ଧର୍ମ

ଶ୍ରୀକ୍ଷେତ୍ରରେ ଦୀପାବଳି

ପୁରୀ(ସଞ୍ଜୀବ ମହାପାତ୍ର), ଶୁଭ୍ ଭାରତ ଟାଇମ୍ସ, ୨୭.୧୦- ଆଜି ପବିତ୍ର ଦୀପାବଳି ଅବସରରେ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା। ଅନେକ ଭକ୍ତ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ପରେ ବଡ଼ଦାଣ୍ଡରେ କାଉଁରିଆ କାଠିରେ ଆଖୁ ଓ କଇଁଫୁଲ ଗୁଡ଼ାଇ ପୋଲାଙ୍ଗ ତେଲରେ ଦୀପ ଜାଳି, କାଠିରେ ଅଗ୍ନୀ ସଂଯୋଗ କରି ବଡ଼ବଡ଼ିଆ ଡାକିଥିଲେ।

ପରମ୍ପରା ଅନୁସାରରେ ଏହି ତିଥିରେ ଲୋକେ ନିଜର ପିତୃ ପୁରୁଷଙ୍କୁ ସମ୍ନାନ ଜଣାଇ କାଇଁରିଆ ଜଳାଇଥାନ୍ତି। ବଡ଼ବଡ଼ିଆ ଡ଼ାକିବାବେଳେ କହିଥାନ୍ତି “ ଅନ୍ଧାରେ ଆସି ଆଲୁଏ ଯାଅ, ଅମୃତ ଦୃଷ୍ଟିରେ ଅନାଇ ଥାଅ, ହେ ପିତୃ ପୁରୁଷ ମୋ’ର ସବୁ ଦୋଷ ଦୁର୍ଗୁଣକୁ କ୍ଷମା କରି ମୋତେ ଓ ମୋ’ ପରିବାରକୁ ସୁଖରେ ରଖ ତଥା ‘ସର୍ବେଭ୍ୟୋ ପିତୃଭ୍ୟୋ ନମଃ’।

ଏବର୍ଷ ସିଂହଦ୍ୱାର ସମ୍ମୁଖରୁ ଉଚ୍ଛେଦ କାରଣରୁ ଭକ୍ତମାନେ ସୁରୁଖୁରୁରେ ଦର୍ଶନ କରିପାରିଥିଲେ। ପ୍ରଶାସନ ତରଫରୁ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଯାହାକୁ ଭକ୍ତମାନେ ଆନନ୍ଦରେ ଉପଭୋଗ କରିପାରିଥିଲେ। > ବ୍ୟୁରୋ ହେଡ୍, ପୁରୀ, ଶୁଭ୍ ଭାରତ ଟାଇମ୍ସ


Leave a Reply

Your email address will not be published. Required fields are marked *