ମହାନଗର

୫-ଟି ସଚିବ ଜଳକା: ୧୦ ଲକ୍ଷ ବଦଳରେ ଫାର୍ମାସି କଲେଜକୁ ଦିଆଯାଉଛି ଏନଓସି

୫-ଟି ସଚିବ ଜଳକା: ୧୦ ଲକ୍ଷ ବଦଳରେ ଫାର୍ମାସି କଲେଜକୁ ଦିଆଯାଉଛି ଏନଓସି > ଭୁବନେଶ୍ୱର(ବ୍ୟୁରୋ), ଶୁଭ୍ ଭାରତ ଟାଇମ୍ସ, ୧୪/୨- ଦୁର୍ନୀତିର ଭୂସ୍ୱର୍ଗ ପାଲଟିଛି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ। ବିଭାଗର କେତେକ ଅଧିକାରୀ ଯୋଗ୍ୟକୁ ଅଯୋଗ୍ୟ ଏବଂ ଅଯୋଗ୍ୟକୁ ଯୋଗ୍ୟ ଦର୍ଶାଇ ୧୦ ଲକ୍ଷ ବଦଳରେ ଫାର୍ମାସି କଲେଜକୁ ଦେଉଛନ୍ତି ଏନଓସି। ଏସମ୍ପର୍କରେ ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଅବଗତ କରାଯାଇଥିବା ସତ୍ୱେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବିନା ବିଜ୍ଞାପନରେ ପତ୍ରସଂଖ୍ୟା ୩୩୨୪୫/ ତା.୧୮.୧୨.୨୦୧୯ ଜରିଆରେ ୧୨ଟି ଜିଲ୍ଲାର ୧୭ଟି ଫାର୍ମାସି କଲେଜକୁ ଏନଓସି ଦେଇଛି। ଫାର୍ମାସି କାଉନସିଲ୍ ଅଫ୍ ଇଣ୍ଡିଆର ମାନଦଣ୍ଡ ଅନୁସାରେ ଏନଓସି ପାଇଥିବା କଲେଜ ଗୁଡ଼ିକର ନା ଅଛି ଭିତ୍ତିଭୂମି, ନା ଆବଶ୍ୟକ ଶିକ୍ଷକ, ଲାବୋରେଟୋରୀ ଓ ଫାର୍ମାସି ଉପକରଣ। ଏଥିପାଇଁ ୨୦ ହଜାର ଏଏନଏମ୍ ନିଜ କ୍ୟାରିୟର୍ ଚିନ୍ତାରେ ଧାରଣାରେ ବସି ନବୀନ ନିବାସରେ ପଶିବାକୁ ଉଦ୍ୟମ କରିଥିଲେ ବି ଆହୁରି ୩୩ଟି ଏଏନଏମ କଲେଜକୁ ଏନଓସି ଦେବାପାଇଁ ଚେଷ୍ଟା ଚାଲିଛି।

Leave a Reply

Your email address will not be published. Required fields are marked *