ଜାତୀୟ

ଟ୍ରାଫିକ୍ ଜରିମାନା ୯୦ % ହ୍ରାସ କଲେ ଗୁଜରାଟ ସରକାର, ଓଡିଶାରେ ବଳବତ୍ତର

ଗୁଜରାଟ, ଶୁଭ୍ ଭାରତ ଟାଇମ୍ସ (ବ୍ୟୁରୋ), ୧୨.o୯- ଟ୍ରାଫିକ ନିୟମ ସହ ଲାଗୁ ହୋଇଥିବା ଜରିମାନା ଅର୍ଥ ବହୁ ପରିମାଣରେ ବୃଦ୍ଧି କରାଯାଇଛି। ଗତ ସେପ୍ଟେମ୍ବର ୧ ତାରିଖରୁ ଲାଗୁ ହୋଇଥିବା ଏହି ଆଇନ ଅଧୀନରେ ହଜାର ହଜାର ଟଙ୍କାର ଚାଲାଣ କରାଯାଉଛି, ମାତ୍ର ଅନେକ ବିଜେପି ଶାସିତ ରାଜ୍ୟ କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି।

ଏସବୁ ରାଜ୍ୟ ଗୁଡିକ ଆଇନକୁ ସଂଶୋଧନ କରି ଜରିମାନା ରାଶି ହ୍ରାସ କରିଦେଇଛନ୍ତି। ଯେଉଁ ରାଜ୍ୟ ଗୁଡିକ ଏହି ଜନବିରୋଧୀ ଆଇନକୁ ଏକରକମ୍ ପ୍ରତ୍ୟାଖାନ କରିବା ଭଳି ମନୋଭାବ ରଖିଛନ୍ତି ସେହି ରାଜ୍ୟ ତାଲିକାର ଶୀର୍ଷରେ ଅଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘରୋଇ ରାଜ୍ୟ ଗୁଜରାଟ ସମେତ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଘରୋଇ ବିଜେପି ଶାସିତ ରାଜ୍ୟ।

ଏଭଳି ସଂଗିନ୍ ମୁହୂର୍ତ୍ତରେ ଗାଡି ଚାଳକମାନେ ଘରୁ ଗାଡି ବାହାର କରିବାକୁ ଡରୁଥିବାବେଳେ ଓଡିଶାର ଅଣ ବିଜେପି ସରକାର କେନ୍ଦ୍ର ନିଷ୍ପତ୍ତିକୁ ମୁଣ୍ଡପାତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ନିଷ୍ପତ୍ତିକୁ ରାଜ୍ୟ ବିଜେପି କଡା ସମାଲୋଚନା କରିଛି। ବୁଧବାର ରାଜ୍ୟ ବିଧାନସଭାର ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ କହିଲେ ନବୀନ ବିଜେପି କାନ୍ଧରେ ଗୋଡଦେଇ ଉଠିଛନ୍ତି। ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଆନୁଗତ୍ୟ ଦେଖାଉଥିବାରୁ ଓଡିଶାରେ କେନ୍ଦ୍ର ଯୋଜନା ସୁରୁଖୁରରେ ପହଁଚୁଛି।

Delhi Traffic Police challan Higher penalties for traffic violations from today after moter vehicles Amendment bill 2019 passed , Express photo by Prem Nath Pandey 01 sep 19

ରାଜ୍ୟରେ ଟ୍ରାଫିକ୍ ଆଇନକୁ ତିନି ମାସ କୋହଳ କରାଯାଇଥିଲେ ମଧ୍ୟ ଆସନ୍ତା ଡିସେମ୍ବର ମାସରେ ତାହା ପୁନଃ ଲାଗୁହେବ। ଏଭଳି ଘଟଣାକୁ ନେଇ ରାଜ୍ୟବାସୀ ଜନତା ଏବଂ ବିଜେଡି ଦଳର ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭଳି ଅନେକ ମନ୍ତ୍ରୀ ଓ ବିଧାୟକ ଦଳ ବିରୋଧରେ ପାଟି ଖୋଲି ଅପଦସ୍ଥ ହେବା ପରେ ଭିତରେ ଭିତରେ କୁହୁଲୁଛନ୍ତି। କେତେକ ନେତା ସିଧାସଳଖ କହୁଛନ୍ତି ଯେ କେନ୍ଦ୍ର ସରକାର ନବୀନଙ୍କୁ ବ୍ଲାକମେଲ୍ କରୁଛନ୍ତି। ରାଜ୍ୟବାସୀଙ୍କ ଏହି ଖରାପ ସମୟରେ ରାଜ୍ୟ ପୁଲିସ୍ ମଧ୍ୟ ଗାଳି ବେଜିତ୍ ଶୁଣୁଛି ଏବଂ ଲୋକମାନଙ୍କ ଆକ୍ରୋଶର ଶିକାର ହେଉଛି।


Admitting that he had consumed alcohol, the driver Haribandhu Kanhar of Bhubaneswar, Odisha said: ‘I cannot pay such huge amount of penalty Rs. 47, 500. Let them seize my vehicle or send to jail, I cannot pay the amount’.

କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ଏହି ନୂଆ ଆଇନରେ ଜରିମାନା ଅର୍ଥ ୧ ହଜାର ଟଙ୍କାରୁ ବୃଦ୍ଧି ପାଇ ୫ ହଜାର ଅଥବା ୧୦ ହଜାର କରିଦିଆଯାଇଛି। ନୂଆ ଆଇନ ଲାଗୁ ହେବା ପରେ ୨୫ ହଜାର, ୫୦ ହଜାର ଟଙ୍କାର ଚାଲାଣ କଟୁଛି। ଏହାକୁ ନେଇ ଦେଶବ୍ୟାପୀ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ ବିଜେପି ଶାସିତ ଗୁଜରାଟ ସରକାର ପ୍ରଥମ କରି ଏହି ଆଇନରେ ସଂଶୋଧନ ଆଣି ୯୦ ପ୍ରତିଶତ ପର୍ଯ୍ୟନ୍ତ ଜରିମାନା ରାଶି ହ୍ରାସ କରିଛନ୍ତି। ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଘରୋଇ ରାଜ୍ୟରେ ବିଜେପି ସରକାରଙ୍କ ଏପରି ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଆଇନ ପ୍ରତି ଏକ ପ୍ରକାର ଚ୍ୟାଲେଞ୍ଜ ବୋଲି କୁହାଯାଉଛି।

କେନ୍ଦ୍ର ସରକାର ‘ଗୋଟିଏ ଦେଶ, ଗୋଟିଏ ଆଇନ’ର ନାରା ଦେଉଥିବା ବେଳେ ଅନେକ ରାଜ୍ୟ ଏହାକୁ ଗ୍ରହଣ କରୁନାହାଁନ୍ତି। ଦେଶରେ କର୍ପୋରେଟ ଶାସନ ଚଳାଇଛନ୍ତି କେନ୍ଦ୍ର ସରକାର ବୋଲି କେତେକ କଡା ସମାଲୋଚନା କରିଛନ୍ତି। ସେପାଖେ ପଶ୍ଚିମବଂଗ ମମତା ବାନାର୍ଜୀ ସରକାର ଏହି ଆଇନ୍ ପ୍ରତ୍ୟାଖ୍ୟାନ କରି ଫାଇନ୍ ଆଦାୟ ଆଳରେ ଗାଡି ଚାଳକଙ୍କ ରକ୍ତ ଶୋଷୁଥିବା ମୋଦୀ ସରକାରକୁ ଦୃଢ ବିରୋଧ କରୁଛନ୍ତି।

Leave a Reply

Your email address will not be published. Required fields are marked *