ମହାନଗର

ଡିଜିପି ଦାୟିତ୍ୱରେ ଅଗ୍ନିଶମ ଓ ହୋମଗାର୍ଡ ଡିଜି ବିଜୟ କୁମାର ଶର୍ମା

ଭୁବନେଶ୍ୱର, ଶୁଭ୍ ଭାରତ ଟାଇମ୍ସ ୭/୦୪- ଅଗ୍ନିଶମ ଓ ହୋମଗାର୍ଡ ଡିଜି ବିଜୟ କୁମାର ଶର୍ମା ଆଜି ଠାରୁ ଡିଜିପି ଦାୟିତ୍ୱ ସମ୍ଭାଳିବେ। ପୋଲିସ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପତ୍ନୀ ତୁଷାର ଦେବୀଙ୍କ ବିୟୋଗ ପରେ ଆର.ପି ଛୁଟିରେ ଅଛନ୍ତି। ଆଗକୁ ଲୋକସଭା ଓ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୩ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କ ମଧ୍ୟରୁ କାହାରିଙ୍କୁ ବାଛିବାକୁ ନିର୍ବାଚନ କମିଶନଙ୍କୁ ପ୍ରସ୍ତାବ ଦେଇଥିଲେ।

ଯାହା ସୁଚନା ଅଛି, ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦଙ୍କ ଶର୍ମାଙ୍କ ପତ୍ନୀ ତୁଷାର ଶର୍ମା (୫୨ ବର୍ଷ) ଦୀର୍ଘ ଦିନରୁ ଫୁସ୍ ଫୁସ୍ ରୋଗରେ ଆକ୍ରାନ୍ତ ଥିଲେ। ନିକଟରେ ସେ ନିମୋନିଆରେ ପୀଡିତ ହେବା ପରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ନୁଆଦିଲ୍ଲୀ ନେଇ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ୱେ ତୁଷାର ଦେବୀଙ୍କ ପ୍ରାଣବାୟୁ ଉଡିଗଲା।

Leave a Reply

Your email address will not be published. Required fields are marked *