ସମ୍ପାଦକୀୟ

କୋଲକାତାରେ ଦିଦି ଉଷ୍ମତା

ମନୋରଞ୍ଜନ ପଟ୍ଟନାୟକ- ରାଜ୍ୟର ଜଣେ ଅସାଧୂ ପୋଲିସ ଅଧିକାରୀଙ୍କୁ ସୁରକ୍ଷା ଦେବାରେ ସଫଳ ହୋଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଫେବୃୟାରୀ ୩ ତାରିଖ ରାତି ପ୍ରାୟ ୯ଟାରେ କୋଲକାତା ମେଟ୍ରୋ ଚାନାଲ୍ ଗେଟ୍ ପାଖରେ ମମତା ଜୀ ଧାରଣାରେ ବସିଗଲେ। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପହଁଚି ବୁଝାଇବା ପରେ ଧାରଣାରୁ କ୍ଷାନ୍ତ ହେଲେ। ଯାହା ମଙ୍ଗଳବାର ସଂଧ୍ୟା ସାଢେ ୬ରେ ଦୀର୍ଘ ୪୬ ଘଣ୍ଟା ପରେ ସମାପ୍ତ ହେଲା। ତେବେ ଆସନ୍ତା ସପ୍ତାହରେ ଦିଲ୍ଲୀରେ ମୋଦୀ ସରକାର ବିରୋଧରେ ହାଲ୍ଲାବୋଲ୍ କରିବାର ଆହ୍ୱାନ ଦେଇଛନ୍ତି ମମତା।

ଧାରଣାରୁ ଉଠିବା ପରେ ଦିଦି ଗୃହ ମନ୍ତ୍ରଣାଳୟରୁ ଆସିଥିବା ଚିଠିକୁ ଫାଲତୁ ଚିଜ୍ କହି କେନ୍ଦ୍ର ମୋଦୀ ସରକାର ବିରୋଧରେ ଗର୍ଜିଥିଲେ। ସେ କହିଥିଲେ କି ସେ ଏବେ ଦିଲ୍ଲୀ ପାଇଁ ପ୍ରସ୍ତୁତ ହେଉଛନ୍ତି। କୋଲକାତା ମଂଚରେ ଘୋଷଣା କଲେ କି, “୧୨, ୧୩ ଓ ୧୪ ଫେବୃୟାରୀରେ ଦିଲ୍ଲୀରେ ମୋଦୀ ସରକାରକୁ ବିରୋଧ କରିବି।”ସେ ଆହୁରି ମଧ୍ୟ କହିଥିଲେ କି “ଦେଶକୁ ବଂଚାଇବାର ଅଛିତ ମୋଦୀଙ୍କୁ ହଟାଇବାର ଅଛି। ଏହି ଧାରଣା ଭାରତ ଓ ଗଣତନ୍ତ୍ର ଏବଂ ଆମର ଆଇଏଏସ୍, ଆଇପିଏସଙ୍କ ସୁରକ୍ଷା ଲାଗି କରାଯାଇଥିଲା।”

ଦିଦିଙ୍କୁ ମନେଇବା ଲାଗି ମଙ୍ଗଳବାର ସଂଧ୍ୟାରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ପହଁଚିଥିଲେ। ନାଇଡୁ କହିଲେ ଯେ,“୨୩ ଟି ରାଜନୈତିକ ଦଳ ମମତାଙ୍କୁ ଧାରଣାରୁ ହଟିବା ଲାଗି ଅପିଲ୍ କରିଛନ୍ତି। ଏ ଲଢେଇ ଏବେ ଦିଲ୍ଲୀରେ ପ୍ରଦର୍ଶନ କରାଯିବ।”ମମତା କହିଥିଲେ ଯେ, “ମୁଁ ଦେଶକୁ ଏକଜୁଟ କରିବା ପାଇଁ ପ୍ରୟାସ କରୁଛି ।”ମିଡିଆ ସାମ୍ନାରେ ଏଭଳି ବୟାନବାଜୀ କରି ମମତା ପୁନର୍ବାର ନିଜ ପୋଲିସ ଅଧିକାରୀଙ୍କୁ ସୁରକ୍ଷା ଦେଇଛନ୍ତି। ସେ ଏକଥା ବି କହିବାକୁ ପଛାଇ ନାହାଁନ୍ତି କି, “ପିଏମ୍ ମୋଦୀ ସମସ୍ତଙ୍କୁ କବ୍ଚା କରିବାକୁ ଚାହୁଁଛନ୍ତି। ଏବେ ତାଙ୍କୁ ଦିଲ୍ଲୀ ଛାଡି ଗୁଜରାଟ ଯିବାକୁ ହେବ।”

ଶାରଦା ଚିଟଫଣ୍ଡ ସ୍କାମ୍। ଯାହାକୁ ପଶ୍ଚିମବଙ୍ଗର ସବୁଠାରୁ ବଡ ଘୋଟାଲା କୁହାଯାଏ। ଏଥିରେ ନିବେଷକଙ୍କ ଜମାରାଶୀକୁ ତୁରନ୍ତ ବଢାଇ ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା। କେବଳ ଧନୀ ନୁହଁନ୍ତି ବରଂ ଗରିବ ଲୋକମାନେ ମଧ୍ୟ ଅର୍ଥ ଜମା କରିଥିଲେ। କିଛି ଲୋକ ଏଥିପାଇଁ ଆତ୍ମହତ୍ୟା କରିଛନ୍ତି। ଯେଉଁମାନଙ୍କ ସଂଖ୍ୟା ୨୧୦ ବୋଲି ଜଣାପଡିଲା। ଏହି ସ୍କାମରେ ତୃଣମୂଳ କଂଗ୍ରେସ(ଟିଏମସି)ର କେତେକ କାର୍ଯ୍ୟକର୍ତ୍ତାଙ୍କ ନାମ ସାମ୍ନାକୁ ଆସିଥିଲା ଏବଂ ସେମାନଙ୍କୁ ଜେଲ ପଠାଯାଇଥିଲା। ହେଲେ ସେତେବେଳେ ମମତା ବାନାର୍ଜୀ କୌଣସି ଗରିବ ଲାଗି ଧାରଣାରେ ବସିନଥିଲେ।

ମମତା ବାନାର୍ଜୀ ସରକାର ଏବେ ଯାହା ବି କରିଛନ୍ତି ଦେଶ ସ୍ୱାଧିନ ହେବା ପରେ ଏଭଳି ଘଟଣା କେବେ ଘଟିନଥିଲା, ଯେଉଁଥିପାଇଁ ସିବିଆଇ ଅଧିକାରୀମାନଙ୍କୁ ହାଜତରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣା ରାଜନୈତିକ ମୋଡ ଧରିଛି। ଯେଉଁଠି ମମତା ସଫେଇ ଦେଉଛନ୍ତି କି ତାଙ୍କୁ ଏ ଘଟଣା ସମ୍ପର୍କରେ କିଛି ସୂଚନା ନଥିଲା। ଏହା ମୋଦୀ ଏବଂ ଅମିତ୍ ଶାହାଙ୍କର ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି ସେ କହିଛନ୍ତି।

ଏଠାରେ ଦେଖିବା ଶାରଦା ଚିଟଫଣ୍ଡ ସ୍କାମ ଯାଂଚ୍ ପାଇଁ ସିବିଆଇ ପକ୍ଷରୁ ପୂର୍ବରୁ କେବେ ଆଦେଶ ଦିଆଯାଇଥିଲା। ୩ ଫେବୃୟାରୀ ରବିବାର ସିବିଆଇ ମାଧ୍ୟମରେ ଏକ ଚିଠି କୋଲକାତା ପୋଲିସ ଇନଚାର୍ଜଙ୍କ ନିକଟରେ ପହଁଚିଥିଲା। ଯେଉଁଥିରେ ପୋଲିସ କମିଶନର ରାଜୀବ କୁମାରଙ୍କ ଘର ଉପରେ ସିକ୍ରେଟ ଅପରେସନ୍ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏକଥା ସ୍ପଷ୍ଟ ହେଉଛି କି ପୋଲିସ ପାଖରେ ଏସଂପର୍କରେ ସମ୍ପୂର୍ଣ୍ଣ ଖବର ଥିଲା। ଏହା ପୂର୍ବରୁ ଅର୍ଥାତ ନଭେମ୍ବର ୨୦୧୮ରେ ସିବିଆଇ ପକ୍ଷରୁ ମାଲଦା ଏସପିଙ୍କୁ ଶାରଦା ଚିଟଫଣ୍ଡ ସ୍କାମ ଯାଂଚ୍ ଲାଗି ଏକ ନୋଟିସ୍ ପଠାଯାଇଥିଲା। ତତକାଳୀନ ନୋଟିସର ଏକ ନକଲ ୩ ଫେବୃୟାରୀ ରବିବାର ଆଦେଶ ସହ ସାମିଲ ଥିଲା।

ଦିଦି କହୁଛନ୍ତି ଏଭଳି ଯାଂଚ୍ ଲୋକତାନ୍ତ୍ରିକ ନୁହେଁ। କିନ୍ତୁ ଜାଣିବା ଜରୁରୀ ଯେ, ଇଣ୍ଡିଆନ୍ ସିଆରପିସି ଅନ୍ତର୍ଗତ ଇନଭେଷ୍ଟିଗେଟିଭ୍ ଅଧିକାରୀଙ୍କ କ୍ଷମତା ଅଛିକି ୧୬୦ ବଳରେ ସେ ଯେକୌଣସି ଅଧିକାରୀଙ୍କୁ ପଚରାଉଚରା କରିବା ସହ ତାଙ୍କର ଷ୍ଟେଟମେଣ୍ଟ୍ ରେକର୍ଡ କରିବାକୁ ଡାକି ପାରିବେ। କମିଶନର ରାଜୀବଙ୍କୁ ଥରେ ନୁହେଁ ତିନି ତିନି ଥର ନୋଟିସ ପଠାଯାଇଥିଲା। ଯାହା ସୂଚନା ଅଛି, ଡିସେମ୍ବର ୧୮ରେ ମଧ୍ୟ ତାଙ୍କ ନିକଟରେ ଏକ ନୋଟିସ ପହଁଚିଥିଲା। କିନ୍ତୁ ଇନଭେଷ୍ଟିଗେସନରେ ସେ କୌଣସି ସହଯୋଗ କରିନଥିଲେ।

ସବୁଠାରୁ ବଡକଥା ହେଲା ଦେଶର ଏତେ ବଡ ଚିଟଫଣ୍ଡ ସ୍କାମର ଯାଂଚ୍ ପ୍ରକ୍ରିୟାକୁ କମିଶନର ରାଜୀବ କାହିଁକି ଏଡାଇ ଚାଲିଛନ୍ତି ! ଯେଉଁଥିରେ ହଜାର ହଜାର ଗରିବଙ୍କ ଟଙ୍କା ଲୁଟ୍ ହୋଇଛି। ଏହା ସତ୍ୱେ ରାଜୀବ ସିବିଆଇ ନୋଟିସ ପାଇବା ପରେ ବି ଆସୁନାହାଁନ୍ତି। ସିବିଆଇକୁ ସେହି ଅଫିସରମାନଙ୍କ ସମ୍ପର୍କରେ କୌଣସି ସୂଚନା ଦିଆଯାଉନି, ଯେଉଁମାନେ ସେସମୟରେ ମାମଲାରେ ଇନଭଲ୍ଭ ଥିଲେ।

ମମତା ବାନାର୍ଜୀ କହୁଛନ୍ତି ସର୍ଚ୍ଚ ଓାରେଣ୍ଟ ବିନା ସିବିଆଇ ଆସିଥିଲା। କ’ଣ ମମତାଙ୍କୁ ଜଣାନଥିଲା ତିନି ଥର ନୋଟିସ ଯାଇଛି ଏବଂ ସିବିଆଇ ଆଶଙ୍କା କରିନଥିଲା କି କୌଣସି ପରିସ୍ଥିତିରେ ଯାଂଚ୍ ପୂର୍ବରୁ ମାମଲାର ପ୍ରମାଣ ନଷ୍ଟ ହୋଇନଯାଉ ! ଦେଶବାସୀ ଘଟଣାର ପୁଙ୍ଖାନୁପୁଂଖ ଯାଂଚ୍ ଚାହୁଁଛନ୍ତି। ଏଥିରୁ ଆପଣ ବି ଜାଣିସାରିବେଣି ଯେ ସିବିଆଇର କେଇଁଠି ଭୂଲ୍ ଥିଲା ବା ନଥିଲା। ଶେଷରେ ଏହା ଅବଶ୍ୟ କହିବି ସିବିଆଇକୁ ଯାଂଚ୍ କରିବା ଲାଗି ପ୍ରଧାନମନ୍ତ୍ରୀ ମୋଦୀ ନୁହଁନ୍ତି ବରଂ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଦିଦି ଲୋକତନ୍ତ୍ରକୁ ସୁରକ୍ଷା ଦେବାକୁ ଢାଲ କରି ଯେଉଁ ଉଷ୍ମତା ସୃଷ୍ଟି କରିଛନ୍ତି ତାହା ଗଣତନ୍ତ୍ର ବିରୋଧି ବୋଲି ହୁଏତ ଭୂଲିଯାଇଛନ୍ତି।
ସମ୍ପାଦକ, ଶୁଭ୍ ଭାରତ ଟାଇମ୍ସ
(୦୫ ଫେବୃୟାରୀ,୨୦୧୯)

Leave a Reply

Your email address will not be published. Required fields are marked *