ମହାନଗର

ଭାଜପାରେ ଅନ୍ତର୍ଦ୍ୱନ୍ଦର ପ୍ରୟାସ- ଜଗନ୍ନାଥ ପ୍ରାଧାନ

ଭୁବନେଶ୍ୱର, ଶୁଭ୍ ଭାରତ ଟାଇମ୍ସ-୩୦/୧୧- ବାଘ କେବେ କ’ଣ ଘାସ ଖାଇବ, ନା ଜଗନ୍ନାଥ ପ୍ରଧାନ ବିଜେଡିକୁ ଯିବ ? ବର୍ଣ୍ଣନାଟି ଅବାନ୍ତର ଲାଗୁଥିବ, ହେଲେ ଆଜିକାଲି ସୋସିଆଲ୍ ନେଟଓର୍କରେ ନିଜ ନିଜ ନିୟୁଜ୍ ଚାନାଲ୍ ଚଳାଇଥିବା କେତୋଟି ସଂସ୍ଥା ଏଭଳି ଉଦ୍ୟମ କରିଛନ୍ତି। ଅର୍ଥ ରୋଜଗାର କରିବା ନିଶାରେ ନିୟୁଜ୍ ଅପଟିମାଇଜ୍ କରାଇ ମିଥ୍ୟା ଖବର ଜରିଆରେ ପାଠକଙ୍କୁ ବିଚଳିତ କରୁଛନ୍ତି। ଆଜି ଏଭଳି ଗୋଟିଏ ଖବର ରାଜଧାନୀ ମଧ୍ୟ-ଭୁବନେଶ୍ୱର ଭାଜପା ସଙ୍ଗଠନ ମୁଖ୍ୟ ଜଗନ୍ନାଥ ପ୍ରଧାନଙ୍କ ରାଜନୈତିକ ପ୍ରଭାବକୁ ନେଇ ପ୍ରସ୍ତୁତ ହୋଇଛି। ପ୍ରାୟୋଜିତ ଖବରର ଶୀର୍ଷକ ଥିଲା “ବିଜେଡିରେ ଯୋଗଦେବେ ଜଗା ପ୍ରଧାନ”। ଏବେ ଥରେ ନଜର ପକାନ୍ତୁ ମଧ୍ୟ-ଭୁବନେଶ୍ୱର ଭାଜପା ସଙ୍ଗଠକ ଜଗନ୍ନାଥ ପ୍ରଧାନ ଶୁଭଭାରତ୍ ଟାଇମ୍ସ ପ୍ରତିନିଧିଙ୍କୁ ଏ ନେଇ କ’ଣ ଉତ୍ତର ଦେଇଛନ୍ତି।

ଶୁଭ୍ ଭାରତ ଟାଇମ୍ସ– ଭାଇ ନମସ୍କାର, କ’ଣ ଏମିତି ନିୟୁଜ୍ ଶୁଣିବାକୁ ମିଳୁଛି ?

ଜଗନ୍ନାଥ ପ୍ରଧାନ- କେଉଁ ନିୟୁଜ୍ ?

ଶୁଭ୍ ଭାରତ ଟାଇମ୍ସ- ଭାଇ ଆପଣ ବିଜେଡିରେ ଯୋଗ ଦେଉଛନ୍ତି ?

ଜଗନ୍ନାଥ ପ୍ରଧାନ- ନା, ନା ସେଇଟା ଫେକ୍ ନିୟୁଜ୍। ମିଛରେ ପ୍ରଚାର କରୁଛି।

ଶୁଭ୍ ଭାରତ ଟାଇମ୍ସ- ଠିକ୍ ଅଛି, ମୁଁ ଲେଖି ଦେଉଛି ପ୍ରଚାର ମିଛ।

ଜଗନ୍ନାଥ ପ୍ରଧାନ- ଓଡିଶାରେ ଆଉ କିଏ କେଉଁଠୁ ଲଢିବ ଡାଉଟ୍ ଥାଇପାରେ, କିନ୍ତୁ ଜଗନ୍ନାଥ ପ୍ରଧାନ ମଧ୍ୟ-ଭୁବନେଶ୍ୱର ଆସନରେ ଭାଜପା ଟିକେଟରେ ଲଢିବ। ମଧ୍ୟ-ଭୁବନେଶ୍ୱରରୁ ବିଜେପି ଟିକେଟରେ ଜଗନ୍ନାଥ ପ୍ରଧାନ କ୍ୟାଣ୍ଡିଡେଟ୍ ହେଉଥିବା ଦଳରେ ଫାଇନାଲ୍।

ଶୁଭ୍ ଭାରତ ଟାଇମ୍ସ- ଆଜ୍ଞା।

ଜଗନ୍ନାଥ ପ୍ରଧାନ- ଅପରାଜିତା ଷଢଙ୍ଗୀ ଲଢିବେ ନ ଲଢିବେ, ଦଳ ତାଙ୍କୁ ଲଢେଇବ ନ ଲଢେଇବ, ସେଥିରେ କ୍ୱୋଶ୍ଚିନ୍ ଥାଇପାରେ କେଉଁଠୁ ଲଢିବେ କେଉଁଠୁ ନଲଢିବେ। କିନ୍ତୁ ଦଳର ନିଷ୍ପତ୍ତି ମଧ୍ୟ-ଭୁବନେଶ୍ୱରରୁ ଜଗନ୍ନାଥ ପ୍ରଧାନ ଲଢିବେ।

ଶୁଭ୍ ଭାରତ ଟାଇମ୍ସ- ଠିକ୍ ଅଛି, ମୁଁ ଆପଣଙ୍କ ମତାମତ ସାମ୍ନାକୁ ଆଣିବି।

ଜଗନ୍ନାଥ ପ୍ରଧାନ- ହଁ ଦେଖନ୍ତୁ, ଫେକ୍ ନିୟୁଜ୍ ମାଧ୍ୟମରେ ଦଳରେ ଅନ୍ତର୍ଦ୍ୱନ୍ଦ ସୃଷ୍ଟି କରିବା ପାଇଁ ପ୍ରୟାସ ଚାଲିଛି। ଏଥିପାଇଁ ଗଣମାଧ୍ୟମକୁ ମୋହରା କରାଯାଇଛି। ମୋ’ ସମ୍ପର୍କରେ ପ୍ରକାଶିତ ଖବରର କୌଣସି ସତ୍ୟତା ନାହିଁ। ମୁଁ ବିଜେପିରେ ଅଛି ଏବଂ ଆସନ୍ତା ନିର୍ବାଚନରେ ମୋତେ ପ୍ରାର୍ଥୀ ହେବାକୁ ଦଳ ସ୍ୱୀକୃତି ଦେଇଛି। ଏଥିରେ କୌଣସି ପ୍ରଶ୍ନବାଚୀ ନାହିଁ।

ଏଭଳି ନିଜର ପ୍ରତିକ୍ରିୟା ରଖିଥିଲେ ଜଗନ୍ନାଥ ପ୍ରଧାନ। ସେ ଦୀର୍ଘ ଦଶନ୍ଧି ଧରି ଅବିଭକ୍ତ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀରେ ଭାଜପାର ଜଣେ ଦକ୍ଷ ସଙ୍ଗଠକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ବଳିଷ୍ଠ ନେତୃତ୍ୱ ପାଇଁ ଦଳ ପକ୍ଷରୁ ତାଙ୍କୁ ଏକସଙ୍ଗରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଅନୁଗୋଳ ଜିଲ୍ଲା ପ୍ରଭାରୀ ଓ ମଧ୍ୟ-ଭୁବନେଶ୍ୱର ମୁଖ୍ୟ ସଙ୍ଗଠକ ଦାୟିତ୍ୱ ଦିଆଯାଇଛି। ଆସନ୍ତା କାଲି ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଥିବା ବେଳେ ଆଜି ପ୍ରାୟୋଜିତ ଖବରଦାତାଙ୍କ ମାଧ୍ୟମରେ ମନଗଢା କାହାଣୀ ପ୍ରସାରଣ କରାଯାଇଥିବା ଚାରିଆଡେ ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *