ଜାତୀୟ

ଆଇ.ସି.ଟି’ର ଶୁଭାରମ୍ଭ କଲେ ରାଷ୍ଟ୍ରପତି

ଭୁବନେଶ୍ୱର, ଶୁଭ୍ ଭାରତ ଟାଇମ୍ସ ବ୍ୟୁରୋ- ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲଜି (ଆଇ.ସି.ଟି) ମୁମ୍ବାଇ, ଇଣ୍ଡିଆନ୍ ଅଏଲ୍ ଓଡିଶା କ୍ୟାମ୍ପସ୍, ଭୁବନେଶ୍ୱରର ଶୁଭ ଉଦଘାଟନ ସମେତ ଜଟଣୀ ତରାବୋଇ ଠାରେ ସ୍କିଲ୍ ଡେଭଲପମେଣ୍ଟ୍ ଇନଷ୍ଟିଚ୍ୟୁଟ୍ (ଏସ୍.ଡି.ଆଇ), ଭୁବନେଶ୍ୱର ମୁଖ୍ୟ କ୍ୟାମ୍ପସର ଭୂମି ପୂଜନ ସମାରୋହକୁ ରୁଦ୍ଧିମନ୍ତ କରିଛନ୍ତି ମହାମହିମ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ।

ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ତାଙ୍କ ବକ୍ତବ୍ୟରେ ହାଇଡ୍ରୋକାର୍ବନ୍ କ୍ଷେତ୍ରରେ ଏହି ସ୍କିଲ୍ ଡେଭଲପମେଣ୍ଟ ଇନଷ୍ଟିଚ୍ୟୁଟ ଦେଶରେ ପ୍ରଥମ ହେବ ବୋଲି ଆଶା ରଖି ତାଙ୍କର ଖୁସି ବ୍ୟକ୍ତ କରଛନ୍ତି। ଉତ୍ସବର ପ୍ରମୁଖ ଅତିଥି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଦୁଇଟି ଅନୁଷ୍ଠାନ ଓଡିଆ ଯୁବପୀଢୀଙ୍କ ପାଇଁ ଉତ୍ତମ ତାଲିମ ଆଧାରରେ ରୋଜଗାର ଓ ଉଦ୍ୟମୀ ହେବାର ବ୍ୟାପକ ସୁବିଧା ଉପଲବ୍ଧ କରାଇବ ବୋଲି କହିଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏକଥା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, କେମିକାଲ୍ ଓ ପେଟ୍ରୋ କେମିକାଲ୍ କ୍ଷେତ୍ରରେ ଦେଶର ଅଗ୍ରଣୀ ଅନୁଷ୍ଠାନ ଆଇ.ସି.ଟି ମୁମ୍ବାଇର ଓଡିଶା କ୍ୟାମ୍ପସ୍ ଏହାର ଶିକ୍ଷାର୍ଥୀଙ୍କ ପାଇଁ ପୟ୍ୟାପ୍ତ ସୁଯୋଗ ସୃଷ୍ଟି କରିବ। ଏକ ଆକଳନ ଅନୁଯାୟୀ ପୂର୍ବ ଭାରତରେ ଟେକ୍ସଟାଇଲ୍ ଓ ପଲିମର୍ କ୍ଳଷ୍ଟର୍ ବିକାଶରେ ୨୦୩୦ ମସିହା ସୁଦ୍ଧା ୩୦ ହଜାର କୋଟି ଟଙ୍କାର ପୁଂଜି ନିବେଶ ସହ ୨୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପାରାଦ୍ୱୀପ ତୈଳ ବିଶୋଧନାଗାର କାରଣରୁ ପେଟ୍ରୋ କେମିକାଲ୍ ଦାଉନ୍ ଷ୍ଟ୍ରିମ୍ ଶିଳ୍ପର ବ୍ୟାପକ ସମ୍ଭାବନା ଥିବାରୁ ଆଇ.ସି.ଟି କ୍ୟାମ୍ପସ୍ ରାଜ୍ୟର ଶିଳ୍ପ ବିକାଶରେ ମାନବ ସମ୍ବଳ ତିଆରିରେ ଗୁରୁତ୍ତପୂର୍ଣ୍ଣ ଭୂମିକା ନେବ ବୋଲି ଶ୍ରୀ ପ୍ରଧାନ କହିଥିଲେ।

ଭାରତ ସମେତ ସମଗ୍ର ବିଶ୍ୱରେ ଆଜି ପଲିମର ର ଚାହିଦା ଦୃତ ବେଗରେ ବୃଦ୍ଧି ପାଉଛି। ବେଳେ ଆମ ଦେଶରେ ବାର୍ଷିକ ମୋଟ ୧୯୪ ମିଲିୟନ୍ ମେଟ୍ରିକ୍ ଟନ୍ ଚାହିଦା ରହିଛି। ତାହା ସହ ପେଟ୍ରୋଲିୟମ୍ ଉତ୍ପାଦର ରତ୍ପାନୀ କରୁଥିବା ଭାରତ ପାଖରେ ପ୍ରଚୁର ମାତ୍ରାରେ ପେଟ୍ରୋ କେମିକାଲ୍ସ ଉତ୍ପାଦକୁ ମୂଲ୍ୟଯୁକ୍ତ କରାଇବା ପାଇଁ ବ୍ୟାପକ ନାଫତା ଉପଲବ୍ଧ ରହିଛି। ବିଶ୍ୱରେ ମୁଣ୍ଡ ପିଛା ୩୨ କେଜି ପଲିମର ର ଆବଶ୍ୟକତା ଥିବା ବେଳେ ଭାରତରେ ୧୦ କେଜି ଏବଂ ଓଡ଼ିଶା ଓ ପଶ୍ଚିମବଙ୍ଗ ଭଳି ପୂର୍ବ ଭାରତ ରାଜ୍ୟରେ ରାଷ୍ଟ୍ରୀୟ ହାରାହାରି ବ୍ୟବହାର ଠାରୁ ଅଧା ରହିଛି। ପୂର୍ବ ଭାରତ ଓ ଦେଶରେ ପଲିମର ଚାହିଦା ଦୃତ ବୃଦ୍ଧି ଦୃଷ୍ଟିରୁ ପେଟ୍ରୋ କେମିକାଲ୍ସ ଶିଳ୍ପ ବୃଦ୍ଧି ପାଇବ।

ଏହି ସମୟରେ ଓଡିଶାରେ ଆଇ.ସି.ଟି, ଇଣ୍ଡିଆନ୍ ଅଏଲ୍ କ୍ୟାମ୍ପସ୍ ଏହି ଶିଳ୍ପକୁ ଦୃତ ବେଗରେ ଆଗେଇ ନେବା ପାଇଁ ଉତ୍ତମ ମାନବ ସମ୍ବଳ ଯୋଗାଇବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ। ବକ୍ତବ୍ୟ ଛଳରେ ସେ ମନେପକାଇ ଦେଇଥିଲେ ଯେ, ଓଡ଼ିଶାରେ ପ୍ରଚୁର ସମ୍ଭାବନା ଥିବା ସତ୍ୱେ ୨୦୧୩ ଡିସେମ୍ବରରେ ଆନ୍ଧ୍ର ଠିକାଦାର ଦ୍ୱାରା ୨ ଜଣ ଓଡ଼ିଆ ଶ୍ରମିକ ହାତ ହରାଇଥିଲେ। ଉପଯୁକ୍ତ ତାଲିମ ଅଭାବରୁ ଲକ୍ଷ ଲକ୍ଷ ଓଡ଼ିଆ ଯୁବକ ରାଜ୍ୟ ବାହାରେ ଦାଦନ ଖଟୁଛନ୍ତି। ସେମାନଙ୍କୁ ଗୋତି ଶ୍ରମିକ ଭଳି ଉପଯୋଗ କରାଯାଉଛି।

ଓଡ଼ିଶାର ଗାଁ ସ୍କୁଲରେ ପାଠ ପଢିଥିବା ଜଣେ ଓଡିଆ ଯୁବକ ରାଜସ୍ଥାନ ଜୟସାଲମେର୍ ରେ ହୋଟେଲ ମ୍ୟାନେଜମେଣ୍ଟ୍ ଟ୍ରେନିଂ ନେଇ ସେଠାରେ ବିଦେଶୀ ପର୍ଯ୍ୟଟକଙ୍କୁ ବହୁତ ସୁନ୍ଦର ଭାବରେ ଆପ୍ୟାୟିତ କରିପାରୁଥିବା ଦେଖି ଅଭିଭୂତ ବୋଲି କେନ୍ଦ୍ରମନ୍ତ୍ରୀ ଏଠାରେ ଉଦାହରଣ ଦେଇଥିଲେ। ସେହିଭଳି ଓଡ଼ିଶାର ଏକ ସାଧାରଣ କଲେଜରେ ପଢା ଶେଷ କରିଥିବା ଜଣେ ଯୁବକ କାଜାଖସ୍ତାନରେ କିଭଳି ତୈଳ ବ୍ୟାପାରରେ ମନୋନିବେଶ କରିଛି ତାହାର ଦୃଷ୍ଟାନ୍ତ ରଖି ଶ୍ରୀ ପ୍ରଧାନ ଓଡ଼ିଆ ଯୁବକର ଇଚ୍ଛାଶକ୍ତିକୁ ତାରିଫ୍ କରିଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଅନୁଯାୟୀ ଭାରତର ଦକ୍ଷତା ବିକାଶ କେନ୍ଦ୍ର ଗୁଡିକ ଶିଳ୍ପର ଆବଶ୍ୟକତା ଉପେଯାଗୀ ହେବା ଦରକାର। ଏହି କ୍ରମରେ ଶ୍ରୀ ପ୍ରଧାନ ରାଜ୍ୟରେ ପର୍ଯ୍ୟଟନ ବିକାଶର ଭିତ୍ତିଭୂମିକୁ ସୁଦୃଢ କରିବା ଦିଗରେ କେରଳ, ରାଜସ୍ଥାନ ସମେତ ବାଲି ଓ ଶ୍ରୀଲଙ୍କା ପର୍ଯ୍ୟଟନ ଶିଳ୍ପର ଦୃଷ୍ଟାନ୍ତ ରଖିଥିଲେ। ତେବେ ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ କାଳରେ ତାଙ୍କର ଛାତ୍ରଛାତ୍ରୀଙ୍କ ସହ ଭାବ ଆଦାନ ପ୍ରଦାନ ବିଶେଷ ଗୁରୁତ୍ୱ ବହନ କରୁଥରବା ବେଳେ ଏହା ଓଡ଼ିଆ ଯୁବବର୍ଗ ପାଇଁ ବିଶେଷ ଭାବେ ସମର୍ପିତ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *