ଆନ୍ତର୍ଜାତୀୟ

ଆୟରଲାଣ୍ଡରେ ବଦଳିଲା ଗର୍ଭପାତ ଆଇନ୍‌

ଶୁଭ୍ ଭାରତ ଟାଇମ୍ସ ବ୍ୟୁରୋ- ଗର୍ଭପାତ ବା ଆବର୍ସନ ଉପରେ ଏହି ଦେଶରେ କଡ଼ାକଡି ନିୟମ ରହିଥିଲା। କୌଣସି ପରିସ୍ଥିତିରେ ମଧ୍ୟ ଆୟରଲାଣ୍ଡର ମହିଳାମାନେ ଗର୍ଭପାତ କରାଇ ପାରିବେ ନାହିଁ ବୋଲି ଆଇନ୍‌ ଥିଲା। ଯେଉଁଥିରେ ଏବେ ସଂଶୋଧନ ଆଣିଛି ଆୟରଲାଣ୍ଡ ସଂସଦ।

ଜଣେ ଭାରତୀୟ ମହିଳାଙ୍କ ପାଇଁ ଆଜି ବଦଳିଛି ଆୟରଲାଣ୍ଡର ଆଇନ୍‌ ବ୍ୟବସ୍ଥା। ଏଣିକି ଏଠି ଗର୍ଭପାତ ବେଆଇନ୍‌ ନୁହେଁ। ଆବଶ୍ୟକସ୍ଥଳେ ମହିଳା ଗର୍ଭପାତ କରାଇ ପାରିବେ ବୋଲି ଦେଶର ପାର୍ଲିଆମେଣ୍ଟରେ ନୂଆ ଆଇନ୍‌ ହୋଇଛି।

ଗତ କିଛି ଦିନ ହେବ ଏହି ଆଇନ୍‌ ବ୍ୟବସ୍ଥାରେ ସଂଶୋଧନ ଆଣିବା ପାଇଁ ଆନ୍ଦୋଳନ ଲାଗି ରହିଥିଲା। ଏଠାରେ ଗର୍ଭପାତ କରାଇ ନ ପାରି ଜଣେ ଭାରତୀୟ ମହିଳାଙ୍କ ମୃତ୍ୟୁ ପରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା।

Demonstrators participate at The March for Choice event in Dublin, Ireland, calling for a change to Ireland’s strict abortion laws Saturday Sept. 30, 2017. The March for Choice is the first major demonstration on the abortion issue since the Government indicated it may accept a national referendum in summer 2018. (Tom Honan/PA via AP)

୨୦୧୨ରେ ଏଠାରେ ଅବସ୍ଥାପିତ ଭାରତୀୟ ଡେଣ୍ଟିଷ୍ଟ ସବିତା ହାଲପନ୍ନାଭାରଙ୍କ ଗର୍ଭରେ ସଂକ୍ରମଣ ହୋଇଯାଇଥିଲା। ଏହାର କୌଣସି ଉପଚାର ମଧ୍ୟ ସମ୍ଭବ ହେଉ ନ ଥିଲା। ଫଳରେ ଗର୍ଭପାତ କରାଇବା ହିଁ ଶେଷ ପନ୍ଥା ଥିଲା। ହେଲେ ଏଠାରେ ଗର୍ଭପାତ କରାଇବାକୁ ତାଙ୍କୁ ଅନୁମତି ମିଳିନଥିଲା। ଶେଷରେ ଯନ୍ତ୍ରଣାରେ ତାଙ୍କର ମୃତ୍ୟୁ ଘଟିଲା।

ଏହି ଘଟଣା ପରେ ସବିତାଙ୍କ ସପକ୍ଷରେ ବାହାରିଲା ପୁରା ଆୟରଲାଣ୍ଡ। ଏପରି କି ଆଇନ୍‌ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଆୟରଲ୍ୟାଣ୍ଡବାସୀ ଏକତ୍ରିତ ହୋଇ ଆନ୍ଦୋଳନ କରିଥିଲେ।

ଶେଷରେ ଆଇନରେ ସଂଶୋଧନ ଆଣିବା ପାଇଁ ଏକ ଜନମତ ବ୍ୟବସ୍ଥା କରାଗଲା। ଯେଉଁଥିରେ ୬୬.୪ଭାଗ ମତଦାତା ଗର୍ଭପାତ ଉପରେ ଥିବା ପ୍ରତିବନ୍ଧକୁ ହଟାଇବା ପକ୍ଷରେ ବାହାରିଥିଲେ। ଆଉ ଶେଷରେ ଜନମତର ବିଜୟ ହୋଇଛି। ଗତ ଶନିବାର ପୂର୍ବ ଆଇନ ବ୍ୟବସ୍ଥାକୁ ପରିବର୍ତ୍ତନ କରାଯାଇଛି। ମାଆ କିମ୍ବା ଗର୍ଭରେ ଥିବା ଶିଶୁର ଜୀବନ ସଙ୍କଟାପନ୍ନ ଥିଲେ ଗର୍ଭପାତ କରାଯାଇ ପାରିବ ବୋଲି ଆଇନକୁ ସ୍ୱୀକୃତି ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *