ମହାନଗର

ଐତିହାସିକ ଚଣ୍ଡେଶ୍ୱର କାର୍ତ୍ତିକ ମେଳା ଆରମ୍ଭ

ଖୋର୍ଦ୍ଧା(ହରିହର ରଣା), ଶୁଭ୍ ଭାରତ ଟାଇମ୍ସ, ୧୨.୧୧- ଆଜିଠୁ ଖୋର୍ଦ୍ଧା ଜିଲ୍ଲାର ଚଣ୍ଡେଶ୍ୱର ଠାରେ ଆରମ୍ଭ ହୋଇଛି ଐତିହାସିକ କାର୍ତ୍ତିକ ମେଳା। ପ୍ରାୟ ମାସାଧିକ ସମୟ ଧରି ଚାଲିବାକୁ ଥିବା ଏହି ବୃହତ ବାଣିଜ୍ୟିକ ମେଳା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଜିଲ୍ଲା ଓ ଜିଲ୍ଲା ବାହାରୁ ଆସିଥିବା ଶହ ଶହ ବ୍ୟବସାୟୀ ଯାତ୍ରା ପଡିଆରେ ନିଜନିଜ ଷ୍ଟଲ୍ ଖୋଲି ବ୍ୟବସାୟ ଆରମ୍ଭ କରିଛନ୍ତି। ତେବେ ପୂର୍ବବର୍ଷ ତୁଳନାରେ ଏଥର ଷ୍ଟଲ ସଂଖ୍ୟାରେ ବୃଦ୍ଧି ଘଟିଥିବା ସହ ପିଲାମାନଙ୍କ ମନୋରଞ୍ଜନ ପାଇଁ ପଡିଆରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି।

ଆଜି ପ୍ରତ୍ୟୁଷରୁ କାଳିକା ପୁଷ୍କରିଣୀରେ ଡଙ୍ଗା ଛାଡିବା ଲକ୍ଷ୍ୟରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଧାଡି ଲମ୍ବିଥିଲା। ସଭିଏଁ ଡଙ୍ଗା ଭଷାଇବା ସହ ପାରମ୍ପରିକ ରୀତିନୀତି ସାରି ପ୍ରଭୁ ଚଣ୍ଡେଶ୍ୱରଙ୍କ ଦର୍ଶନ କରି ଫେରିଥିଲେ। ତେବେ ଏହି ମେଳାର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଐତିହାସିକ କାର୍ତ୍ତିକ ମେଳା। ଏଠାରେ ମେଳା ଆୟୋଜନ ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ ସମେତ ମନ୍ଦିର ଉନ୍ନୟନ ସମିତି ଓ ଜିଲ୍ଲା ପ୍ରଶାସନ ସମସ୍ତ ଦାୟିତ୍ୱ ତୁଲାଉଛନ୍ତି।

ଦିନଥିଲା ଏହି ପ୍ରସିଦ୍ଧ ମେଳା ଦେଖିବାକୁ ଦୈନିକ ଲକ୍ଷ ଲକ୍ଷ ଲୋକଙ୍କର ଚଣ୍ଡେଶ୍ୱର ଗ୍ରାମକୁ ସୁଅ ଛୁଟୁଥିଲା। ଆଜି ଆଧୂନିକ ସମାଜ ସେହି ପରମ୍ପରାକୁ ବଜାୟ ରଖିଛି। ଜାତିଧର୍ମ ନିର୍ବିଶେଷରେ ସଭିଏଁ ଭାଇଚାର ବଜାୟ ରଖି ମେଳାକୁ ଉପଭୋଗ କରୁଛନ୍ତି। ଛ-ଗଡର ଆରାଧ୍ୟ ଦେବ ଚଣ୍ଡେଶ୍ୱରଙ୍କ ମହିମାରେ ଅଭିଭୂତ ଭକ୍ତ ଏହି ମେଳାର ଆନନ୍ଦ ନେଉଛନ୍ତି।

ଚଳିତ ବର୍ଷ କାର୍ତ୍ତିକ ମେଳାକୁ ଆସୁଥିବା ଯାତ୍ରୀମାନଙ୍କ ସୁରକ୍ଷିତ ଯାତାୟତ ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ନିୟନ୍ତ୍ରଣ ପ୍ରତି ଦୃଷ୍ଟି ଦିଆଯାଇଛି। ସେଥିପାଇଁ ଯାତ୍ର। ପଡିଆକୁ ଛୁଇଁଥିବା ରାସ୍ତାଗୁଡିକ ମଧ୍ୟରୁ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବ ଓମଫେଡ଼ ଛକରେ ୪ ଚକିଆ ଯାନବାହାନ ପାଇଁ ପାର୍କିଂ ବ୍ୟବସ୍ଥା ସହ ଗାଁ ମୁଣ୍ଡ ଚାରିଛକରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୁଲିସ୍ ମୁତୟନ ହୋଇଛନ୍ତି। ତାହାସହ ବସଷ୍ଟାଣ୍ଡ, ଯାତ୍ରା ପଡିଆ ଓ ମନ୍ଦିର ଭିତରେ ବ୍ୟାପକ ପୁଲିସ୍ ମୁତୟନ ହୋଇଥିବା ଦେଖିବାକୁ ମିଳିଛି > ଡିଷ୍ଟ୍ରିକ୍ଟ କୋର୍ଡିନେଟର, ଖୋର୍ଦ୍ଧା, ଶୁଭ୍ ଭାରତ ଟାଇମ୍ସ

Leave a Reply

Your email address will not be published. Required fields are marked *