ପେଜ୍-ଥ୍ରୀ

ବେଙ୍ଗଲୀ କଷ୍ଟ୍ୟୁମରେ ଇଶା

ଶୁଭ୍ ଭାରତ ଟାଇମ୍ସ ବ୍ୟୁରୋ- ଗତ ବର୍ଷ ଜୁଲାଇରେ ଅଭିନେତ୍ରୀ ଇଶା ଦେଓଲ୍ ଜଣେ ବେଙ୍ଗଲୀ ବଧୂ ବେଶରେ ରାମ କମଲ୍ ମୁଖାର୍ଜିଙ୍କ ଲଘୁ ଫିଲ୍ମ “କେକବାଙ୍କ”ରେ ପର୍ଦ୍ଦାକୁ ଲେଉଟିଥିଲେ। ପ୍ରତ୍ୟାବର୍ତ୍ତନ ଦେଖିବାକୁ ତାଙ୍କ ପ୍ରଶଂସକଙ୍କ ଚାହିଁ ରହିଥିଲେ।

ଏସମ୍ପର୍କରେ ଇଶା ଗଣମାଧ୍ୟମ ସାମ୍ନାରେ କହିଥିଲେ କି ସେ ଜଣେ ସେଫ୍ ଭୂମିକା ନିଭାଉଛନ୍ତି। ଇଶା ଆହୁରି ସ୍ପଷ୍ଟ କରିଛନ୍ତି କି ତାଙ୍କୁ ଜଣେ ବଙ୍ଗାଲନ୍ କଷ୍ଟ୍ୟୁମରେ ଲୁକ୍ ଦେବା ପାଇଁ ମେକପରେ ପ୍ରାୟ ୩ ଘଣ୍ଟା ଲାଗିଗଲା।

ଇଶା ଏଥିପାଇଁ ଫିଲ୍ମର ନିର୍ଦ୍ଦେଶକ ରାମ କମଲଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଯିଏ ପ୍ରତ୍ୟେକ ବିବରଣୀକୁ ଧ୍ୟାନର ସହ ସଂଚାଳନ ପାଇଁ ପରାମର୍ଶ ଦେଇଥିଲେ। ଏନେଇ କରୀନ୍ ପଞ୍ଜବାନୀ ତାଙ୍କର ଲୁକ ପ୍ରତି ଖୁବ୍ ଧ୍ୟାନ ଦେଇଥିଲେ।

www.hdnicewallpapers.com

ଫିଲ୍ମର ଗୋଟିଏ ସଟ୍ ପାଇଁ ତାଙ୍କୁ ସ୍ୱର୍ଣ୍ଣ ଖଚିତ ଶାଢି ପିନ୍ଧିବାକୁ ପଡିଥିଲା। ଏହି ପୋଷ୍ଟର ସହରର ଏକତା ଭଟ୍ଟାଚାର୍ଯ୍ୟ ଦ୍ୱାରା ଡିଜାଇନ୍ ହୋଇଥିବା ଇଶା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *