ପେଜ୍-ଥ୍ରୀ

ପରଲୋକରେ ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥ

କଟକ, ଶୁଭ୍ ଭାରତ ଟାଇମ୍ସ ୭/୦୪- ରବିବାର ରାତି ୯ଟା ୧୫ମିନିଟରେ ପରଲୋକ ଗମନ କଲେ ପ୍ରସିଦ୍ଧ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥ। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ। ଦୀର୍ଘ ଦିନରୁ ଅସୁସ୍ଥ ହୋଇ ସେ କଟକ ବଡ଼ ମେଡିକାଲର ଆଇସିୟୁରେ ଚିକିତ୍ସାଧୀନ ଥିଲେ। ସ୍ୱର୍ଗତ ରଥ ଅନେକ ଲୋକପ୍ରିୟ ଓଡ଼ିଆ ସିନେମାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି।

ଓଡିଆ ଚଳଚିତ୍ର ‘ଚିହ୍ନା ଅଚିହ୍ନା’ର ‘ଝୁମକା ଟିକେ ତୁ ତ ହଲେଇ ଦେ’ ଗୀତ ଖୁବ୍ ଲୋକପ୍ରିୟ। ଯାହା ତାଙ୍କୁ ଶୀର୍ଷରେ ପହଞ୍ଚାଇ ଥିଲା। ସଉତୁଣୀ, ସାକ୍ଷୀ ଗୋପୀନାଥ ଭଳି ଅନେକ ଓଡିଆ ଚଳଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କର ଏକ ମାତ୍ର କନ୍ୟା ବିଦିଶା ରଥ ଆଜି ମୃତ୍ୟୁ ଶଯ୍ୟା ନିକଟରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *