ଏଣ୍ଟରଟେନମେଣ୍ଟ

ଫ୍ୟାସନ ପାଲଟିଛି ବିଚ୍ଛେଦ

ଶୁଭ୍ ଭାରତ ଟାଇମ୍ସ http://www.suvbharattimes.in/ ବଲିଉଡ ଆକ୍ଟର ଆକ୍ଟ୍ରେସ ଖୁବ୍‌ଶୀଘ୍ର ପ୍ରେମରେ ପଡନ୍ତି। ମନୋମାଳିନ୍ୟ ମାତ୍ରେ ବିନା ଦ୍ୱିଧାରେ ଡିଭର୍ସ ନିଅନ୍ତି। ଏସବୁ ଘଟଣା ବଲିଉଡର ଫ୍ୟାସନ୍ ପାଲଟିଛି। ଏଭଳି ଏକ ଉଦାହରଣ ରଖିଛନ୍ତି ଭେଟେରାନ୍ ସଲିମ୍ ଖାଁଙ୍କ ପୁତ୍ର ଅଭିନେତା ଅରବାଜ୍ ଖାଁ। ମଲାଇକା ଆରୋରାଙ୍କ ସହ୧୯ ବର୍ଷର ବୈବାହିକ ଜୀବନ କାଟିବା ପରେ ଦୁହେଁ ପରସ୍ପର ଠାରୁ ଅଲଗା ହେବାକୁ ନିଷ୍ପତି ନେଇଥିଲେ।  କୋର୍ଟରେ ଡିଭର୍ସ ପେପର୍ସ ଦାଖଲ କଲେ। ଅଦାଲତ ରାୟ ଶୁଣାଣି ପରେ ଅରବାଜ୍ ମଲାଇକାଙ୍କୁ ୧୫ କୋଟି ଟଙ୍କା ଭରଣପୋଷଣ ଦେଲେ। ଯେଉଁ ରକମ ଅଦାଲତ ରାୟ ତୁଳନାରେ ଅଧିକ ଥିଲା। ମାତ୍ର ବିବାହ ବିଚ୍ଛେଦ ସତ୍ୱେ ଦୁହିଁଙ୍କ ମଧ୍ୟରେ ବନ୍ଧୁତ୍ୱ ରହିବ ବୋଲି ପରସ୍ପରକୁ ପ୍ରତିଶ୍ରୁତି ଦେଇଥିଲେ https://twitter.com/suvbharat_times

୧୯୯୩ରେ ଏକ କଫି ବିଜ୍ଞାପନରେ ଅଭିନୟ ସମୟରେ ମଡେଲ୍ ମଲାଇକା ଆରୋରା ଓ ଅରବାଜଙ୍କ ମଧ୍ୟରେ ଦେଖାସାକ୍ଷାତ ହୋଇଥିଲା। ପ୍ରଥମ ସାକ୍ଷାତରେ ଦୁହେଁ ଦୁହିଁଙ୍କୁ ଆଟ୍ରାକ୍ଟ କଲେ। ଅରବାଜ୍ ଖାନ୍ ଦେଖିବାକୁ ହ୍ୟାଣ୍ଡସମ୍। ମଲାଇକା ଆରୋରାଙ୍କ ସ୍ଲିମ୍ ଲୁକ୍ ଅରବାଜଙ୍କୁ ପସନ୍ଦ ଆସିଥିଲା। ଧିରେ ଧିରେ ସମ୍ପର୍କ ବଢିଲା, ଡେଟିଂରେ ୫ବର୍ଷ ବିତିଗଲା। ପରସ୍ପରକୁ ଭଲଭାବେ ବୁଝିନେଲେ ଏବଂ ଶେଷରେ ଦୁହେଁ ବିବାହ କଲେ। ସମ୍ପର୍କ ଆରମ୍ଭରେ ବାଧା ନଥିଲା କିମ୍ବା ବିଚ୍ଛେଦରେ କୌଣସି ବିପତ୍ତି ନଥିଲା। http://www.suvbharattimes.in/ // https://twitter.com/suvbharat_times

Malaika-Arora-Hot-and-Sexy-Pics-at-bandra-HD

ଖ୍ରୀଷ୍ଟୀୟାନ ଝିଅ ମଲାଇକା ସହ ମୁସଲିମ୍ ପୁଅ ଅରବାଜଙ୍କ ବିବାହ ମୁସଲିମ୍ ରୀତିନୀତିରେ ସମ୍ପର୍ଣ୍ଣ ହୋଇଥିଲା। ବିବାହର କିଛି ବର୍ଷ ଯାଏଁ ସବୁକିଛି ଠିକ୍‌ଠାକ୍ ଚାଲିଥିଲା। ମାତ୍ର କୌଣସି କାରଣରୁ ଦୁହିଁଙ୍କ ମଧ୍ୟରେ କଥା କଟାକଟି ସହ ମତଭେଦ ବଢି ଚାଲିବା ପରେ ଉଭୟ ଛାଡପତ୍ର ଗ୍ରହଣ କଲେ। ଘଟଣାକୁ ୩ ବର୍ଷ ବିତିଗଲାଣି। ଅରବାଜଙ୍କ ଠାରୁ ଅଫିସିଆଲ୍ ବ୍ରେକ୍ ପରେ ଅଭିନେତା ଅର୍ଜୂନ କାପୁରଙ୍କ ସହ ଡେଟିଂ କରୁଥିଲେ ମଲାଇକା ଆରୋରା। ସେପାଖେ ଜର୍ଜିଆ ଆଣ୍ଡ୍ରେନିଙ୍କୁ ଡେଟ୍ କରୁଛନ୍ତି ଅରବାଜ୍ ଖାନ୍। http://www.suvbharattimes.in/ // https://twitter.com/suvbharat_times

ଅର୍ଜୁନ ଏବଂ ଜର୍ଜିଆଙ୍କୁ ନେଇ ମଲାଇକା କିମ୍ବା ଅରବାଜ୍ କେହି କାହାରି ବିରୋଧରେ କିଛି ମନ୍ତବ୍ୟ ରଖିନାହାଁନ୍ତି। ହେଲେ ପ୍ରଶଂସକମାନେ ଚିନ୍ତିତ। ଏମାନେ ପରସ୍ପରଠୁଁ ଡିଭର୍ସ ନେବା ପଛରେ କାରଣଟି କ’ଣ ହୋଇପାରେ! ଏଭଳି ଗସିପ୍ ସୋସିଆଲ୍ ମିଡିଆରେ ଟ୍ରୋଲ୍ ପରେ ମଲାଇକା କହିଛନ୍ତି, ଆମେ ପରସ୍ପର ସହ ଖୁସି ନଥିଲୁ, ଯାହା ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଇଥିଲା। ମଲାଇକାଙ୍କ ମନ୍ତବ୍ୟ ଖୁବ୍ ସାଧାରଣ ମନେ ହେଉଥିଲେ ବି ଏହି ଯୋଡିଙ୍କ ମଧ୍ୟରେ ବିଚ୍ଛେଦ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। http://www.suvbharattimes.in/ // https://twitter.com/suvbharat_times

Leave a Reply

Your email address will not be published. Required fields are marked *