ଫୁଡ୍ ଏଣ୍ଡ ଟ୍ରାଭେଲ୍

ମର୍ତ୍ତ୍ୟର ଭୂସ୍ୱର୍ଗ ମୈଲିଙ୍ଗ

ଶୁଭ୍ ଭାରତ ଟାଇମ୍ସ, ୩୦.୧୦- ସବୁଜ ଶ୍ୟାମଳ ବୃକ୍ଷରାଜିରେ ଭରପୁର ପାହାଡ଼ିଆ ଗାଁ ମୈଲିଙ୍ଗ। ମେଘାଳୟ ରାଜଧାନୀ ସିଲଂ ଠାରୁ ୯୦ କିଲୋମିଟର ଦୂର ପୂର୍ବ ଖାସି ହିଲ୍ସ ଇଲାକାର ଏହା ଏକ ଛୋଟ ଗାଁ। ଗାଁରେ ଥିବା ୨ଶହ ପରିବାରର ସମୁଦାୟ ଜନସଂଖ୍ୟା ପ୍ରାୟ ୨ହଜାର। ଏଠାକାର ସହର ଓ ମଫସଲ ଜୀବନଯାତ୍ରା ମାନଦଣ୍ଡରେ ସୁତାଏ ଫରକ ଥାଇପାରେ ମାତ୍ର ଆଖିରେ ପଡ଼ିଲା ଭଳି ନୁହେଁ। ବାସଗୃହ, ରାସ୍ତାଘାଟ, ସ୍କୁଲ୍ କଲେଜ, ଟେଲିଫୋନ୍‌, ବିଦ୍ୟୁତ ସରବରାହ ଏବଂ କନସର୍ଟ ହଲ୍ କେଉଁଥିରେ ଅଭାବ ନାହିଁ। ବେଶ ପରିପାଟି ଓ ଚାଲିଚଳନରେ ମଧ୍ୟ କିଏ ସହରି କିଏ ମଫସଲି ଜାଣିବା ମୁସ୍କିଲ୍। www.suvbharattimes.in // www.linkedin.com/in/editor.suvbharattimes

ମୈଲିଙ୍ଗ ପରିବେଶ ଭିତରେ ଏହି ମଫସଲି ଲୋକମାନେ ଆମଠାରୁ ଖୁବ୍ ଉନ୍ନତ, ସେଠାକୁ ବୁଲିବାକୁ ଯାଇଥିବା ପର୍ଯ୍ୟଟକ, ନିଶ୍ଚିତ ଭାବେ ଏହା ଅନୁଭବ କରିଥିବେ। ମୈଲଙ୍ଗରେ ଅଳ୍ପ ସଂଖ୍ୟକ ସିମେଂଟ କଂକ୍ରିଟ୍ ଘର। ସ୍ଥାନୀୟ ଲୋକଙ୍କ ମତ, ସିମେଂଟ ଘର ଅସୁନ୍ଦର ଦେଖାଯାଏ। ମାତ୍ର ସେମାନେ ଯେଉଁ ଘରେ ରହୁଛନ୍ତି ତାହା ସିମେଂଟ ଘର ଠାରୁ ବହୁ ମାତ୍ରାରେ ଉନ୍ନତ। ମୈଲିଙ୍ଗ ଅଧିବାସୀ ସ୍ୱଚ୍ଛତାର ଉପାସକ। ଏମାନେ ଈଶ୍ୱର ପ୍ରଦତ୍ତ ପ୍ରକୃତି ମଧ୍ୟରେ ରହି ତା’ର ସୁନ୍ଦରତା ଉପଭୋଗ କରୁଛନ୍ତି। ଏମାନଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣ ଭାବେ  ନିଆରା। ଏଠାକାର ଅଧିବାସୀ ସ୍ୱଚ୍ଛତାକୁ ସଫଳତାର ମାନଦଣ୍ଡ ବୋଲି ଧରିନେଇଛନ୍ତି। www.suvbharattimes.in // www.linkedin.com/in/editor.suvbharattimes

ଉତର ଭାରତ ପାହାଡ଼ିଆ ଇଲାକାର ଏହି ଗାଁ ବିଷୟରେ ‘ଡ଼ିସକଭର୍ ଇଣ୍ଡିଆ’ ପତ୍ରିକାରେ ବିସ୍ତୃତ ତଥ୍ୟ ପ୍ରକାଶ ପାଇଥିଲା। ୨୦୦୩ ମସିହାରେ ‘ଡ଼ିସକଭର୍ ଇଣ୍ଡିଆ’ ପତ୍ରିକା ପକ୍ଷରୁ ‘ସ୍ୱଚ୍ଛତା’କୁ ନେଇ ଏକ ସର୍ଭେ କରାଯାଇଥିଲା। ସର୍ଭେ ପରେ ମୈଲିଙ୍ଗ ସମଗ୍ର ଏସିଆ ମହାଦେଶର ସ୍ୱଚ୍ଛ ଗ୍ରାମ ଗୁଡିକ ମଧ୍ୟରେ ଶୀର୍ଷ ସ୍ଥାନ ଦଖଲ କଲା। ପୁରସ୍କାର ଶିରୋନାମା ଥିଲା ‘ଦ କ୍ଲିନେଷ୍ଟ୍ ଭିଲେଜ୍ ଅଫ୍ ଏସିଆ-ମୈଲିଙ୍ଗ୍‌’। ଭାରତ ସରକାର ୨୦୦୫ରେ ମୈଲିଙ୍ଗକୁ ଦେଶର ସ୍ୱଚ୍ଛ ଗ୍ରାମ ରୂପେ ପୁରସ୍କୃତ କରିଥିଲେ। ବାଙ୍ଗଲାଦେଶ ସୀମା ପାଶ୍ୱର୍ରେ ଥିବା ମୈଲିଙ୍ଗର ଅଧିବାସୀ ଖାସୀ ସମ୍ପ୍ରଦାୟର। ସେମାନଙ୍କ ସ୍ୱଚ୍ଛ ନିରାମୟ ଜୀବନଶୈଳୀ ସମଗ୍ର ବିଶ୍ୱବାସୀଙ୍କୁ ଦେଇଛି ସ୍ୱଚ୍ଛତାର ଆହ୍ୱାନ। www.suvbharattimes.in // www.linkedin.com/in/editor.suvbharattimes

ମୈଲିଙ୍ଗ୍ ଅଧିବାସୀ ଖୁସି ମିଜାଜରେ ସେହି ବାଉଁଶ ଘରେ ଜୀବନ କାଟନ୍ତି। ଆବଶ୍ୟକ ବେଳେ ମୈଲିଙ୍ଗ ଭ୍ରମଣରେ ଆସୁଥିବା ପର୍ଯ୍ୟଟକଙ୍କୁ ଏଠାକାର ଅଧିବାସୀ ନିଜ ଘରକୁ ଭଡ଼ାରେ ଦିଅନ୍ତି। ଘରଗୁଡ଼ିକ ଦେଖିବାକୁ ଖୁବ୍ ସୁନ୍ଦର। ଚାଳ ଛପର ଘର। ହେଲେ ଘର ଭିତରର ସାଜସଜ୍ଜା ଭିନ୍ନ ଏବଂ ସ୍ୱତନ୍ତ୍ର। ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି ଘରେ ଖାଦ୍ୟ ପାନୀୟ ଠାରୁ ଆରମ୍ଭ କରି ସମସ୍ତ ବ୍ୟବସ୍ଥା କରାଯାଏ। ମୈଲିଙ୍ଗରେ ପ୍ରବାହିତ ନଦୀ ଓ ଜଳପ୍ରପାତ ଦେଖିବାର ସୁଯୋଗ ହୁଏତ ଭାଗ୍ୟରେ ଥିଲେ ମିଳେ। ବିଶାଳକାୟ ଗଛର ଶାଖା ପ୍ରଶାଖାରେ ନିର୍ମିତ ଚମତ୍କାର ରୁଟ୍ ବ୍ରିଜ୍‌ ଉପରେ ଚାଲିବାର ଉପଲବ୍‌ଧି ଭିନ୍ନ। www.suvbharattimes.in // www.linkedin.com/in/editor.suvbharattimes

ଇଷ୍ଟ ଖାସୀ ହିଲସ’ର ଜଳପ୍ରପାତ ମୈଲିଙ୍ଗ୍ ପାଇଁ ଈଶ୍ୱରଙ୍କ ବରଦାନ। ମେଘାଳୟର ପାହାଡ଼ିଆ ଇଲାକାରେ ଥିବା ଏହି ସ୍ଥାନଟି ବାସ୍ତବରେ ମର୍ତ୍ୟର ଭୂସ୍ୱର୍ଗ। ସଂଘର୍ଷମୟ ଜୀବନରେ ବଂଚିବାର ଯେଉଁ ଅଭିପ୍ସା ଏବଂ ପାଇବା ହରାଇବାକୁ ନେଇ ଚାଲିଥିବା ତାମ୍‌ସାରୁ ମୁକୁଳି ଯାଇ ପ୍ରକୃତି ସହ କିଛି ମୁହୁର୍ତ୍ତର ମିଳନ ପାଇଁ ଦୁର୍ବାର ଆସକ୍ତି କେବଳ ସୌଭାଗ୍ୟଶାଳୀଙ୍କ ଭାଗ୍ୟରେ ଯୁଟିଥାଏ > www.suvbharattimes.in // www.linkedin.com/in/editor.suvbharattimes

Leave a Reply

Your email address will not be published. Required fields are marked *