ପେଜ୍-ଥ୍ରୀ

ସୁଟିଂ ଅପେକ୍ଷାରେ ଭଂଶାଲୀଙ୍କ ‘ଇନସାଆଲ୍ଲା’

ଶୁଭ୍ ଭାରତ ଟାଇମ୍ସ,୧୪/୩(ବ୍ୟୁରୋ)- ପ୍ରତିକ୍ଷାର ଅନ୍ତ ଘଟିଛି। ସଞ୍ଜୟ ଲୀଲା ଭଂଶାଲୀ ଶେଷରେ ସଲମାନଙ୍କ ସହ ଦିପିକାଙ୍କୁ ଯୁଟାଇବାରେ ସଫଳ ହୋଇଛନ୍ତି। “ଦିଲ୍ ଦେ ଦିୟା ଇନସାଆଲ୍ଲା” ଏବଂ “ପ୍ୟାର୍ ହୋ ଗେୟା ଇନସାଆଲ୍ଲା” ସ୍ଲଗରେ ଯେକୌଣସି ଗୋଟିଏ ଟାଇଟଲ ରେଜିଷ୍ଟ୍ରେସନ ଲାଗି ଆପ୍ଲାଇ କରାଯାଇଛି। ମାତ୍ର ଏହି ଫିଲ୍ମର ଟାଇଟଲ କେବଳ “ଇନସାଆଲ୍ଲା” ହିଁ ରଖାଯିବ।

ହମ୍ ଦିଲ୍ ଡ଼େ ଛୁକେ ସନମ୍”ର ଅପୁର୍ବ ସଫଳତା ପରେ ସଲମାନ ଖାଁଙ୍କ ସହ କିଛି ପ୍ରୋଜେକ୍ଟ କରିବା ପାଇଁ ଦୀର୍ଘ ଦିନରୁ ଚେଷ୍ଟା କରୁଥିଲେ ସଞ୍ଜୟ ଲୀଲା ଭଂଶାଲୀ। କିନ୍ତୁ ଏହା ସମ୍ଭବ ହେଉ ନଥିଲା। ମାତ୍ର ଚର୍ଚ୍ଚା ହେଉଛି କି ସଲମାନ ଏବେ ଭଂଶାଲୀଙ୍କ ପ୍ରୋଜେକ୍ଟ ”ଇନସାଆଲ୍ଲା” ରେ କାମ କରିବେ। ଏଥିରେ ସଲମାନଙ୍କ ବିପକ୍ଷରେ ଦୀପିକା ପାଦୁକୋନଙ୍କୁ କାଷ୍ଟ କରାଯିବା ସମ୍ଭାବନା ରହିଛି।

ମିଡିଆ ରିପୋର୍ଟସ ମୁତାବକ, ଗତ ମାସରେ ଭଂଶାଲୀ ଫିଲ୍ମର ନାମ ପଞ୍ଜିକରଣ କରିଛନ୍ତି। ଫିଲ୍ମର ଡ୍ରାଫ୍ଟ ଶେଷ କରିବା ଲାଗି ଭଂଶାଲୀ ୬/୭ ମାସ ନେବେ ଏବଂ ଫିଲ୍ମର ସୁଟିଂ ପାଇଁ ପ୍ରସ୍ତୁତି ଚାଲିଛି। ଟେଲିଗ୍ରାଫ୍ ଖବର କାଗଜରେ କୁହାଯାଇଛି କି ”ଭଂଶାଲୀ ଆଗାମୀ ଫିଲ୍ମରେ ଦୀପିକା ଓ ସଲମାନଙ୍କୁ କାଷ୍ଟ କରିବାକୁ ଚାହୁଁଛନ୍ତି।”

ଦୀପିକାଙ୍କ ସହ ଭଂଶାଲୀ ତିନୋଟି ଫିଲ୍ମ କରିସାରିଛନ୍ତି। ଦୀପିକା ସେସବୁ ଫିଲ୍ମରେ ଲିଡ୍ ରୋଲ ନେଇଥିଲେ ଏବଂ ଫିଲ୍ମ ଗୁଡିକ ବକ୍ସ ଅଫିସରେ ରେକର୍ଡ କାରବାର କରିଛି।

ଆଜି ସୁଦ୍ଧା ସଲମାନ ଓ ଦୀପିକାଙ୍କ ଅନସ୍କ୍ରିନ୍ ପେୟାର୍ କେବେ ହୋଇପାରିନି। ଯଦିଓ ଦୁହେଁ ଏକତ୍ର କାମ କରୁଛନ୍ତି ବୋଲି ବହୁଥର ଚର୍ଚ୍ଚା ହୋଇଛି।

ଏଥିପାଇଁ କେବେ କଥାବାର୍ତ୍ତା ଆଗକୁ ବଢିପାରିନି। ପ୍ରଶଂସକମାନଙ୍କ ଲାଗି ମଧ୍ୟ ସଲମାନ- ଦୀପିକା ଯୋଡିକୁ ପର୍ଦ୍ଦାରେ ଦେଖିବା କୌଣସି ଆଶ୍ଚର୍ଯ୍ୟ ଠାରୁ କମ୍ ହେବନି।

Leave a Reply

Your email address will not be published. Required fields are marked *