୍ଷେତ୍ର ଚଣ୍ଡେଶ୍ୱର ଗ୍ରାମରେ ଜନ୍ମିତ ଏହି ମହାନ ବ୍ୟକ୍ତି ପ୍ରଭୂ ଚଣ୍ଡେଶ୍ୱରଙ୍କ ପୀଠକୁ କର୍ମଭୂମି ରୂପେ ବାଛିନେଇ ପ୍ରଭୂ ସେବାରେ ବ୍ରତୀ ହୋଇଥିଲେ। ଜୀବଦଶା ମଧ୍ୟରେ ସେ ଅମାପ ସ୍ନେହ ସମ୍ନାନ ପାଇବା ସହ ଶ୍ରଦ୍ଧାଳୁ ଶିବ ଉପାସକ ତଥା ଆଖପାଖ ଗ୍ରାମବାସୀଙ୍କ ପ୍ରିୟଭାଜନ ହୋଇପାରିଥିଲେ। ତାଙ୍କ ବିୟୋଗରେ କୁହୁଡି ଛ-ଗଡ଼ ଜଣେ ବନ୍ଧୁବତ୍ସଳ ପ୍ରଭୂ ସେବକଙ୍କୁ ହରାଇଛି ବୋଲି ଦ୍ୱାଦଶାହ ତିଥିରେ ଚଣ୍ଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଶୋକସଭାରେ ମଞ୍ଚାସୀନ ଶୁଭେଚ୍ଛୁ ଅତିଥିବୃନ୍ଦ ସ୍ୱର୍ଗତ ରଣାଙ୍କ ସ୍ମୃତିଚାରଣ କରି ବିବୃତ୍ତି ରଖିଥିଲେ।

ପବିତ୍ର ମକର ସଂକ୍ରାନ୍ତି ସଂଧ୍ୟାରେ ସ୍ୱର୍ଗତ ରଣାଙ୍କ ଦ୍ୱାଦଶାହ ଅବସରରେ ନିମନ୍ତ୍ରିତ ବିଶିଷ୍ଟ ଅତିଥିଙ୍କ ଗହଣରେ ଚିଲିକା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଡାକ୍ତର ବିଭୂତିଭୂଷଣ ହରିଚନ୍ଦନ ଓ ରଘୁନାଥ ସାହୁଙ୍କ ସମେତ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥିରାଜ ହରିଚନ୍ଦନ, ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଅଧ୍ୟାପକ ଡ.ଚନ୍ଦ୍ରଶେଖର ଦାଶ, ଜିଲ୍ଲାପରିଷଦ ସଦସ୍ୟ ସର୍ବେଶ୍ୱର ପ୍ରଧାନ, ଟାଙ୍ଗି ବ୍ଲକ ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣ ଶ୍ରୀଚନ୍ଦନ, କାଳୁପଡ଼ାଘାଟ ଶ୍ରୀ ଅରବିନ୍ଦ ଇଣ୍ଟେଗ୍ରାଲ୍ ସ୍କୁଲ ଅଧ୍ୟକ୍ଷ ସଞ୍ଜୟ ମହାପାତ୍ର, ପୂର୍ବତନ ସରପଞ୍ଚ ତଥା କେସିସିବି ବାଲୁଗାଁ ଶାଖା ପରିଚାଳନା ବୋର୍ଡ ପୂର୍ବତନ ସଭାପତି ଦିଲ୍ଲୀପ ମହାନ୍ତି, ମନ୍ମଥ ମାନସିଂହ, ଶ୍ରୀବତ୍ସ ପରିଡ଼ା, ଶରତ ବଡ଼ଜେନା, ଲଲାଟ କେଶରୀ ମଙ୍ଗରାଜ, ଯୁଧିଷ୍ଟିର ପ୍ରଧାନ, ସୂର୍ଯ୍ୟନାରାୟଣ ସେଠ, ଲକ୍ଷ୍ମୀଧର ବାରିକ ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ପ୍ରମୁଖ ଉପସ୍ଥିତି ଦେଖିବାକୁ ମିଳିଥିଲା > FollowUs: twitter.com/@suvbharat_times

Leave a Reply

Your email address will not be published. Required fields are marked *