ଜାତୀୟ

ଟେଷ୍ଟିଂ କିଟ୍ସରେ ତ୍ରୁଟି,୨ ଦିନ ଯାଏଁ ରାପିଡ୍ ଟେଷ୍ଟିଂ ବନ୍ଦ ନିର୍ଦ୍ଦେଶ

ଟେଷ୍ଟିଂ କିଟ୍ସରେ ତ୍ରୁଟି,୨ ଦିନ ଯାଏଁ ରାପିଡ୍ ଟେଷ୍ଟିଂ ବନ୍ଦ ନିର୍ଦ୍ଦେଶ > www.suvbharattimes.in Suvbharat Times, 21/04- କରୋନା ସଂକ୍ରମିତଙ୍କୁ ଚିହ୍ନଟ ପାଇଁ ଦେଶରେ ଚାଲିଥିବା ରାପିଡ୍ ଟେଷ୍ଟିଂ ୨ ଦିନ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ। ୨ଦିନ ପରେ ଆଉଥରେ ମାର୍ଗଦର୍ଶିକା ଜାରି ହେବା ପରେ କାର୍ଯ୍ୟ ଜାରିରହିବ। କରୋନା ମୁକାବିଲା ନେଇ ରାଜ୍ୟ ସମୁହ ଯେଭଳି ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିଲେ ସେଥିରେ ରୋକ୍ ଲାଗିଛି। ଆଇସିଏମଆର ଏସଂକ୍ରାନ୍ତରେ ସବିଶେଷ ସୁଚନା ଦେଇନଥିଲେ ମଧ୍ୟ ଟେଷ୍ଟିଂ କିଟ୍ସରେ ତ୍ରୁଟି ଥିବା କୁହାଯାଇଛି। ସେପାଖେ ୧୯ତାରିଖରେ ଏୟାରଇଣ୍ଡିଆ ଫ୍ଲାଇଟରେ ଚୀନ୍’ରୁ ମଗାଯାଇଥିବା ଅଧିକ ୩ ଲକ୍ଷ କିଟ୍ସ ଭାରତରେ ପହଞ୍ଚିବା ପରେ ତା’ର ଗୁଣବତ୍ତା ପରୀକ୍ଷଣକୁ ନେଇ ବିବାଦ ଉପୁଜିଛି।ଚୀନ୍ ପ୍ରସ୍ତୁତ କିଟ୍ସକୁ ନେଇ କରୋନା ସଂକ୍ରମିତଙ୍କ ଚିକିତ୍ସାରେ ନିୟୋଜିତ କେତେକ ଡାକ୍ଟର ପ୍ରତିବାଦ କରିଥିବାବେଳେ ସେହିଦିନ ଆସାମ ସରକାର ଉକ୍ତ କିଟ୍ସକୁ ଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଥିବା ଗଣମାଧ୍ୟମକୁ ସୁଚନା ଦେଇଥିଲେ। #twitter.com/@suvbharat_times #linkedin.com/in/suvbharat-times

Leave a Reply

Your email address will not be published. Required fields are marked *