ବିଜ୍ଞାନ

ମସ୍ତିଷ୍କ କେମିତି କାମ କରିଥାଏ

ଶୁଭ୍ ଭାରତ ଟାଇମ୍ସ(ବ୍ୟୁରୋ), ୨୧/୦୪- ହୁଏତ ନୂଆ ବହି କିମ୍ବା ନୂଆ ପୋଷାକ କିଣିବା ପରେ ପରେ ଏହାକୁ କେଉଁଠି ରଖିଦେଇଥାନ୍ତି ଯେ ପାଇନଥାନ୍ତି। ଘରର ପ୍ରତି କୋଣ ଅନୁକୋଣ ଖୋଜି ବୁଲନ୍ତି। ମନକୁ ପ୍ରଶ୍ନ ଆସେ ଏବେତ ଏଠି ରଖିଥିଲି। ମନେ ପଡୁନି କେମିତି। ମସ୍ତିଷ୍କର ଗୋଟିଏ ଭାଗ ଏଭଳି ସୂଚନା ଓ ଯୋଜନାକୁ ଏକାଠି କରି ରଖିଥାଏ, ଯାହା ଅସ୍ତିତ୍ୱ ବନାଇ ରଖିବା ଲାଗି ଆବଶ୍ୟକ।

ଆପଣ ଆପଣଙ୍କ ଉଦ୍ଦେଶ୍ୟକୁ ସ୍ପଷ୍ଟ ପରିଭାଷିତ କରିପାରିବେନି ଅର୍ଥ ଆପଣଙ୍କ ସ୍ୱପ୍ନକୁ ସାକାର କରିବାକୁ ନିଜ ମସ୍ତିଷ୍କର ସଠିକ୍ କାର୍ଯ୍ୟନ୍ୱିତ କରିପାରିବେନି। ଆପଣ ଯଦି ଆପଣଙ୍କ ମସ୍ତିଷ୍କକୁ ପ୍ରଶିକ୍ଷିତ କରୁଛନ୍ତି ତାହାଲେ ଆପଣ ରେକ୍ଟିକୁଲର ଆକ୍ଟିଭେଟିଙ୍ଗ୍ ପଦ୍ଧତିକୁ ସଞ୍ଚାଳନ କରୁଛନ୍ତି। ଆପଣଙ୍କ ମସ୍ତିଷ୍କର ବିଶେଷ ଭାଗ ଚୁମ୍ବକ ଭଳି ସୂଚନାକୁ ନିଜ ଆଡକୁ ଆକର୍ଷିତ କରିଆଣେ। ଜୀବନର କାୟାକଳ୍ପ ପାଇଁ ନିଜ ମସ୍ତିଷ୍କ ସୁଇଚକୁ ଟ୍ରିପ୍ ଦେବାର ଆବଶ୍ୟକତା ରହିଛି।

ଏହିଭଳି କେତେକ କ୍ଷେତ୍ରରେ ଉଦ୍ଦେଶ୍ୟକୁ ସମ୍ମୁଖରେ ରଖନ୍ତୁ। ଆଜିଠାରୁ ବର୍ଷକ ଭିତରେ ଆପଣ ଆପଣଙ୍କ ମୁଖ୍ୟ ଉଦ୍ଦେଶ୍ୟ ପୁରଣରେ ସଫଳତା ପାଇବେ ବୋଲି କଳ୍ପନା କରନ୍ତୁ। ଏହା ଭାବିବା ପରେ ଆପଣ ନିଜ ଜୀବନକୁ ନେଇ କିଭଳି ଅନୁଭବ କରୁଛନ୍ତି, ଏହି ପ୍ରଶ୍ନ ଆପଣଙ୍କ ଉଦ୍ଦେଶ୍ୟ ପୂରଣରେ ସହାୟକ ହେବ। ଆପଣଙ୍କୁ ‘କାହିଁକି’ର ଆବଶ୍ୟକତା ରହିଛି ଓ ‘କିପରି’ ଆପଣଙ୍କୁ ଆପେ ଆପେ ମିଳିଯିବ। ସମଗ୍ର ବର୍ଷ ଲାଗି ୪ଟି ଉଦ୍ଦେଶ୍ୟ ବାଛନ୍ତୁ। ପରେ ଏହାର କାରଣ, ଆପଣଙ୍କ ପ୍ରତିବଦ୍ଧତା ଓ ଉଦ୍ଦେଶ୍ୟ ପୂରଣ ଲାଗି କି ପ୍ରକାର ପଦକ୍ଷେପ ଆବଶ୍ୟକ ସେ ସମ୍ପର୍କରେ ଏକ ପାରାଗ୍ରାଫ୍ ପ୍ରସ୍ତୁତି ଆବଶ୍ୟକ।

ମନେରଖିବା ଜରୁରୀ ଯେ ଅସଫଳତା ଭିତରେ ବି ସଫଳତା ଲୁଚି ରହିଛି। ପ୍ରଥମ ଚେଷ୍ଟାରେ ଯଦି ଉଦ୍ଦେଶ୍ୟ ସଫଳ ହେଲାନାହିଁ, ତାହାଲେ କ’ଣ ମନ ଭିତରୁ ଏହାକୁ ପୋଛିଦେବା ନା ଚେଷ୍ଟାରେ ଦୃଢ ହୋଇ ରହିବା ? ସଫଳତା ନମିଳିବା ପର୍ଯ୍ୟନ୍ତ ଏହାର ପିଛା ଛାଡନ୍ତୁ ନାହିଁ। ଦୃଢତା ଓ ପ୍ରତିବଦ୍ଧତା ଆପଣଙ୍କ ବ୍ୟକ୍ତିତ୍ୱର ମହତ୍ୱପୂର୍ଣ୍ଣ ସ୍ରୋତ। କୌଣସି ଜିନିଷ ପ୍ରତି କେବଳ ଆଗ୍ରହ ପ୍ରକାଶ କରିଦେଲେ ହେବନାହିଁ, ଏଥିପାଇଁ ପ୍ରତିବଦ୍ଧତା ଜରୁରୀ। ଏହା ମଧ୍ୟ ସମ୍ଭବ ଯେ, ଅସଫଳତା ଭବିଷ୍ୟତର ସଫଳତା ପାଇଁ ଆପଣଙ୍କ ଭିତରେ ଦୃଢ ନିଶ୍ଚୟର ବିକାଶ କରିପାରେ। ନିଜ ସଫଳତାର ମୂଲ୍ୟାଙ୍କନ କରି ଦେଖନ୍ତୁ ଏଥିରୁ କ’ଣ ଶିକ୍ଷା ମିଳିଲା। ଅଧିକ ସଫଳତା ପାଇଁ ଏହି ମୂଲ୍ୟାଙ୍କନକୁ ନଜରରେ ରଖି ଚେଷ୍ଟା ଜାରିରହୁ।
ସୌଜନ୍ୟ- ଅସମ୍ଭବ ସମ୍ଭବ

Leave a Reply

Your email address will not be published. Required fields are marked *